If the contents are helpful to share them with your friends, Thanking You.
Monthly Archives: December 2021
ଅଜବ ତଥ୍ଯ…୯
Ajab thathy..୯ |
If the contents are helpful to share them with your friends, Thanking You.
ଆଦର୍ଶ
If the contents are helpful to share them with your friends, Thanking You.
ନୂଆ
If the contents are helpful to share them with your friends, Thanking You.
ଓଡ଼ିଆ କବିତା…୮
Your Story…2
Shimla Kullu and manali
Your Story..3
ତୋ ଅପେକ୍ଷାରେ
ତୋ ଅପେକ୍ଷାରେ…1
ତୋ ଅପେକ୍ଷାରେ..2
ତୋ ଅପେକ୍ଷାରେ..3
ତୋ ଅପେକ୍ଷାରେ..Last
ପଥ ପ୍ରାନ୍ତ
ପଥ ପ୍ରାନ୍ତ |
If the contents are helpful to share them with your friends, Thanking You.
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଶୁନ୍ୟ ପଦ
ତୋ ଅପେକ୍ଷାରେ..ଶେଷ
ରିତୁ ମେରେଜ୍ ପୂର୍ବରୁ ସୁମିତ୍ ବଦଳରେ ଅନ୍ୟ ଏକ ପୁଅ କୁ ଭଲ ପାଉଥିଲେ । ତାପରେ ରିତୁ ର ପୂର୍ବ ପ୍ରେମିକ ବିଷୟରେ ସତ ଜାଣିବାକୁ ଇଚ୍ଛା ରଖିଲି। ଆକାଶ ଙ୍କ ମାଧ୍ୟମ ରେ ସେ ପ୍ରେମିକ ର ଫୋନ୍ ନମ୍ବର୍ ପାଇଲି ଏବଂ ତାଙ୍କ ସହ କଥା ହୋଇ ଯାହା ସବୁ ଜାଣିବାକୁ ପାଇଲି ସେସବୁ ଭାଇ ଙ୍କୁ ଜଣାଇଲି। ତାପରେ ଭାଇ ମଧ୍ୟ ରିତୁ ମେରେଜ୍ ପୂର୍ବରୁ ଯାହା ସବୁ କରିଥିଲା ସବୁ ସତ ସତ କହିବାକୁ ଲାଗିଲେ । ଭାଇ ଙ୍କୁ ପଚାରିଲି ତମେ ଯଦି ସବୁ ସତ ଜାଣିଥିଲ ତେବେ ମୋତେ ଲୁଚେଇଲ କାହିଁକି ? ଭାଇ କହିଲେ ତୁ ଜାଣିଥିଲେ ରାଗି କି କାହା ଆଗରେ ମଧ୍ୟ କହିଦେଇଥାନ୍ତୁ । ଆଉ ତା ସ୍ବାମୀ ଯଦି ଏସବୁ ଜାଣେ ତେବେ ତାର ବୈବାହିକ ଜୀବନ ନଷ୍ଟ ହୋଇଯିବ । ସେଥି ପାଇଁ ମୁଁ ତୋତେ କହୁ ନଥିଲି ।
ଏତିକି ଶୁଣି ମୋର ମୁଣ୍ଡ କାମ କରୁ ନଥାଏ । ଏସବୁ ପରେ ମୁଁ ରିତୁ ଙ୍କ ସହ କଥା ହେବାକୁ ଈଛା କରିଲି । ସେ ଯଦି ସୁମିତ୍ ଙ୍କୁ ଭଲ ପାଉ ନଥିଲେ ତେବେ ମିଛ ପ୍ରେମ ର ଆଶ୍ଵାସନା ସୁମିତ୍ କାହିଁକି ଦେଇ ଆସୁଥିଲେ ? ଦିନେ ମୁଁ ସୁମିତ୍ ଙ୍କ ଅନୁମତି ନେଇ ରିତୁ ସହ କଥା ହେଲି । ରିତୁ ର କଥା ରୁ ଶୁଣି ପୁଣି ମୋ ମୁଣ୍ଡ ଖରାପ। ସେ କହିଲା ସେ ସତ ରେ ସୁମିତ୍ ଙ୍କୁ ଭୁଲି ସାରିଲେଣି ଏବଂ ରିତୁ ସୁମିତ୍ ସହିତ କଥା ହେବାକୁ ଚାହୁଁ ନଥିଲେ ମଧ୍ୟ ସୁମିତ୍ ତାଙ୍କ ସହ ବଧ୍ୟକତା ରୂପେ କଥା ହେଉଛନ୍ତି ଏବଂ ତାଙ୍କୁ ବହୁତ୍ ବିରକ୍ତ କରୁଛନ୍ତି। ବାରମ୍ଵାର କଲ୍ କରି ହଇରାଣ କରନ୍ତି।
ମୁଁ ମୁଣ୍ଡରେ ହାତ ଦେଇ ବସିଲି !! କଣ ଏ ସବୁ ଚାଲିଛି?? ସୁମିତ୍ ଦୋଷ ଦେବି ନା ରିତୁ କୁ ?? ନା ମୁଁ ନିଜେ ଦୋଷୀ ମୁଁ ପାଗଳ ସଦୃଶ୍ୟ ହୋଇଗଲି । ପୁଣି ଏକ ଘୋର ଦୁଃଖ ସମୟ ଭିତରକୁ ଗଲା ଭଳି ମୋତେ ଅନୁଭବ ହେଲା । ଯାତ୍ରା ଆଉ ନାଟକ ମାଧ୍ୟମରେ ରଙ୍ଗମଞ୍ଚ ରେ କାହାଣୀ ଦେଖିଥିଲି କିନ୍ତୁ ମୋ ଜୀବନର ରଙ୍ଗ ମଞ୍ଚ ସବୁଠୁ ଅଲଗା ଏବଂ ନିଆରା। ମୁଁ ମୋ ଭଲ ପାଇବା କୁ ହାସଲ କରିବା ପାଇଁ ଏବେ ମଧ୍ୟ ଜିବନ ଯୁଦ୍ଧରେ ହାର ମାନିନୀ । ଜାଣିନି କଣ ହେବ ଆଗକୁ ? କଣ ଅଛି ମୋ ଭାଗକୁ ? କେତେ ଦୁଃଖ ବଦଳରେ ଆଉ କେତେ ସୁଖ ମୋ ଭାଗ୍ୟରେ ଅଛି ତାହା ମଧ୍ୟ ମୋତେ ଅଜଣା । ଆଜି ମଧ୍ୟ ସୁମିତ୍ ମୋ ସହ ପ୍ରେମ ସମ୍ପର୍କ ରେ ଅଛନ୍ତି । କେବେ କେବେ ସୁମିତ୍ ଙ୍କୁ ରିତୁ କଥା ମନେ ପଡିଲେ ସେ ମତେ ଉପେକ୍ଷା କରି କୁହନ୍ତି । ସେତେବେଳେ ମୁଁ ହସ ର ଚେହେରା ଦେଇ ଭିତରେ ବହୁତ୍ କାନ୍ଦେ । ହୃଦୟ କୁ ତ ବହୁତ୍ ବାଧେ । କଷ୍ଟ ହୁଏ କିନ୍ତୁ ସୁମିତ୍ କୁ ଜଣାଇ ବାକୁ ଚେଷ୍ଟା କରେ ନାହିଁ କି ତାଙ୍କୁ ଅନୁଭବ ହେବାକୁ ଦିଏ ନାହିଁ । ଏତେ ସବୁ କଥା ଜାଣିବା ପରେ ମଧ୍ୟ ମୁଁ ତାଙ୍କୁ ଖୁସି ଦେବାକୁ ଚେଷ୍ଟା କରୁଛି ।
ସେ ରିତୁ କୁ ତ ଭୁଲି ପାରୁନାହାଁନ୍ତି ବୋଲି କହି ଦିଅନ୍ତି କିନ୍ତୁ ସେ କେବେ ଚେଷ୍ଟା କରନ୍ତି ନାହିଁ ଯେ ମୋତେ କେତେ କଷ୍ଟ ହୁଏ ?? କିଏ ଭଲ ! ଆଉ କିଏ ଖରାପ! ସେ ବିଷୟରେ ମୁଁ ସୁମିତ୍ ଙ୍କୁ ସବୁ ସତ କହିବାକୁ ଚାହେଁ କିନ୍ତୁ ପୁଣି ଫେରି ଆସେ । କାରଣ ସୁମିତ୍ ବର୍ତ୍ତମାନ ନିଜ ଜୀବନରେ ଆଗକୁ ବଢିବା ପାଇଁ ଚେଷ୍ଟା ରେ ଲାଗି ପଡିଛନ୍ତି ଏବଂ ମୁଁ ମଧ୍ୟ ଚାହେଁ ସେ ସଫଳ ହୁଅନ୍ତୁ। ଯଦି ମୁଁ ସତ କହିଦିଏ ତେବେ ମଧ୍ୟ ସେ ମୋ ଠାରୁ ଅଧିକା ରିତୁ ଙ୍କୁ ବିଶ୍ୱାସ କରନ୍ତି ।
ଏହା ଥିଲା ଗତ କିଛି ମାସ ତଳର ଘଟଣା । ବର୍ତ୍ତମାନ ସେ ଧିରେ ଧିରେ ବଦଳିବା ରେ ଲାଗିଛନ୍ତି । ମୋ ଜୀବନରେ ପୁଣି ଏକ ନିବିଡ ପ୍ରେମ ସଂପର୍କ ର ନୂଆ ବସନ୍ତ ଋତୁର ଆଗମନ ହୋଇଛି । ସେ ଧିରେ ଧିରେ ରିତୁ କୁ ଭୁଲିବାକୁ ଚେଷ୍ଟା କରୁଛନ୍ତି । ମୁଁ ମଧ୍ୟ ତାହା ଚାହେଁ ସେ ମୋ ଜୀବନ କୁ ଫେରି ଆସନ୍ତୁ ଏବଂ ମୋ ପ୍ରେମ କୁ ସମ୍ମାନ ଦିଅନ୍ତୁ ।
ଚେଷ୍ଟା ଚାଲିଛି ଯେତେ ଦିନ ପର୍ଯ୍ୟନ୍ତ ଏ ଦେହରେ ଜୀବନ ଅଛି ସେତେ ଦିନ ପର୍ଯ୍ୟନ୍ତ ମୋ ପ୍ରେମ କୁ ହାସଲ କରିବା ପାଇଁ ଚେଷ୍ଟା କରିବି। ଆଉ ଯେଉଁ ଦିନ ହାରିଯିବି ବୋଧ ହୁଏ ସେଦିନ ଦୁନିଆ ରୁ ପୂଜା ର ନାମ ଏବଂ ଏ ଶାଶ୍ଵତ ପ୍ରେମ ସବୁ ଦିନ ପାଇଁ ଲିଭିଯିବ । ଅପେକ୍ଷା କରିଛି କିଛି ଭଲ ହେବାର ଆଶା ମଧ୍ୟ ଅଛି । ଏହି ଭଳି ଭାବେ ଆମ ସମ୍ପର୍କ ର ଗାଡି ଚାଲିଛି ଆଗକୁ କଣ ହେବ ମୁଁ ମଧ୍ୟ ଜାଣିନି କେବଳ ମୋ ଭଲ ପାଇବା କୁ ମୁଁ ବିଶ୍ୱାସ କରି ଚାଲିଛି। ଆଶା ଏବଂ ବିଶ୍ୱାସ ଅଛି ମୋ ସୁମିତ୍ ଉପରେ ସେ ନିଶ୍ଚୟ ବଦଳିବେ ଏବଂ ଆଗାମୀ ଭବିଷ୍ୟତ ରେ ସବୁ କିଛି ଠିକ୍ ହୋଇଯିବ ଏବଂ ମୋତେ ଗ୍ରହଣ କରିବେ ।
ଏହି କାହାଣୀ ପୂଜା ଙ୍କ ହୃଦୟରୁ ବର୍ଣ୍ଣିତ…….
ପୂଜା ବିଷୋୟୀ (ଲେଖିକା)
-
ଲେଖନୀ କଳା ଏବଂ ସମ୍ପାଦନ ପାଇଁ ମୋ ଘନିଷ୍ଠ ବନ୍ଧୁ ସୁନିତା କୁମାରୀ ପ୍ରଧାନ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
-
ଏହି କାହାଣୀର ପଠନ ପରେ କିଛି ମୂଲ୍ୟବାନ ବାକ୍ୟ ସହିତ କମେଣ୍ଟ ବକ୍ସ ରେ ମତାମତ ଦେବାକୁ ଅନୁରୋଧ।
-
Bhuyansblog.com ସଂସ୍ଥାପକ ଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଏହି କାହାଣୀକୁ ସ୍ଥାନ ଦେଇ ଥିବାରୁ ।
If the contents are helpful to share them with your friends, Thanking You.
ତୋ ଅପେକ୍ଷାରେ..3
ପୁଣି ଭାବିଲି ନିଜକୁ ଲୀନ କରି ଦୁନିଆ ଆଗରେ କଳଙ୍କ ର ନାମ ନେଇ ମୋ ବାପା ମା ଙ୍କ ନାମ କାହିଁକି ଖରାପ କରିବି। ମୋ ପାଇଁ ମୋ ପରିବାର କୁ ଟାହି ଟାପରା ଶିକାର ହେବାକୁ କାହିଁକି ସୁଯୋଗ ଦେବି। କିଛି ଦିନ ଏମିତି ବିତିଗଲା। ଏହି କିଛି ଦିନ ଭିତରେ ମୋତେ ସୁମିତ୍ ବହୁତ୍ ଥର କଲ୍ କରିଛନ୍ତି କିନ୍ତୁ ମୋ ଦୁଃଖର ତିଳେ ମାତ୍ର ଅନୁଭବ ତାଙ୍କୁ ଜଣା ପଡ଼ିଲା ନାହିଁ। ସବୁଦିନ ଭଳି ଦିନେ ମୋ ଜୀବନରେ ନୂଆ ପରିବର୍ତ୍ତନ ଆସିଲା। ରାତି ପାହି ସକାଳ ହେଲା ପରେ ନୂଆ ସୂର୍ଯ୍ୟ କିରଣ ର ଆଲୋକ ପରି ମୁଁ ମଧ୍ୟ ମୋ ମନକୁ ବୁଝେଇ ଦେଲି । ଭାବିଲି ଭଗବାନ ଙ୍କ ପାଖେ ଯାଇ ନିଜ ଦୋଷ କୁ ସ୍ବୀକାର କରି ମୋ ଅତୀତ କୁ ଭୁଲିଯିବି ବୋଲି ଶପଥ କରି ଆସିବି । କିନ୍ତୁ ସବୁ ଓଲଟା ହୋଇଗଲା ପୁଣି ସେ ସୁମିତ୍ ଙ୍କ ଗୁଲୁ ଗୁଲିଆ ଚେହେରା ମୋ ଆଖି ଆଗରେ ନାଚି ଉଠିଲା। ଭଗବାନ ଙ୍କ ପାଖକୁ ଗଲି ନାହିଁ। ନିଜକୁ ଏମିତି ବଦଳେଇବା ଚେଷ୍ଟାରେ ଲାଗି ପଡ଼ିଲି।
ସେତେବେଳେ ମୁଁ ଅନୁତାପ କରିଲି ଯେ । ଭଗବାନ ସବୁ ଜାଣନ୍ତି । ସେ ଭଲ ପାଇବା ହେଉ ଅବା ଧୋକା ହେଉ, ତାଙ୍କ ନିକିତିରେ ସମସ୍ତଙ୍କ ସୁଖ ଏବଂ ଦୁଃଖ ସମତୁଲ କରି ରଖିଥାନ୍ତି । ଦିନେ ମୁଁ ସୁଶାନ୍ତ ଙ୍କ ସହ ଏମିତି ଧୋକା କରିଥିଲି । ସେଥିପାଇଁ ଆଜି ମୋ ସହିତ ଏମିତି ହେଲା । ଆଉ ବେଳେ ବେଳେ ଭାବେ ସୁଶାନ୍ତ ଙ୍କ ପ୍ରତି ସେତେ ଭଲ ପାଇବା ନଥିଲା କିନ୍ତୁ ମୁଁ ସୁମିତ୍ କୁ ଛୋଟ ବେଳୁ ହିଁ ଭଲ ପାଇ ଆସିଛି। ତେବେ ମୋ ଭଲ ପାଇବା କୁ ଭଗବାନ କାହିଁକି ଚିହ୍ନି ପାରିଲେ ନାହିଁ ଏବଂ ମୋ ସହିତ କାହିଁକି ଏମିତି ହେଉଥିଲା। ସତ କହେ ମୁଁ ସୁମିତ୍ ଙ୍କୁ ଛାଡି ରହି ପାରୁ ନଥିଲି ।
ପୁଣି ପହଞ୍ଚିଲି ସୁମିତ୍ ପାଖରେ ମୋ ଭଲ ପାଇବା ଆଶା ନେଇ । ତାଙ୍କୁ ପ୍ରଶ୍ନ କରିଲି ? ସେ ଉତ୍ତର ରେ ସର୍ତ୍ତ ରଖି କହିଲେ ଯେ ସେ ରିତୁ ଙ୍କୁ ଏବେ ଯେମିତି ଭଲ ପାଉଛନ୍ତି ଆଗକୁ ମଧ୍ୟ ସେ ଭଲ ପାଇବେ। ଆଉ ସେ ସ୍ଥାନ ମୁଁ ଆଉ କାହାକୁ ଦେଇନି ଅବା ଆଗକୁ କାହାକୁ ଦେଇ ପାରିବି ନାହିଁ । ପୁଣି ଏହି କଥା ର ଶେଷରେ ମୋତେ କଷ୍ଟ ଅନୁଭବ ହେଲା । ଭାବିଲି, ସମସ୍ତେ କୁହନ୍ତି ପ୍ରଥମ ପ୍ରେମ କେହି କେବେ ଭୁଲି ପାରିନି ଅବା ଭୁଲି ପାରିବ ନାହିଁ। ସୁମିତ୍ ଯଦି ରିତୁ ପ୍ରତି ପ୍ରଥମ ପ୍ରେମ ଥିଲା ତେବେ ମୋର ମଧ୍ୟ ସୁମିତ୍ ପ୍ରତି ପ୍ରଥମ ପ୍ରେମ ଥିଲା ମୁଁ ଅବା କେମିତି ଭୁଲିଥାନ୍ତି । ସମାଧାନ ର ରାସ୍ତା ଖୋଜି ଖୋଜି ମୁଁ ମୋ ପ୍ରଥମ ପ୍ରେମ କୁ ହାସଲ କରିବା ପଥରେ ସଫଳ ହେବି ବୋଲି ମୁଁ ମୋ କାମରେ ଲାଗି ପଡ଼ିଲି।
ମୁଁ ଖବର ବାହାର କରି ଜାଣିଲି ଯେ ରିତୁ ମଧ୍ୟ ସୁମିତ୍ କୁ ସେତିକି ଭଲ ପାଉଛି । ମୋତେ ସନ୍ଦେହ ହେଲା । ସତ୍ୟାସତ୍ୟର ପୃଷ୍ଟି କରିବା ପାଇଁ ମୁଁ ସୁମିତ୍ ଙ୍କୁ ଅନୁରୋଧ କରିଲି ଯେ ରିତୁ ନିଜ ସ୍ବାମୀ ସହ ଖୁସି ରେ ଅଛନ୍ତି ତେବେ ତୁମେ ତାଙ୍କ ଜୀବନରୁ ଦୂରେଇ ଯାଇ ରିତୁ କୁ ଭୁଲିବାକୁ ଚେଷ୍ଟା କରୁନ କାହିଁକି। ହେଲେ ମୋ ଅନୁରୋଧ ବେକାର ଗଲା । ସୁମିତ୍ ମାନିବାକୁ ନାରାଜ ଥିଲେ ଏବଂ କହିଲେ ରିତୁ ମେରେଜ୍ ପରେ ମଧ୍ୟ ମୋ ସହ କଥା ହେଉଛନ୍ତି ତାହାର ଅର୍ଥ ସେ ମତେ ଭୁଲି ପାରିନାହାଁନ୍ତି । କିନ୍ତୁ ସତ ଟା ଆଉ କିଛି । ରିତୁ ଯେବେ ଆମ ଗାଁ ରୁ ଫେରି ଯାଇଥିଲା ତା ପର ଠାରୁ ସେ ସୁମିତ୍ ଙ୍କୁ ଭୁଲି ଯାଇଥିଲେ । ହେଲେ ସୁମିତ୍ ତାଙ୍କୁ ଭୁଲି ପାରୁ ନଥିଲେ । ଏମିତି କି ସୁମିତ୍ ମୋ ସହ ଯୁକ୍ତି କରି ରିତୁ ସହ କଥା ହେଉଥିବା ର କଲ୍ ହିଷ୍ଟ୍ରି ର ଗୋଟିଏ ସ୍କ୍ରିନ୍ ସର୍ଟ୍ ମଧ୍ୟ ଦେଲେ । ମୋତେ ଚକ୍ରବ୍ୟୁହ ରେ ରହିଲା ଭଳି ଅନୁଭବ ହେଲା। କଣ ହେଉଛି ଏ ସବୁ। କିଏ ସତ କହୁଛି ଆଉ କିଏ ମିଛ ?? ସ୍କ୍ରିନ୍ ସର୍ଟ୍ ଦେଖି ମୁଁ ଭାବିଲି ନା ଯେଉଁ ପର୍ଯ୍ୟନ୍ତ ସତକୁ ଖୋଜି ବାହାର କରିନି ସେ ପର୍ଯ୍ୟନ୍ତ ମୁଁ ଚୁପ୍ ବସିବି ନାହିଁ ।
ରିତୁ ହେଉଛି ମୋ ବଡ଼ ମା ଙ୍କ ଗାଁ ର ଝିଅ । ମୋ ମନ ରେ ଉଙ୍କି ମାରିଥିବା ପ୍ରଶ୍ନ ର ଉତ୍ତର ପାଇଁ ମୁଁ ମୋ ବଡ଼ ମା ଙ୍କ ପୁଅ ଭାଇ ଙ୍କୁ ରିତୁ ବିଷୟ ରେ ପଚାରିଲି । ସେ ଆମ ଗାଁ ରୁ ତାଙ୍କ ଗାଁ କୁ ଗଲା ପରେ କଣ କଣ ସବୁ ହୋଇଛି ସେ ବିଷୟରେ ସେ ଖବର ବାହାର କରି ମୋତେ ରିତୁ ବିଷୟ ରେ ଅଧା କଥା କହିଲେ ଆଉ ଅଧା କଥା ଲୁଚେଇଲେ। ମୋ ମନ ରେ ପୁଣି ସନ୍ଦେହ ଜାତ ହେଲା ତେଣୁ ଭାଇ ଙ୍କୁ ବାଧ୍ୟ କରି ପଚାରିବା ପରେ ମଧ୍ୟ ସେ ସେତେବେଳେ କହିଲେ ନାହିଁ । ତେଣୁ ମୁଁ ଅନ୍ୟ ଉପାୟ ପାଇଁ ଚିନ୍ତା କରିଲି। ସେହି ଗାଁ ର ଅନ୍ୟ ଜଣେ ସାଙ୍ଗ ( ଆକାଶ) ତାଙ୍କୁ ଖବର ବାହାର କରିବା ପାଇଁ ଅନୁରୋଧ କରିଲି । ସେ ଖୋଜ ଖବର ବାହାର କରି ଯାହା କହିଲେ ମୁଁ ବିଶ୍ୱାସ କରିପାରିଲିନି । ଆକାଶ ଙ୍କ ଉପରେ ରାଗିଲି ଏବଂ କହିଲି ଯେ ଗୋଟିଏ ଝିଅ ବିଷୟ ରେ ଭଲ ଭାବରେ ରେ ଖବର ବାହାର କର ତାପରେ କୁହ । ମିଛ ଆରୋପ ଲଗାଇବା ଠିକ୍ ନୁହଁ। ଆକାଶ ମୋ ଉପରେ ରାଗି କି କହିଲେ ଯାହା ସତ ମୁଁ ତାହା କହିଲି ତମ ଇଛା ତମେ ବିଶ୍ୱାସ କରିଲେ କର ନଚେତ୍ ନାହିଁ ।
If the contents are helpful to share them with your friends, Thanking You.
ତୋ ଅପେକ୍ଷାରେ..2
+3 ରେ ପହଞ୍ଚିଲା ପରେ ମଧ୍ୟ ମୁଁ ସୁମିତ୍ ଙ୍କ ଭଲପାଇବା ଆଶା ର ଅପେକ୍ଷା ରେ ରହିଲି। +2 ଅପେକ୍ଷା +3 ରେ ଆମ ଦୁଇ ଜଣଙ୍କୁ ମିଶିବାକୁ ପର୍ଯ୍ୟାପ୍ତ ସମୟ ମିଳିଲା। ମୋର କ୍ଲାସ୍ ସରିବା ସହିତ ସୁମିତ୍ ଙ୍କ କ୍ଲାସ୍ ମଧ୍ୟ ସରିଯାଉଥିଲା। ବେଳେବେଳେ ଠିକ୍ ସମୟ ରେ ଗେଟ୍ ବାହାରକୁ ଯଦି ଆସୁ ତେବେ ଏକାଠି ହୋଇ ଘରକୁ ଫେରୁ ଥିଲୁ। ପ୍ରକୃତ କଥା ଟି ହେଲା ମୁଁ ସବୁବେଳେ ଚାହୁଁଥିଲି କି ଆମେ ଦୁହେଁ ମିଶି କଲେଜ୍ ରୁ ଏକା ସାଙ୍ଗରେ ଘରକୁ ଫେରୁ ଏବଂ ସେମିତି ବେଳେ ବେଳେ ହିଁ ହେଉଥାଏ । ଯେଉଁଦିନ ଆମେ ଦୁହେଁ ମିଶି ଘରକୁ ଫେରୁ ମୋତେ ବହୁତ୍ ଖୁସି ଅନୁଭବ ହେଉଥାଏ। ଫେରିବା ସମୟରେ ରାସ୍ତା ରେ ସାଇକେଲ ଚଲେଇ ଚଲେଇ କଥା ହେବାର ମଜା ହିଁ ଅଲଗା ଥିଲା। ମୋର ପାଠ ପଢା ତ କମ୍ କିନ୍ତୁ ସୁମିତ୍ ଙ୍କ ଭଲ ପାଇବା ଅପେକ୍ଷାରେ ବହୁତ୍ ସମୟ ବିତାଉ ଥିଲି। ଏମିତି ବହୁତ୍ ଦିନ ବିତିଗଲା ମାତ୍ର ମୋ ମନରେ ଥିବା ଇଚ୍ଛା କୁ ସୁମିତ୍ ଆଗରେ ପରିପ୍ରକାଶ କରି ପାରିଲି ନାହିଁ । +3 ମଧ୍ୟ ସରି ବାକୁ ଲାଗିଲା ।
ଦେଖୁ ଦେଖୁ ଏମିତି ଦିନ ଆସିବ ବୋଲି ମୁଁ ଭାବି ନଥିଲି । ହଠାତ୍ 23 ମାର୍ଚ୍ଚ ୨୦୨୦ ରେ ପୁଣି ସୁମିତ୍ ଏବଂ ମୋର ମନ ପୁଣି ଥରେ ମିଶିବାକୁ ଲାଗିଲା ତାହା ପୁଣି ସୋସିଆଲ ମିଡ଼ିଆ ମାଧ୍ୟମରେ । ଧୀରେ ଧୀରେ ଆମର କଥା ବଢ଼ିବାକୁ ଲାଗିଲା। ଦୁହେଁ ଅତି କ୍ଳୋଜ ହେବାକୁ ଲାଗିଲୁ। ସୁମିତ୍ ମତେ ତାଙ୍କର ସବୁ ସିକ୍ରେଟ୍ କଥା କହୁଥିଲେ ଆଉ ମୁଁ ବି ତାଙ୍କୁ ମୋ ମନ କଥା କହୁଥିଲି । ଏବଂ ସୁମିତ୍ ମଧ୍ୟ ଜାଣିବାକୁ ପାଇଲେ ଯେ ମୁଁ ତାଙ୍କୁ ଭଲ ପାଏ ବୋଲି । ସୁମିତ୍ ଆଉ ମୁଁ ଧିରେ ଧିରେ ନିକଟତର ହେବାକୁ ଲାଗିଥିଲୁ।
ମୁଁ ସୁମିତ୍ ଙ୍କୁ ଯେତିକି ଭଲ ପାଉଥିଲି ତାର ସମାନ ଭାର ରେ ସୁମିତ୍ ମଧ୍ଯ ରିତୁ କୁ ସେତିକି ଭଲ ପାଉଥିଲେ। ଏଠି ଏକ ତ୍ରିକୋଣିଆ ଲଭ୍ ଷ୍ଟୋରି ର ଆରମ୍ଭ ହୋଇଗଲା । କିନ୍ତୁ ଅଜବ କଥା ହେଲା ଯେ, ରିତୁ ର ମେରେଜ୍ ହୋଇଯାଇଥିଲା ପରେ ମଧ୍ୟ ସୁମିତ୍ ରିତୁ କୁ ଭୁଲି ପାରୁନଥିଲେ ଏବଂ ସୁମିତ୍ ରିତୁ ଙ୍କ ସହ ଫୋନ୍ ରେ କଥା ବାର୍ତ୍ତା ହେଉଥିଲେ । ରିତୁ ର ମେସେଜ ଆସିଲେ ସୁମିତ୍ ଯେମିତି ଖୁସିରେ ପାଗଳ ହୋଇ ଯାଉଥିଲେ । ଏସବୁ ମୁଁ ଯେତେବେଳେ ଦେଖେ ମୋତେ ବହୁତ୍ କଷ୍ଟ ଅନୁଭବ ହୁଏ କିନ୍ତୁ ସବୁ ଜାଣି ମଧ୍ୟ ଚୁପ୍ ରହୁଥିଲି ଭାବିଲି ସୁମିତ୍ ଙ୍କ ମନ ଆଜି ନହେଲେ କାଲି ନିଶ୍ଚୟ ବଦଳିବ। ଏହି କଷ୍ଟ ଅନୁଭବ ପରେ ମୁଁ ଭାବିଲି ପ୍ରପୋଜ୍ କରିବି ନାହିଁ ଏବଂ ସୁମିତ୍ ଙ୍କ ଠାରୁ ଦୂରେଇ ରହିବି । ଯଦି ସେ ମୋତେ ପ୍ରକୃତ ଭଲ ପାଉଛନ୍ତି ତେବେ ସେ ମୋ ପାଖକୁ ନିଶ୍ଚୟ ଫେରିବେ। ଭାବେ କଣ କହି ବୁଝେଇବି ତାଙ୍କୁ। ବେଳେବେଳେ ଭାବେ ସୁମିତ୍ ଏବଂ ରିତୁ ଙ୍କ ମଝିରେ ଆଉ ଆସିବି ନାହିଁ । ଏହି ଦୁହିଙ୍କ ଜୀବନରୁ ଦୂରେଇ ଯିବି ।
ଠିକ୍ ସେ ସମୟ ରେ ସୁଶାନ୍ତ ବୋଲି ଅନ୍ୟ ଜଣେ ଚରିତ୍ର ଯିଏ ମୋତେ କଲେଜ୍ ସମୟରୁ ଭଲ ପାଉଥିଲା ସେ ମୋତେ ପ୍ରପୋଜ୍ କରିଲେ। ସୁମିତ୍ ଙ୍କୁ ଭୁଲି ପାରୁନଥିଲି କି ସୁଶାନ୍ତ ଙ୍କୁ ଗ୍ରହଣ କରିପାରୁନଥିଲି। କିନ୍ତୁ ସୁଶାନ୍ତ ର ବାଧ୍ୟକତା ଏବଂ ତାର ମୋ ପ୍ରତି ନିବିଡ ଭଲ ପାଇବା ଦେଖି ମନା କରିବି ନା ହଁ କରିବି ଭାବି ତାର ପ୍ରପୋଜ୍ କୁ ଗ୍ରହଣ କରିଲି। ତାର ପ୍ରପୋଜ୍ କୁ ହଁ କରିଲି ସତ ମୋ ମନ କେବଳ ସୁମିତ୍ ପାଖରେ ଥାଏ। ଭାବିଲି ସୁଶାନ୍ତ ଙ୍କ ଭଲ ପାଇବା ଗ୍ରହଣ କରି ସୁମିତ୍ ଙ୍କୁ ଭୁଲି ଯିବି । ହେଲେ ମୋ ପକ୍ଷେ ସୁମିତ୍ ଙ୍କୁ ଭୁଲିବା ଅସମ୍ଭବ ହେଲା । ପୁଣି ଭାବିଲି ସୁମିତ୍ ରିତୁ ସହ କଥା ହୁଅନ୍ତୁ କିନ୍ତୁ ସେ ମୋ ସହ ବିତେଇଥିବା ମୂଲ୍ୟବାନ ସମୟ ର ପ୍ରଭାବରେ ମୋ ପାଖକୁ ନିଶ୍ଚୟ ଫେରି ଆସିବେ ଏବଂ ସେ ମୋତେ ମୋ ଭଲ ପାଇବା କୁ ଚିହ୍ନିଵେ ।ଅନ୍ୟ ପକ୍ଷେ ସୁଶାନ୍ତ ସିନା ମୋତେ ଭଲ ପାଉଥିଲା ମୁଁ ତା ପ୍ରତି ସେତେ ସିରିଆସ ନଥିଲି। ସୁମିତ୍ ଙ୍କ ଠାରୁ ଦୂରରେ ରହିବା ପାଇଁ ଏମିତି ଏକ ସିଦ୍ଧାନ୍ତ ନେଇଥିଲି ଯେ ସେ ସିଦ୍ଧାନ୍ତ ପାଇଁ ବେଳେ ବେଳେ ମୋତେ ନିଜ ଉପରେ ଘୃଣା ବି ଲାଗୁଥିଲା । ମୁଁ ଏସବୁ ବାଧ୍ୟ ହୋଇ କରୁଥିଲି କେବଳ ସୁମିତ୍ ମୋ ପାଖକୁ ଫେରି ଆସନ୍ତୁ।
ଏମିତି କିଛି ଦିନ ପରେ ଭାବିଲି ସୁଶାନ୍ତ ସହ ଆଉ କଥା ହେବିନି । ଏମିତି କେତେଦିନ ମିଛ ଭଲ ପାଇବା ଆଉ ଛଳନା ଦେଖାଇ କାହିଁକି ସୁଶାନ୍ତ ଆଗରେ ମୁଁ ଦୋଷୀ ହେବି । ଧିରେ ଧିରେ କଥା ହେବା ମଧ୍ୟ ବନ୍ଦ କରିଦେଲି । କିଛି ଦିନ ପରେ ମୋ ସାଙ୍ଗ ମାନଙ୍କ ଦ୍ଵାରା ମୁଁ ଶୁଣିବାକୁ ପାଇଲି ଯେ ସୁମିତ୍ ଆଉ ରିତୁ ବର୍ତ୍ତମାନ କଥା ହେଉନାହାଁନ୍ତି। କିନ୍ତୁ ସୁମିତ୍ ମୋ ସହିତ ପୁର୍ବ ଭଳି କଥା ହେଉଥିଲା। ସୁମିତ୍ ବଦଳି ଗଲେ ବୋଲି ମୁଁ ବହୁତ୍ ଖୁସି ହେଲି । ଆମ ପ୍ରେମ ପୁର୍ବ ଭଳି ନିବିଡ ହେଉ ସେ ଚେଷ୍ଟାରେ ମୁଁ ଲାଗି ପଡ଼ିଲି । ଆମର ପୁରୁଣା ଭଲ ପାଇବା ତାଜା ହେବାକୁ ଲାଗିଲା ଏବଂ ତା ପର ଠାରୁ ମୁଁ ସୁମିତ୍ କୁ ହରେଇବା ପାଇଁ ଚାହୁଁ ନଥିଲି। ଏହି ପ୍ରେମ ଗାଡି କୁ ସ୍ପିଡ୍ କରିବାରେ ମୁଁ ବହୁତ୍ ଜୋର୍ ଦେଲି ।
ହେଲେ ମୁଁ ଥିଲି ପାଗିଳୀ ମୋର ଭାବନା ସବୁ ଭୁଲ ଥିଲା। ସବୁ ପ୍ଲାନ୍ ଭଣ୍ଡୁର ହେବାର ମୋତେ ଜଳ ଜଳ ହୋଇ ଦେଖା ଯାଉଥିଲା । ମୋ ସହିତ ପ୍ରେମ ସମ୍ପର୍କ ଥିଲା ସତ ? ମାତ୍ର ତାହା କେବଳ ଦେଖାଣିଆ। ଦିନେ ମୁଁ ଜାଣିବାକୁ ପାଇଲି ଯେ ସେ ଦୁହେଁ ଏବେ ମଧ୍ୟ ପରସ୍ପରକୁ ଭଲ ପାଆନ୍ତି । ଏସବୁ ଶୁଣିଲା ପରେ ମୋ ପାଦ ତଳୁ ମାଟି ଖସିଗଲା । ମୋ ସହ ଧୋକା ହେଉଛି ବୋଲି ମୋତେ ଠିକ୍ ଅନୁଭବ ହେଲା। ମୋତେ ବହୁତ୍ କଷ୍ଟ ହେଲା । ବହୁତ୍ କାନ୍ଦିଲି । ନିଜକୁ ବହୁତ୍ ଘୃଣା କରିଲି। ହାତକୁ କଷ୍ଟ ଦେଇ କେତେ ଥର କାନ୍ଥ କୁ ପିଟିଛି ତାହା ଅଗଣତି । କେତେ ରାତି ଲୁହ ଭିଜା ଅନିଦ୍ରା କଟିଛି ତାହାର ହିସାବ ନାହିଁ। ଘରେ ଅଳ୍ପ ସନ୍ଦେହ ଶଦ୍ଦ ରେ ପଚାରିଲେ କିନ୍ତୁ କାହାକୁ ତାର ଆଭାସ ହେବାକୁ ଦେଲିନି। ଭୋକ ଲାଗୁଥିଲେ ମଧ୍ୟ ନିଜକୁ ଭୋକରେ ରଖି ବହୁତ୍ କଷ୍ଟ ଦେଇଛି । କାହାକୁ କହିବି ? କାହାକୁ ସୁଣେଇବି ମୋ ବିରହ ହୃଦୟର ବ୍ୟଥା !!! ଦିନେ ଇଚ୍ଛା ହେଲା ସବୁଦିନ ପାଇଁ ଲିନ ହୋଇଯିବି ଏହି ମୋହ ମାୟା ସଂସାର ରୁ…………
If the contents are helpful to share them with your friends, Thanking You.
ତୋ ଅପେକ୍ଷାରେ..୧
ମୋ ଜୀବନ ର କିଛି ଅଭୁଲା ସ୍ମୃତି। ଯାହାକୁ କେବେ ଭୁଲି ପାରିବିନି କି ଭୁଲିବାକୁ ଚାହିଁଲେ ମଧ୍ୟ ଭୁଲି ହେବନି। ମୁଁ ଜାଣିଛି ଏହି ସ୍ମୃତି ମୋ ମନରୁ କେବେ ଲିଭିବ ନାହିଁ ଏବଂ ଏହା ସତ୍ୟ ଯେ ଏ ସ୍ମୃତି ସବୁ ଦିନ ମୋତେ ମନେ ପକେଇ ଦେଉଥିବ ଯେତେବେଳେ ସେମିତି କିଛି ପରିସ୍ଥିତି ଉତ୍ପନ୍ନ ହେବ । ଏହି ସ୍ମୃତି ରେ ମୋ ଖୁସି ସହିତ ଦୁଃଖ ଏବଂ ବ୍ୟକ୍ତିଗତ ରୂପେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଥିବା ଏକ ଅନନ୍ୟ ସ୍ମୃତି ।
ତେବେ ବିନା ସମୟ ନଷ୍ଟ ନ କରି ଆରମ୍ଭ କରିବା ପିଲା ଦିନରୁ ।
ଏହି କାହାଣୀ ରେ ତିନି ଜଣ ମୁଖ୍ୟ ଚରିତ୍ର ବିଷୟରେ ପଢ଼ିବାକୁ ପାଇବେ ଏବଂ ସେ ତିନି ଜଣକୁ ନେଇ ଏହି କାହାଣୀ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଲମ୍ବି ଚାଲିଛି। ପ୍ରଥମ ଚରିତ୍ର ହେଲେ ପୁଜା, ମୁଁ ନିଜେ। ଦେଖିବାକୁ କେମିତି ତାହା ଆପଣ ଜାଣି ପାରିବେ। ମୋ ବାପା ମୋ ଚେହେରା କୁ ଦେଖି ପ୍ରତ୍ୟେକ କାମ ଆରମ୍ଭ କରିଲେ ସେ ସଫଳ ହୁଅନ୍ତି ବୋଲି କୁହନ୍ତି। ଘରେ କେହି ଯଦି କୁଣିଆ ଆସନ୍ତି ସେ ମୋ ସୁନ୍ଦରତା ବିଷୟରେ ଚର୍ଚ୍ଚା କରିବାକୁ ବିଳମ୍ବ କରନ୍ତି ନାହିଁ । ଏମିତି ରେ ମୁଁ ବହୁତ୍ ଲକି। ମୋ ବିଷୟରେ ଯଦି କହି ଚାଲିବି ତେବେ ପୁରା କାହାଣୀ ମୋର ହିଁ ହେବ । ଆଗକୁ ପଢ଼ିବା, ଦ୍ଵିତୀୟ ଚରିତ୍ର ଙ୍କ ବିଷୟରେ ସେ ହେଉଛି ରିତୁ । ଦେଖିବାକୁ ଯେତିକି ସୁନ୍ଦର୍ ସେତେ ଚାଲାକ୍ ଏବଂ ସେ ମୋର ଘନିଷ୍ଠ ବନ୍ଧୁ ମଧ୍ୟ । ତୃତୀୟ ଜଣକ ହେଲେ ଯାହାକୁ ମୁଁ ହୃଦୟରୁ ଆଜି ପର୍ଯ୍ୟନ୍ତ ଭଲ ପାଇ ଆସିଛି ସେ ହେଉଛନ୍ତି ମୋର ମାଙ୍କଡ (ସୁମିତ୍)।
ଏହି କାହାଣୀ ପଞ୍ଚମ ଶ୍ରେଣୀ ରୁ ଆରମ୍ଭ ହୋଇ ଯାଇଥିଲା। ମୁଁ ଶ୍ରେଣୀ ର ଟପ୍ ଲେବେଲ୍ ର ଷ୍ଟୁଡେଣ୍ଟ୍ ନଥିଲି ସତ କିନ୍ତୁ ସୁମିତ୍ ସେ ଶ୍ରେଣୀ ରେ ଟପର୍ ଷ୍ଟୁଡେଣ୍ଟ୍ ଥିଲେ । ରିତୁ ମଧ୍ୟ ଆମ ଶ୍ରେଣୀରେ ପଢୁଥିଲା। ମୁଁ ସୁମିତ୍ ଙ୍କୁ ପଞ୍ଚମ ଶ୍ରେଣୀ ରୁ ମନ ଦେଇ ବସିଥିଲି କିନ୍ତୁ ମୁଁ ସୁମିତ୍ ଙ୍କୁ କହିପାରୁନଥିଲି। କାହିଁକି ନା ମୁଁ ଡରୁଥିଲି କାଳେ ସେ ମନା କରିଦେବେ । ଧୀରେ ଧୀରେ ସମୟ ବିତିବା ସହ ପଞ୍ଚମ ଶ୍ରେଣୀ ରୁ ଷଷ୍ଟ, ଷଷ୍ଟ୍ ରୁ ସପ୍ତମ ରେ ପହଞ୍ଚିଲୁ । ମୋ ମନ ରେ ଥିବା ସୁମିତ୍ ଙ୍କ ପ୍ରତି ଆଦର ଧୀରେ ଧୀରେ ଭଲପାଇବା ରେ ପରିଣତ ହେବାକୁ ଲାଗିଲା । କିନ୍ତୁ ସପ୍ତମ ଶ୍ରେଣୀ ରେ ମୁଁ ଜାଣିବାକୁ ପାଇଲି ସୁମିତ୍ ରିତୁ କୁ ଭଲ ପାଉଛନ୍ତି। ମୋର ଏତେ ଦିନର ଏକ ତରଫା ଭଲ ପାଇବା ଉପରେ ପୂର୍ଣ୍ଣଛେଦ ର ଆଭାସ ହେଉଥିଲା। ମୁଁ ପୁରା ଭାଙ୍ଗି ପଡ଼ିଲି । କାହାକୁ କହିବାକୁ ସାହାସ କରି ପାରୁନଥିଲି ଅବା କହିବି କେମିତି । ଏମିତି ପୁଣି ଚାଲିଲା ଆମ ପାଠପଢା ଏବଂ ସମସ୍ତେ ଅଷ୍ଟମ ଶ୍ରେଣୀ ରେ ପହଞ୍ଚିଲୁ।
ଏହି ସମୟ ରେ ରିତୁ ର ଅକସ୍ମାତ ଦୁର୍ଘଟଣା ଘଟିଲା। ରିତୁ ଆଈ ଘରେ ରହି ପଢୁଥାଏ ମାନେ ଆମ ଗାଁ ରେ। ସେହି ଦୁର୍ଘଟଣା ପରେ ସେ ନିଜ ଗାଁ କୁ ଫେରିଗଲା। ସେତେବେଳେ ସୁମିତ୍ ଙ୍କ ଭଲ ପାଇବା ରିତୁ ଙ୍କ ପ୍ରତି ବହୁତ ବଢ଼ି ଯାଇଥିଲ। ଏଠି ଅନ୍ୟ ଜଣେ ଚରିତ୍ର (ପିହୁ) ଯିଏ ସୁମିତ୍ ଆଉ ରିତୁ ଙ୍କୁ ଏକାଠି କରିବାରେ ସାହାଯ୍ୟ କରୁଥିଲା। ଏସବୁ ଜାଣିବା ପରେ ମୋ ନିଜ ଉପରେ ଏବଂ ଆଉ ମୋ ଭାଗ୍ୟ ଉପରେ ବହୁତ ଘୃଣା ଲାଗିଲା । ରିତୁ ଉପରେ କିମ୍ବା ସୁମିତ୍ ଉପରେ ରାଗିବାର ଅଧିକାର ନଥିଲା । କାହିଁକି ନା ସେମାନେ କେହିବି ଜାଣି ନଥିଲେ ଯେ ମୁଁ ସୁମିତ୍ ଙ୍କୁ ମନେ ମନେ ଭଲ ପାଉଥିଲି ବୋଲି। କିନ୍ତୁ ମତେ ସ୍ୱଳ୍ପ ଅନୁଭବ ହେଉଥିଲା ଯେ ଏ ସବୁ ରିତୁ ଜାଣିଛି ।
ରିତୁ ଏହି ଦୁର୍ଘଟଣା ପରେ ନିଜ ଗାଁ ରେ ରହି ପଢ଼ିବାକୁ ଲାଗିଲା। ସେତେବେଳେ ସୁମିତ୍ ଙ୍କ ଅବସ୍ଥା କଣ ଥିଲା ମୁଁ ଜାଣିନି କିନ୍ତୁ ରିତୁ ଗାଁ କୁ ଫେରିବା କଥା ଶୁଣି ଯେତିକି ମୁଁ ଖୁସି ଥିଲି ତାଠୁ ଅଧିକ ଦୁଃଖୀ ମଧ୍ଯ ଥିଲି । କାହିଁକି ନା ରିତୁ ମୋର ଘନିଷ୍ଠ ବନ୍ଧୁ ଥିଲା। ରିତୁ ଯିବା ପରେ କିଛି ଦିନ ଦୁଃଖ ଲାଗିଲା କିନ୍ତୁ ପୁଣି ମନ ବଦଳେଇ ପାଠ ପଢାରେ ଲାଗିଗଲି। ଅଷ୍ଟମ ରୁ ଦଶମ କେମିତି ହେଲା ଜଣାପଡ଼ିଲା ନାହିଁ କିନ୍ତୁ ମୋ ମନ ରେ ସୁମିତ୍ ଙ୍କ ପ୍ରତି ଭଲ ପାଇବା ସେମିତି ହିଁ ଥିଲା ।
ଦଶମ ଶ୍ରେଣୀ ପାସ୍ ହୋଇ +2 ରେ ପହଞ୍ଚିଲୁ । ମୋର ଆଉ ସୁମିତ୍ ଙ୍କ ଦେଖା ସାକ୍ଷାତ କମ୍ ହେବାକୁ ଲାଗିଲା। । କାରଣ ସୁମିତ୍ ତାଙ୍କ ସ୍ବପ୍ନ ପୂରଣ ପାଇଁ ବିଜ୍ଞାନ ବିଭାଗ ରେ ଯାଇ ଜଏନ କରିଥିଲେ ମାତ୍ର ମୁଁ କଳା ବିଭାଗ ରେ ଜଏନ କରିଲି। ସୁମିତ୍ ଙ୍କୁ ଦେଖିବାକୁ ବହୁତ୍ ଇଛା ଥିଲେ ମଧ୍ୟ ପ୍ରତ୍ୟେକ ସମୟରେ ସମ୍ଭବ ହେଉ ନଥିଲା । କେବେ କେମିତି ଦେଖିଲେ ଅଳ୍ପ କଥା ବାର୍ତ୍ତା ହେଉଥିଲୁ ତାହା ମଧ୍ୟ ସେତେ ବେଶୀ ସମୟ ପାଇଁ ନୁହଁ ମାତ୍ର ମୋତେ ସୁମିତ୍ ଙ୍କ କଥା ସବୁବେଳେ ମନେ ପଡୁଥାଏ। ଏମିତି ଏକ ତରଫା ଭଲ ପାଇବା କୁ ଜାବୁଡ଼ି ଧରି +2 ମଧ୍ୟ ଡେଇଁବାକୁ ଲାଗିଲା। ଇତି ମଧ୍ୟରେ ମୋତେ ବହୁତ୍ ଜଣ ପ୍ରପୋଜ୍ ମଧ୍ୟ କରିଥିଲେ ମାତ୍ର ମୁଁ କାହାର ପ୍ରପୋଜ୍ କୁ ଗ୍ରହଣ କରି ନଥିଲି କାରଣ ମୋ ମନ କେବଳ ସୁମିତ୍ ପାଖରେ ହିଁ ଥାଏ। କହି ପାରୁନଥିଲି ସତ ମୋର ବିଶ୍ୱାସ ଥିଲା ସେ ଦିନେ ନା ଦିନେ ମୋ ଭଲ ପାଇବା କୁ ଚିହ୍ନିବ ଏବଂ ମୋ ଭଲ ପାଇବା କୁ ସମ୍ମାନ ମଧ୍ୟ ଦେବ।
If the contents are helpful to share them with your friends, Thanking You.
ଚନ୍ଦ୍ରବିନ୍ଦୁ ସେ ସମ୍ପର୍କର
ଚନ୍ଦ୍ରବିନ୍ଦୁ ସେ ସମ୍ପର୍କର |
ଚନ୍ଦ୍ରବିନ୍ଦୁ ନୁହେଁ ତ ସେ
ଅଧୁରା କାହାଣୀ ର କବର…
ଫେରିବାକୁ ଚାହିଁଲେ ମଧ୍ୟ
ଫେରି ପାରିବୁନି ମୋ ମନକୁ…
କାରଣ ନାହିଁ ସେ ପ୍ରଶ୍ନ ର..
ଅଭିପ୍ରାୟ ନାହିଁ ସେ ସମୟର..
ଦୋଷ ଅବା କାହାକୁ ଦେବି…
ତୁ ଅବା କଣ କରିବୁ…
ନା ମୁଁ ଶ୍ରଦ୍ଧାଞ୍ଜଳି ହେବି…
ଭୁଲି ଯା ସେ ଅତୀତ କୁ
ଦୁଃଖ ପାଇ ସେ କଷ୍ଟ ର
ଭାଗୀଦାର ମୋତେ କରାଇବାକୁ
ଚେଷ୍ଟା କରେ ନାହିଁ…
କିଛି ରାସ୍ତା ନାହିଁ…
ଫେରିବାକୁ ସେ ସମୟକୁ…
ଭୁଲିବାକୁ ଚେଷ୍ଟା କର …
ନହେଲେ ଶେଷରେ ରହିଯିବ କେବଳ
ମୋର ଶେଷ ପ୍ରତିଶ୍ରୁତି ଟିକକ…
ନା ଦେଖିବି ତୋତେ…
ନା ଦେଖିବାର ଆଶା ଅଛି..
ନା ମୋର ଅଧିକାର…
ନା ଇଚ୍ଛା ଅଛି ମୋର…
ସମୟକୁ ସିନା ମୁଁ ମିଛ କହିପାରେ
କିନ୍ତୁ ନିଜ ବିବେକ କୁ ମିଛ କହି
କେତେଦିନ ଆଉ ବଞ୍ଚିବି…
ନା ଆଶା ଅଛି
ନା ଅଭିଳାଷା,
କିନ୍ତୁ ଜାଣିଛି ଦେଖା ହେବ ନିଶ୍ଚୟ ତୋର ମୋର
ସେଦିନ ତୋ ଲୁହ ଝରୁଥିବ
ଏବଂ ମୁଁ ଶାନ୍ତିରେ ଚିତା ଉପରେ ଶୋଇଥିବି….
ସେଦିନ ପ୍ରକୃତରେ
ଚନ୍ଦ୍ରବିନ୍ଦୁ ପଡିଯିବ ସେ ବାସ୍ତବ ସମ୍ପର୍କ ର……
ସନ୍ତୋଷ କୁମାର ସାହୁ (ଲେଖକ)
If the contents are helpful to share them with your friends, Thanking You.
ପୁରୁଣା ସ୍କୁଟର
ଆଜି ଦୁଇ ରୁ ତିନି ଜଣ ଲୋକ ଆସି ଘରେ ପହଞ୍ଚି ଛନ୍ତି। କାରଣ କାଳୀଚରଣ ବାବୁ ଙ୍କ ପୁରୁଣା ସ୍କୁଟର କୁ କିଣିବା ପାଇଁ । କିଛି ଦିନ ପୂର୍ବେ କାଳୀଚରଣ ବାବୁ ଙ୍କ ପୁଅ ରାନୁ ଟିଭି ରେ ପ୍ରଚାର ଦେଖିଥିଲା ଯେ । ଯାହା ଘରେ 2000 ମସିହା ପୂର୍ବରୁ ପୁରୁଣା ସ୍କୁଟର ଅଛି ତାକୁ ଯଦି ଆପଣ ବିକ୍ରି କରିବେ ତେବେ କିଛି ପ୍ରମୁଖ କମ୍ପାନୀ ସେ ସ୍କୁଟର ବଦଳରେ ଲକ୍ଷାଧିକ ଟଙ୍କା ଦେବେ ବୋଲି କହିଛନ୍ତି । ରାନୁ ସେମାନଙ୍କୁ ଖବର ଦେଲା ପରେ ସେ ପ୍ରମୁଖକମ୍ପାନୀ ର ଲୋକମାନେ ଆଜି ଆସି ପହଂଚି ଛନ୍ତି।