ତୋ ଅପେକ୍ଷାରେ..ଶେଷ

#pujabishoyi,#waitinglast,#wait,#puja,#bhuyansblog,
To Apekhyare

ରିତୁ ମେରେଜ୍ ପୂର୍ବରୁ ସୁମିତ୍ ବଦଳରେ ଅନ୍ୟ ଏକ ପୁଅ କୁ ଭଲ ପାଉଥିଲେ । ତାପରେ ରିତୁ ର ପୂର୍ବ ପ୍ରେମିକ ବିଷୟରେ ସତ ଜାଣିବାକୁ ଇଚ୍ଛା ରଖିଲି। ଆକାଶ ଙ୍କ ମାଧ୍ୟମ ରେ ସେ ପ୍ରେମିକ ର ଫୋନ୍ ନମ୍ବର୍ ପାଇଲି ଏବଂ ତାଙ୍କ ସହ କଥା ହୋଇ ଯାହା ସବୁ ଜାଣିବାକୁ ପାଇଲି ସେସବୁ ଭାଇ ଙ୍କୁ ଜଣାଇଲି। ତାପରେ ଭାଇ ମଧ୍ୟ ରିତୁ ମେରେଜ୍ ପୂର୍ବରୁ ଯାହା ସବୁ କରିଥିଲା ସବୁ ସତ ସତ କହିବାକୁ ଲାଗିଲେ । ଭାଇ ଙ୍କୁ ପଚାରିଲି ତମେ ଯଦି ସବୁ ସତ ଜାଣିଥିଲ ତେବେ ମୋତେ ଲୁଚେଇଲ କାହିଁକି ? ଭାଇ କହିଲେ ତୁ ଜାଣିଥିଲେ ରାଗି କି କାହା ଆଗରେ ମଧ୍ୟ କହିଦେଇଥାନ୍ତୁ । ଆଉ ତା ସ୍ବାମୀ ଯଦି ଏସବୁ ଜାଣେ ତେବେ ତାର ବୈବାହିକ ଜୀବନ ନଷ୍ଟ ହୋଇଯିବ । ସେଥି ପାଇଁ ମୁଁ ତୋତେ କହୁ ନଥିଲି ।

ଏତିକି ଶୁଣି ମୋର ମୁଣ୍ଡ କାମ କରୁ ନଥାଏ । ଏସବୁ ପରେ ମୁଁ ରିତୁ ଙ୍କ ସହ କଥା ହେବାକୁ ଈଛା କରିଲି । ସେ ଯଦି ସୁମିତ୍ ଙ୍କୁ ଭଲ ପାଉ ନଥିଲେ ତେବେ ମିଛ ପ୍ରେମ ର ଆଶ୍ଵାସନା ସୁମିତ୍ କାହିଁକି ଦେଇ ଆସୁଥିଲେ ? ଦିନେ ମୁଁ ସୁମିତ୍ ଙ୍କ ଅନୁମତି ନେଇ ରିତୁ ସହ କଥା ହେଲି । ରିତୁ ର କଥା ରୁ ଶୁଣି ପୁଣି ମୋ ମୁଣ୍ଡ ଖରାପ। ସେ କହିଲା ସେ ସତ ରେ ସୁମିତ୍ ଙ୍କୁ ଭୁଲି ସାରିଲେଣି ଏବଂ ରିତୁ ସୁମିତ୍ ସହିତ କଥା ହେବାକୁ ଚାହୁଁ ନଥିଲେ ମଧ୍ୟ ସୁମିତ୍ ତାଙ୍କ ସହ ବଧ୍ୟକତା ରୂପେ କଥା ହେଉଛନ୍ତି ଏବଂ ତାଙ୍କୁ ବହୁତ୍ ବିରକ୍ତ କରୁଛନ୍ତି। ବାରମ୍ଵାର କଲ୍ କରି ହଇରାଣ କରନ୍ତି।

ମୁଁ ମୁଣ୍ଡରେ ହାତ ଦେଇ ବସିଲି !! କଣ ଏ ସବୁ ଚାଲିଛି?? ସୁମିତ୍ ଦୋଷ ଦେବି ନା ରିତୁ କୁ ?? ନା ମୁଁ ନିଜେ ଦୋଷୀ ମୁଁ ପାଗଳ ସଦୃଶ୍ୟ ହୋଇଗଲି । ପୁଣି ଏକ ଘୋର ଦୁଃଖ ସମୟ ଭିତରକୁ ଗଲା ଭଳି ମୋତେ ଅନୁଭବ ହେଲା । ଯାତ୍ରା ଆଉ ନାଟକ ମାଧ୍ୟମରେ ରଙ୍ଗମଞ୍ଚ ରେ କାହାଣୀ ଦେଖିଥିଲି କିନ୍ତୁ ମୋ ଜୀବନର ରଙ୍ଗ ମଞ୍ଚ ସବୁଠୁ ଅଲଗା ଏବଂ ନିଆରା। ମୁଁ ମୋ ଭଲ ପାଇବା କୁ ହାସଲ କରିବା ପାଇଁ ଏବେ ମଧ୍ୟ ଜିବନ ଯୁଦ୍ଧରେ ହାର ମାନିନୀ । ଜାଣିନି କଣ ହେବ ଆଗକୁ ? କଣ ଅଛି ମୋ ଭାଗକୁ ? କେତେ ଦୁଃଖ ବଦଳରେ ଆଉ କେତେ ସୁଖ ମୋ ଭାଗ୍ୟରେ ଅଛି ତାହା ମଧ୍ୟ ମୋତେ ଅଜଣା । ଆଜି ମଧ୍ୟ ସୁମିତ୍ ମୋ ସହ ପ୍ରେମ ସମ୍ପର୍କ ରେ ଅଛନ୍ତି । କେବେ କେବେ ସୁମିତ୍ ଙ୍କୁ ରିତୁ କଥା ମନେ ପଡିଲେ ସେ ମତେ ଉପେକ୍ଷା କରି କୁହନ୍ତି । ସେତେବେଳେ ମୁଁ ହସ ର ଚେହେରା ଦେଇ ଭିତରେ ବହୁତ୍ କାନ୍ଦେ । ହୃଦୟ କୁ ତ ବହୁତ୍ ବାଧେ । କଷ୍ଟ ହୁଏ କିନ୍ତୁ ସୁମିତ୍ କୁ ଜଣାଇ ବାକୁ ଚେଷ୍ଟା କରେ ନାହିଁ କି ତାଙ୍କୁ ଅନୁଭବ ହେବାକୁ ଦିଏ ନାହିଁ । ଏତେ ସବୁ କଥା ଜାଣିବା ପରେ ମଧ୍ୟ ମୁଁ ତାଙ୍କୁ ଖୁସି ଦେବାକୁ ଚେଷ୍ଟା କରୁଛି ।

ସେ ରିତୁ କୁ ତ ଭୁଲି ପାରୁନାହାଁନ୍ତି ବୋଲି କହି ଦିଅନ୍ତି କିନ୍ତୁ ସେ କେବେ ଚେଷ୍ଟା କରନ୍ତି ନାହିଁ ଯେ ମୋତେ କେତେ କଷ୍ଟ ହୁଏ ?? କିଏ ଭଲ ! ଆଉ କିଏ ଖରାପ! ସେ ବିଷୟରେ ମୁଁ ସୁମିତ୍ ଙ୍କୁ ସବୁ ସତ କହିବାକୁ ଚାହେଁ କିନ୍ତୁ ପୁଣି ଫେରି ଆସେ । କାରଣ ସୁମିତ୍ ବର୍ତ୍ତମାନ ନିଜ ଜୀବନରେ ଆଗକୁ ବଢିବା ପାଇଁ ଚେଷ୍ଟା ରେ ଲାଗି ପଡିଛନ୍ତି ଏବଂ ମୁଁ ମଧ୍ୟ ଚାହେଁ ସେ ସଫଳ ହୁଅନ୍ତୁ। ଯଦି ମୁଁ ସତ କହିଦିଏ ତେବେ ମଧ୍ୟ ସେ ମୋ ଠାରୁ ଅଧିକା ରିତୁ ଙ୍କୁ ବିଶ୍ୱାସ କରନ୍ତି ।

ଏହା ଥିଲା ଗତ କିଛି ମାସ ତଳର ଘଟଣା । ବର୍ତ୍ତମାନ ସେ ଧିରେ ଧିରେ ବଦଳିବା ରେ ଲାଗିଛନ୍ତି । ମୋ ଜୀବନରେ ପୁଣି ଏକ ନିବିଡ ପ୍ରେମ ସଂପର୍କ ର ନୂଆ ବସନ୍ତ ଋତୁର ଆଗମନ ହୋଇଛି । ସେ ଧିରେ ଧିରେ ରିତୁ କୁ ଭୁଲିବାକୁ ଚେଷ୍ଟା କରୁଛନ୍ତି । ମୁଁ ମଧ୍ୟ ତାହା ଚାହେଁ ସେ ମୋ ଜୀବନ କୁ ଫେରି ଆସନ୍ତୁ ଏବଂ ମୋ ପ୍ରେମ କୁ ସମ୍ମାନ ଦିଅନ୍ତୁ ।

ଚେଷ୍ଟା ଚାଲିଛି ଯେତେ ଦିନ ପର୍ଯ୍ୟନ୍ତ ଏ ଦେହରେ ଜୀବନ ଅଛି ସେତେ ଦିନ ପର୍ଯ୍ୟନ୍ତ ମୋ ପ୍ରେମ କୁ ହାସଲ କରିବା ପାଇଁ ଚେଷ୍ଟା କରିବି। ଆଉ ଯେଉଁ ଦିନ ହାରିଯିବି ବୋଧ ହୁଏ ସେଦିନ ଦୁନିଆ ରୁ ପୂଜା ର ନାମ ଏବଂ ଏ ଶାଶ୍ଵତ ପ୍ରେମ ସବୁ ଦିନ ପାଇଁ ଲିଭିଯିବ । ଅପେକ୍ଷା କରିଛି କିଛି ଭଲ ହେବାର ଆଶା ମଧ୍ୟ ଅଛି । ଏହି ଭଳି ଭାବେ ଆମ ସମ୍ପର୍କ ର ଗାଡି ଚାଲିଛି ଆଗକୁ କଣ ହେବ ମୁଁ ମଧ୍ୟ ଜାଣିନି କେବଳ ମୋ ଭଲ ପାଇବା କୁ ମୁଁ ବିଶ୍ୱାସ କରି ଚାଲିଛି। ଆଶା ଏବଂ ବିଶ୍ୱାସ ଅଛି ମୋ ସୁମିତ୍ ଉପରେ ସେ ନିଶ୍ଚୟ ବଦଳିବେ ଏବଂ ଆଗାମୀ ଭବିଷ୍ୟତ ରେ ସବୁ କିଛି ଠିକ୍ ହୋଇଯିବ ଏବଂ ମୋତେ ଗ୍ରହଣ କରିବେ ।

ଏହି କାହାଣୀ ପୂଜା ଙ୍କ ହୃଦୟରୁ ବର୍ଣ୍ଣିତ…….

ପୂଜା ବିଷୋୟୀ (ଲେଖିକା)

  • ଲେଖନୀ କଳା ଏବଂ ସମ୍ପାଦନ ପାଇଁ ମୋ ଘନିଷ୍ଠ ବନ୍ଧୁ ସୁନିତା କୁମାରୀ ପ୍ରଧାନ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

  • ଏହି କାହାଣୀର ପଠନ ପରେ କିଛି ମୂଲ୍ୟବାନ ବାକ୍ୟ ସହିତ କମେଣ୍ଟ ବକ୍ସ ରେ ମତାମତ ଦେବାକୁ ଅନୁରୋଧ।

  • Bhuyansblog.com ସଂସ୍ଥାପକ ଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଏହି କାହାଣୀକୁ ସ୍ଥାନ ଦେଇ ଥିବାରୁ ।

If the contents are helpful to share them with your friends, Thanking You.

ତୋ ଅପେକ୍ଷାରେ..3

#pujabishoyi,#wait,#waiting3,#puja,#bhuyansblog,
To Apekhyare..3

ପୁଣି ଭାବିଲି ନିଜକୁ ଲୀନ କରି ଦୁନିଆ ଆଗରେ କଳଙ୍କ ର ନାମ ନେଇ ମୋ ବାପା ମା ଙ୍କ ନାମ କାହିଁକି ଖରାପ କରିବି। ମୋ ପାଇଁ ମୋ ପରିବାର କୁ ଟାହି ଟାପରା ଶିକାର ହେବାକୁ କାହିଁକି ସୁଯୋଗ ଦେବି। କିଛି ଦିନ ଏମିତି ବିତିଗଲା। ଏହି କିଛି ଦିନ ଭିତରେ ମୋତେ ସୁମିତ୍ ବହୁତ୍ ଥର କଲ୍ କରିଛନ୍ତି କିନ୍ତୁ ମୋ ଦୁଃଖର ତିଳେ ମାତ୍ର ଅନୁଭବ ତାଙ୍କୁ ଜଣା ପଡ଼ିଲା ନାହିଁ। ସବୁଦିନ ଭଳି ଦିନେ ମୋ ଜୀବନରେ ନୂଆ ପରିବର୍ତ୍ତନ ଆସିଲା। ରାତି ପାହି ସକାଳ ହେଲା ପରେ ନୂଆ ସୂର୍ଯ୍ୟ କିରଣ ର ଆଲୋକ ପରି ମୁଁ ମଧ୍ୟ ମୋ ମନକୁ ବୁଝେଇ ଦେଲି । ଭାବିଲି ଭଗବାନ ଙ୍କ ପାଖେ ଯାଇ ନିଜ ଦୋଷ କୁ ସ୍ବୀକାର କରି ମୋ ଅତୀତ କୁ ଭୁଲିଯିବି ବୋଲି ଶପଥ କରି ଆସିବି । କିନ୍ତୁ ସବୁ ଓଲଟା ହୋଇଗଲା ପୁଣି ସେ ସୁମିତ୍ ଙ୍କ ଗୁଲୁ ଗୁଲିଆ ଚେହେରା ମୋ ଆଖି ଆଗରେ ନାଚି ଉଠିଲା। ଭଗବାନ ଙ୍କ ପାଖକୁ ଗଲି ନାହିଁ। ନିଜକୁ ଏମିତି ବଦଳେଇବା ଚେଷ୍ଟାରେ ଲାଗି ପଡ଼ିଲି।

ସେତେବେଳେ ମୁଁ ଅନୁତାପ କରିଲି ଯେ । ଭଗବାନ ସବୁ ଜାଣନ୍ତି । ସେ ଭଲ ପାଇବା ହେଉ ଅବା ଧୋକା ହେଉ, ତାଙ୍କ ନିକିତିରେ ସମସ୍ତଙ୍କ ସୁଖ ଏବଂ ଦୁଃଖ ସମତୁଲ କରି ରଖିଥାନ୍ତି । ଦିନେ ମୁଁ ସୁଶାନ୍ତ ଙ୍କ ସହ ଏମିତି ଧୋକା କରିଥିଲି । ସେଥିପାଇଁ ଆଜି ମୋ ସହିତ ଏମିତି ହେଲା । ଆଉ ବେଳେ ବେଳେ ଭାବେ ସୁଶାନ୍ତ ଙ୍କ ପ୍ରତି ସେତେ ଭଲ ପାଇବା ନଥିଲା କିନ୍ତୁ ମୁଁ ସୁମିତ୍ କୁ ଛୋଟ ବେଳୁ ହିଁ ଭଲ ପାଇ ଆସିଛି। ତେବେ ମୋ ଭଲ ପାଇବା କୁ ଭଗବାନ କାହିଁକି ଚିହ୍ନି ପାରିଲେ ନାହିଁ ଏବଂ ମୋ ସହିତ କାହିଁକି ଏମିତି ହେଉଥିଲା। ସତ କହେ ମୁଁ ସୁମିତ୍ ଙ୍କୁ ଛାଡି ରହି ପାରୁ ନଥିଲି ।

ପୁଣି ପହଞ୍ଚିଲି ସୁମିତ୍ ପାଖରେ ମୋ ଭଲ ପାଇବା ଆଶା ନେଇ । ତାଙ୍କୁ ପ୍ରଶ୍ନ କରିଲି ? ସେ ଉତ୍ତର ରେ ସର୍ତ୍ତ ରଖି କହିଲେ ଯେ ସେ ରିତୁ ଙ୍କୁ ଏବେ ଯେମିତି ଭଲ ପାଉଛନ୍ତି ଆଗକୁ ମଧ୍ୟ ସେ ଭଲ ପାଇବେ। ଆଉ ସେ ସ୍ଥାନ ମୁଁ ଆଉ କାହାକୁ ଦେଇନି ଅବା ଆଗକୁ କାହାକୁ ଦେଇ ପାରିବି ନାହିଁ । ପୁଣି ଏହି କଥା ର ଶେଷରେ ମୋତେ କଷ୍ଟ ଅନୁଭବ ହେଲା । ଭାବିଲି, ସମସ୍ତେ କୁହନ୍ତି ପ୍ରଥମ ପ୍ରେମ କେହି କେବେ ଭୁଲି ପାରିନି ଅବା ଭୁଲି ପାରିବ ନାହିଁ। ସୁମିତ୍ ଯଦି ରିତୁ ପ୍ରତି ପ୍ରଥମ ପ୍ରେମ ଥିଲା ତେବେ ମୋର ମଧ୍ୟ ସୁମିତ୍ ପ୍ରତି ପ୍ରଥମ ପ୍ରେମ ଥିଲା ମୁଁ ଅବା କେମିତି ଭୁଲିଥାନ୍ତି । ସମାଧାନ ର ରାସ୍ତା ଖୋଜି ଖୋଜି ମୁଁ ମୋ ପ୍ରଥମ ପ୍ରେମ କୁ ହାସଲ କରିବା ପଥରେ ସଫଳ ହେବି ବୋଲି ମୁଁ ମୋ କାମରେ ଲାଗି ପଡ଼ିଲି।

ମୁଁ ଖବର ବାହାର କରି ଜାଣିଲି ଯେ ରିତୁ ମଧ୍ୟ ସୁମିତ୍ କୁ ସେତିକି ଭଲ ପାଉଛି । ମୋତେ ସନ୍ଦେହ ହେଲା । ସତ୍ୟାସତ୍ୟର ପୃଷ୍ଟି କରିବା ପାଇଁ ମୁଁ ସୁମିତ୍ ଙ୍କୁ ଅନୁରୋଧ କରିଲି ଯେ ରିତୁ ନିଜ ସ୍ବାମୀ ସହ ଖୁସି ରେ ଅଛନ୍ତି ତେବେ ତୁମେ ତାଙ୍କ ଜୀବନରୁ ଦୂରେଇ ଯାଇ ରିତୁ କୁ ଭୁଲିବାକୁ ଚେଷ୍ଟା କରୁନ କାହିଁକି। ହେଲେ ମୋ ଅନୁରୋଧ ବେକାର ଗଲା । ସୁମିତ୍ ମାନିବାକୁ ନାରାଜ ଥିଲେ ଏବଂ କହିଲେ ରିତୁ ମେରେଜ୍ ପରେ ମଧ୍ୟ ମୋ ସହ କଥା ହେଉଛନ୍ତି ତାହାର ଅର୍ଥ ସେ ମତେ ଭୁଲି ପାରିନାହାଁନ୍ତି । କିନ୍ତୁ ସତ ଟା ଆଉ କିଛି । ରିତୁ ଯେବେ ଆମ ଗାଁ ରୁ ଫେରି ଯାଇଥିଲା ତା ପର ଠାରୁ ସେ ସୁମିତ୍ ଙ୍କୁ ଭୁଲି ଯାଇଥିଲେ । ହେଲେ ସୁମିତ୍ ତାଙ୍କୁ ଭୁଲି ପାରୁ ନଥିଲେ । ଏମିତି କି ସୁମିତ୍ ମୋ ସହ ଯୁକ୍ତି କରି ରିତୁ ସହ କଥା ହେଉଥିବା ର କଲ୍ ହିଷ୍ଟ୍ରି ର ଗୋଟିଏ ସ୍କ୍ରିନ୍ ସର୍ଟ୍ ମଧ୍ୟ ଦେଲେ । ମୋତେ ଚକ୍ରବ୍ୟୁହ ରେ ରହିଲା ଭଳି ଅନୁଭବ ହେଲା। କଣ ହେଉଛି ଏ ସବୁ। କିଏ ସତ କହୁଛି ଆଉ କିଏ ମିଛ ?? ସ୍କ୍ରିନ୍ ସର୍ଟ୍ ଦେଖି ମୁଁ ଭାବିଲି ନା ଯେଉଁ ପର୍ଯ୍ୟନ୍ତ ସତକୁ ଖୋଜି ବାହାର କରିନି ସେ ପର୍ଯ୍ୟନ୍ତ ମୁଁ ଚୁପ୍ ବସିବି ନାହିଁ ।

ରିତୁ ହେଉଛି ମୋ ବଡ଼ ମା ଙ୍କ ଗାଁ ର ଝିଅ । ମୋ ମନ ରେ ଉଙ୍କି ମାରିଥିବା ପ୍ରଶ୍ନ ର ଉତ୍ତର ପାଇଁ ମୁଁ ମୋ ବଡ଼ ମା ଙ୍କ ପୁଅ ଭାଇ ଙ୍କୁ ରିତୁ ବିଷୟ ରେ ପଚାରିଲି । ସେ ଆମ ଗାଁ ରୁ ତାଙ୍କ ଗାଁ କୁ ଗଲା ପରେ କଣ କଣ ସବୁ ହୋଇଛି ସେ ବିଷୟରେ ସେ ଖବର ବାହାର କରି ମୋତେ ରିତୁ ବିଷୟ ରେ ଅଧା କଥା କହିଲେ ଆଉ ଅଧା କଥା ଲୁଚେଇଲେ। ମୋ ମନ ରେ ପୁଣି ସନ୍ଦେହ ଜାତ ହେଲା ତେଣୁ ଭାଇ ଙ୍କୁ ବାଧ୍ୟ କରି ପଚାରିବା ପରେ ମଧ୍ୟ ସେ ସେତେବେଳେ କହିଲେ ନାହିଁ । ତେଣୁ ମୁଁ ଅନ୍ୟ ଉପାୟ ପାଇଁ ଚିନ୍ତା କରିଲି। ସେହି ଗାଁ ର ଅନ୍ୟ ଜଣେ ସାଙ୍ଗ ( ଆକାଶ) ତାଙ୍କୁ ଖବର ବାହାର କରିବା ପାଇଁ ଅନୁରୋଧ କରିଲି । ସେ ଖୋଜ ଖବର ବାହାର କରି ଯାହା କହିଲେ ମୁଁ ବିଶ୍ୱାସ କରିପାରିଲିନି । ଆକାଶ ଙ୍କ ଉପରେ ରାଗିଲି ଏବଂ କହିଲି ଯେ ଗୋଟିଏ ଝିଅ ବିଷୟ ରେ ଭଲ ଭାବରେ ରେ ଖବର ବାହାର କର ତାପରେ କୁହ । ମିଛ ଆରୋପ ଲଗାଇବା ଠିକ୍ ନୁହଁ। ଆକାଶ ମୋ ଉପରେ ରାଗି କି କହିଲେ ଯାହା ସତ ମୁଁ ତାହା କହିଲି ତମ ଇଛା ତମେ ବିଶ୍ୱାସ କରିଲେ କର ନଚେତ୍ ନାହିଁ ।

If the contents are helpful to share them with your friends, Thanking You.