ତୋ ଅପେକ୍ଷାରେ..ଶେଷ

#pujabishoyi,#waitinglast,#wait,#puja,#bhuyansblog,
To Apekhyare

ରିତୁ ମେରେଜ୍ ପୂର୍ବରୁ ସୁମିତ୍ ବଦଳରେ ଅନ୍ୟ ଏକ ପୁଅ କୁ ଭଲ ପାଉଥିଲେ । ତାପରେ ରିତୁ ର ପୂର୍ବ ପ୍ରେମିକ ବିଷୟରେ ସତ ଜାଣିବାକୁ ଇଚ୍ଛା ରଖିଲି। ଆକାଶ ଙ୍କ ମାଧ୍ୟମ ରେ ସେ ପ୍ରେମିକ ର ଫୋନ୍ ନମ୍ବର୍ ପାଇଲି ଏବଂ ତାଙ୍କ ସହ କଥା ହୋଇ ଯାହା ସବୁ ଜାଣିବାକୁ ପାଇଲି ସେସବୁ ଭାଇ ଙ୍କୁ ଜଣାଇଲି। ତାପରେ ଭାଇ ମଧ୍ୟ ରିତୁ ମେରେଜ୍ ପୂର୍ବରୁ ଯାହା ସବୁ କରିଥିଲା ସବୁ ସତ ସତ କହିବାକୁ ଲାଗିଲେ । ଭାଇ ଙ୍କୁ ପଚାରିଲି ତମେ ଯଦି ସବୁ ସତ ଜାଣିଥିଲ ତେବେ ମୋତେ ଲୁଚେଇଲ କାହିଁକି ? ଭାଇ କହିଲେ ତୁ ଜାଣିଥିଲେ ରାଗି କି କାହା ଆଗରେ ମଧ୍ୟ କହିଦେଇଥାନ୍ତୁ । ଆଉ ତା ସ୍ବାମୀ ଯଦି ଏସବୁ ଜାଣେ ତେବେ ତାର ବୈବାହିକ ଜୀବନ ନଷ୍ଟ ହୋଇଯିବ । ସେଥି ପାଇଁ ମୁଁ ତୋତେ କହୁ ନଥିଲି ।

ଏତିକି ଶୁଣି ମୋର ମୁଣ୍ଡ କାମ କରୁ ନଥାଏ । ଏସବୁ ପରେ ମୁଁ ରିତୁ ଙ୍କ ସହ କଥା ହେବାକୁ ଈଛା କରିଲି । ସେ ଯଦି ସୁମିତ୍ ଙ୍କୁ ଭଲ ପାଉ ନଥିଲେ ତେବେ ମିଛ ପ୍ରେମ ର ଆଶ୍ଵାସନା ସୁମିତ୍ କାହିଁକି ଦେଇ ଆସୁଥିଲେ ? ଦିନେ ମୁଁ ସୁମିତ୍ ଙ୍କ ଅନୁମତି ନେଇ ରିତୁ ସହ କଥା ହେଲି । ରିତୁ ର କଥା ରୁ ଶୁଣି ପୁଣି ମୋ ମୁଣ୍ଡ ଖରାପ। ସେ କହିଲା ସେ ସତ ରେ ସୁମିତ୍ ଙ୍କୁ ଭୁଲି ସାରିଲେଣି ଏବଂ ରିତୁ ସୁମିତ୍ ସହିତ କଥା ହେବାକୁ ଚାହୁଁ ନଥିଲେ ମଧ୍ୟ ସୁମିତ୍ ତାଙ୍କ ସହ ବଧ୍ୟକତା ରୂପେ କଥା ହେଉଛନ୍ତି ଏବଂ ତାଙ୍କୁ ବହୁତ୍ ବିରକ୍ତ କରୁଛନ୍ତି। ବାରମ୍ଵାର କଲ୍ କରି ହଇରାଣ କରନ୍ତି।

ମୁଁ ମୁଣ୍ଡରେ ହାତ ଦେଇ ବସିଲି !! କଣ ଏ ସବୁ ଚାଲିଛି?? ସୁମିତ୍ ଦୋଷ ଦେବି ନା ରିତୁ କୁ ?? ନା ମୁଁ ନିଜେ ଦୋଷୀ ମୁଁ ପାଗଳ ସଦୃଶ୍ୟ ହୋଇଗଲି । ପୁଣି ଏକ ଘୋର ଦୁଃଖ ସମୟ ଭିତରକୁ ଗଲା ଭଳି ମୋତେ ଅନୁଭବ ହେଲା । ଯାତ୍ରା ଆଉ ନାଟକ ମାଧ୍ୟମରେ ରଙ୍ଗମଞ୍ଚ ରେ କାହାଣୀ ଦେଖିଥିଲି କିନ୍ତୁ ମୋ ଜୀବନର ରଙ୍ଗ ମଞ୍ଚ ସବୁଠୁ ଅଲଗା ଏବଂ ନିଆରା। ମୁଁ ମୋ ଭଲ ପାଇବା କୁ ହାସଲ କରିବା ପାଇଁ ଏବେ ମଧ୍ୟ ଜିବନ ଯୁଦ୍ଧରେ ହାର ମାନିନୀ । ଜାଣିନି କଣ ହେବ ଆଗକୁ ? କଣ ଅଛି ମୋ ଭାଗକୁ ? କେତେ ଦୁଃଖ ବଦଳରେ ଆଉ କେତେ ସୁଖ ମୋ ଭାଗ୍ୟରେ ଅଛି ତାହା ମଧ୍ୟ ମୋତେ ଅଜଣା । ଆଜି ମଧ୍ୟ ସୁମିତ୍ ମୋ ସହ ପ୍ରେମ ସମ୍ପର୍କ ରେ ଅଛନ୍ତି । କେବେ କେବେ ସୁମିତ୍ ଙ୍କୁ ରିତୁ କଥା ମନେ ପଡିଲେ ସେ ମତେ ଉପେକ୍ଷା କରି କୁହନ୍ତି । ସେତେବେଳେ ମୁଁ ହସ ର ଚେହେରା ଦେଇ ଭିତରେ ବହୁତ୍ କାନ୍ଦେ । ହୃଦୟ କୁ ତ ବହୁତ୍ ବାଧେ । କଷ୍ଟ ହୁଏ କିନ୍ତୁ ସୁମିତ୍ କୁ ଜଣାଇ ବାକୁ ଚେଷ୍ଟା କରେ ନାହିଁ କି ତାଙ୍କୁ ଅନୁଭବ ହେବାକୁ ଦିଏ ନାହିଁ । ଏତେ ସବୁ କଥା ଜାଣିବା ପରେ ମଧ୍ୟ ମୁଁ ତାଙ୍କୁ ଖୁସି ଦେବାକୁ ଚେଷ୍ଟା କରୁଛି ।

ସେ ରିତୁ କୁ ତ ଭୁଲି ପାରୁନାହାଁନ୍ତି ବୋଲି କହି ଦିଅନ୍ତି କିନ୍ତୁ ସେ କେବେ ଚେଷ୍ଟା କରନ୍ତି ନାହିଁ ଯେ ମୋତେ କେତେ କଷ୍ଟ ହୁଏ ?? କିଏ ଭଲ ! ଆଉ କିଏ ଖରାପ! ସେ ବିଷୟରେ ମୁଁ ସୁମିତ୍ ଙ୍କୁ ସବୁ ସତ କହିବାକୁ ଚାହେଁ କିନ୍ତୁ ପୁଣି ଫେରି ଆସେ । କାରଣ ସୁମିତ୍ ବର୍ତ୍ତମାନ ନିଜ ଜୀବନରେ ଆଗକୁ ବଢିବା ପାଇଁ ଚେଷ୍ଟା ରେ ଲାଗି ପଡିଛନ୍ତି ଏବଂ ମୁଁ ମଧ୍ୟ ଚାହେଁ ସେ ସଫଳ ହୁଅନ୍ତୁ। ଯଦି ମୁଁ ସତ କହିଦିଏ ତେବେ ମଧ୍ୟ ସେ ମୋ ଠାରୁ ଅଧିକା ରିତୁ ଙ୍କୁ ବିଶ୍ୱାସ କରନ୍ତି ।

ଏହା ଥିଲା ଗତ କିଛି ମାସ ତଳର ଘଟଣା । ବର୍ତ୍ତମାନ ସେ ଧିରେ ଧିରେ ବଦଳିବା ରେ ଲାଗିଛନ୍ତି । ମୋ ଜୀବନରେ ପୁଣି ଏକ ନିବିଡ ପ୍ରେମ ସଂପର୍କ ର ନୂଆ ବସନ୍ତ ଋତୁର ଆଗମନ ହୋଇଛି । ସେ ଧିରେ ଧିରେ ରିତୁ କୁ ଭୁଲିବାକୁ ଚେଷ୍ଟା କରୁଛନ୍ତି । ମୁଁ ମଧ୍ୟ ତାହା ଚାହେଁ ସେ ମୋ ଜୀବନ କୁ ଫେରି ଆସନ୍ତୁ ଏବଂ ମୋ ପ୍ରେମ କୁ ସମ୍ମାନ ଦିଅନ୍ତୁ ।

ଚେଷ୍ଟା ଚାଲିଛି ଯେତେ ଦିନ ପର୍ଯ୍ୟନ୍ତ ଏ ଦେହରେ ଜୀବନ ଅଛି ସେତେ ଦିନ ପର୍ଯ୍ୟନ୍ତ ମୋ ପ୍ରେମ କୁ ହାସଲ କରିବା ପାଇଁ ଚେଷ୍ଟା କରିବି। ଆଉ ଯେଉଁ ଦିନ ହାରିଯିବି ବୋଧ ହୁଏ ସେଦିନ ଦୁନିଆ ରୁ ପୂଜା ର ନାମ ଏବଂ ଏ ଶାଶ୍ଵତ ପ୍ରେମ ସବୁ ଦିନ ପାଇଁ ଲିଭିଯିବ । ଅପେକ୍ଷା କରିଛି କିଛି ଭଲ ହେବାର ଆଶା ମଧ୍ୟ ଅଛି । ଏହି ଭଳି ଭାବେ ଆମ ସମ୍ପର୍କ ର ଗାଡି ଚାଲିଛି ଆଗକୁ କଣ ହେବ ମୁଁ ମଧ୍ୟ ଜାଣିନି କେବଳ ମୋ ଭଲ ପାଇବା କୁ ମୁଁ ବିଶ୍ୱାସ କରି ଚାଲିଛି। ଆଶା ଏବଂ ବିଶ୍ୱାସ ଅଛି ମୋ ସୁମିତ୍ ଉପରେ ସେ ନିଶ୍ଚୟ ବଦଳିବେ ଏବଂ ଆଗାମୀ ଭବିଷ୍ୟତ ରେ ସବୁ କିଛି ଠିକ୍ ହୋଇଯିବ ଏବଂ ମୋତେ ଗ୍ରହଣ କରିବେ ।

ଏହି କାହାଣୀ ପୂଜା ଙ୍କ ହୃଦୟରୁ ବର୍ଣ୍ଣିତ…….

ପୂଜା ବିଷୋୟୀ (ଲେଖିକା)

  • ଲେଖନୀ କଳା ଏବଂ ସମ୍ପାଦନ ପାଇଁ ମୋ ଘନିଷ୍ଠ ବନ୍ଧୁ ସୁନିତା କୁମାରୀ ପ୍ରଧାନ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

  • ଏହି କାହାଣୀର ପଠନ ପରେ କିଛି ମୂଲ୍ୟବାନ ବାକ୍ୟ ସହିତ କମେଣ୍ଟ ବକ୍ସ ରେ ମତାମତ ଦେବାକୁ ଅନୁରୋଧ।

  • Bhuyansblog.com ସଂସ୍ଥାପକ ଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଏହି କାହାଣୀକୁ ସ୍ଥାନ ଦେଇ ଥିବାରୁ ।

If the contents are helpful to share them with your friends, Thanking You.

3 Responses

  1. ମୋ ମତ ରେ ବାହା ଘର ପୂର୍ବରୁ bachelor ଜୀବନରେ ପୁଅ ହଉ ଅବା ଝିଅ ଜାହା ଥିଲା ସେ ସବୁ ଭୁଲି ବିବାହ ବନ୍ଧନ ରେ ବାନ୍ଧି ହେଲା ପରେ ସବୁ ଛାଡି ଦେଇ ନିଜ ସ୍ୱାମି ଆଉ ନିଜ ପରିବାରକୁ ଧ୍ୟାନ ଦେବା ଦରକାର ଯଦି ସେ ପୁରୁଣା ସମ୍ପର୍କ ସହ ସଂଯୋଗ ରଖେ ବର୍ତ୍ତମାନ୍ ସମ୍ପର୍କ ଉପରେ ପ୍ରଭାବ ପଡିବ ଯଦି ତା ସ୍ୱାମୀ ଜାଣେ ତ୍ ନିଜ ଜୀବନ ସହ ଆଉ 2 ଜୀବନ ନଷ୍ଟ ହେଇଯିବ ଦୟାକରି ସେହି ସବୁ ଭୁଲି ନିଜ ଭବିଷ୍ୟତ ନିଜେ ଗାଢ଼ ଅତୀତ କଥା (ignore ) କର ଯାହା ହେଲା ଛାଡ ଏବେ କେମିତି ନିଜ ପରିବାର କୁ ଖୁସି ଦେଇପାରିବ ସେଟା ଚିନ୍ତାକର

  2. ବହୁତ୍ ସୁନ୍ଦର ଆପଣଙ୍କ ମତାମତ । ପବିତ୍ର ସମ୍ପର୍କରେ ବାନ୍ଧି ହେବା ପରେ, ଅନ୍ୟତ୍ର ସମ୍ପର୍କ ସହିତ ଯୋଡି ହେବା ଖରାପ ପ୍ରଭାବ ପଡ଼ିବ ଏହା ଶତ ପ୍ରତିଶତ ପ୍ରାମାଣିକ। ଧନ୍ୟବାଦ, ମତାମତ ଦେଇଥିବା ବନ୍ଧୁଙ୍କୁ। ଏମିତି ଏହି ସାଇଟ୍ ରେ ଅନ୍ୟ ସବୁ ଗଳ୍ପ କୁ ପାଠ କରି ଆପଣଙ୍କ ମୂଲ୍ୟବାନ ମତାମତ ରଖିବାକୁ ମୁଁ ଆଶା ରଖୁଛି ଏବଂ ଅପେକ୍ଷାରତ। ପୁଣି ଥରେ ଧନ୍ୟବାଦ ଆପଣଙ୍କୁ।

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading