ପିଲାଦିନର କିଛି ସତ ମିଛ କାହାଣୀ !!!

ପିଲାଦିନର କିଛି ସତ ମିଛ କାହାଣୀ !!!

ପିଲାଦିନେ ଏମିତି କିଛି ସମୟ ଥିଲା ଯାହା ଅତି ମୂଲ୍ୟବାନ ଥିଲା।

ହଁ ତାହା ଅନ୍ଧ ବିଶ୍ୱାସ ଥିଲେ ମଧ୍ଯ ତାକୁ ଆମେ ଆଖି ବନ୍ଦ କରି ବିଶ୍ୱାସ କରୁଥିଲୁ ?

ସତରେ ସେ ସମୟ ଗୁଡ଼ିକ କେତେ ମଜାଳିଆ ଥିଲା ନା?

ଚାଲନ୍ତୁ ପଢ଼ିବା ସେ ସତ ମିଛ କାହାଣୀ ଗୁଡ଼ିକୁ…

Lets Start……….

.

.

.

.

.

.

୧. ସ୍କୁଲ ର ହୋମ ୱର୍କ ରୁ ବଞ୍ଚିବା ପାଇଁ ବାଘ ନଖ ଫଳ କୁ ଯୋଡ଼ି ରଖିଲେ ସାର୍ ଆସିବେ ନାହିଁ ଅବା ଆଜି ପଚାରିବା ପାଇଁ ଭୁଲିଯିବେ । ଯାହା ଫଳରେ ମାଡ ବାଜିବ ନାହିଁ ।

୨. ମୁଣ୍ଡ କୁ ଆଉ କାହାର ମୁଣ୍ଡ ବାଜିଗଲେ ପୁଣି ଥରେ ବଜେଇବାକୁ ପଡ଼ିବ ନହେଲେ ଶିଙ୍ଗ ଉଠି ଯିବ।

୩. ପେଟ ଭିତରକୁ ଯଦି କୋଉ ଫଳର ମଞ୍ଜି ଚାଲିଗଲା ତେବେ ପେଟ ଭିତରେ ଗଛ ହୋଇଯିବ ଭାବି ରାତି ସାରା ନିଦ ହେଉ ନଥିଲା।

୪. ଖାତାରେ କିମ୍ବା ବହିରେ ମୟୂର ପଂଖ ରଖିଲେ ଦୁଇଟା ହୋଇଯିବ ଏବଂ ପାଠ ସବୁବେଳେ ମନେ ରହିବ ।

୫. ପେନସିଲ ର ଚୋପା ଯଦି ଗରମ କ୍ଷୀର ରେ ପକେଇ ରଖିଲେ ସକାଳ ହେଲା ବେଳକୁ ରବର୍ ହୋଇ ଯାଇଥିବ।

୬. ମାଟି ଭିତରେ ପଇସା ପୋତିଲେ କିଛି ଦିନ ପରେ ବହୁତ୍ ପଇସା ହୋଇଯିବ ।

୭. ଲୁଡୋ ଖେଳରେ ଲାଲ ରଙ୍ଗ ର ଚିତା ହିଁ ଦରକାର କାରଣ ତାକୁ ନେଲେ ତମେ ନିଶ୍ଚୟ ଜିତିବ ।

୮. ଆମେରିକାରେ ଲୋକମାନେ ଆକାଶ କୁ ଯିବା ପାଇଁ ନିଶୁଣି କରି ସାରିଲେଣି ସେଥିପାଇଁ ସେଠୀକାର ଲୋକମାନେ ଆକାଶକୁ ସବୁବେଳେ ଯାଆନ୍ତି ।

୯. ମଥା ମଝିରେ ବାରମ୍ବାର ଘସିଲେ ଆଉ ଗୋଟିଏ ଆଖି ବାହାରିବ । ଆଉ ତୁମକୁ ଶିବ ଦେବତା ବୋଲି ସମସ୍ତେ ପୂଜା କରିବେ ।

(ଏହି କାମ ଟି ମୁଁ କରିଥିଲି ଆଉ ଘରେ ମାଡ ମଧ୍ୟ ବହୁତ୍ ଖାଇଥିଲି)

୧୦. ଆମେରିକା ପୃଥିବୀ ତଳେ ଅଛି ସେଥିପାଇଁ ଏଠି ଦିନ ହେଲେ, ସେଠୀ ରାତି ହୁଏ ।

୧୧. ଆକାଶରୁ ତାରା ଖସିବା ସମୟରେ ପାସ୍ ହେବା କଥା ଯଦି ମାଗିବ ତେବେ ପରୀକ୍ଷାରେ ପାସ୍ ହୋଇଯିବ

୧୨. ସୂର୍ଯ୍ୟ ଆଉ ଚନ୍ଦ୍ର ଦୁଇ ଭାଇ । ଜଣେ ଦିନ ରେ ଆଲୁଅ ଦେଲେ ଆଉ ଜଣେ ରାତିରେ ଆଲୁଅ ଦିଅନ୍ତି ।

୧୩. ଦୁଇଟି ୧୦ ପଇସା କୁ ଯଦି ଟ୍ରେନ ଲାଇନ୍ ରେ ରଖା ଯାଏ ଏବଂ ତା ଉପରେ ଟ୍ରେନ ଯାଏ ତେବେ ଟଙ୍କା ଟିଏ ହୋଇଯିବ ଆଉ ଯଦି ବେଶୀ ପଇସା ରଖିବ ତେବେ ୫ ଟଙ୍କିଆ ଗେଣ୍ଡୁ ହୋଇଯିବ।

୧୪. ସାପ କାତି ଦେହରେ ଲାଗିଲେ ଦେହ ମାରା ହୁଏ । ଆଉ ତୁମକୁ ଦଶ ଥର ମୁଣ୍ଡ ବୁଡ଼େଇ ଗାଧୋଇବାକୁ ପଡ଼ିବ। ନହେଲେ ରାତିରେ ସେ ସାପ ଆସି ତମ ବେକରେ ଗୁଡେଇ ହୋଇ ରହିବ।

୧୫. ଘଣ୍ଟାର କଣ୍ଟା କୁ ଯଦି ପଛକୁ କରାଯାଏ ତେବେ ସ୍କୁଲ୍ ମଧ୍ଯ ଲେଟ୍ ରେ ଖୋଲିବ ।

୧୬. ତମ ହାତ ବାଜି ଝିଟିପିଟି ର ଲାଞ୍ଜ ବାହାରି ଗଲା ତେବେ ତାର ପରଦିନ ତମର ମଧ୍ୟ ଲାଞ୍ଜ ହୋଇଯିବ ।

୧୭. କୌଣସି କୁକୁଡ଼ା କୁ ଟୋକେଇ ଅବା ଚାଙ୍ଗୁଡ଼ି ରେ ଘୋଡେ଼ଇ ରଖିଲେ ସକାଳୁ ସେ ଅଣ୍ଡା ନିଶ୍ଚୟ ଦେବ।

(ଖାସ୍ କରି ଗଞ୍ଜା କୁକୁଡ଼ା )

୧୮. ନଡ଼ିଆ ଗଛ ଉପରେ ଆଉ ଗୋଟିଏ ନଡିଆ ଗଛ ରଖି ତା ଉପରେ ଯଦି ଚଢ଼ି ଦେଖିବ ତେବେ ଅନ୍ୟ ଦେଶ ଦେଖା ଯିବ। ଯାହା ଅସମ୍ଭବ ।

୧୯. ଚକ୍ ଖଡ଼ି ଗୁଣ୍ଡ କୁ ମୋଟା ପେନ୍ ରେ ରଖି ପାଣିଦେଲେ ଆଉ ଗୋଟିଏ ନୂଆ ଚକ୍ ଖଡ଼ି ହୋଇଯାଏ ।

ଶେଷରେ…

୨୦. ସବୁଠୁ ବଡ ମିଛ ହେଲା ପିଆଜ ଭୂତ !! ରାତିରେ ପିଆଜ ଭୂତ ଆସି ତମ ଘରେ ପିଆଜ ମାଗିବ । ଯଦି ପିଆଜ ଦେବ ନାହିଁ ତେବେ ତୁମର ମୃତ୍ୟୁ ହେବ ଆଉ ତାର ପ୍ରତିକାର ହେଉଛି ବାରଣ୍ଡାରେ ଗୋବର କିମ୍ବା ଲାଲ ମାଟିରେ ଓମ୍ କିମ୍ବା ସ୍ୱସ୍ତିକ ଚିହ୍ନ କରିଲେ ଭୂତ ଆସିବ ନାହିଁ।

.

.

.

.

.

କେମିତି ଲାଗିଲା ଏହି ସତ ମିଛ କାହାଣୀ ଗୁଡ଼ିକ ।

ଏମିତି ବହୁତ୍ ମୂଲ୍ୟବାନ ସମୟ ଆମେ ବିତେଇଛୁ।

ଯଦି କିଛି ସତ ମିଛ କାହାଣୀ ଆପଣଙ୍କର ମନେ ଅଛି ଏବଂ ଆପଣଙ୍କ ସହିତ ସେମିତି ହୋଇଛି ତେବେ କମେଣ୍ଟ କରି ଜଣାନ୍ତୁ ।

ଆପଣଙ୍କ ସାଙ୍ଗ ମାନଙ୍କୁ ଏହି ଲିଙ୍କ୍ କୁ ସେୟାର କରି ତାଙ୍କୁ ପଚାରନ୍ତୁ ଯେ ଏହି ୨୦ ଟି ସତ ମିଛ କାହାଣୀ ଭିତରୁ ତାଙ୍କ ଜୀବନରେ କେତେ ନମ୍ବର ସମୟ ଟି ସେ ଅନୁଭବ କରିଛନ୍ତି ?

ନୀଳମାଧବ ଭୂୟାଁ (ଲେଖକ)

ପିଲାଦିନ ର କାହାଣୀ ଏବଂ କବିତା ପଢ଼ିବା ପାଇଁ କ୍ଲିକ୍ କରନ୍ତୁ

If the contents are helpful so share them with your friends, Thanking You.

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading