ତୋ ଅପେକ୍ଷାରେ..3

#pujabishoyi,#wait,#waiting3,#puja,#bhuyansblog,
To Apekhyare..3

ପୁଣି ଭାବିଲି ନିଜକୁ ଲୀନ କରି ଦୁନିଆ ଆଗରେ କଳଙ୍କ ର ନାମ ନେଇ ମୋ ବାପା ମା ଙ୍କ ନାମ କାହିଁକି ଖରାପ କରିବି। ମୋ ପାଇଁ ମୋ ପରିବାର କୁ ଟାହି ଟାପରା ଶିକାର ହେବାକୁ କାହିଁକି ସୁଯୋଗ ଦେବି। କିଛି ଦିନ ଏମିତି ବିତିଗଲା। ଏହି କିଛି ଦିନ ଭିତରେ ମୋତେ ସୁମିତ୍ ବହୁତ୍ ଥର କଲ୍ କରିଛନ୍ତି କିନ୍ତୁ ମୋ ଦୁଃଖର ତିଳେ ମାତ୍ର ଅନୁଭବ ତାଙ୍କୁ ଜଣା ପଡ଼ିଲା ନାହିଁ। ସବୁଦିନ ଭଳି ଦିନେ ମୋ ଜୀବନରେ ନୂଆ ପରିବର୍ତ୍ତନ ଆସିଲା। ରାତି ପାହି ସକାଳ ହେଲା ପରେ ନୂଆ ସୂର୍ଯ୍ୟ କିରଣ ର ଆଲୋକ ପରି ମୁଁ ମଧ୍ୟ ମୋ ମନକୁ ବୁଝେଇ ଦେଲି । ଭାବିଲି ଭଗବାନ ଙ୍କ ପାଖେ ଯାଇ ନିଜ ଦୋଷ କୁ ସ୍ବୀକାର କରି ମୋ ଅତୀତ କୁ ଭୁଲିଯିବି ବୋଲି ଶପଥ କରି ଆସିବି । କିନ୍ତୁ ସବୁ ଓଲଟା ହୋଇଗଲା ପୁଣି ସେ ସୁମିତ୍ ଙ୍କ ଗୁଲୁ ଗୁଲିଆ ଚେହେରା ମୋ ଆଖି ଆଗରେ ନାଚି ଉଠିଲା। ଭଗବାନ ଙ୍କ ପାଖକୁ ଗଲି ନାହିଁ। ନିଜକୁ ଏମିତି ବଦଳେଇବା ଚେଷ୍ଟାରେ ଲାଗି ପଡ଼ିଲି।

ସେତେବେଳେ ମୁଁ ଅନୁତାପ କରିଲି ଯେ । ଭଗବାନ ସବୁ ଜାଣନ୍ତି । ସେ ଭଲ ପାଇବା ହେଉ ଅବା ଧୋକା ହେଉ, ତାଙ୍କ ନିକିତିରେ ସମସ୍ତଙ୍କ ସୁଖ ଏବଂ ଦୁଃଖ ସମତୁଲ କରି ରଖିଥାନ୍ତି । ଦିନେ ମୁଁ ସୁଶାନ୍ତ ଙ୍କ ସହ ଏମିତି ଧୋକା କରିଥିଲି । ସେଥିପାଇଁ ଆଜି ମୋ ସହିତ ଏମିତି ହେଲା । ଆଉ ବେଳେ ବେଳେ ଭାବେ ସୁଶାନ୍ତ ଙ୍କ ପ୍ରତି ସେତେ ଭଲ ପାଇବା ନଥିଲା କିନ୍ତୁ ମୁଁ ସୁମିତ୍ କୁ ଛୋଟ ବେଳୁ ହିଁ ଭଲ ପାଇ ଆସିଛି। ତେବେ ମୋ ଭଲ ପାଇବା କୁ ଭଗବାନ କାହିଁକି ଚିହ୍ନି ପାରିଲେ ନାହିଁ ଏବଂ ମୋ ସହିତ କାହିଁକି ଏମିତି ହେଉଥିଲା। ସତ କହେ ମୁଁ ସୁମିତ୍ ଙ୍କୁ ଛାଡି ରହି ପାରୁ ନଥିଲି ।

ପୁଣି ପହଞ୍ଚିଲି ସୁମିତ୍ ପାଖରେ ମୋ ଭଲ ପାଇବା ଆଶା ନେଇ । ତାଙ୍କୁ ପ୍ରଶ୍ନ କରିଲି ? ସେ ଉତ୍ତର ରେ ସର୍ତ୍ତ ରଖି କହିଲେ ଯେ ସେ ରିତୁ ଙ୍କୁ ଏବେ ଯେମିତି ଭଲ ପାଉଛନ୍ତି ଆଗକୁ ମଧ୍ୟ ସେ ଭଲ ପାଇବେ। ଆଉ ସେ ସ୍ଥାନ ମୁଁ ଆଉ କାହାକୁ ଦେଇନି ଅବା ଆଗକୁ କାହାକୁ ଦେଇ ପାରିବି ନାହିଁ । ପୁଣି ଏହି କଥା ର ଶେଷରେ ମୋତେ କଷ୍ଟ ଅନୁଭବ ହେଲା । ଭାବିଲି, ସମସ୍ତେ କୁହନ୍ତି ପ୍ରଥମ ପ୍ରେମ କେହି କେବେ ଭୁଲି ପାରିନି ଅବା ଭୁଲି ପାରିବ ନାହିଁ। ସୁମିତ୍ ଯଦି ରିତୁ ପ୍ରତି ପ୍ରଥମ ପ୍ରେମ ଥିଲା ତେବେ ମୋର ମଧ୍ୟ ସୁମିତ୍ ପ୍ରତି ପ୍ରଥମ ପ୍ରେମ ଥିଲା ମୁଁ ଅବା କେମିତି ଭୁଲିଥାନ୍ତି । ସମାଧାନ ର ରାସ୍ତା ଖୋଜି ଖୋଜି ମୁଁ ମୋ ପ୍ରଥମ ପ୍ରେମ କୁ ହାସଲ କରିବା ପଥରେ ସଫଳ ହେବି ବୋଲି ମୁଁ ମୋ କାମରେ ଲାଗି ପଡ଼ିଲି।

ମୁଁ ଖବର ବାହାର କରି ଜାଣିଲି ଯେ ରିତୁ ମଧ୍ୟ ସୁମିତ୍ କୁ ସେତିକି ଭଲ ପାଉଛି । ମୋତେ ସନ୍ଦେହ ହେଲା । ସତ୍ୟାସତ୍ୟର ପୃଷ୍ଟି କରିବା ପାଇଁ ମୁଁ ସୁମିତ୍ ଙ୍କୁ ଅନୁରୋଧ କରିଲି ଯେ ରିତୁ ନିଜ ସ୍ବାମୀ ସହ ଖୁସି ରେ ଅଛନ୍ତି ତେବେ ତୁମେ ତାଙ୍କ ଜୀବନରୁ ଦୂରେଇ ଯାଇ ରିତୁ କୁ ଭୁଲିବାକୁ ଚେଷ୍ଟା କରୁନ କାହିଁକି। ହେଲେ ମୋ ଅନୁରୋଧ ବେକାର ଗଲା । ସୁମିତ୍ ମାନିବାକୁ ନାରାଜ ଥିଲେ ଏବଂ କହିଲେ ରିତୁ ମେରେଜ୍ ପରେ ମଧ୍ୟ ମୋ ସହ କଥା ହେଉଛନ୍ତି ତାହାର ଅର୍ଥ ସେ ମତେ ଭୁଲି ପାରିନାହାଁନ୍ତି । କିନ୍ତୁ ସତ ଟା ଆଉ କିଛି । ରିତୁ ଯେବେ ଆମ ଗାଁ ରୁ ଫେରି ଯାଇଥିଲା ତା ପର ଠାରୁ ସେ ସୁମିତ୍ ଙ୍କୁ ଭୁଲି ଯାଇଥିଲେ । ହେଲେ ସୁମିତ୍ ତାଙ୍କୁ ଭୁଲି ପାରୁ ନଥିଲେ । ଏମିତି କି ସୁମିତ୍ ମୋ ସହ ଯୁକ୍ତି କରି ରିତୁ ସହ କଥା ହେଉଥିବା ର କଲ୍ ହିଷ୍ଟ୍ରି ର ଗୋଟିଏ ସ୍କ୍ରିନ୍ ସର୍ଟ୍ ମଧ୍ୟ ଦେଲେ । ମୋତେ ଚକ୍ରବ୍ୟୁହ ରେ ରହିଲା ଭଳି ଅନୁଭବ ହେଲା। କଣ ହେଉଛି ଏ ସବୁ। କିଏ ସତ କହୁଛି ଆଉ କିଏ ମିଛ ?? ସ୍କ୍ରିନ୍ ସର୍ଟ୍ ଦେଖି ମୁଁ ଭାବିଲି ନା ଯେଉଁ ପର୍ଯ୍ୟନ୍ତ ସତକୁ ଖୋଜି ବାହାର କରିନି ସେ ପର୍ଯ୍ୟନ୍ତ ମୁଁ ଚୁପ୍ ବସିବି ନାହିଁ ।

ରିତୁ ହେଉଛି ମୋ ବଡ଼ ମା ଙ୍କ ଗାଁ ର ଝିଅ । ମୋ ମନ ରେ ଉଙ୍କି ମାରିଥିବା ପ୍ରଶ୍ନ ର ଉତ୍ତର ପାଇଁ ମୁଁ ମୋ ବଡ଼ ମା ଙ୍କ ପୁଅ ଭାଇ ଙ୍କୁ ରିତୁ ବିଷୟ ରେ ପଚାରିଲି । ସେ ଆମ ଗାଁ ରୁ ତାଙ୍କ ଗାଁ କୁ ଗଲା ପରେ କଣ କଣ ସବୁ ହୋଇଛି ସେ ବିଷୟରେ ସେ ଖବର ବାହାର କରି ମୋତେ ରିତୁ ବିଷୟ ରେ ଅଧା କଥା କହିଲେ ଆଉ ଅଧା କଥା ଲୁଚେଇଲେ। ମୋ ମନ ରେ ପୁଣି ସନ୍ଦେହ ଜାତ ହେଲା ତେଣୁ ଭାଇ ଙ୍କୁ ବାଧ୍ୟ କରି ପଚାରିବା ପରେ ମଧ୍ୟ ସେ ସେତେବେଳେ କହିଲେ ନାହିଁ । ତେଣୁ ମୁଁ ଅନ୍ୟ ଉପାୟ ପାଇଁ ଚିନ୍ତା କରିଲି। ସେହି ଗାଁ ର ଅନ୍ୟ ଜଣେ ସାଙ୍ଗ ( ଆକାଶ) ତାଙ୍କୁ ଖବର ବାହାର କରିବା ପାଇଁ ଅନୁରୋଧ କରିଲି । ସେ ଖୋଜ ଖବର ବାହାର କରି ଯାହା କହିଲେ ମୁଁ ବିଶ୍ୱାସ କରିପାରିଲିନି । ଆକାଶ ଙ୍କ ଉପରେ ରାଗିଲି ଏବଂ କହିଲି ଯେ ଗୋଟିଏ ଝିଅ ବିଷୟ ରେ ଭଲ ଭାବରେ ରେ ଖବର ବାହାର କର ତାପରେ କୁହ । ମିଛ ଆରୋପ ଲଗାଇବା ଠିକ୍ ନୁହଁ। ଆକାଶ ମୋ ଉପରେ ରାଗି କି କହିଲେ ଯାହା ସତ ମୁଁ ତାହା କହିଲି ତମ ଇଛା ତମେ ବିଶ୍ୱାସ କରିଲେ କର ନଚେତ୍ ନାହିଁ ।

If the contents are helpful to share them with your friends, Thanking You.

5 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading