ନକଲ (Copy)

ନକଲ (Copy)
ନକଲ (Copy)
 
ରାଜା ଏବଂ ରାନୁ ଦୁହେଁ ଭଲ ସାଙ୍ଗ । ସକାଳ ଟିଉସନ୍ ରୁ ଆରମ୍ଭ କରି ସଂଧ୍ୟା ଖେଳ କୁଦ ପର୍ଯ୍ୟନ୍ତ ସବୁ ସମୟରେ ସେ ରାନୁ ପାଖରେ ଥାଏ ।
 
ରାଜା ବହୁତ୍ ସରଳ ସେ ମାଛି କୁ ମ’ କହେନି କିନ୍ତୁ ରାନୁ ର ନାମ ସବୁ ଜାଗାରେ ଥାଏ । ସ୍କୁଲ୍ ଗଣ୍ଡଗୋଳ ହେଉ କିମ୍ବା ପାଠ ପଢା ରେ ହେଉ । ରାଜା, ରାନୁ ଭଳି ପାଠ ପଢ଼େ କିନ୍ତୁ ତାର ମନେ ରହେ ନାହିଁ। ପ୍ରତି ଥର ପରୀକ୍ଷା ରେ ରାନୁ ଯେତେ ମାର୍କ ରଖେ ରାଜା ତା ଠାରୁ କମ୍ ମାର୍କ ରଖେ।
 
ରାଜା ର ମା ଜଣେ ଶିକ୍ଷୟତ୍ରୀ ସେ ଅନ୍ୟ ସ୍କୁଲ୍ ରେ ପାଠ ପଢାନ୍ତି । ରାଜା ମଧ୍ୟ ଘରେ ପାଠ ପଢ଼େ କିନ୍ତୁ ତାର ବେଶି ମନ ନ ରହିବା ଫଳରେ ତାଙ୍କ ମା ସବୁବେଳେ ତାଙ୍କୁ ଗାଳି ଦିଅନ୍ତି ଏବଂ ସେ ଦୁଃଖୀ ହୋଇ ରାନୁ କୁ ଆସି କୁହେ । ରାନୁ ତାକୁ କହେ ତୁ ଚିନ୍ତା କର ନାହିଁ ଏଥର ପରୀକ୍ଷା ରେ ମୁଁ ତତେ ସାହାଯ୍ୟ କରିବି । ରାଜା କହିଲା ନା ନା କାହା ଠାରୁ ଦେଖି ଲେଖିବା ମହା ପାପ । ମୁଁ ନିଜେ ଚେଷ୍ଟା କରିବି ।
 
ରାଜା ଏଥର ମନ ଦେଇ ପଢିଲା । ବାର୍ଷିକ ପରୀକ୍ଷା ପାଖେଇ ଆସିଲା। ଏଥର ରାନୁ ବାହାନା କରି ରାଜା ପାଖରେ ବସିଲା କିନ୍ତୁ ଶିକ୍ଷକ ରାନୁ ଏବଂ ରାଜା ର ବନ୍ଧୁତା ବିଷୟରେ ଜାଣିଥିଲେ ସେଥିପାଇଁ ସେ ଦୁଇ ଜଣଙ୍କୁ ପରୀକ୍ଷା ହଲ୍ ରେ ଅଲଗା ବସେଇଲେ। ପରୀକ୍ଷା ଆରମ୍ଭ ହେଲା । ପରୀକ୍ଷା ସମୟ ଦୁଇ ଘଣ୍ଟା ଥିଲା ସେ ଦୁଇ ଘଣ୍ଟା ଭିତରେ ରାନୁ ରାଜା କୁ ବାରମ୍ବାର ଦେଖୁଥାଏ । ପ୍ରାୟ ଗୋଟିଏ ଘଣ୍ଟା ପରେ ଶିକ୍ଷକ ବାହାରକୁ ଯାଇଥିଲେ ରାନୁ ର ଲେଖା ସରିଥିଲା ସେ ରାଜା କୁ ନିଜ ପେପର ଶିକ୍ଷକ ଆସିବା ପୂର୍ବରୁ ଦେଇ ଆସିଲା କିନ୍ତୁ ରାଜା ମନା କରିଲା ।
 
ରାଜା, ରାନୁ ର ପେପର କୁ ଦେଖିଲା ନାହିଁ । ତାକୁ ଯାହା ଆସୁଥିଲା ତାହା ଲେଖି ଚାଲିଲା। ରାନୁ ବାରମ୍ବାର ଆଖି ଠାର ଦେଉଥାଏ । ପେପର ଦେଖି ଲେଖିବାକୁ କିନ୍ତୁ ରାଜା ତା କଥା ନ ଶୁଣି ସେ ନିଜେ ପଢିଥିବା ପାଠ ଲେଖି ଚାଲିଲା । ରାନୁ ଆଖି ଠାର ଦେଇ ଦେଇ ଥକି ଗଲା ମଧ୍ୟ ରାଜା ତାର ପେପର କୁ ତିଳେ ମାତ୍ର ଦେଖିଲା ନାହିଁ।
 
ପରୀକ୍ଷା ସମୟ ସରିଗଲା । ସମସ୍ତେ ପେପର ଦେଇ ଚାଲିଗଲେ ଶେଷରେ ଏହି ଦୁଇ ଜଣ ରହିଲେ । ରାନୁ ଏବଂ ରାଜା ଏକା ସାଙ୍ଗରେ ପେପର ଜମା କରିବାକୁ ଗଲେ । ରାଜା , ରାନୁ ର ପେପର କୁ ତା ହାତରେ ଚୁପ୍ କରି ଦେଇ ଦେଲା । ଦୁହେଁ ପେପର ଜମା କରି ବାହାରକୁ ଆସିଲେ।
 
ରାନୁ ରାଜା ଉପରେ ବହୁତ୍ ରାଗିଲା । ରାନୁ କହିଲା ତୋତେ ମୁଁ ସାହାଯ୍ୟ କରିଲି କିନ୍ତୁ ତୁ ମୋର ଟିକେ କଥା ମଧ୍ୟ ଶୁଣିଲୁ ନାହିଁ ଏବଂ ମୋର ପେପର କୁ ଦେଖିଲୁ ନାହିଁ । ରାଜା ରାନୁ ର କାନ୍ଧରେ ହାତ ରଖି କହିଲା । ତୁ ମୋତେ ଦେଇଥିଲୁ ନକଲ କରିବାକୁ କିନ୍ତୁ ମୋ ମନ ମୋତେ ନକଲ କରିବାକୁ ମନା କରିଲା ଏବଂ ମୁଁ ନକଲ କରିଲି ନାହିଁ । ଯାହା ଆସିଲା ତାହା ଲେଖିଛି ଯଦି ଅବା କମ୍ ମାର୍କ ଆସିଲା ସେଥିରେ ଅସୁବିଧା କଣ । ତୋର ଠାରୁ କିଛି ମାର୍କ ତଳେ ରହିବି କିନ୍ତୁ ଆମ ସାଙ୍ଗ ତ ସେମିତି ରହିବ ନା । କାଲି ଯେତେବେଳେ ମୋତେ ଅନୁଭବ ହେବ ଯେ ମୁଁ ନକଲ କରି ପାସ୍ କରିଛି ସେ ସମୟରେ ମୁଁ ନିଜକୁ ବହୁତ୍ ଦୋଷୀ ମାନିବି ।  ସେଥିପାଇଁ ମୁଁ ନକଲ କରିଲି ନାହିଁ ।  
 
ଏହି ଦୁଇ ଜଣଙ୍କ ସବୁ କଥା ଶିକ୍ଷକ ମହାଶୟ ଶୁଣୁଥିଲେ । ଶିକ୍ଷକ ମହାଶୟ ରାଜା ଏବଂ ରାନୁ ଦୁହିଁଙ୍କୁ ଅଫିସ କୁ ଡାକିଲେ । ସେଠି ରାନୁ କୁ ନକଲ କରିବା ପାଇଁ ରାଜା କୁ ବାଧ୍ୟ କରିଥିବା ଯୋଗୁ ଶିକ୍ଷକ ରାନୁ କୁ ଦଣ୍ଡ ଦେବା ପାଇଁ ସ୍ଥିର କରିଲେ । 
 
ରାଜା ଶିକ୍ଷକ ମହାଶୟ ଙ୍କୁ କ୍ଷମା ମାଗିଲା । ରାଜା, ଶିକ୍ଷକ ମହାଶୟ ଙ୍କୁ ଗୁହାରି କଲା ଯେ । ମହାଶୟ ସେ ମୋତେ ବନ୍ଧୁତା ରୂପରେ ସାହାଯ୍ୟ କରିଲା କିନ୍ତୁ ମୁଁ ସେ ସାହାଯ୍ୟ ଗ୍ରହଣ କରି ନାହିଁ  ଏବଂ ତାର କରିଥିବା ଭୁଲ ଯୋଗୁ ମୁଁ ଆପଣଙ୍କୁ କ୍ଷମା ମାଗୁଛି ଏବଂ ଯଦି ପାରୁଛନ୍ତି ତେବେ ମୋତେ ଆପଣ ଦଣ୍ଡ ଦେଇ ପାରନ୍ତି । 
 
ଶିକ୍ଷକ ମହାଶୟ ହସିଲେ । କହିଲେ ମୁଁ ତୁମର ବୁଦ୍ଧି ପରୀକ୍ଷା କରୁଥିଲି । ରାନୁ ଯେତେବେଳେ ପ୍ରଥମେ ପେପର ତୁମକୁ ଦେଲା ମୁଁ ସେ ସମୟରୁ ସେ ବିଷୟରେ ଜାଣିଥିଲି।  କିନ୍ତୁ ତୁମର ଭଲ ଗୁଣ ଯୋଗୁ ତୁମକୁ ମୁଁ ନଜର ରଖିଥିଲି ଏବଂ ପରେ ରାନୁ ର ଭୁଲ କୁ ନିଜ ଉପରେ ନେଇଛ ତାହା ଶୁଣି ମୁଁ ବହୁତ୍ ଖୁସି । ଏ ଲକ୍ଷଣ ଗୁଣି ଲୋକଙ୍କ ପାଖରେ ଥାଏ । ଶିକ୍ଷକ ମହାଶୟ କହିଲେ । ରାଜା ତମେ ଦିନେ ଉଚ୍ଚ ପଦ ରେ ଚାକିରି କରିବ.. କହି ସେ ଦୁଇ ଜଣଙ୍କୁ ବିଦାୟ ଦେଲେ । 
 
 
 
 
 
 
 
ପରୀକ୍ଷା ପରେ ଛୁଟି ଦିନ ଆସିଲା । ଛୁଟି ଦିନରେ ଦୁହେଁ ସାଥୀ ହୋଇ ଖେଳ ବୁଲା କରିଲେ । ଛୁଟି ପରେ ସ୍କୁଲ୍ ଖୋଲା ଗଲା । ଜଣା ପଡ଼ିଲା ଯେ ଗତ ପରୀକ୍ଷାରେ ରାଜା ରାନୁ ଠାରୁ ଅଧିକ ମାର୍କ ରଖି ପାସ୍ କରିଛି ଏବଂ ସେ ସ୍କୁଲ୍ ରେ ପ୍ରଥମ ସ୍ଥାନ ଅଧିକାର କରିଛି । ରାନୁ ମଧ୍ୟ ରାଜା ଠାରୁ 5 ମାର୍କ କମ୍ ରଖି ପାସ୍ କରିଛି।  ରାଜା ର ଏମିତି ସଫଳତା ଦେଖି ରାନୁ ଈର୍ଷା ନ କରି ସେ ବହୁତ୍ ଖୁସି ହେଲା ରାଜା ର ମା ମଧ୍ୟ ବହୁତ୍ ଖୁସି ହେଲେ । ରାଜା ଏବଂ ରାନୁ ର ବନ୍ଧୁତା ସେମିତି ଚାଲିଥିଲା ଏବଂ ଦୁହେଁ ଭଲ ପାଠ ପଢି ଚାଲିଲେ । 
 
ସେ ଦିନ ଠାରୁ ରାଜା କିମ୍ୱା ରାନୁ କେବେ କେଉଁ ପରୀକ୍ଷାରେ ନକଲ କରି ନାହାନ୍ତି । ସବୁବେଳେ ଭଲ ପାଠ ପଢି ଆସିଛନ୍ତି । 
 
ବର୍ତ୍ତମାନ ଦୁଇ ଜଣ ବଡ ହୋଇ ଯାଇଛନ୍ତି । ରାନୁ ପୋଲିସ ଅଫିସର ଏବଂ ରାଜା ଜଣେ ଭଲ ଡାକ୍ତର । 
 
ତାଙ୍କ ବନ୍ଧୁତା ଏବଂ ପାଠ ପଢ଼ା ଯୋଗୁ ସଫଳତା କେମିତି ହାସଲ କରିଲେ । ସେ ବିଷୟରେ ତାଙ୍କ ସ୍କୁଲ୍ ସେ ଦୁଇ ଜଣଙ୍କ କାହାଣୀ ଛୋଟ ପିଲା ମାନଙ୍କୁ ଗଳ୍ପ ମାଧ୍ୟମରେ କୁହା ଯାଇଥାଏ । 
 
ସେ ଦୁଇଜଣ କହି ଥିଲେ ଯେ ” ନକଲ”  ମଣିଷ କୁ ଦୁର୍ବଳ କରିଦିଏ । ଯାହା ଆମେ ପାଠ ପଢ଼ା ରେ ଅର୍ଜନ କରିଛନ୍ତି ତାହା ଆମେ କ୍ଷଣକ ମଧ୍ୟରେ ଭୁଲି ଯାଉ । ସେଥିପାଇଁ ପରୀକ୍ଷା ସମୟରେ ଆମେ ଯଦି ଦୁର୍ବଳ ମନେ କରିବା ତେବେ ଆମେ ଆମ ଭବିଷ୍ୟତ ରେ ମଧ୍ୟ ବହୁତ୍ ଦୁର୍ବଳ ହୋଇଯିବା । ସେଥିପାଇଁ ଦୃଢ଼ ସାହାସ ଏବଂ ଉଚ୍ଚା ମନବୃତି ଦ୍ଵାରା ମଣିଷ ଶୀଘ୍ର ସଫଳ ହାସଲ କରେ । 
 
 
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ….
 

ମିନି (ଏକ ସର୍ତ୍ତ ସମ୍ପର୍କ )…Last

ମିନି (ଏକ ସର୍ତ୍ତ ସମ୍ପର୍କ )...Last
ମିନି (ଏକ ସର୍ତ୍ତ ସମ୍ପର୍କ )…Last

Click here for part 5

ମୁଁ ମୋ ଭୁଲ ର ଅନୁତାପ କରି ସାରିଛି ମୋତେ ଶିଶିର ଗୋଟିଏ ସୁଯୋଗ ଦେଇଛନ୍ତି ତାଙ୍କ ଘର ର ବୋହୂ ହୋଇ ପ୍ରମାଣ କରିବି ।ଯୋଉ ପର୍ଯ୍ୟନ୍ତ ଶିଶିର ମୋତେ ଗ୍ରହଣ କରିବେ ନାହିଁ ସେ ପର୍ଯ୍ୟନ୍ତ ଏ ଘରକୁ କେବେ ଫେରିବି ନାହିଁ ।
ମୁଁ ମୋ କର୍ତ୍ତବ୍ୟ କରିବି । ଯଦି ସେ ମୋତେ ଗ୍ରହଣ କରିବେ ନାହିଁ ତେବେ ସେଠୀ ତାଙ୍କ ଘରେ ଦାସୀ ହୋଇ ରହିବି ସିନା ଏଠି ମୁହଁ ଦେଖାଇବି ନାହିଁ ।
ଏତିକି ଶୁଣି ବାପା, ମା ଙ୍କ ମୁହଁରେ ହସ ଫେରି ଆସିଲା । ବାପା କହିଲେ ମୁଁ ମଧ୍ୟ ତୋତେ ତୋ ଶାଶୂ ଘରେ ଛାଡ଼ିବାକୁ ଅନୁମତି ଦେ ।
ମିନି ଦଉଡ଼ି ଆସିଲା ବାପା ପାଖକୁ, ବାପା କୁଣ୍ଢେଇ ନେଲେ ମିନି କୁ , ମା ମଧ୍ୟ ମିନି କୁ କୁଣ୍ଢେଇ ନେଲେ। ଦୁହେଁ ଆଶୀର୍ବାଦ ଦେଇ ଶାଶୂ ଘରକୁ ଯିବାକୁ ଦେଲେ । ବାପା ମିନି କୁ ନେଇ ଶିଶିର ଘରେ ପହଞ୍ଚିଲେ ।
ସେ ଦିନ ଭାଇ ଡ଼ିଉଟି ରେ ଥିଲେ । ମିନି କଥା ଶୁଣି ସେ ମଧ୍ୟ ବହୁତ୍ ଖୁସି ହେଲେ ।
ବାପା ମିନି କୁ ନେଇ ଶିଶିର ଘରେ ପହଞ୍ଚିଲା ପରେ ମିନି ର ବାପା ଲଜ୍ଜ୍ୟା ରେ ମୁଣ୍ଡ ନଇଁ ପଡୁଥାଏ। ଶିଶିର ର ବାପା ମିନି ର ବାପା କୁ କୁଣ୍ଢେଇ ପକେଇଲେ। ମିନି ର ବାପା କହିଲେ । ମୋ ଝିଅ ର ଭୁଲ ପାଇଁ ମୁଁ ଭୁଲ ମାଗୁଛି ।
ପ୍ଲିଜ୍ ନିଜ ଝିଅ ଭାବି ତା ଭୁଲ କୁ କ୍ଷମା କରିଦିଅ। ଶିଶିର ର ବାପା କହିଲେ । ସେ ଘଟଣା ବିଷୟରେ ଆମ ଘର ଲୋକେ କେବେଠୁ ଭୁଲି ସାରିଲେଣି। ଆପଣ ଚିନ୍ତା କରନ୍ତୁନି । ମିନି ଏହି ଘରେ ଆଗରୁ ଝିଅ ହୋଇ ଥିଲା ଏବଂ ଏବେ ମଧ୍ୟ ଝିଅ ହୋଇ ରହିବ ।
ମିନି ର ବାପା ନମସ୍କାର କହି ସେଠୁ ବିଦାୟ ନେଲେ ।
ମିନି ର ଦିନ ଆରମ୍ଭ ହେଲା ଏବଂ ସବୁ କାମ ସରିବା ପରେ ସେ ଶୋଇବାକୁ ଯାଉଥିଲା । ରିନା ମଧ୍ୟ ମିନି କୁ ସବୁ କାମରେ ସାହାଯ୍ୟ କରୁଥାଏ ।
ଶିଶିର ପ୍ରତ୍ୟେକ ଦିନ କଲ୍ କରି କଥା ହେଉଥାଏ। ଏମିତି ଦିନ ଗଡି ଚାଲିଥାଏ । ମିନି ଘର ର ବୋହୂ ନୁହଁ ଝିଅ ରୂପରେ ତାକୁ ଭଲ ପାଇବା ମିଳିବାକୁ ଲାଗିଲା ।
ବେଳେବେଳେ ଶାଶୂ ଏବଂ ରିନା କାମ କରନ୍ତି ମିନି କୁ କୁହନ୍ତି ତୁ ରେଷ୍ଟ୍ କରେ ଆମେ କରିଦେବୁ କିନ୍ତୁ ମିନି ସବୁ କାମ କରୁଥାଏ ।
ମିନି ର ଏତେ ଭଲ ପରିବର୍ତ୍ତନ ଦେଖି ଘରେ ସମସ୍ତେ ଖୁସି ଥିଲେ ।
ମିନି ଆସିବାର ୧୫ ଦିନ ପରେ ହଠାତ୍ ଶିଶିର ଆସି ଘରେ ପହଞ୍ଚିଲା । ଶିଶିର ଆସିବା ଖବର ଘର ଲୋକେ ଜାଣିଥିଲେ କିନ୍ତୁ ମିନି କୁ କହି ନଥିଲେ ।
ଶିଶିର କୁ ଦେଖି ମିନି ଆଶ୍ଚର୍ଯ୍ୟ ହୋଇଗଲା ଏବଂ ଶିଶିର ଆସିବାର ଦେଖି ସେ ଖୁସିରେ କାନ୍ଦି ପକେଇଲା ।
ଶିଶିର ଘର ଲୋକ ସହିତ କିଛି ସମୟ କଥା ହେବା ପରେ ମିନି ପାଖକୁ ଗଲା । ମିନି କିଛି କହିବା ପୂର୍ବରୁ ଶିଶିର ର ଗୋଡ଼ ତଳେ ପଡ଼ିଗଲା ଏବଂ କାନ୍ଦି କାନ୍ଦି କହିଲା ପ୍ଲିଜ ମୋତେ କ୍ଷମା କରିଦିଅ ।
ମିନି ଗୋଡ଼ ତଳେ ପଡ଼ିବା ଦେଖି ଶିଶିର ତାକୁ ଉଠେଇ ଆଣି କୁଣ୍ଡେଇ ପକାଇଲା । ତାକୁ କୁଂଢ଼େଇ କହିଲା ତମେ ଯୋଉ ଦିନ ନିଜ ଭୁଲ ବୁଝି ପାରିଲ ତମକୁ ସେଦିନ ମୁଁ କ୍ଷମା କରି ସାରିଥିଲି ।
ଆଉ ଦେଢ଼ ମାସ ବାକି ଅଛି ତାପରେ ମୋ ସର୍ତ୍ତ ପୂରଣ ହେବା । ମିନି କହିଲା ଦେଢ଼ ମାସ ନୁହଁ ସାରା ଜୀବନ ମୁଁ ତୁମ ସର୍ତ୍ତ ମାନିବାକୁ ରାଜି ଅଛି ।
ଶିଶିର ପୁଣି ଥରେ ମିନି କୁ କୁଣ୍ଢେଇ କହିଲା । ତମେ ବଦଳି ଯାଇଛ ସେଥିପାଇଁ ମୁଁ ବହୁତ୍ ଖୁସି । ଦୁହେଁ ନିଜ ବେଡ ରୁମ୍ କୁ ଗଲେ । ସେଠି ଦୁହେଁ ବସି କଥା ହେଲେ ।
ଶିଶିର ଆମେରିକା ରୁ ମିନି ପାଇଁ ଗୋଟିଏ ନେକ୍ ଲେସ ଆଣିଥିଲା। ତାକୁ ସେ ଗିଫ୍ଟ କରିଲା । ସେ ଗିଫ୍ଟ ଦେଖି ମିନି ବହୁତ୍ ଖୁସି ହେଲା ।
ମିନି ପୁରା ବଦଳି ଯାଇଥିଲା । ଶିଶିର ଗୋଟିଏ ମାସ ଛୁଟି ପରେ ମିନି କୁ ନିଜ ସହିତ ଆମେରିକା ନେଇ ଗଲା । ସେଠି ସେ ରହି ବୁଲାବୁଲି କରିଲେ । ମିନି ସବୁବେଳେ ରୋଷେଇ କରେ ଏବଂ ଶିଶିର ର ମଧ୍ୟ ସେବା କରେ । ବେଳେବେଳେ ଦୁହେଁ ରୋଷେଇ କରନ୍ତି ।
କିଛି ମାସ ପରେ ମିନି ପୁଣି ଖୁସି ଖବର ଦେଲା ଏବଂ ଦଶ ମାସ ପରେ, ମିନି ଗୋଟିଏ ସୁନ୍ଦର ପରି କୁ ଜନ୍ମ ଦେଲା ।
କିଛି ମାସ ପରେ ସେମାନେ ସମସ୍ତେ ଗାଁ କୁ ଆସିଲେ । ଶିଶିର ର ବାପା କହିଲେ ବୋହୂ କିଛି ଦିନ ଘରେ ରହିଥିଲେ କେମିତି ହୁଅନ୍ତା।
ମିନି ମଧ୍ୟ କହିଲା ହଁ ବାପା ମୁଁ ଏବେ ଗୋଟିଏ ବର୍ଷ ଗାଁ ରେ ରହିବି ସେ ଯାଆନ୍ତୁ ।
ଏହି କାହାଣୀ ଲେଖୁ ଲେଖୁ ରୋଜି ର ଆଖିରୁ ଖୁସିରେ ଲୁହ ବାହାରି ଯାଉଥାଏ । ମିନି ଏତେ ଚଣ୍ଡୀ ଝିଅ। ତା ମନ ବଦଳି ଯିବ ବୋଲି କେହି ବିଶ୍ୱାସ କରି ନଥିଲେ ଏବଂ ସେ ବଦଳି ଗଲା ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ । ତାର ଏତେ ପରିବର୍ତ୍ତନ ଦେଖି ଆମେ ସବୁ ସାଙ୍ଗ ମଧ୍ୟ ବହୁତ୍ ଖୁସି ଅଛୁ ।
ଏବେ କିଛି ଦିନ ତଳେ ଆମେ ସମସ୍ତେ ମିଶି ପାର୍ଟି କରିଥିଲୁ । ସେ ପାର୍ଟି ରେ ମିନି ସବୁ ରୋଷେଇ କରିଥିଲା । ସେଦିନ ମିନି ତା ଝିଅ କୁ ନେଇ ଆସିଥିଲା । ମିନି ର ଝିଅ ମଧ୍ୟ ବହୁତ୍ ସୁନ୍ଦର୍ ସେ ଦେଖିବାକୁ ଠିକ୍ ମିନି ଭଳି। ନାମ ତାର ଇଶ୍ମିତା ।
କାହାଣୀ ଶେଷରେ ଗୋଟିଏ କଥା କହିବାକୁ ଚାହେଁ । ଯେଉଁ ସ୍ଥାନରେ ଆମେ ରହିବା ତା ସହିତ ଆମେ ଖାପ ଖୁଆଇ ଚଳିବା ଉଚିତ୍ ନହେଲେ ଆମେ ବହୁତ୍ ବଡ ସମସ୍ୟା ର ସମ୍ମୁଖୀନ ହେବା।
ଆଜିକାଲି କିଛି ବୋହୂ ଏମିତି ଭୁଲ କରି ବସନ୍ତି କିନ୍ତୁ କିଛି ସ୍ବାମୀ ସେମାନଙ୍କୁ କ୍ଷମା କରନ୍ତି ତ ଆଉ କେତେ ଜାଗାରେ ସମ୍ପର୍କ ଭାଙ୍ଗିବାକୁ ସମୟ ଲାଗେନି ।
ସମ୍ପର୍କ ଯୋଡିବା ବହୁତ୍ କଷ୍ଟ କିନ୍ତୁ ସମ୍ପର୍କ ଭାଙ୍ଗିବା ବହୁତ୍ ସହଜ । ସମ୍ପର୍କ କୁ ଯୋଡ଼ି ରଖିବାକୁ ଚେଷ୍ଟା କରନ୍ତୁ ।
ଏହି କାହାଣୀ ରେ ବୋହୂ ର ଉଦାହରଣ ଦିଆଯାଇଛି କିନ୍ତୁ କେତେକ କ୍ଷେତ୍ରରେ ଶାଶୂ ଶଶୁର ମାନେ ବୋହୂ ପ୍ରତି ମଧ୍ଯ ଖରାପ ବ୍ୟବହାର କରନ୍ତି ।
ସେମାନଙ୍କୁ ମଧ୍ୟ ସଚେତ ହେବା ଦରକାର । ବେଶୀ କିଛି କହିବି ନାହିଁ । ସବୁ ଭୁଲ କୁ ଯଦି କ୍ଷମା କରାଯାଏ ତେବେ ସମ୍ପର୍କ ରେ କେବେ ବିଚ୍ଛେଦ ଘଟିବ ନାହିଁ ।
ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଏହି କାହାଣୀ ଟି ପଢ଼ିଥିବାରୁ ଆପଣଙ୍କୁ ଧନ୍ୟବାଦ ।
କାହାଣୀ ଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ ।

ନୀଳମାଧବ ଭୂୟାଁଙ୍କ କଲମରୁ

If you like this Story so share to your friends, Thanking You.

ମିନି (ଏକ ସର୍ତ୍ତ ସମ୍ପର୍କ )…5

ମିନି (ଏକ ସର୍ତ୍ତ ସମ୍ପର୍କ )...5
ମିନି (ଏକ ସର୍ତ୍ତ ସମ୍ପର୍କ )…5

ମନ ଭିତରେ ରାଗ ଥିଲେ ମଧ୍ୟ ଶିଶିର ପ୍ରତ୍ୟେକ ଦିନ ମିନି ବିଷୟରେ ରିନା କୁ ପଚାରେ ଏବଂ ରିନା ରୋଜି ଠୁ ମିନି ର ହାଲଚାଲ ପଚାରି ବୁଝେ । ଶିଶିର ମଧ୍ୟ ଚାହୁଁଥାଏ କି ମିନି ତାର ନିଜ ଭୁଲ ସେ ବୁଝିବା ଦରକାର ଏବଂ ସେ ଯେବେ ନିଜେ ମୋ ପାଖକୁ ଆସିବ ସେଦିନ ସେ ଗ୍ରହଣ କରିବ ବୋଲି ମନରେ ଥାଏ ।
ଏତେ ବଡ ଘଟଣା ପରେ ମଧ୍ୟ ଶିଶିର ର ମିନି ପ୍ରତି ଭଲ ପାଇବା କମ୍ ହୋଇ ନଥିଲା। କେବଳ ମିନି ନିଜ ଭୁଲ ବୁଝୁ ବୋଲି ଭାବି ସେ କଲ୍ କରୁ ନଥିଲା।
ଏତିକି ଭାବୁ ଭାବୁ ମିନି ପୁଣି ଥରେ ହେଲୋ ବୋଲି କହିଲା , ଶିଶିର ଫେରି ଆସିଲା କଲ୍ ରେ ଥିବା ମିନି ର କଥା କୁ ଉତ୍ତର ଦେବା ପାଇଁ ।
ଶିଶିର କହିଲା ଯାହା କହିବାର ଅଛି ଶୀଘ୍ର କୁହ ମୁଁ ଅଫିସ ରେ ଅଛି। ମିନି କଣ କହିବ କିଛି ନ ଭାବି , ହଉ ଠିକ୍ ଅଛି ତୁମେ ଡିଉଟି କର କହି , ରଖି ଦେଲା ।
ଫୋନ୍ କଟ ହେଲା ପରେ ଶିଶିର ମଧ୍ୟ ଖୁସି ଥିଲା କି ମିନି ନିଜ ଭୁଲ ବୁଝି ପାରିଛି। ସେ ନିଜ ଡିଉଟି ରେ ଲାଗି ପଡ଼ିଲା ।
ପୁଣି ଦୁଇ ଦିନ ପରେ ମିନି ର କଲ୍ ଆସିଲା ସେଦିନ , ଶିଶିର ର ଅଫିସ ଛୁଟି ଥିଲା । ସେ ପୁଣି ଫୋନ୍ ଉଠେଇବା ପରେ ପଚାରିଲା କିନ୍ତୁ ମିନି ର ସାହାସ ହେଉ ନଥାଏ।
କିନ୍ତୁ ଶିଶିର ଯେତେବେଳେ ପଚାରିଲା କେମିତି ଅଛ । ମିନି ର ଆଖିରୁ ଲୁହ ବାହାରି ଗଲା । ନିଜ କାନ୍ଦ କୁ ରୋକି ପାରିଲା ନାହିଁ । ମିନିର କାନ୍ଦ ଶୁଣି ଶିଶିର ମିନି କୁ ନ କାନ୍ଦିବା ପାଇଁ କହିଲା।

ମିନି କହିଲା , ମୋର ଭୁଲ ପାଇଁ ମୋତେ କ୍ଷମା କରିବନି ଶିଶିର । ଶିଶିର ଉତ୍ତର ଦେଲା। ଭୁଲ ତ ମୋର ଥିଲା ତମକୁ ପ୍ରଶୟ ଦେଇ ଏତେ ଭୁଲ କରିବାକୁ ସୁଯୋଗ ଦେଲି।
ମିନି ପୁଣି ଥରେ କହିଲା , ପ୍ଲିଜ୍ ଶିଶିର ମୋତେ କ୍ଷମା କରିଦିଅ । ତମ ଠୁ ଦୂରେଇ ଯିବାର ବର୍ଷେ ହୋଇଗଲାଣି । ମୁଁ ମୋର ଭୁଲ ବୁଝି ପାରିଛି କହି ପୁଣି କାନ୍ଦିବାରେ ଲାଗିଲା ।
ଶିଶିର କହିଲା ବର୍ଷେ ହୋଇଗଲା ପରେ ଏବେ ନିଜ ଭୁଲ୍ ବୁଝି ପାରିଲ । ଆଜି ପର୍ଯ୍ୟନ୍ତ ମୁଁ ଭାବୁଥିଲି ପ୍ରତ୍ୟେକ ଭୁଲ ମୋର ଥିଲା ।
ମିନି କହିଲା ତମେ ଯାହା କହିବ ମୁଁ ଶୁଣିବି ପ୍ଲିଜ୍ ମୋତେ କ୍ଷମା କରିଦିଅ । ଶିଶିର ଆଉ କିଛି ନାହିଁ, ଆମ ଭିତରେ ସେ ସମ୍ପର୍କ ଆଉ ନାହିଁ ଏବଂ ତମେ ମୋ ଛୁଆ କୁ ମାରି ମୋ ଆଗରେ ସବୁ ଦିନ ପାଇଁ ଦୋଷୀ ପାଲଟି ଯାଇଛ ।
ମିନି କାନ୍ଦ କାନ୍ଦ ଅବସ୍ଥାରେ କହିଲା ପ୍ଲିଜ୍ ଶିଶିର ତମେ ମୋତେ ଯାହା ଦଣ୍ଡ ଦେବ ମୁଁ ତାହା ଗ୍ରହଣ କରିବି ପ୍ଲିଜ୍ ଫେରି ଆସ ।
ମୁଁ ମୋର ଭୁଲ ପାଇଁ ଗତ ୬ମାସ ହେଲା ପ୍ରତ୍ୟେକ ଟି ସେକେଣ୍ଡ ସେହି କଥା ଭାବି ଭାବି ନିଜ କୁ କଷ୍ଟ ଦେଇ ଚାଲିଛି । କେତେ ଯେ ଲୁହ ଗଡେଇଛି ତାହା କେବଳ ମୁଁ ହିଁ ଜାଣିଛି । ମୋର କଥା କୁ ବିଶ୍ୱାସ କର । ତମକୁ ଘୃଣା ଚକ୍ଷୁ ରେ ଦେଖି ମୋତେ ତୁମ ସହିତ ଆଖି ମିଶେଇ କଥା ହେବାକୁ ସାହାସ ନାହିଁ । କେବଳ କହି ପାରିବି । ପ୍ଲିଜ୍ ମୋ କଥା କୁ ବିଶ୍ୱାସ କର, ତମର ସବୁ କଥା ସବୁ ସର୍ତ୍ତ ମାନିବି । ମୋତେ ଥରେ କ୍ଷମା କରିଦିଅ ପ୍ଲିଜ୍ ।
ମିନି ର କଥା ଶୁଣି , ଶିଶିର ମଧ୍ୟ ମିନି କୁ ବିଶ୍ୱାସ କରିବାକୁ ଲାଗିଲା ।
ମିନି ର କାନ୍ଦ ବନ୍ଦ ହେଉ ନଥାଏ । ମିନି କହିଲା ମୁଁ ସବୁ କରିବାକୁ ରାଜି ଅଛି ।
ମୁଁ ମୋ ଦେବତା ଭଳି ଶାଶୂ ଶଶୁର ଙ୍କୁ ଅନାଦର କରିଛି ଏବଂ ମୋ ଭଉଣୀ ଭଳି ନଣନ୍ଦ କୁ ଘୃଣା କରିଛି ଏବଂ ତମକୁ ହରେଇ ମଧ୍ୟ ବହୁତ୍ ଦୁଃଖ ପାଇ ସାରିଛି। ପ୍ଲିଜ୍ ଶିଶିର ମୋତେ କ୍ଷମା କରିଦିଅ।
ଶିଶିର କହିଲା ତମକୁ କ୍ଷମା କରିଲେ , କାଲି ପୁଣି ମୋ ଘର କୁ ଆସିବ ସେଠୀ ଆସିଲେ ପୁଣି ତୁମର ମହାଭାରତ ଆରମ୍ଭ କରିବ।
ମିନି କହିଲା , ମୁଁ କେବେ ଜିଦ୍ କରିବି ନାହିଁ କି ତୁମ ସହିତ ରହିବା ପାଇଁ । ମୁଁ ମୋ ଶାଶୂ ଶଶୁର ଙ୍କୁ ସେବା କରିବାକୁ ଚାହେଁ ।
ପ୍ଲିଜ୍ ଶିଶିର ମୋ କଥା କୁ ବିଶ୍ୱାସ କର ମୁଁ ବହୁତ୍ ଅନୁତାପ କରିଲିଣୀ । ଆଉ ମୋର ଧର୍ଯ୍ୟ ନାହିଁ ।
ଶିଶିର କହିଲା ମୋର କିଛି ସର୍ତ୍ତ ଅଛି ସେ ସର୍ତ୍ତ କୁ ତମକୁ ମାନିବାକୁ ପଡ଼ିବ। ମିନି କହିଲା ତୁମର ସବୁ ସର୍ତ୍ତ ମୁଁ ମାନିବି । ତମେ ଯାହା କହିବ ତାହା କରିବି ।
ଶିଶିର କହିଲା ତେବେ କାଲି ସକାଳେ ତମେ ବୋହୂ ବେଶରେ ମୋ ଘରକୁ ତମେ ନିଜେ ଆସ କିମ୍ବା କାହା ସହିତ ଆସ ମୁଁ ଜାଣିନି ।
ମିନି ପଚାରିଲା ଘରେ ମୋତେ ଗ୍ରହଣ କରିବେ ତ? ଶିଶିର କହିଲା ସେ କଥା ତମେ ଚିନ୍ତା କର ନାହିଁ ।
ମିନି ପୁଣି ପଚାରିଲା ସାହି ପଡିଶା ଲୋକେ କିଛି ପଚାରିବେ ଯଦି କଣ କହିବି। ଶିଶିର କହିଲା ସେ କଥା , ତମେ କଣ କହିବ , ନିଜେ ଚିନ୍ତା କର ।
ଆଉ ଶୁଣ ଘରକୁ ଆସି ଠିକ୍ ସମୟରେ ସକାଳୁ ଉଠି ଘର କାମ କରିବ ସମସ୍ତଙ୍କୁ ଖାଇବା ଦେବ , ବାପା, ମା ଙ୍କ ସେବା କରିବ ।
ତମକୁ କେହି ସାହାଯ୍ୟ କରିବେ ନାହିଁ । ମିନି କହିଲା ହଁ ମୁଁ ରାଜି ଅଛି । ଶିଶିର କହିଲା ତମେ ଯାହା ରୋଷେଇ ସିଖିଛ ତାହା ଖୁଆଇବ। କେହି କିଛି କହିବେ ନାହିଁ ।
ମୁଁ ପ୍ରତ୍ୟେକ ଦିନ ତୁମର କାମ ବିଷୟରେ ଘର ଲୋକଙ୍କୁ ପଚାରିବି ।
ଘର ର ସମ୍ମାନ ଦେଲା ଭଳି ସବୁ କାମ କରିବ ଅନାବନା ଡ୍ରେସ ପିନ୍ଧିବ ନାହିଁ । ବୋହୂ ହିସାବରେ ଘରେ ଲୁଗା କିମ୍ବା ଶାଢ଼ୀ ପିନ୍ଧି ରହିବ ।
୨ ମାସ ଆମ ଘରେ ରହିବା ପରେ ମୁଁ ଛୁଟି ଆସିବି। ତା ପରେ ନିଷ୍ପତି ନେବି କି ମୁଁ ତମକୁ ସ୍ତ୍ରୀ ରୂପରେ ଗ୍ରହଣ କରିବି ଅବା ନାହିଁ ।
ମିନି ସବୁ ସର୍ତ୍ତ ମାନିଲା ଏବଂ ତା ପର ଦିନ କାହାକୁ ନ କହି ସକାଳୁ ଉଠି ନିଜ ଶାଶୂ ଘରକୁ ଯିବା ପାଇଁ ବାହାରିଲା ।
ମିନି ର ବାପା, ମା ମିନି କୁ ଦେଖି ଆଶ୍ଚର୍ଯ୍ୟ । ମିନି ର ବାପା ମିନି କୁ ପଚାରିଲେ, କୁଆଡେ ଯାଉଛୁ । ମିନି କହିଲା ମୁଁ ନିଜେ ଆସିଥିଲି ସେ ଘରୁ ଆଜି ମୁଁ ନିଜେ ହିଁ ଫେରିଯିବି । ବାପା କହିଲେ, ପୁଣି ସେଠୀ ଯାଇ ମହାଭାରତ ଆରମ୍ଭ କରିବୁ ନା କଣ?
ମିନି କହିଲା , ବାପା ମୋତେ କ୍ଷମା କରିବ, ତମକୁ ଅପମାନ ତଥା ଘର ଲୋକଙ୍କୁ ଅପମାନ ଦେଇ ମୁଁ ଅନୁତାପ କରି ସାରିଛି । ଯଦି ପାରୁଛ ତେବେ ମୋତେ କ୍ଷମା କରିବ।

****************************

ଆଗକୁ ପଢ଼ିବେ: (ବାପା ମିନି କୁ ନେଇ ଶିଶିର ଘରେ ପହଞ୍ଚିଲା ପରେ ମିନି ର ବାପା ଲଜ୍ଜ୍ୟା ରେ ମୁଣ୍ଡ ନଇଁ ପଡୁଥାଏ)

Last page

If you like this Story so share to your friends, Thanking You.

ମିନି (ଏକ ସର୍ତ୍ତ ସମ୍ପର୍କ )…4

ମିନି (ଏକ ସର୍ତ୍ତ ସମ୍ପର୍କ )...4
ମିନି (ଏକ ସର୍ତ୍ତ ସମ୍ପର୍କ )…4

Click here Part-3

ଏହି ଘଟଣା ର ଠିକ୍ ୨୩ ଦିନ ପରେ ଆମେରିକା ରେ ଗୋଟିଏ ଚାକିରି ପାଇଁ ଶିଶିର କୁ ମେଲ୍ ଆସିଲା । ଭଲ ପ୍ୟାକେଜ ଥିଲା। ଏବଂ ତାର ୭ଦିନ ପରେ ସେ ଆମେରିକା ର ସେ କମ୍ପାନୀ ରେ ରିପୋର୍ଟ କରିଲା ।

ମିନି ସବୁବେଳେ ଚାହୁଁଥାଏ ମୁଁ ଆଜାଦ୍ ପକ୍ଷୀ ହୋଇ ଖୋଲା ଆକାଶରେ ଉଡ଼ିବା ପାଇଁ । ସେ ପାରିବାରିକ ଜୀବନରୁ ମୁକ୍ତି ପାଇଗଲା ସତ କିନ୍ତୁ ସେ ପ୍ରତ୍ୟେକ ସମୟରେ ଚିନ୍ତାରେ ରହୁଥିଲା ।
ଭାଇ, ବାପା ଓ ମାଆ କେହି ମିନି କୁ କିଛି କହୁ ନଥିଲେ ସେ ସମୟ ହେଲେ ଖାଇବାକୁ ଆସେ ତା ପରେ ବାକି ସମୟ ତା ନିଜ ବେଡ୍ ରୁମ୍ ରେ ପଡ଼ି ରହେ ।
ଧିରେ ଧିରେ ମିନି ର ସାଙ୍ଗ ମାନେ ମଧ୍ୟ କଥା ହେବା ବନ୍ଦ କରିଦେଲେ ।
ମିନି ଏମିତି କାମ କରିବା ଯୋଗୁ ତାର ସାଙ୍ଗ ମାନେ ମଧ୍ୟ ତାର ସେ ଭୁଲ ପାଇଁ ତାକୁ ଦୋଷ ଦେଉଥିଲେ। ମିନି ର ଭଲ ସାଙ୍ଗ ରୋଜି ଯିଏ ପ୍ରତିଦିନ କଥା ହେଉଥିଲା ସେ ମଧ୍ୟ କଥା ବାର୍ତ୍ତା ବନ୍ଦ କରିଦେଲା ।
ନା ପାର୍ଟି ନା ସାଙ୍ଗ ନା ମଜା ମସ୍ତି ସବୁ ଯେମିତି ମିନି ଜୀବନରୁ ଧିରେ ଧିରେ ଲୋପ ପାଇବାକୁ ଲାଗିଲା ।
ମିନି ବେଡ୍ ରୁମ୍ ରେ ପଡ଼ି ପଡ଼ି ଯେମିତି ମାନସିକ ରୋଗୀ ରେ ପରିଣତ ହେବାକୁ ଲାଗୁଥିଲା ।
ଦେଖୁ ଦେଖୁ କେତେ ମାସ ଗଡି ଗଲା, ଯେତେ ମାସ ଗଡି ଯାଉଥାଏ ମିନି କୁ ଅନୁତାପ ହେବା ଆରମ୍ଭ ହେଉଥାଏ। ସେ ଭାବିଲା ସେ ଯାହା ଯାହା କରିଛି ସବୁ ଭୁଲ କରିଛି ।
ତାକୁ ନିଜ ସ୍ବାମୀ ର ଭଲ ଗୁଣ ବହୁତ୍ ମନେ ପଡ଼ିଲା। ସେ କରିଥିବା ଗର୍ଭପାତ ର ତାକୁ ଖରାପ ଅନୁଭବ ହେଲା ।
ତାର ଶାଶୂ ଶଶୁର ଙ୍କ ଭଲ ଗୁଣ ମନେ ପଡୁଥିଲେ ସତ ସେ ତାଙ୍କୁ ପସନ୍ଦ କରିପାରୁ ନଥିଲା। ତାର ନଣନ୍ଦ ରିନା ତାକୁ ସାହାଯ୍ୟ କରିଥିବା କଥା ମନେ ପଡୁଥାଏ ।
ଏମିତି ଦେଖୁ ଦେଖୁ ୪ମାସ ବିତିଗଲା। ଛାଡ ପତ୍ର ଦେବା ପାଇଁ ଓକିଲ ଫୋନ୍ କରି ଜଣାଇଲା ପରେ ମିନି ର ମନକୁ ବହୁତ୍ ଦୁଃଖ ହେଲା ।
ସେ ଅନୁତାପ କରିଲା କି ପ୍ରକୃତରେ ଛାଡ଼ପତ୍ର ଦେବା ପରେ ସେ ତ ପୁରା ପାଗେଳି ହୋଇଯିବ । ସେ ଆଉ ଓକିଲ ର ଫୋନ୍ କୁ ଉଠେଇଲା ନାହିଁ ।
ଏପଟେ ତାର ସାଙ୍ଗ ମାନଙ୍କୁ କଲ୍ କରିଲେ , ମିନି ର କଲ୍ ଦେଖି କେହି କଥା ହେବାକୁ ଚାହୁଁ ନଥିଲେ କିନ୍ତୁ ରୋଜି ବେଳେବେଳେ ଇଛା ନଥାଇ ମଧ୍ୟ କଥା ହେଉଥାଏ ।
ଦିନେ ଦିନେ ସେ ବେଡ ରୁମ ରେ ଶୋଇ ରହେ , ଖାଇବାକୁ ଡାକିଲେ ମଧ୍ୟ ଆସେନି । ସେ ବନ୍ଦ କୋଠରୀ ଭିତରେ ନିଜକୁ ନିଜେ କଷ୍ଟ ଦେବାକୁ ଲାଗିଲା।
କେତେବେଳେ ଭୋ ଭୋ ହୋଇ କାନ୍ଦେ ତ ଏବଂ କେବେ ହସି ହସି କାନ୍ଦି ପକାଏ ।
କେତେବେଳେ ଘର ଲୋକ ସହିତ କଥା ହୁଏ ତ ଆଉ କେବେ ନିଜେ ନିଜ ସହିତ କଥା ହୁଏ ।
ମିନି ର ମା ଏ ସବୁ ଦେଖି ବହୁତ୍ ଦୁଃଖ ଅନୁଭବ କରି ତାକୁ ବେଳେବେଳେ ଉଠେଇ ଆଣି ତାଙ୍କ ହାତରେ ଖୁଆଇ ଦେଉଥିଲେ।
ଦେଖୁ ଦେଖୁ ଆଉ ୬ମାସ ବିତିଗଲା । ସେ ଘଟଣା ପର ଠାରୁ ଶିଶିର ମିନି ସହିତ କେବେ କଥା ହୋଇନି । ନା ଶିଶିର କଲ୍ କରିଛି ନା ମିନି ଶିଶିର କୁ କଲ୍ କରିଛି।
ପ୍ରାୟ ବର୍ଷେ ପୁରିଗଲା ମିନି ଏବଂ ଶିଶିର ର ଏମିତି ବିଚ୍ଛେଦ ସମ୍ପର୍କ କୁ ।
ଦିନେ ମିନି କୁ ଶିଶିର କଥା ବହୁତ୍ ମନେ ପଡ଼ିଲା। ସେ ସେଦିନ ବାରମ୍ବାର ଶିଶିର ନମ୍ବର୍ କୁ କଲ୍ କରି କାଟି ଦେଉଥାଏ। ତାର ସାହାସ ହେଉ ନଥାଏ କିନ୍ତୁ ପ୍ରାୟ ୧୫ ଥର କଲ୍ କରି କାଟିବା ପରେ ଶେଷରେ ସେ କଲ୍ କରିବା ପରେ ଜାଣିବାକୁ ପାଇଲା ଯେ ସେ ନମ୍ୱର୍ ବନ୍ଦ ଅଛି । ସେତେବେଳେ ରାତି ୧୦ ଟା ହେଲାଣି।
ଆଉ କେତେଥର କଲ୍ କରିଲା ବନ୍ଦ ହେବା ଜାଣି ସେ ରୋଜି କୁ ଫୋନ୍ କରି ତା ମନ କଥା କହିଲା ।
ମିନି ରୋଜି କୁ ସବୁ କଥା କହିଲା। ସେ ବହୁତ୍ ଡିପ୍ରେଶ୍ ଅଛି ବୋଲି କହିଲା ଏବଂ ଶିଶିର କଥା ପଚାରିଲା କିନ୍ତୁ ରୋଜି କହିଲା ମୁଁ ଜାଣିନି। ସେ ରୋଜି କୁ ବାଧ୍ୟ କରି କହିଲା ତୁ ରିନା କୁ ଫୋନ୍ କରି ଶିଶିର ର ନମ୍ୱର୍ ମାଗେ ବୋଲି କହିଲା ।
ଶିଶିର ଆମେରିକା ରେ ଚାକିରି ପାଇବା କଥା ମିନି ଜାଣି ନଥାଏ। ମିନି ଯେତେବେଳେ ଜାଣିଲା ଯେ ସେ ଆମେରିକା ରେ ରହୁଛି ମିନି ସେକଥା ଶୁଣି ବହୁତ୍ ଖୁସି ହେଲା କିନ୍ତୁ ସେ ଖୁସି କାହା ସହିତ ସେୟାର କରିବ । ସେ ରୋଜି କୁ କହିଲା ତୁ କେମିତି ହେଲେ ମଧ୍ୟ ଶିଶିର ର ନମ୍ୱର୍ ମାଗି ଆଣେ ।
ରୋଜି କହିଲା ମୁଁ ରିନା କୁ କଲ୍ କରି ମାଗିବି , ସେ ଦେଲେ ମୁଁ ତୋତେ ମେସେଜ କରିଦେବି। ସେଦିନ ସେ ପ୍ରତ୍ୟେକ ୧୦ ମିନିଟ୍ ରେ ରୋଜି କୁ ଫୋନ୍ କରି ମାଗୁଥାଏ ।
ଏପଟେ ରୋଜି ରିନା କୁ ବାରମ୍ବାର କଲ୍ କରୁଥିଲା । ରିନା ର ମୋବାଇଲ୍ ସାଇଲେଣ୍ଟ ଯୋଗୁ ସେ ରାତି ୧୨ ଟା ପରେ ରୋଜି କୁ କଲ୍ କରିଲା । ।
ରୋଜି ରିନା କୁ ମିନି ବିଷୟରେ ସବୁ କଥା କହିଲା । ରିନା ପ୍ରଥମେ ନମ୍ୱର୍ ଦେବାକୁ ଇଚ୍ଛା କରୁ ନଥିଲା କିନ୍ତୁ ରୋଜି କହିଲା ମିନି ତାର ଭୁଲ ବୁଝି ପାରିଛି ସେ ଥରେ ମାତ୍ର କଥା ହେବାକୁ ଚାହୁଁଛି ।
ରିନା ରୋଜି କୁ କହିଲା ପ୍ରଥମେ ମୁଁ ଭାଇ କୁ ପଚାରେ ତା ପରେ ତୋତେ ନମ୍ୱର୍ ଦେବୀ । ସେ ସମୟରେ ରିନା ତା ଭାଇକୁ କଲ୍ କରି ପଚାରିଲା ସେତେବେଳେ ଶିଶିର ଅଫିସ ରେ ଥିଲା । ସେ ରିନା ଠୁ ମିନି ର ସବୁ କଥା ଶୁଣି କହିଲା, ଠିକ୍ ଅଛି ନମ୍ୱର୍ ଦେ ।
ତାପରେ ରିନା ରୋଜି କୁ ଏବଂ ରୋଜି ମିନି କୁ ନମ୍ୱର୍ ଦେଲା । ମିନି ର ସାହାସ ହେଉ ନଥାଏ କିନ୍ତୁ ସାହାସ କରି ରାତି ୨ଟା ରେ ସେ ଶିଶିର କୁ କଲ୍ କରିଲା । ଶିଶିର ମିନି ର ନମ୍ବର ଜାଣି ପ୍ରଥମେ ଉଠେଇଲା ନାହିଁ କିନ୍ତୁ ପରେ ସେ ଉଠେଇଲା।
ଫୋନ୍ ଉଠେଇବା ପରେ ମିନି କଣ କହିବ କିଛି ଭାବି ପାରୁ ନଥାଏ । ଶିଶିର ପଚାରିଲା କଣ କହିବାକୁ ଚାହୁଁଛ କୁହ । ମିନି ଶିଶିର କୁ କେବେ ସମ୍ମାନ ଦିଏ ନାହିଁ କିନ୍ତୁ ସେ ଦିନ ସେ ଶିଶିର କୁ ନମସ୍କାର ଜଣାଇଲା ଏବଂ ପଚାରିଲା କେମିତି ଅଛ । ଶିଶିର ଖୁସିରେ କଥା ନ ହୋଇ ଯେମିତି ସାଧାରଣ ଭାବେ କଥା ହେଲା କିଛି ନ କହି ଚୁପ୍ ରହିଲା ।

****************************

ଆଗକୁ ପଢ଼ିବେ: (ଶିଶିର କହିଲା ଯାହା କହିବାର ଅଛି ଶୀଘ୍ର କୁହ ମୁଁ ଅଫିସ ରେ ଅଛି)

Click here for part 5

If you like this Story so share to your friends, Thanking You.

ମିନି (ଏକ ସର୍ତ୍ତ ସମ୍ପର୍କ )…3

ମିନି (ଏକ ସର୍ତ୍ତ ସମ୍ପର୍କ )...3
ମିନି (ଏକ ସର୍ତ୍ତ ସମ୍ପର୍କ )…3

Click here Part-2

ଠିକ୍ ୧୫ ଦିନ ପରେ ଶିଶିର ଘରକୁ ଆସିଲା ଏବଂ ମିନି କୁ ବୁଝେଇ ଘରକୁ ଆଣିଲା । ୧୦ ଦିନ ପରେ ସେ ମିନି କୁ ମୁମ୍ବାଇ ନେଇ ଆସିଲା ।ମୁମ୍ବାଇ ରେ ମଧ୍ୟ ମିନି ର ନାଟକ ଆରମ୍ଭ ହୋଇଗଲା । କେବେ ସମୟରେ ଉଠିବାର ନାହିଁ । ଲେଟ୍ ହେଲେ ବାହାରୁ ହୋଟେଲ ରୁ ଖାଇବା ଆସେ । ପ୍ରାୟ ସମୟ ବାହାରେ ଖିଆ ହୁଏ।

ଦେଖୁ ଦେଖୁ ଗୋଟିଏ ବର୍ଷ ବିତିଗଲା। ବର୍ଷେ ପରେ ଶିଶିର ଗାଁ କୁ ଯିବାକୁ କହିଲା କିନ୍ତୁ ମିନି ଯିବାପାଇଁ ମନା କରିଲା । ଶିଶିର ପୁଣି ବୁଝେଇବା ପରେ ସେ ଘରକୁ ଆସିଲା ।
ଏଥର ଶିଶିର ମିନି କୁ ଘରେ ଛାଡ଼ି ଯିବାର ଯୋଜନା ଥିଲା କାରଣ ସେ କମ୍ପାନୀ ସେ ଛାଡ଼ି ଅନ୍ୟ ଏକ କମ୍ପାନୀ ରେ ଚାକିରି କରିବାକୁ ଚାହୁଁଥିଲା ।
ସେମିତି ହିଁ ହେଲା । ଏଥର ମଧ୍ୟ ମିନି ୧୦ ଦିନ ପରେ ପୁଣି ମହାଭାରତ ଆରମ୍ଭ କରିଲା।
ଶିଶିର କହିଲା ମିନି କୁ ତା ମା ଘରକୁ ପଠେଇ ଦିଅ ।
ମିନି ନିଜ ଘରେ ରହିଲା ପରେ ଶିଶିର କୁ କେତେବେଳେ କଲ୍ କରେ ତ କେବେ କରେ ନାହିଁ ।ଏପଟେ ଶିଶିର ଅନ୍ୟ କମ୍ପାନୀ ରେ ଚାକିରି କରିଲା କିନ୍ତୁ କିଛି ଦିନ ପରେ କମ୍ପାନୀ ର ଲସ୍ ଯୋଗୁ ଶିଶିର ସହିତ ୧୦ ଜଣ ନୂଆ କ୍ଲାଇଣ୍ଟ କୁ କମ୍ପାନୀ ବାହାର କରି ଦେଲା।
ଶିଶିର ଚାକିରି ହରେଇ ଘରକୁ ଆସିଲା । ଘରେ ଆସିବା ପରେ ମିନି କୁ ଶିଶିର ପୁଣି ଅନୁରୋଧ କରି ଆଣିଲା । କିନ୍ତୁ ବର୍ତ୍ତମାନ କିଛି ଉପାୟ ନଥିଲା ।
ମିନି ଶିଶିର ସହିତ ରହିଲା କିନ୍ତୁ କିଛି ଦିନ ପରେ ଝଗଡା ଆରମ୍ଭ ହେଲା । କାରଣ କିଛି ନାହିଁ , ମିନି ର ସେ ବେକାର ସର୍ତ୍ତ କି ମୁଁ କାହାର ସେବା କରିବାକୁ ଏଠି ଆସିନି ଯାହାର ଖାଇବାର ଇଚ୍ଛା ଅଛି ଖାଅ ନହେଲେ ଭୋକରେ ରୁହ ।
ଏମିତି ପ୍ରତିଦିନ ର ଝଗଡ଼ା ଝାଣ୍ଟି ଦେଖି ଶିଶିର ର ମଧ୍ୟ ବହୁତ୍ ମୁଡ୍ ଅଫ ରହୁଥାଏ। ଏପଟେ ଚାକିରି ନାହିଁ ଏବଂ ସେପଟେ ମିନି ର ଏମିତି କଥା ବାର୍ତ୍ତା ଶୁଣି ସେ ପାଗଳ ହୋଇ ଯାଏ ବେଳେବେଳେ।
ଏମିତି ପ୍ରାୟ ୭ ମାସ ଚାଲିଲା ପରେ ଦିନେ ମିନି ଶିଶିର କୁ କହିଲା ମୁଁ ଏହି ଘରେ ରହିବି ନାହିଁ ତମକୁ ଯଦି ମୋ ସହିତ ସମ୍ପର୍କ ରଖିବାକୁ ଇଚ୍ଛା ତେବେ ମୋ ଘରେ ଆସି ରୁହ ।
ଶିଶିର ମଧ୍ୟ ବହୁତ୍ ସହିଲାଣି ସେ ରୋକ୍ ଠୋକ୍ ମନା କରିଦେଲା। ନା ମୁଁ ତମ ଘରେ ଘର ଜୋଇଁ ହୋଇ ରହିବାର ନାହିଁ କି ତମ କିଚି କୀଚି ଶୁଣିବାର ନାହିଁ ।
ମିନି ନିଜ ଜିଦ୍ ରେ ଅଟଳ, ସେ କହିଲା ତେବେ ମୋତେ ଛାଡ଼ ପତ୍ର ଦେଇ ଦିଅ । ଶିଶିର ପ୍ରଥମେ ବୁଝେଇଲା କିନ୍ତୁ ମିନି ବୁଝିବାର ନାହିଁ ।
ଶିଶିର ମିନି ର ବାପା ଏବଂ ଭାଇ ଙ୍କୁ ଘରକୁ ଡ଼ାକି ଆଣି ମିନି କୁ ବୁଝାଇଲେ କିନ୍ତୁ ମିନି ବୁଝିବାକୁ ନାରାଜ ।
ଶେଷରେ ମିନି ର ଭାଇ ମଧ୍ୟ ଶିଶିର କୁ ହାତ ଯୋଡ଼ି କହିଲା ମୋ ଭଉଣୀ ର ଏମିତି ଖରାପ ବ୍ୟବହାର ପାଇଁ ଆମେ ଦୁଃଖିତ । ଆମେ ମିନି କୁ ଆମ ଘରକୁ ନେଇ ଯାଉଛୁ ।
ଏପଟେ ଶିଶିର ର ବାପା ମଧ୍ୟ ମିନି କୁ ବୁଝାଇଲେ କିନ୍ତୁ ସେ କାହା କଥା ଶୁଣିଲା ନାହିଁ । ଶେଷରେ କଥା ର ନିଷ୍କର୍ଷ ବାହାରିଲା ଯେ ଛାଡ଼ପତ୍ର ହେବ କିନ୍ତୁ ଛଅ ମାସ ପରେ ଛାଡ଼ପତ୍ର ହେବ ବୋଲି ଓକିଲ କହିଲେ ।
ମିନି ନିଜ ଘରକୁ ଚାଲିଗଲା । ମିନି ନିଜ ଘରକୁ ଗଲା ପରେ ଶିଶିର ସହିତ କଥା ବାର୍ତ୍ତା ବନ୍ଦ କରି ଦେଲା କିନ୍ତୁ ଶିଶିର ର ଭଉଣୀ ରିନା ସବୁ ଖବର ରଖିଥାଏ କାରଣ ମିନି ର ବେଷ୍ଟ୍ ଫ୍ରେଣ୍ଡ୍ ରୋଜି, ରିନା ର ମଧ୍ୟ ସାଙ୍ଗ ।
ରୋଜି ଗୋଟିଏ ବର୍ଷ ସିନିୟର୍ । କଲେଜ୍ ର ନାଚ ଗୀତ ହୋଇଥିଲା ସେ ସମୟରେ ରିନା ଏବଂ ରୋଜି ଗ୍ରୁପ୍ ଡାନ୍ସ କରିଥିଲେ।
ରୋଜି ସହିତ ରିନା କଥା ହୁଅନ୍ତି ବୋଲି ମିନି ଜାଣିନି କିନ୍ତୁ ସେ ଦୁହେଁ କଲେଜ୍ ରୁ ସାଙ୍ଗ ବୋଲି ମିନି ଜାଣିଛି ।
ଠିକ୍ ଦୁଇ ମାସ ପରେ ମିନି ଦିନେ ବାନ୍ତି ସହିତ ମୁଣ୍ଡ ବୁଲେଇ ପଡ଼ିଗଲା । ଘର ଲୋକ ମେଡିକାଲ୍ ନେଇ ଗଲେ ।
ସେଠି ଜଣା ପଡ଼ିଲା ଯେ ମିନି ଗର୍ଭବତୀ । ଏକଥା ମିନି ଜାଣିଲା ପରେ, ସେ ସମସ୍ତଙ୍କୁ ରାଣ ଦେଇ କହିଲା ଯେ ଶିଶିର ଘର ଲୋକ ତଥା ଶିଶିର କୁ ଏ ବିଷୟରେ ନ କହିବାକୁ , ଏବଂ ଯଦି କହିବ ତେବେ ସେ ଆତ୍ମ ହତ୍ୟା କରିବ ବୋଲି କହିଲା ।
ମିନି କହିଲା ସେ ଏ ଛୁଆ କୁ ରଖିବ ନାହିଁ । ମିନି ର ଘର ଲୋକେ ମିନି କୁ ବୁଝାଇଲେ । ଘର ଲୋକେ କହିଲେ ଏମିତି କରିବା ପାପ। ଏବଂ ଛାଡ଼ପତ୍ର ଏବେ ପର୍ଯ୍ୟନ୍ତ ହୋଇନି ନା। ତୁ ଶିଶିର କୁ ଯାଇ ଭୁଲ ମାଗି ନେ । ସବୁ ସମାଧାନ ହୋଇଯିବ ।
ମିନି କହିଲା ମୋତେ କାହାକୁ ଭୁଲ ମାଗିବାର ନାହିଁ କି ମୁଁ ଏହି ଛୁଆ କୁ ରଖିବି ନାହିଁ । ଘର ଲୋକେ ମିନି କୁ ବୁଝେଇ ଘରକୁ ଆଣିଲେ ।
ଘରକୁ ଆସିବା ପରେ ମିନି ରୋଜି କୁ ଏହି କଥା କହିଲା । ରୋଜି ଦ୍ଵାରା ଶିଶିର ର ଘର ଲୋକ ପାଖକୁ ଖବର ପହଞ୍ଚି ଗଲା।
ଶିଶିର ମିନି ଘରକୁ ଗଲା କିନ୍ତୁ ସେଠୀ ମିନି ଶିଶିର ସହିତ କଥା ହେବାକୁ ମନା କରିଦେଲା ଏବଂ ସେ ତା ସହିତ ସମ୍ପର୍କ ରଖିବାକୁ ସ୍ପଷ୍ଟ ମନା କରିଦେଲା।
ସେତେବେଳେ ଶିଶିର କହିଲା କି ଆଜି ପର୍ଯ୍ୟନ୍ତ ଯାହା ହୋଇଛି ସବୁ ଭୁଲି ଯାଅ, ଆସ ଆମ ଘରକୁ ଯିବା କିନ୍ତୁ ମିନି ନିଜ ଜିଦ ରେ ଅଟଳ ସେ ଶିଶିର କୁ ଘରୁ ବାହାର କରିଦେଲା ।
ଚାରି ଦିନ ପରେ ମିନି ଘରେ କାହାକୁ ନ କହି ସାଧାରଣ ନର୍ସିଂ ହୋମ୍ ରେ କିଛି ଅଧିକ ଟଙ୍କା ଦେଇ ଛୁଆ ନଷ୍ଟ କରିଦେଲା।
ସେଠୀ ଆଡମିଟ୍ ହେବା ପରେ ସେ ନିଜ ଘର ଲୋକ ଙ୍କୁ କହିଲା । ଘର ଲୋକେ ବହୁତ୍ ଦୁଃଖୀ ହେଲେ ।
ଏହି କଥା ଶିଶିର ଶୁଣି ଦଉଡ଼ି ଆସିଲା ମିନି ପାଖକୁ କିନ୍ତୁ ସେତେବେଳେ ମଧ୍ୟ ମିନି ନିଜ ଭୁଲ କୁ ମାନିଲା ନାହିଁ ଏବଂ ଶିଶିର କୁ ଦେଖା କରିବାକୁ ମନା କରିଲା ଏବଂ ଗାଳି ଗୁଲଜ ଦେଇ ସେଠୁ ବାହାରି ଯିବାକୁ କହିଲା ।
ଶିଶିର ବହୁତ୍ ସ୍ଵପ୍ନ ଦେଖିଥିଲା, ସେ ମିନି କୁ ପୁଣି ଥରେ ଗ୍ରହଣ କରିବ ବୋଲି ମନ କରି ଥିଲା କିନ୍ତୁ ମିନି ଏହି ଚାରି ଦିନ ଭିତରେ ସବୁ ଛାରଖାର କରିଦେଲା।
ଶିଶିର ଆଶାହିନ ହୋଇ ଘରକୁ ଫେରିଲା। ମନରେ ବହୁତ୍ ରାଗ ଥିଲେ ମଧ୍ୟ ସେ ମିନି କୁ କିଛି କହିଲା ନାହିଁ ।
ଏହି ଘଟଣା ଯୋଗୁ ଦୁଇ ପରିବାର ବହୁତ୍ ଦୁଃଖୀ ହେଲେ । ମିନି ର ପରିବାର ମିନି ଉପରେ ବହୁତ୍ ରାଗିଲେ କିନ୍ତୁ ମିନି କୁ କିଛି ଫରକ୍ ପଡୁ ନଥାଏ। ଏପଟେ ଶିଶିର ପରିବାର ମଧ୍ୟ ବହୁତ୍ ଦୁଃଖୀ ହେଲେ ।
ଏହି ଘଟଣା ପର ଠାରୁ ଶିଶିର ମଧ୍ୟ ମିନି ପ୍ରତି ଥିବା ଭଲ ପାଇବା କମ୍ ହେବାରେ ଲାଗିଲା। ସେ ମିନି ବିଷୟରେ ଚିନ୍ତା ନ କରି ନିଜ ଚାକିରି ଖୋଜିବାରେ ଲାଗି ପଡ଼ିଲା।

ଆଗକୁ ପଢ଼ିବେ: (ମିନି ବେଡ୍ ରୁମ୍ ରେ ପଡ଼ି ପଡ଼ି ଯେମିତି ମାନସିକ ରୋଗୀ ରେ ପରିଣତ ହେବାକୁ ଲାଗୁଥିଲା)

If you like this Story so share to your friends, Thanking You.

ମିନି (ଏକ ସର୍ତ୍ତ ସମ୍ପର୍କ )…2

ମିନି (ଏକ ସର୍ତ୍ତ ସମ୍ପର୍କ )...2
ମିନି (ଏକ ସର୍ତ୍ତ ସମ୍ପର୍କ )…2

ମିନି କହିଲା ନାହିଁ ଭାଇ, ମୁଁ ଆଉ ୩ ବର୍ଷ ପରେ ବାହା ହେବି ।

ଭାଇ କହିଲା ତୋର କଥା ମୁଁ ସୁଣିବିନି, ତୁ ନିଜକୁ ପ୍ରସ୍ତୁତ କର ।
ମିନି କହିଲା, ଭାଇ ମୁଁ ଯଦି ବିବାହ କରିବି ତେବେ ମୋର କିଛି ସର୍ତ୍ତ ମାନିବେ ତେବେ ବିବାହ କରିବି ।
ମିନି ଭାଇ କୁ ବାପାଙ୍କୁ କହିଥିବା ସର୍ତ୍ତ ଗୁଡ଼ିକ କହିଲା ।
ଭାଇ ରାଗିକି ପଞ୍ଚମ ।
ଭାଇ କହିଲା ତୁ ମହାରାଣୀ ନା?? ତୋତେ ସବୁ ସେବା କରିବେ ।
ମିନି କହିଲା ତେବେ, ମୋତେ ଯଦି ବାଧ୍ୟ କରିବ ତେବେ ମୁଁ ବ୍ଲେଡ୍ ରେ ନିଜ ହାତ କାଟିଦେବି!!
ଭାଇ କହିଲା, ତୁ ଏବେ ମୋତେ ଡରେଇବା ଶିଖି ଗଲୁଣି। ତେବେ ମୁଁ ମଧ୍ୟ ଚାଲିଲି, ଏଠି ଗୋଟିଏ ମିନିଟ୍ ମଧ୍ୟ ରହିବି ନାହିଁ।
ଭାଇ ବ୍ୟାଗ୍ ନେଇ ବାହାରିଲେ କିନ୍ତୁ ଏତେ ରାତିରେ କୁଆଡେ ଯିବେ । ବାପା, ମା ସମସ୍ତେ ଭାଇ କୁ ଅନୁରୋଧ କରିଲେ ଏବଂ ମିନି ଉପରେ ରାଗି କହିଲେ ତୋରି ପାଇଁ ସବୁ ହେଉଛି ।ମିନି ଭାଇ ପାଖକୁ ଗଲା,
ମିନି କହିଲା ପ୍ଲିଜ୍ ଭାଇ , ଏବେ କୁଆଡେ ଯାଅ ନାହିଁ, ବାପା, ମା କାନ୍ଦୁଛନ୍ତି ।
ଭାଇ କହିଲା, ସେମାନେ କାନ୍ଦିଲେ କଣ, ହେବ ତୋତେ ତ କିଛି ଫରକ୍ ପଡୁନି ।
ମିନି କହିଲା, ହଉ ଭାଇ ମୁଁ , ବିବାହ କରିବି, ତମେ ରାଗନି ।
ଭାଇ ଘରକୁ ଆସିଲେ ଏବଂ ମିନି ମଧ୍ୟ ବିବାହ ପାଇଁ ପ୍ରସ୍ତୁତ ହେଲା କିନ୍ତୁ ମନରେ ଗୋଟିଏ ପ୍ରତିଶତ ମଧ୍ୟ ଇଚ୍ଛା ନଥିଲା । କେବଳ ବାଧ୍ୟକତା ରେ ସେ ବିବାହ କରୁଛି।
ବିବାହ ତିଥି ପାଖେଇ ଆସିଲା । ବିବାହ ମଧ୍ୟ ସରିଲା । ମିନି ର ସ୍ବାମୀ ଶିଶିର । ଶିଶିର ବହୁତ୍ ସିଧା ସାଧା ଲୋକ ।
ପ୍ରଥମେ ଗୋଟିଏ ମାସ ଆରାମ ରେ କଟି ଗଲା । କାହିଁକି ନା ମିନି ର ଶାଶୁ ଏବଂ ନଣନ୍ଦ ମିନି କୁ କାମ କରିବାକୁ ଦେଉ ନଥିଲେ ।
ଏପଟେ ମିନି ନିଜ ଇଛା ରେ ଉଠେ ନିଜ ଇଚ୍ଛାରେ ଆରାମ କରେ କିନ୍ତୁ ଏମିତି କେତେ ଦିନ ଚାଲିବ । ଦିନେ ସଂଧ୍ୟାରେ ଶିଶିର ଆଉ ମିନି କଥା ହେଲେ ।
ଶିଶିର କହିଲା ସବୁବେଳେ ବେଡ୍ ରୁମ୍ ରେ ପଡ଼ି ରହୁଚ, ନହେଲେ ଟିଭି ଦେଖୁଛ । ମା ଙ୍କୁ ଏବଂ ଭଉଣୀ(ରିନା) ଙ୍କୁ ସାହାଯ୍ୟ କର ।
ମିନି କହିଲା ସେ ମୋତେ କାମ କରିବାକୁ ଦେଉ ନାହାନ୍ତି ଏବଂ ମୋର କାମ ତାଙ୍କୁ ଭଲ ଲାଗୁନି । ଯୋଉ କାମ କରୁଛି ସବୁ କାମରେ ଭୁଲ ଖୋଜୁଛନ୍ତି।
ଶିଶିର କହିଲା, ଭୁଲ କରିଲେ ଭୁଲ ବୋଲି କହିବେ, ତମେ ଠିକ୍ କରିବାକୁ ଚେଷ୍ଟା କର ଏବଂ ସେ ତ ତମକୁ ବାଧ୍ୟ କରୁ ନଥିବେ।
ମିନି କହିଲା ଆଉ ମୁଁ କଣ ମିଛ କହୁଛି?
ଶିଶିର କହିଲା ସେକଥା ମୁଁ କହିଲି କି? ମୁଁ କହିଲି କି ସବୁବେଳେ ତ ସେମାନେ କରିବେ ନାହିଁ । ଆଜି ନହେଲେ କାଲି ତମକୁ କରିବାକୁ ପଡ଼ିବ।
ମିନି କହିଲା ମୁଁ ଏହି ଘରେ କାମ କରିବି ନାହିଁ । ମୁଁ ଏଠି ରହିବି ନାହିଁ ମଧ୍ୟ, ଯଦି ରହିବି ତେବେ ତୁମ ସହିତ ରହିବି ।
ଶିଶିର କହିଲା ମୋର ଛୁଟି ସରିଲାଣି, ଗୋଟିଏ ଦିନ ପରେ ଫେରିଯିବାକୁ ହେବ କମ୍ପାନୀ କୁ, ସେଠୀ ଗଲା ପରେ କିଛି ବ୍ୟବସ୍ଥା କରି ଜଣେଇବି ।
ମିନି କହିଲା ମାନେ ମୋତେ ତମେ ଏବେ ସାଥିରେ ନେଇ ଯିବ ନାହିଁ । ମୁଁ ତ ଭାବିଥିଲି ତମ ସାଙ୍ଗରେ ଯିବି ବୋଲି ।
ଶିଶିର କହିଲା ଆଉ କିଛି ଦିନ ରୁହ। ମୁଁ ଗୋଟିଏ ମାସ ପରେ ଛୁଟି ଆସିବି। ସେ ସମୟରେ ସାଙ୍ଗରେ ନେଇ ଯିବି ।
ମିନି କହିଲା ନା, ମୁଁ ଏବେ ତୁମ ସାଙ୍ଗରେ ଯିବି ମାନେ ଯିବି।
ଶିଶିର କହିଲା କଥା କୁ ବୁଝ। ସେଠି ରୁମ୍ ନେବାକୁ ହେବ, ଏବଂ ଘରକରଣା ସାମାନ କିଛି ଆଣିବାକୁ ହେବ ।
ମିନି କହିଲା ହଉ ଠିକ୍ ଅଛି କିନ୍ତୁ ଗୋଟିଏ ସର୍ତ୍ତ ରେ ।
ଶିଶିର କହିଲା, ତୁମର ସର୍ତ୍ତ ପୁଣି କଣ?
ମିନି କହିଲା ସର୍ତ୍ତ ଏହା ଯେ, ତମେ ୧୫ ଦିନ ଭିତରେ ରୁମ୍ ନେଇ ମୋତେ ଏଠି ନେବାକୁ ଆସିବ ଏବଂ ମୁଁ ତମ ସାଙ୍ଗରେ ଚାଲିଯିବି।
ଶିଶିର କଣ କହିବ ଆଉ, ହଁ କରି ମିନି କୁ ବୁଝେଇଲା ଏବଂ କହିଲା ହଉ ମୁଁ ସେମିତି କରିବି । କହି ସେ ପୁଣି ଫେରିଗଲା କମ୍ପାନୀ କୁ ।ଏପଟେ ମିନି ଶାଶୂ ଘରେ ଧିରେ ଧୀରେ କାମ କରିବାକୁ ଆରମ୍ଭ କରିଲା । ବେଳେ ବେଳେ ଖାଏ ତ ଆଉ କେତେବେଳେ ରାଗି କରି ଭୋକରେ ରୁହେ ।
ଘରେ ନିଜ ମା ଙ୍କୁ ଫୋନ୍ ରେ ସବୁ କଥା କହେ । ଶାଶୂ ଖରାପ , ଶଶୁର ଖରାପ ,ନଣନ୍ଦ ମୋତେ ଖରାପ୍ ବ୍ୟବହାର କରନ୍ତି ଏମିତି ବହୁତ୍ କିଛି ।
ମିନିର ମା ତାକୁ ବୁଝେଇ କୁହନ୍ତି । ସେଠି ନିଜକୁ ଆଡଜଷ୍ଟ କରିବାକୁ ହେବ । କିଏ ଖରାପ କିଏ ଭଲ ମୁଁ ତର୍ଜମା କରିବିନି ।
ତୁ ଯେତେ ଶୀଘ୍ର ସେ ପରିବାର ସହ ଚଳିବୁ ସେତେ ଶୀଘ୍ର ତୋ ପାଇଁ ଭଲ ।
ମିନି ନିଜ ମା ଉପରେ ମଧ୍ୟ ରାଗେ ଏବଂ ଏଣୁ ତେଣୁ କଥା କହେ।
ଦେଖୁ ଦେଖୁ ୧୫ ଦିନ ବିତିଗଲା । ଏହି ୧୫ ଦିନ ଭିତରେ ମିନି କେବେ ଠିକ୍ ସମୟରେ ସକାଳୁ ଉଠୀନି ନା କେବେ ଠିକ୍ ସମୟରେ ରୋଷେଇ କରିଛି।
ଲେଟ୍ ହେଲେ ଶାଶୂ କିମ୍ବା ରିନା ରୋଷେଇ କରନ୍ତି।
ଏପଟେ ମିନି ଶିଶିର କୁ କହେ, ତମ ମା, ମୋ ଉପରେ ରାଗି ଏଣୁ ତେଣୁ କହୁଛନ୍ତି । ଶିଶିର ନିଜ ଆଖିରେ କିଛି ନ ଦେଖି ମିନି ର କଥା କୁ କେବେ ବିଶ୍ୱାସ କରୁଥାଏ ତ କେବେ ନାହିଁ କାରଣ ରିନା ଏବଂ ଶିଶିର ସବୁବେଳେ କଥା ହୁଅନ୍ତି ।
ଭାଉଜ କଣ କରେ କଣ ନ କରେ ସବୁ ଖବର ରିନା ଦେଉଥାଏ ନିଜ ଭାଇ କୁ ।
୧୫ ଦିନ ପରେ ମିନି ଶିଶିର କୁ ଫୋନ୍ କରି କହିଲା ତମେ ଆସିବ ନା ନାହିଁ ।
ଶିଶିର କହିଲା ଆରେ ଛୁଟି ମିଳୁନି ।
ମିନି କହିଲା ତମେ ଯଦି ନ ଆସିବ ତେବେ ମୁଁ ଏଠି ଗୋଟିଏ ମିନିଟ୍ ମଧ୍ୟ ରହିବି ନାହିଁ ।
ଏମିତି କହି ରାଗ ତମ ତମ ହୋଇ ବ୍ୟାଗ୍ ରେ କିଛି କପଡା ରଖି ନିଜ ଘର କୁ ଯିବାକୁ ବାହାରିଲା ।
ଏହା ଦେଖି ରିନା ସଙ୍ଗେ ସଙ୍ଗେ ଭାଇ କୁ କହିଲା । ଭାଇ କହିଲା , ତାକୁ ବୁଝେଇଲେ ସେ ଯଦି ବୁଝୁନୁ ତେବେ କଣ କରିବି।
ଏପଟେ ଘର ର ଏମିତି ସ୍ଥିତି ଦେଖି ମିନି ର ଶଶୁର ନିଜେ ମିନି କୁ ନେଇ ମିନି ଘରେ ଛାଡ଼ି ଆସିଲେ ।
ଶିଶିର ର ବାପା କହିଲେ , ବୋହୂ କୁ ନେଇ ତୋ ପାଖରେ କିଛି ଦିନ ରଖେ , ତାପରେ ତାର ମନ ବୁଝିଯିବ।
ଶିଶିର ବାପା ଙ୍କୁ ହଁ କରି କହିଲା , ହଉ ବାପା ,ମୁଁ ଆଉ ୧୫ ଦିନ ପରେ ଆସିବି ଏବଂ ମିନି କୁ ନେଇ ଆସିବି ।
ମିନି ସେ ୧୫ ଦିନ ଶିଶିର ଉପରେ ରାଗରେ କଥା ହେଉ ନଥାଏ । ଆଉ ଯେବେ କଥା ହୁଏ ଇଚ୍ଛା ନଥିଲା ଭଳି କଥା ହୁଏ।

****************************

ଆଗକୁ ପଢ଼ିବେ: (ମୁଁ କାହାର ସେବା କରିବାକୁ ଏଠି ଆସିନି ଯାହାର ଖାଇବାର ଇଚ୍ଛା ଅଛି ଖାଅ ନହେଲେ ଭୋକରେ ରୁହ )

If you like this Story so share to your friends, Thanking You.

ମିନି (ଏକ ସର୍ତ୍ତ ସମ୍ପର୍କ )

mini
Click the image for full story

ମିନି (ଏକ ସର୍ତ୍ତ ସମ୍ପର୍କ )…1

ମିନି (ଏକ ସର୍ତ୍ତ ସମ୍ପର୍କ )…1

ମିନି (ଏକ ସର୍ତ୍ତ ସମ୍ପର୍କ )…2

Bhuyans Blog

ମିନି (ଏକ ସର୍ତ୍ତ ସମ୍ପର୍କ )…2

ମିନି (ଏକ ସର୍ତ୍ତ ସମ୍ପର୍କ )…3

Bhuyans Blog

ମିନି (ଏକ ସର୍ତ୍ତ ସମ୍ପର୍କ )…3

ମିନି (ଏକ ସର୍ତ୍ତ ସମ୍ପର୍କ )…4

Bhuyans Blog

ମିନି (ଏକ ସର୍ତ୍ତ ସମ୍ପର୍କ )…4

ମିନି (ଏକ ସର୍ତ୍ତ ସମ୍ପର୍କ )…5

Bhuyans Blog

ମିନି (ଏକ ସର୍ତ୍ତ ସମ୍ପର୍କ )…5

ମିନି (ଏକ ସର୍ତ୍ତ ସମ୍ପର୍କ )..Last

Bhuyans Blog

ମିନି (ଏକ ସର୍ତ୍ତ ସମ୍ପର୍କ )…Last

ମିନି (ଏକ ସର୍ତ୍ତ ସମ୍ପର୍କ )…1

ମିନି (ଏକ ସର୍ତ୍ତ ସମ୍ପର୍କ )
ମିନି (ଏକ ସର୍ତ୍ତ ସମ୍ପର୍କ )

ମିନି : ମୋତେ କିଛି କୁହନି ବାପା, ମୁଁ ଏବେ ମେରେଜ୍ କରିବି ନାହିଁ ।

: ମୋତେ କିଛି କୁହନି ବାପା, ମୁଁ ଏବେ ମେରେଜ୍ କରିବି ନାହିଁ ।

ବାପା : ଆରେ କେତେଦିନ ଏମିତି ରହିବୁ । କେତେ ପ୍ରସ୍ତାବ କୁ ମନା କରିଲୁଣୀ । କଣ ଚାହୁଁଛୁ ତୁ? କହ କାହାକୁ ଭଲ ପାଉଛୁ ଯଦି ତା ସହିତ ବିବାହ କରିଦେବି ।

: ଆରେ କେତେଦିନ ଏମିତି ରହିବୁ । କେତେ ପ୍ରସ୍ତାବ କୁ ମନା କରିଲୁଣୀ । କଣ ଚାହୁଁଛୁ ତୁ? କହ କାହାକୁ ଭଲ ପାଉଛୁ ଯଦି ତା ସହିତ ବିବାହ କରିଦେବି ।

ମିନି କହିଲା ବାପା !!! କାହିଁକି ମୋ ପଛେ ପଡ଼ିଛ କହିଲ? ମୁଁ ଏବେ ମେରେଜ ପାଇଁ ରେଡ଼ି ହୋଇନି । ମୁଁ ଆଉ କିଛି ଦିନ ପରେ ମେରେଜ୍ କରିବି ।

!!! କାହିଁକି ମୋ ପଛେ ପଡ଼ିଛ କହିଲ? ମୁଁ ଏବେ ମେରେଜ ପାଇଁ ରେଡ଼ି ହୋଇନି । ମୁଁ ଆଉ କିଛି ଦିନ ପରେ ମେରେଜ୍ କରିବି ।

ବାପା ରାଗ ତମ ତମ ହୋଇ ରୋଷେଇ ଘରକୁ ଗଲେ ସେଠୀ ମିନି କୁ ସୁଣେଇ ମା ଙ୍କୁ କହିଲେ ।

ମା ଙ୍କୁ କହିଲେ ।

ଆଉ କେତେ ଦିନ ସେ ମଜା ମସ୍ତି କରିବ, ତାକୁ କହିଦିଅ, ବୟସ ୨୭ ହେଲାଣି ଆଉ କଣ ଘର ବୁଢ଼ୀ ହୋଇ ରହିବ ??

, ତାକୁ କହିଦିଅ, ବୟସ ୨୭ ହେଲାଣି ଆଉ କଣ ଘର ବୁଢ଼ୀ ହୋଇ ରହିବ ??

ମା କହିଲେ ଟିକେ , ଧିରେ କୁହ, ସେ ଶୁଣିବ,

, ଧିରେ କୁହ, ସେ ଶୁଣିବ,

ବାପା କହିଲେ ସେ ଶୁଣୁ, ତାକୁ ହିଁ ତ କହୁଛି ।

, ତାକୁ ହିଁ ତ କହୁଛି ।

ମିନି ରୋଷେଇ ଘରକୁ ଆସିଲା ।

ମିନି କହିଲା ବାପା , ଆଉ ତିନି ବର୍ଷ ପରେ ମେରେଜ୍ କରିବି ଏବଂ ଯଦି ମେରେଜ୍ କରିବି ତେବେ ମୋର କିଛି ସର୍ତ୍ତ ଅଛି ସେ ଗୁଡିକ ଯଦି ମାନିବ ତେବେ ମୁଁ ରାଜି ଅଛି ।

, ଆଉ ତିନି ବର୍ଷ ପରେ ମେରେଜ୍ କରିବି ଏବଂ ଯଦି ମେରେଜ୍ କରିବି ତେବେ ମୋର କିଛି ସର୍ତ୍ତ ଅଛି ସେ ଗୁଡିକ ଯଦି ମାନିବ ତେବେ ମୁଁ ରାଜି ଅଛି ।

ବାପା ପଚାରିଲେ ତୋର , ପୁଣି କି ସର୍ତ୍ତ??

, ପୁଣି କି ସର୍ତ୍ତ??

ମିନି କହିଲା, ହଁ, ବାପା ,ମୁଁ ଶାଶୂ ଘର ଯିବି କିନ୍ତୁ ମୋତେ ସେଠୀ କେହି କାମ କରିବାକୁ କହିବେ ନାହିଁ, ନା ମୁଁ କାହାର କପଡା ସଫା କରିବି ନା କାହା କଥା ଶୁଣିବି, ମୋ ଇଚ୍ଛା ରେ ଉଠିବି ମୋ ଇଚ୍ଛା ରେ ଶୋଇବି । ନା ରୋଷେଇ କରିବି ନା କାହାର ସେବା କରିବି ।

, ହଁ, ବାପା ,ମୁଁ ଶାଶୂ ଘର ଯିବି କିନ୍ତୁ ମୋତେ ସେଠୀ କେହି କାମ କରିବାକୁ କହିବେ ନାହିଁ, ନା ମୁଁ କାହାର କପଡା ସଫା କରିବି ନା କାହା କଥା ଶୁଣିବି, ମୋ ଇଚ୍ଛା ରେ ଉଠିବି ମୋ ଇଚ୍ଛା ରେ ଶୋଇବି । ନା ରୋଷେଇ କରିବି ନା କାହାର ସେବା କରିବି ।

ବାପା କହିଲେ ତୋର ଯାହା ସର୍ତ୍ତ ତାହା ସଂପୂର୍ଣ୍ଣ ଅସମ୍ଭବ ।

ମିନି କହିଲା ତେବେ ତିନି ବର୍ଷ ଅପେକ୍ଷା କର । ତାପରେ ମୁଁ ସ୍ଥିର କରିବି ବିବାହ କରିବି କି ନାହିଁ କହିବି ।

ବାପା ବ୍ୟାଗ୍ ଉଠେଇ ଚାଲିଲେ ଅଫିସ୍ ଏବଂ କହିଲେ ତୁ ସେମିତି ହିଁ ରହ, ତୋତେ ଆଉ କେବେ ପଚାରିବି ନାହିଁ।

, ତୋତେ ଆଉ କେବେ ପଚାରିବି ନାହିଁ।

ମା ପଚାରିଲେ ତୁ କଣ ଏମିତି ହେଉଛୁ କହିଲୁ ?

?

ମିନି କହିଲା ମା, ମୁଁ ଖୋଲା ଆକାଶତଳେ ମନ ଭରି ଉଡ଼ିବା ପାଇଁ ଚାହୁଁଚି ।

, ମୁଁ ଖୋଲା ଆକାଶତଳେ ମନ ଭରି ଉଡ଼ିବା ପାଇଁ ଚାହୁଁଚି ।

ମା କହିଲେ ତୁ କେବେ ସୁଧୁରିବୁ । ତୁ ଯେମିତି ନା ତୋ ସାଙ୍ଗ ମାନେ ମଧ୍ୟ ସେମିତି। ସବୁ ବେଳେ ପାର୍ଟି ପାର୍ଟି, କେତେ ପାର୍ଟି କରୁଛ ?

ସବୁ ବେଳେ ପାର୍ଟି ପାର୍ଟି, କେତେ ପାର୍ଟି କରୁଛ ?

ମିନି କହିଲା ଆମେ ବେଛଲାର୍ ପାର୍ଟି କରୁଛୁ ।

ମା କହିଲା ଶୁଣ, ସେ ଟୋକା ମାନଙ୍କ ସହ ବୁଲୁଛୁ , କିଛି ଖରାପ କାମ କରୁନୁ ନା?

, ସେ ଟୋକା ମାନଙ୍କ ସହ ବୁଲୁଛୁ , କିଛି ଖରାପ କାମ କରୁନୁ ନା?

ମିନି କହିଲା, ତମ ଚଣ୍ଡୀ ଝିଅ କୁ କେହି ହାତ ଲଗେଇ ଦେଖନ୍ତୁ । ତାପରେ ତାର ରକ୍ତ ପିଇ ଯିବି।

, ତମ ଚଣ୍ଡୀ ଝିଅ କୁ କେହି ହାତ ଲଗେଇ ଦେଖନ୍ତୁ । ତାପରେ ତାର ରକ୍ତ ପିଇ ଯିବି।

ମା କହିଲେ ଦିନକୁ ଦିନ ତୋର ଡ୍ରେସ ଛୋଟ ହେବାକୁ ଲାଗିଲାଣି, ତମ ମାନକୁ ଏ ସବୁ ବୁଦ୍ଧି କିଏ ଦେଉଛି, ଚିରା ଫଟା କରି ଡ୍ରେସ ପିନ୍ଧିବା ପାଇଁ।

, ତମ ମାନକୁ ଏ ସବୁ ବୁଦ୍ଧି କିଏ ଦେଉଛି, ଚିରା ଫଟା କରି ଡ୍ରେସ ପିନ୍ଧିବା ପାଇଁ।

ମିନି କହିଲା ଏ ସବୁ ଷ୍ଟାଇଲ, ମା । ଶୁଣ ମା ଭାଇ ର KTM ଟା ଚଳେଇବା କୁ ଇଛା ହେଉଛି । ତୁ ହଁ କରିଲେ ସବୁ କାମ ହେଇଯିବ ।

, ମା । ଶୁଣ ମା ଭାଇ ର KTM ଟା ଚଳେଇବା କୁ ଇଛା ହେଉଛି । ତୁ ହଁ କରିଲେ ସବୁ କାମ ହେଇଯିବ ।

ମା ପଚାରିଲେ, କାହିଁ ତୋର, Vespa ସ୍କୁଟି କଣ ଖରାପ ହେଇଗଲା କି?

, କାହିଁ ତୋର, Vespa ସ୍କୁଟି କଣ ଖରାପ ହେଇଗଲା କି?

ମିନି କହିଲା ନାହିଁ ମା, କାଲିଠୁ ବାପା କିଛି ଦିନ ପାଇଁ ଡେପୁଟେଶନ ରେ ଯିବେ । ମୁଁ ତାଙ୍କ ଅଫିସର ସହିତ କଥା ହେବାର ଶୁଣିଛି। ବାପା ଗଲା ପରେ ମୁଁ ୫ ଦିନ ପାଇଁ ଆମେ ଗୋଟିଏ ବୁଲିବା ପୋଗ୍ରାମ ରଖିଛୁ ।

, କାଲିଠୁ ବାପା କିଛି ଦିନ ପାଇଁ ଡେପୁଟେଶନ ରେ ଯିବେ । ମୁଁ ତାଙ୍କ ଅଫିସର ସହିତ କଥା ହେବାର ଶୁଣିଛି। ବାପା ଗଲା ପରେ ମୁଁ ୫ ଦିନ ପାଇଁ ଆମେ ଗୋଟିଏ ବୁଲିବା ପୋଗ୍ରାମ ରଖିଛୁ ।

ମା ପଚାରିଲେ କିଏ କିଏ?

?

ମିନି କହିଲା ଆମେ ପାଞ୍ଚ ଜଣ, ରୋଜି, କୀର୍ତ୍ତି , ରାଜ୍ ଆଉ ରାକେଶ ।

, ରୋଜି, କୀର୍ତ୍ତି , ରାଜ୍ ଆଉ ରାକେଶ ।

ମା କହିଲା କିଛି ପାର୍ଟି ନାହିଁ, କୁଆଡେ ଯିବାର ନାହିଁ , ଦୁଇ ଦିନ ପରେ ତୋ ଭାଇ ଆସିବ ।

, କୁଆଡେ ଯିବାର ନାହିଁ , ଦୁଇ ଦିନ ପରେ ତୋ ଭାଇ ଆସିବ ।

ମିନି କହିଲା ଭାଇ ଏବେ ତ ଆସିବାର ନଥିଲା।

ମା କହିଲା ତାକୁ ଏବେ ଛୁଟି ମିଳିଛି । ସେଥିପାଇଁ ସେ ଆସିବ ।

ମିନି କହିଲା ଧେତ୍ ତେରିକା। ସବୁ ଗଡବଡ ହେଇଗଲା ।

ମିନି ସଙ୍ଗେ ସଙ୍ଗେ ରୋଜି କୁ କଲ୍ କରି କହିଲା, ” ପ୍ରୋଗ୍ରାମ କାନ୍ସଲ କର । ଭାଇ ଆସୁଛି, ମାନେ ମୋ ଶତ୍ରୁ ଆସୁଛି, ମୁଁ ଘରୁ ବାହାରି ଯିବାର ଜାଣିଲେ ମୋ ଅବସ୍ଥା ଖରାପ କରିଦେବ” ।

, ” ପ୍ରୋଗ୍ରାମ କାନ୍ସଲ କର । ଭାଇ ଆସୁଛି, ମାନେ ମୋ ଶତ୍ରୁ ଆସୁଛି, ମୁଁ ଘରୁ ବାହାରି ଯିବାର ଜାଣିଲେ ମୋ ଅବସ୍ଥା ଖରାପ କରିଦେବ” ।

ଦୁଇ ଦିନ ପରେ ଭାଇ ଆସିଲା।

ଭାଇ ଏବେ ହଠାତ୍ ଛୁଟି ଆସିବାର କାରଣ ଯେ ମିନି ପାଇଁ ପ୍ରସ୍ତାବ ଠିକ୍ କରିବା ପାଇଁ ।

ସକାଳେ ପହଞ୍ଚିଲା ପରେ, ଘରେ ସମସ୍ତଙ୍କୁ କହିଲା, ବାପା ତମେ ଆଜି ଛୁଟି ନେଇ ଯାଅ । ମୋ ସାଙ୍ଗ ର ସାଙ୍ଗ ଆସିବ , ମିନି କୁ ଦେଖିବା ପାଇଁ ।

, ଘରେ ସମସ୍ତଙ୍କୁ କହିଲା, ବାପା ତମେ ଆଜି ଛୁଟି ନେଇ ଯାଅ । ମୋ ସାଙ୍ଗ ର ସାଙ୍ଗ ଆସିବ , ମିନି କୁ ଦେଖିବା ପାଇଁ ।

ମିନି ଆଶ୍ଚର୍ଯ୍ୟ ରେ ଚାହିଁ ରହିଲା ।

ମିନି କହିଲା ଭାଇ ମୁଁ ସଜ ହୋଇନି ।

କହିଲା ଭାଇ ମୁଁ ସଜ ହୋଇନି ।

ଭାଇ କହିଲା ତୋ ପାଖରେ ୩ ଘଣ୍ଟା ଅଛି, କଣ ସଜ ହେବାର ଅଛି, କହ?

, କଣ ସଜ ହେବାର ଅଛି, କହ?

ମିନି କହିଲା ମୋତେ , ଆଇବ୍ରୋ ଶେବ କରିବାର ଅଛି, ଚୁଟି କାଟିବାର ଅଛି ଆଉ ବହୁତ୍ କାମ ଅଛି ।

, ଆଇବ୍ରୋ ଶେବ କରିବାର ଅଛି, ଚୁଟି କାଟିବାର ଅଛି ଆଉ ବହୁତ୍ କାମ ଅଛି ।

ଭାଇ ପଚାରିଲା ଏମିତି , ୱାନ ଥାର୍ଡ ରେ ଯିବୁ ନା ଜିନ୍ସ ପିନ୍ଧିବୁ କହ ।

, ୱାନ ଥାର୍ଡ ରେ ଯିବୁ ନା ଜିନ୍ସ ପିନ୍ଧିବୁ କହ ।

ମିନି ପଚାରିଲା କଣ, ଏବେ

, ଏବେ

ଭାଇ କହିଲା ହଁ ଏବେ, ଚାଲ୍ ଶୀଘ୍ର ତଳକୁ ଆସ ମୁଁ ବାଇକ୍ ବାହାର କରୁଛି ।

, ଚାଲ୍ ଶୀଘ୍ର ତଳକୁ ଆସ ମୁଁ ବାଇକ୍ ବାହାର କରୁଛି ।

ମିନି ଉପାୟ ଶୂନ୍ୟ ହୋଇ ୱାନ ଥର୍ଡ୍ ପ୍ୟାଣ୍ଟ୍ ଏବଂ ଟପ୍ ରେ ଗୋଟିଏ ଚୁନି ପକେଇ ତଳକୁ ଗଲା । ମିନି ଭାଇ କୁ ବହୁତ୍ ଡରେ,

,

ଭାଇ ପୋଲିସ୍ ସବ ଇନ୍ସପେକ୍ଟର ଅଛନ୍ତି ଆଉ ବାପା ହାବିଲଦାର କିନ୍ତୁ ଭାଇ ଙ୍କ ଅନ୍ୟ ଜିଲ୍ଲାରେ ପୋଷ୍ଟିଙ୍ଗ ଅଛି ।

ମିନି ଭାଇ ସହିତ ମାର୍କେଟ ଗଲା ଏବଂ ସବୁ କାମ ସାରି ଦୁଇ ଘଣ୍ଟା ଭିତରେ ଫେରି ଆସିଲା। ମିନି ଚୁପ୍ ହୋଇ ସବୁ କରୁଥାଏ ଏବଂ ଶୁଣୁଥାଏ ।

ମିନି ଚୁପ୍ ହୋଇ ସବୁ କରୁଥାଏ ଏବଂ ଶୁଣୁଥାଏ ।

ଠିକ୍ ୧୨ଟା ରେ ପୁଅ ଏବଂ ତାଙ୍କ ବାପା ଆସି ପହଞ୍ଚିଲେ ।

ପୁଅ ଦେଖିବାକୁ ବହୁତ୍ ସୁନ୍ଦର । ସେ ମୁମ୍ବାଇ ରେ କୋଉ କମ୍ପାନୀ ରେ ଇଂଜିନିୟର ଅଛି।

ପୁଅ ଘର ଲୋକେ ଗଲା ପରେ । ସେଠୁ ଫୋନ୍ ଆସିଲା ଏବଂ ବାହାଘର ପାଇଁ ସେମାନେ ରେଡ଼ି ଅଛନ୍ତି ବୋଲି କହିଲେ ।

ବାହାଘର ତିଥି ମଧ୍ୟ ଠିକ୍ ହେଲା ।

କିନ୍ତୁ ସେଦିନ ରାତିରେ ମିନି ଭାଇ ଆଗରେ ମୁହଁ ଖୋଲି କହିଦେଲା ।

ମିନି କହିଲା ଭାଇ , ମୁଁ ଏବେ ମେରେଜ୍ କରିବି ନାହିଁ।

, ମୁଁ ଏବେ ମେରେଜ୍ କରିବି ନାହିଁ।

ଭାଇ କହିଲା ଏଇଟା, ତୋ ପାଇଁ ୩୩ ନମ୍ୱର୍ ପ୍ରସ୍ତାବ।

, ତୋ ପାଇଁ ୩୩ ନମ୍ୱର୍ ପ୍ରସ୍ତାବ।

କଣ ଅସୁବିଧା, ଏଇ ପୁଅ ର କଣ ଖରାପ ଅଛି କହ ।

, ଏଇ ପୁଅ ର କଣ ଖରାପ ଅଛି କହ ।

****************************

ଆଗକୁ ପଢ଼ିବେ: ( ମୋତେ ଯଦି ବାଧ୍ୟ କରିବ ତେବେ ମୁଁ ବ୍ଲେଡ ରେ ନିଜ ହାତ କାଟି ଦେବୀ)

If you like this Story so share to your friends, Thanking You.

ଅଟଳ ସମ୍ପର୍କ ( Atal Sampark)

ଅଟଳ ସମ୍ପର୍କ
ଅଟଳ ସମ୍ପର୍କ




କିଛି କ୍ଷଣ ହେଉପଛେ
ଭରିଥିଲା ମଳୟ ପବନ
ମାଦକତା ର ମଧୂପ ମୁହୂର୍ତ୍ତ
ଆତ୍ମିୟତା ର ଆଶ୍ୱାସନା
ସମ୍ବାବନାର ସଂଯୋଗ ।
କେଜାଣି କାହିଁକି ସେଦିନଠୁ
ମୋ ଠୁ ଦୂରେଇ ଗଲା ଆକାଶ
ଘୁଞ୍ଚି ଗଲା ପାଦତଳୁ ମାଟି
ଆଗାମୀ କାଲିର ସ୍ଥାପତ୍ୟ ;
ସଂଧ୍ୟା ଲଗ୍ନ ଯନ୍ତ୍ରଣା ରେ ଜର୍ଜରିତ
ନିମିଷକେ ଆଙ୍କିଦେଲା
ଧ୍ୱଂସ ସ୍ତୁପର ଭୟଙ୍କର ନକସା
ପରାସ୍ତ ପୁରୁଷର
ଶେଷ ହସ୍ତାକ୍ଷର ପୂର୍ଣ୍ଣଛେଦ ପରି ।
ଭିଜେଇ ଦେଲା ପ୍ରତିଟି
ସଂଜ୍ଞାହୀନ ଚେତନାକୁ
ସୃଜନ ଶୀଳ ସୃଷ୍ଟିର ସୁତ୍ର ସବୁ ।
ମର୍ଯ୍ୟାଦା ର ମିଥ୍ୟା ଆଡ଼ମ୍ବର
ଆଗ୍ନେୟ ସ୍ୱାହା କହି ଜାଳିଦେଲ
ଇର୍ଷା-ଅବିଶ୍ୱାସ-ଛଳନାରେ
ଅତିତର ସମୃଦ୍ଧ ଇତିହାସ
ଶାନ୍ତିର ସଂହିତା
ଅଟଳ ସମ୍ପର୍କ…


ମନୋଜ କୁମାର ବେହେରା
ଙ୍କ କଲମ ମୁନରୁ….

ରାତି ପାହି ଯାଉଛି (Rati Pahi Jauchhi)

ଥିଲା କେତେ ଯେ ଆଶା
କିନ୍ତୁ ଆଖିରେ ନିଦ ନାହିଁ
କେବଳ ଜ୍ୱଳନ୍ତ ସ୍ଵପ୍ନ ।
ଶୋଇବାକୁ ଯାଏ ଯେତେବେଳେ
ଦେଖାଯାଏ ମୋର ଲକ୍ଷ୍ୟ
ଏବଂ ଭବିଷ୍ୟତ ର ଚାବି କାଠି ।
କଣ ଯେ ସେଠୀ ଅଛି
କଣ ପାଇଁ ଏତେ ଯେ ଆତୁର
ତାହା ସବୁ ଅସ୍ପଷ୍ଟ।
ଦିବା ର ପ୍ରଥମ ପ୍ରହର ରୁ
ଅନ୍ତିମ ପ୍ରହର ପର୍ଯ୍ୟନ୍ତ
ସ୍ଵପ୍ନ ର ନିଶାଚର ହୋଇ
ପହଞ୍ଚି ଯାଏ ସେହି ସମୟରେ ।
ବେଳେବେଳେ ବୁଲି ଆସେ
ବାଲକୋନି କୁ….
ଅନୁଭବ କରେ ସେ
ଶୀତୁଆ ମହକ ତା ସହିତ
ଆବର୍ତ କରିଥିବା ଷ୍ଟିଲ ଛଡ଼ ;
ଯେମିତି ମୋତେ ରାଜ ଦଣ୍ଡ
ଭଳି ମନେ ହୁଏ ।
ଡର ଲାଗେ କଣ
ହେବ ମୋ ଭବିଷ୍ୟତ
କିଏ ଦବ ତାର ହିସାବ
କିଏ ରଖିଛି ତାର ପ୍ରକୃତ ମୂଲ୍ୟ ।
ଜାଣିନି ଏମିତି କେତେ ରାତି
ବିତି ଯିବ ମୋ ସ୍ଵପ୍ନ ର ଅନ୍ତ
ହେବ କି ନାହିଁ
ଏବଂ ତାହା ମଧ୍ୟ
ଦିବା-ରାତ୍ରୀ କୁ ଏକ କରିଦେବ ।
ପୁଣି ଥରେ ଗୋଟିଏ ଦିନର
ଆରମ୍ଭ ହୋଇଯାଏ…
ମୋ ସ୍ଵପ୍ନ ର ଆରମ୍ଭ ହୋଇ
ପୁଣି ଅନ୍ତ ବେଳକୁ
ଅନ୍ୟ ଏକ ରାତି ପାହି ଯାଉଛି…
ପୁଣି ସେ ସ୍ଵପ୍ନ କୁ ମଜବୁତ୍ କରିବା ପାଇଁ
ମୁଁ ଆଶା ରଖେ ଅନ୍ୟ ଏକ
ରାତ୍ରି ପାଇଁ…….
ନୀଳମାଧବ ଭୂୟାଁଙ୍କ କଲମରୁ…

ସମୟ ( Time)

Time(Odia poem)
Time


ଆଖିରେ ଆଖିଏ
ନିଦ ଥାଇ ମଧ୍ୟ
ଆଖି ଫେରେଇ ଦେଉଛି 
ସେ ନିଦ୍ରା କୁ।

ଆଖି ମଳି ମଳି 
ବାରମ୍ବାର ଦେଖୁଥାଏ
ମୋବାଇଲ ର ସମୟ ।

ସମୟ ଉପରେ କାହାର ଅବା
ପ୍ରତିବନ୍ଧକ
ସେ ଅଖଣ୍ଡ ଅସୀମିତ ପଥ
ଦେଇ ଗତି କରୁଥାଏ ।

ଏକ ଗୋଲାକାର
କଣ୍ଟା ପରତ କୁ ରଗଡ଼ି
ଘୁରି ବୁଲେ ଏକ ଧାରାଗତ ସୁଅ ରେ ।

ଆଗକୁ ଭବିଷ୍ୟତ କୁ ଦର୍ଶାଇ
ତଥା ଏହି ବର୍ତ୍ତମାନ 
କିଛି ସମୟ ପରେ ଅତୀତ 
ରେ ପରିଣତ ହୋଇଯିବ 
ବୋଲି କହି ଚାଲେ ।

ସେ ଏକ ଦିଗକୁ ବଢିଚାଲେ 
ଯାହା ଏକ ସତ କୁହା ଯନ୍ତ୍ର
ଯାହା ସମୟ ନୁହଁ ଆମକୁ ଆମ 
ଦୁର୍ବଳତା ର ପ୍ରମାଣ ଦିଏ । 


ନୀଳମାଧବ ଭୂୟାଁ
ଙ୍କ କଲମରୁ…

ବୁଲା କୁକୁର (କବିତା)

ବୁଲା କୁକୁର
ବୁଲା କୁକୁର

ପଶୁ କୂଳରେ ଜନ୍ମ ନେଇଥିବା
ଏକ ପାପୀ ସନ୍ତକ
ନା କାହାର ପ୍ରିୟ
ନା କାହାର ନିଜର
ନାଆଁ ଟି ମୋର ବୁଲା କୁକୁର ।

କେବେ ଭୋକରେ ଦିନ କଟେ ତ
ଆଉ କେବେ ଅଚିହ୍ନା ଘର ଆଗରେ
ଗୁହାରି ପଡେ,
କିଏ ଦିଏ ଅଳ୍ପ ତ କିଏ ବେଶୀ
ଖାଇବା ନୂଆ ଆଜ୍ଞା, ମାଡ ସହିତ ଗାଳି 
କାରଣ ମୁଁ ଗୋଟିଏ ବୁଲା କୁକୁର।

ମୋର ମଧ୍ୟ ଇଚ୍ଛା ହୁଏ 
ମନୁଷ୍ୟ ର ଦାସ ହୋଇ ରହିବାକୁ
କିନ୍ତୁ ଏମିତି କୂଳରେ ଜନ୍ମ ମୋର
ଆମ ସ୍ଥାନ କୁ ପୂରଣ କରନ୍ତି
ବିଦେଶୀ ଜାତି ଭାଇ
କାରଣ ଆମେ ହେଉଛୁ ବୁଲା କୁକୁର ।

ମୁକ ହୋଇ ବୁଲୁଥାଏ ସବୁବେଳେ
କେ ଅବା ଶୁଣିବ, ନା ବୁଝିବ
ଆମ ଦୁଃଖ ଦରଦ
କାରଣ ମୁଁ ଜଣେ ବୁଲା କୁକୁର ।

ରାସ୍ତାରେ ପଡ଼ି ରହେ
ଜଣା ପଡ଼େ ନାହିଁ ଦିନ ଅବା ରାତି
ଖରା, ବର୍ଷା, ଶିତ ସବୁ ସହି ଯାଏ
କାହିଁକି ନା ସମସ୍ତେ ଭାବନ୍ତି ପର
ନାଆଁ ଟି ମୋର ବୁଲା କୁକୁର ।

କେତେବେଳେ ଗରମ ପାଣି
ତ ଆଉ କେବେ ଗରମ ଚା ରେ
ଜଳି ଯାଏ ଆମ ଦେହ
କାହିଁକି ନା
ପାଖେ ଚାଲିଯାଉ କିଛି ପାଇବା ଆଶାରେ
କାରଣ ଆମେ ହେଉଛୁ ବୁଲା କୁକୁର ।

ପଡ଼ି ରହେ କାହା ଘର ଆଗରେ
କେବେ କିଛି ମିଳେ ତ କେବେ 
ଧେତ୍ ମାର୍ ର ଶବ୍ଦ ଶୁଣେ
କାରଣ ମୁଁ ଜଣେ ଅଭିଶପ୍ତ ବୁଲା କୁକୁର ।

ଭଗବାନ ନ ଦିଅନ୍ତୁ ଏମିତି
ଜୀବନ କାହାକୁ
ଯାହା ନର୍କ ଜୀବନ ଠୁ ମଧ୍ୟ ଅଧିକା କଷ୍ଟ
କାରଣ ମୁଁ ଜଣେ ବୁଲା କୁକୁର ।

ଆତ୍ମା ରୂପେ ମନୁଷ୍ୟ କେବେ
ସଦ୍ ବୁଦ୍ଧି ପ୍ରାପ୍ତି ହେବେ କେଜାଣି
କାରଣ ମୋ ମଧ୍ୟ ଅଛି ଏକ ଆତ୍ମା
ଯାହା ନାମ ପାଇଛି ଏକ ବୁଲା କୁକୁର ।

ଧନ୍ୟବାଦ ଦେବାକୁ ଚାହିଁବି ସେ
ମହାନ୍ ବ୍ୟକ୍ତି ଙ୍କୁ 
ଯିଏ ବିନା ସ୍ୱାର୍ଥରେ ଆମକୁ
ଖାଦ୍ୟ ଦେବାକୁ ଇଛା ରଖୁଛନ୍ତି
କାରଣ ଆମେ ହେଉଛୁ ବୁଲା କୁକୁର ।

ହେ ମନୁଷ୍ୟ
ଆମେ ମଧ୍ୟ ଚାହୁଁ ଆପଣଙ୍କ
ସେବା କରିବା ପାଇଁ
ନିଜର ବୋଲି ଭାବି ଟିକେ 
ଭଲ ପାଇବା ଦେଇଦିଅ
କାରଣ ଆମେ ହେଉଛୁ ବୁଲା କୁକୁର ।

ନାଆଁଟି ମୋର ବୁଲା କୁକୁର ।




ରୁବି ନାହାକ(ଲେଖିକା)
ବୁଗୁଡ଼ା, ଗଞ୍ଜାମ ।

ବାପା ତୁମେ ମହାନ୍ (Odia Poems)

ବାପା ତୁମେ ମହାନ୍
ବାପା ତୁମେ ମହାନ୍


ସମ୍ପର୍କ ର ଅନ୍ଧାର ଆଇନାରେ
ନିଜ ଛବି ଦେଖିବା ଭୁଲି ଯାଆନ୍ତି ।

ସେବା କେବେ ଦେଖାନ୍ତି ନାହିଁ
କାରଣ ତାଙ୍କ କର୍ମ ହିଁ ଆମ୍ଭ ଭବିଷ୍ୟତ ବୋଲି।

ଉତ୍ତମ ନିଷ୍ଠା ଏବଂ ଅନୁଶାସନ ର ଶିକ୍ଷା ଦେଇ ପୁତ୍ର କୁ ଉତ୍ତରାଧିକାରି ପଦ ର ମୁଲ୍ୟ ଶିଖାନ୍ତି ।

ସମ୍ମାନ ଏବଂ ମାନବିକତା ର ଶିକ୍ଷା ନିଜ ପୁତ୍ର ଏବଂ ପୂତ୍ରି କୁ ଶିଖାଇ ସେ ଆଗେଇ ଚାଲନ୍ତି ସେମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ।

କେବେ ପେଟ ପୁରିଯାଏ ତ କେବେ ଭୋକରେ କିନ୍ତୁ କେବେ ଜଣାନ୍ତି ନାହିଁ ଯେ ତାଙ୍କୁ ମଧ୍ୟ କଷ୍ଟ ହୁଏ ବୋଲି ।

ପେଟରେ ଭୋକ ଥିଲେ ମଧ୍ୟ ମୁରୁକି ହସ ଦେଇ ପିଇ ଯାଆନ୍ତି ସବୁ ଦୁଃଖ ; ଯେମିତି ତାଙ୍କର ନୀତି ଦିନିଆ ଅଭ୍ୟାସ ।

ସେ ଜାଣି ନ ଥାନ୍ତି କେବେ ମୋର କାର୍ଯ୍ୟ ସମ୍ପନ୍ନ ହେବ ?

କିନ୍ତୁ କର୍ତ୍ତବ୍ୟ ଭାର ମୁଣ୍ଡେଇ କେତେବେଳେ ଯେ ସେ ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚି ଯାଆନ୍ତି ତାହା ଜଣା ପଡ଼େନି ।

ସବୁ ଅଭାବ ପୂରଣ କରି କରି ସେ ଅଭାବୀ ଦାର୍ଶନିକ ହୋଇ ବାର୍ଦ୍ଧକ୍ୟ ଅନୁରୂପ ପାଲଟି ଯାଆନ୍ତି ।

ସେ ଆଶାବାଦୀ ହୋଇ ରୁହନ୍ତି ଯେ ନିଜ ପୁତ୍ର/ପୁତ୍ରୀ ଙ୍କ ସେବା ଟିକେ ପାଇବା ପାଇଁ ।

କିନ୍ତୁ ବିଧିର ବିଧାନ କେ କରିବ ଆନ,
ପୁତ୍ର ମଣିଷ ହୋଇ ଘରଠୁ ଦୁରେ ଏବଂ ପୂତ୍ରି ଦୁହିତା ହୋଇ ଦୂରେଇ ଯାଏ ।

ସେ ଆଶା କେବଳ ଆଶାରେ ରହେ,
ଶେଷରେ କେବଳ ନର୍କ କଷ୍ଟ ପାଖରେ ଥାଏ ।

ଅନ୍ଧାର କୁ ଡରେଇ ନିଜ ପୁତ୍ର/ପୂତ୍ରୀ ଙ୍କ ଭବିଷ୍ୟତ ଉଜ୍ଜଳ କରିବା ତାଙ୍କ ମୁଖ୍ୟ ଲକ୍ଷ୍ୟ ରହେ ।

ତାଙ୍କ ମୂଲ୍ୟବାନ ସମୟ ପରିବର୍ତ୍ତେ ପୁତ୍ର/ପୁତ୍ରି ଙ୍କ ଭବିଷ୍ୟତ ପାଇଁ ଚିନ୍ତା କରୁଥିଲେ ।

କିନ୍ତୁ ଆଜି ବୃଦ୍ଧା ବାପାଙ୍କ ଚିନ୍ତନ ପାଇଁ ପୁତ୍ର/ପୁତ୍ରି ପାଖରେ ସମୟ ଅଭାବ ପଡ଼ି ଯାଉଛି ।

ପୂତ୍ର ଏବଂ ପୁତ୍ରିଙ୍କ ହାତ ମୁଠା କେବେ ଅଭାବ ଅନୁଭବ କରି ନଥିଲା କିନ୍ତୁ ଆଜି ନିଜେ ଅଭାବ ର ଶିକାର ହୋଇ ଯାଉଛନ୍ତି ।

ଅଭାବୀ ବାପା କେବେ ହାରିବା ଶିଖିନି
ମୁଖରେ ମୁରୁକି ହସ ର ସୁଗନ୍ଧ ନେଇ
ଆଶା ବାଡି ର ଭରସା ହୋଇ ଗଲେଣି।

ସମୟ ଥିଲା ଦୁନିଆ ର ପ୍ରତ୍ୟେକ ଟି ସମସ୍ୟା ତାଙ୍କ ପାଇଁ କ୍ଷୀଣ ମାନର ଥିଲା ।

ନିଜ ପୁତ୍ର/ପୁତ୍ରି ପାଇଁ ଅଶାନ୍ତ ସମୁଦ୍ର କୁ ଲାଙ୍ଗିବା ପାଇଁ ପଛ ଘୁଞ୍ଚା ଦେଉ ନଥିଲେ ।

କିନ୍ତୁ ବର୍ତ୍ତମାନ ସେ ବାର୍ଦ୍ଧକ୍ୟ ର ଉପନାମ ରେ ନାମିତ ।

ସେ ମହାନ୍ ମଣିଷ କି ନାମ ଦେବା ?? ଯିଏ ତୁମର ସବୁ ସ୍ବାର୍ଥ କୁ ପୁରଣ କରି ଆଜି ଦୁନିଆ ତାଙ୍କୁ ସ୍ୱାର୍ଥପର ର ଦର୍ଜା ଦେଉଛି।

କିନ୍ତୁ ଗର୍ବରେ ଆଜି ସେ ବାପା ପାଇଁ ପଦେ ଲେଖୁ ଲେଖୁ ଆଖିରୁ ବହୁତ ଅଶ୍ରୁ ଝରି ଗଲା।

ବାପା ତୁମର ଧର୍ଯ୍ୟକୁ ମହାନ୍,
ଯେ ଦୁନିଆର ସମସ୍ତ ପୁତ୍ର/ପୁତ୍ରି କୁ ମଣିଷ କରିବାରେ ଏମିତି ବାପା ର ଆଶୀର୍ବାଦ ସଦା ସର୍ବଦା ରହୁ ।

ବାପା ତୁମେ ମହାନ୍ ।

ତୁମକୁ ଶତ ଶତ ପ୍ରଣାମ।।


ନୀଳମାଧବ ଭୂୟାଁ
ଙ୍କ କଲମରୁ….

ବାହାଘର ଆଲବମ୍..(ଶେଷ)

ବାହାଘର ଆଲବମ୍..(ଶେଷ)
ବାହାଘର ଆଲବମ୍..(ଶେଷ)
ଝିଅ ଦେଖା ସରିବା ପରେ ଠିକ୍ ୩ମାସ ପରେ ଏଙ୍ଗେଜମେଣ୍ଟ ଏବଂ ୯ ମାସ ପରେ ବାହାଘର । ଧାର୍ଯ୍ୟ ତିଥି ଏବଂ ଦିନ ଅନୁଯାୟୀ ଠିକ୍ ସମୟରେ ବାହାଘର ମଧ୍ୟ ସରିଲା ।
ସୁକାନ୍ତ ର ବାହାଘର କୁ ୩ ମାସ ବିତିଗଲାଣି । ସୁକାନ୍ତ ଏବଂ ତା ସ୍ତ୍ରୀ ଦୁହେଁ ବହୁତ୍ ଖୁସିରେ ଅଛନ୍ତି । ସୁକାନ୍ତ ର ସ୍ତ୍ରୀ ମଧ୍ୟ ସୁକାନ୍ତ ର ବାପା ମା ଙ୍କୁ ବହୁତ୍ ସମ୍ମାନ ଦିଏ ଏବଂ ସେବା ରେ କେବେ ଅବହେଳା ନଥିଲା ସେମିତି ସୁକାନ୍ତ ପ୍ରତି ନିଜ ସ୍ତ୍ରୀ ର ପ୍ରତ୍ୟେକ କର୍ତ୍ତବ୍ୟ ସେ ସୁଚାରୁ ରୂପେ ପାଳନ କରୁଥାଏ ।
କିନ୍ତୁ କଥା ପହଞ୍ଚିଛି ଏଠି ଯେ ରୋଜି ର ସ୍ବାମୀ ଇଞ୍ଜିନିୟର ଥିଲେ ସତ କିନ୍ତୁ ତାହା ଅଳ୍ପ ସତ ଏବଂ ଅଳ୍ପ ମିଛ । ଗତ ଛଅ ମାସ ହେଲା ରୋଜି ଏବଂ ତା ସ୍ବାମୀ ନିଜ ଘରେ ଅଛନ୍ତି।
ରୋଜି ର ସ୍ବାମୀ ଚାକିରି କରିବା ପାଇଁ ଆଉ ଇଚ୍ଛା କରୁ ନାହାନ୍ତି ତଥା ସେ ପ୍ରତିଦିନ ମଦ ପିଇ ଆସି ରୋଜି କୁ ଏବଂ ଘର ଲୋକ କୁ ଖରାପ ଖରାପ ଗାଳି ଦେଉଛି ।
ତାର ଏହି ଉପଚାର ପାଇଁ ରୋଜି ବହୁ ପ୍ରୟାସ କରିବା ପରେ ସେ ବିଫଳ ହୋଇଛି। ରୋଜି ରାଗରେ ଶାଶୂ ଘର ଛାଡ଼ି ନିଜ ଘରକୁ ଚାଲି ଆସିଲା ।
ଆଜି ସକାଳୁ ଲକି ରୋଜି କୁ ଫୋନ୍ କରି ଘରକୁ ଡାକିଲା । କାରଣ ଲକି ଏବଂ ରୋଜି ଦୁହେଁ ଭଲ ସାଙ୍ଗ । ରୋଜି ର ଅନିଚ୍ଛା ସତ୍ତ୍ୱେ ରୋଜି ଲକି ଘରକୁ ଆସିଥିଲା।
ସେଠି ଲକି ର ଘର ଲୋକ ସହିତ ଦେଖା ସାକ୍ଷାତ ପରେ ଲକି ର ବେଡ ରୁମ୍ କୁ ଗଲା । ସେଠି ବଡ ଫୋଟୋ ଫ୍ରେମ୍ ରେ ଲକି ସହିତ ସୁକାନ୍ତ କୁ ଦେଖି ରୋଜି ବହୁତ୍ ଦୁଃଖୀ ହୋଇଗଲା । କିନ୍ତୁ ସେ ନିଜ ଦୁଃଖ କୁ ଲୁଚେଇ ରଖିଲା ।
ରବିବାର ଯୋଗୁ ସୁକାନ୍ତ ମାନେ ମୁଁ ଘରେ ଥିଲି । ରୋଜି ପ୍ରଥମେ ମୋତେ ଦେଖି ମୁହଁ ତଳକୁ କରି ଲକି ସହିତ ଘର ଭିତରକୁ ଚାଲିଗଲା । ମୁଁ ଟିଭି ଦେଖିବାରେ ବ୍ୟସ୍ତ ରହିଲି।
ମୋ ବେଡ ରୁମ୍ ଏବଂ ଟିଭି ରୁମ୍ ପାଖରେ ଥାଏ । ଲକି ଏବଂ ରୋଜି ର ପ୍ରତ୍ୟେକ ଟି କଥା ମୋତେ ଶୁଣା ଯାଉଥାଏ । ସେଠି ଦୁହେଁ କିଛି ସମୟ କଥା ବାର୍ତ୍ତା ପରେ ମୋର ବାହାଘର ଆଲବମ୍ ଦେଖି ରୋଜି ନିଜ କାନ୍ଦ କୁ ରୋକି ପାରିଲା ନାହିଁ । ସେ ବାଥ୍ ରୁମ୍ କୁ ଯାଇ ବହୁତ୍ କାନ୍ଦିଲା । ଏବଂ ସେଠୁ ଆସି ଲକି କୁ ସବୁ କଥା କହିଲା।
କିନ୍ତୁ ଏହି ସମସ୍ତ ଘଟଣା ବିଷୟରେ ଲକି ମାନେ ମୋ ସ୍ତ୍ରୀ କୁ ମୁଁ ବାହାଘର ପୂର୍ବରୁ କହି ସାରିଥିଲି । ଲକି ମୋ ସହିତ ଘଟିଥିବା ଘଟଣା ବିଷୟରେ ଜାଣି ପ୍ରଥମେ ଦୁଃଖୀ ହୋଇଥିଲା କିନ୍ତୁ ପରେ ନିଜ ମନକୁ ବଦଳାଇ ଅତୀତ ଭାବେ ସେ କଥା କୁ ଗୁରୁତ୍ଵ ଦେଲା ନାହିଁ ।
କାରଣ ଲକି, ରୋଜି ର ବ୍ୟବହାର ବିଷୟରେ ଜାଣି ବହୁତ୍ ରାଗ ହୋଇଥିଲା କିନ୍ତୁ ରୋଜି ଏବଂ ଲକି ବାହାଘର ପର ଠାରୁ ଦୁହେଁ ପ୍ରତିଦିନ କଥା ହେଉଥାନ୍ତି।
କଥାବାର୍ତ୍ତା ପରେ ରୋଜି କିଛି ନ ଖାଇ ନିଜ ଘରକୁ ଫେରିଗଲା ।
ସନ୍ଧ୍ୟାରେ ମୁଁ କମ୍ପ୍ୟୁଟର ରେ ବସି ଉଇକିପିଡ଼ିଆ ରେ କିଛି ଖୋଜୁଥିଲି । ପଛପଟୁ ଲକି ଆସି ମୋ କାନ୍ଧ ଉପରେ ଭରା ଦେଇ ଠିଆ ହେଲା ।
କହିଲା କଣ ପତି ଦେବ ଆଜି ତୁମ ପୂର୍ବ ପ୍ରେମିକା ଆସିଥିଲେ । ମୁଁ ପଚାରିଲି , ତମେ ଡାକିଥିଲ ସେଥିପାଇଁ ସେ ଆସିଥିଲା।
ଲକି କହିଲା ନା ନା , ସେ ପ୍ରତ୍ୟେକ ଦିନ କହେ ମୁଁ କେବେ ତୋ ଘରକୁ ଯିବି ବୁଲିବା ପାଇଁ । ସେ କେତେ ଦିନ ହେଲା କହୁଥିଲା। ଗତ କାଲି ରାତିରେ ମୁଁ ତାକୁ ଡାକିଲି ଆସନ୍ତା କାଲି ଆସେ। ସେଥିପାଇଁ ସେ ଆସିଥିଲା ।
ମୁଁ କହିଲି, ଡାକିଲ କିନ୍ତୁ କନ୍ଦେଇ କି ଛାଡ଼ିଲ । ଲକି କହିଲା, ମୁଁ କଣ କନ୍ଦେଇବି । ସେ ନିଜ ଦୁଃଖୀ ହୋଇ ନିଜେ କାନ୍ଦିଲା । ସେ ନିଜ ଭୁଲ ପାଇଁ ବହୁତ୍ ଦୁଃଖୀ ଅଛି ।
ମୁଁ ପଚାରିଲି କଣ ଭୁଲ ??? ଲକି କହିଲା , ତମ ସହିତ କରିଥିବା ଖରାପ ବ୍ୟବହାର ତଥା ତମକୁ ଇଗ୍ନୋର କରି ନିଜ ଇଚ୍ଛାରେ ବାହା ହେଲା ସତ କିନ୍ତୁ ସେ ଖୁସିରେ ନାହିଁ ।
ମୁଁ ପଚାରିଲି ଏଥି ପାଇଁ ଦାୟୀ କିଏ? ଲକି କହିଲା , କାହାର ଭୁଲ , କିଏ ଭୁଲ କରିଛି ଆଜି ସେ ଜାଣି ସାରିଛି କିନ୍ତୁ ମୋତେ ମୋ ମନ ବୁଝୁଥିବା ସ୍ବାମୀ ଟେ ମିଳିଯାଇଛି।
ଜାଣିଛ ପ୍ରକୃତରେ ତମେ ଆଗରୁ ମୋତେ ଭଲ ପାଇବା କଥା । ମୁଁ କହିଲି ତମ କୁ ରୋଜି ସହିତ କଲେଜ୍ ରେ ଦେଖୁଥିଲି କିନ୍ତୁ ତମ ପ୍ରତି ଭଲ ପାଇବା କେବେ ଆସି ନଥିଲା ।
ଲକି କହିଲା କିନ୍ତୁ ମୁଁ ତମକୁ ମନେ ମନେ ଭଲ ପାଉଥିଲି । ମୁଁ ଭାବୁଥିଲି ରୋଜି ବଦଳରେ ସେ ଭଲ ପାଇବା ଯଦି ମୋତେ ମିଳି ଥାନ୍ତା ନା ଆଜି ଆଉ ଟିକେ ମଜା ଲାଗନ୍ତା।
ମୁଁ ଆଶ୍ଚର୍ଯ୍ୟ!!! ଯଦି ଭଲ ପାଉଥିଲ ତେବେ କାହିଁକି କହୁ ନଥିଲ । ଲକି କହିଲା, ମୋ ଭାଗ୍ୟରେ ଯାହା ଥିବା ତାହା ହିଁ ହେବ ବୋଲି ମୁଁ ଭାବୁଥିଲି ।
ଜାଣିଛ , ଆମର ପାଠ ପଢା ସରିବା ପରେ ମୁଁ ତମକୁ ଫଲୋ କରୁଥିଲି । ରୋଜି ଏବଂ ତମର ଝଗଡା ବିଷୟରେ ମୁଁ ଆଗରୁ ଜାଣିଥିଲି କେବଳ ଏହି କଥା ଟା ତମ ମୁହଁରୁ ଶୁଣିବାକୁ ଚାହୁଁଥିଲି ।
ମୁଁ ପଚାରିଲି , ତମେ ଏତେ ସବୁ ଜାଣି ନଥିବ ବୋଲି କହିଲି । ଲକି କହିଲା, ପ୍ରକୃତ କଥା କହିବାକୁ ଗଲେ ମୋ ଭଲ ପାଇବା ମୋତେ ମିଳିଛି ।
ତମକୁ +୩ ର ପ୍ରଥମ ବର୍ଷରୁ ଏକ ତରଫା ଭଲ ପାଇ ବସିଲି ଏବଂ ଶେଷରେ ମୋ ଭଲ ପାଇବା ସଫଳ ହେଲା ଏବଂ ଜୀବନ ସାଥି ଭାବେ ତମେ ପାଇ ଗଲ ।
+୩ ର ପ୍ରଥମ ବର୍ଷ ଠାରୁ ବାହାଘର ପର୍ଯ୍ୟନ୍ତ ତମର ସବୁ ଖବର ମୁଁ ରଖିଥିଲି । ତମର ଦୁଇଟି ଜାଗାରେ ଝିଅ ଦେଖିବା କଥା ମୁଁ ଜାଣିଥିଲି।
କିନ୍ତୁ ଭାଗ୍ୟ ବଶତଃ ମାମୁଁ ତମ ବାବା ଙ୍କୁ ଜାଣିଥିଲେ ସେ ଯେତେବେଳେ ତମ କଥା କହିଲେ , ପ୍ରଥମେ ମୁଁ ଘରେ ହଁ କରିଲି ।
ଏବଂ ମୋ ହଁ ଜାଣି ଘର ଲୋକେ ଏହି ବାହାଘର ରେ ରାଜି ହୋଇଗଲେ ।
ମୁଁ ପଚାରିଲି ଏତେ ସବୁ କଥା ମୋତେ ଆଗରୁ କହି ନଥିଲ ତ?? ଲକି କହିଲା , ତମକୁ କହିବାକୁ ଏହି ଦିନକୁ ଅପେକ୍ଷା କରିଥିଲି ।
କେବଳ ତୁମର କଣ ଏକ୍ସପ୍ରେଶନ ଆସିବ ରୋଜି କୁ ଦେଖିଲା ପରେ ତାହା ଜାଣିବାକୁ ଚାହୁଁଥିଲି କିନ୍ତୁ ତମେ ଆଜି ମୋ ପରୀକ୍ଷାରେ ପାସ୍ କରିଛ ।
ମୁଁ କହିଲି ମୋ ସ୍ତ୍ରୀ ମୋ ଠାରୁ ବହୁତ୍ ଚାଲାକ୍ । ଆଜି ତମେ ମୋତେ, ତମ ପ୍ରତି ଭଲ ପାଇବା ଚେକ୍ କରୁଥିଲ । ଲକି କହିଲା, ଠିକ୍ କଥା ଏବଂ ମୁଁ ଜାଣିଥିଲି ତମେ ରୋଜି କୁ ଦେଖିଲା ପରେ କିଛି ଅଲଗା ଏକ୍ସପ୍ରେଶନ ଆସିବ ନାହିଁ ଏବଂ ତାହା ସତ ରେ ପରିଣତ ହୋଇଛି ।
ଏତିକି କହି ଲକି ମୋତେ କୁଂଢ଼େଇ ନେଇ ମୋ ପ୍ରତି ଭଲ ପାଇବା ର ପ୍ରମାଣ ଦେଇ କହିଲା । ତମେ ହେଉଛ ମୋର ପରଫେକ୍ଟ ଲାଇଫ ପାର୍ଟନର ଏବଂ ଆଜି ପ୍ରମାଣ ହୋଇଗଲା ।
ଏବଂ Thank you Sukant and my Super Hero, and I Love You So much.
ଏଇ ନିଅ ଆମ ବାହାଘର ଆଲବମ୍ , ୟାର କାମ ସରିଲା ।
ନୀଳମାଧବ ଭୂୟାଁ
ଙ୍କ କଲମରୁ….
ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣେଇବେ ।
ଏହା ମଧ୍ୟ ଏକ ସତ୍ୟ ଘଟଣା ଉପରେ ଆଧାରିତ ।

ବାହାଘର ଆଲବମ୍…(ଆରମ୍ଭ)

ବାହାଘର ଆଲବମ୍...(ଆରମ୍ଭ)
ବାହାଘର ଆଲବମ୍…(ଆରମ୍ଭ)

କଣ ପାଇଁ କାନ୍ଦୁଛୁ?
ନା କିଛି ନାହିଁ, କହି ରୋଜି ବାଥ୍ ରୁମ୍ କୁ ଚାଲିଗଲା, କିନ୍ତୁ ରୋଜି ବାଥ୍ ରୁମ୍ ରେ ବହୁତ୍ ସମୟ କାନ୍ଦିଲା।

ଏପଟେ ଲକି ବାରମ୍ଵାର କବାଟ ଠକ୍ ଠକ୍ ପରେ ସେ କବାଟ ଖୋଲିଲା । ରୋଜି ନିଜ ମୁହଁ କୁ ଏତେ ଥର ଧୋଇଥିଲା ଯେ କିଛି କିଛି ସାବୁନ ଫେଣ ତାର କାନ ପାଖରେ ରହି ଯାଇଥିଲା।
ଲକି ପଚାରିଲା କଣ ହେଲା ତୁ ଭିତରେ ଏତେ କାନ୍ଦୁଥିଲୁ କଣ ପାଇଁ । ରୋଜି କହିଲା ମୁଁ ବହୁତ୍ ବଡ ଭୁଲ କରିଦେଲି ସେଥିପାଇଁ ମନ ହାଲୁକା କରିବାକୁ ଯାଇଥିଲି।

ଲକି ପଚାରିଲା ଆମର ବାହାଘର ଆଲବମ୍ ଦେଖି ତୋତେ କାହିଁକି କାନ୍ଦ ଲାଗିଲା? ରୋଜି କହିଲା , ସେ କଥା ତୋତେ କହି ପାରିବିନି ଲୋ, ତୁ ବହୁତ୍ ମନ ଦୁଃଖ କରିବୁ ।

ଲକି କାହିଁକି , ତୁ କହ, ତୁ ମୋର ବେଷ୍ଟ ଫ୍ରେଣ୍ଡ୍ । ତୋତେ କହିବାକୁ ହେବ । ରୋଜି କହିଲା , ନା ଲୋ ମୋ କଥା ଶୁଣ, ତୁ ଯଦି ଶୁଣିବୁ ତେବେ ତୋର ଘର ଉଜୁଡ଼ି ଯିବ ।

ଲକି , କାହିଁକି ମୋ ଘର ସହିତ କିଛି କଥା ଅଛି କି ?? ରୋଜି ହଁ!!!।
ଲକି ପଚାରିଲା ତୋତେ ଆଜି କହିବାକୁ ପଡ଼ିବ, ମୋର କିଛି ହେବନି। ତୁ ମୋ ଉପରେ ବିଶ୍ୱାସ ରଖ।

ତାପରେ ରୋଜି ତାର ଅତୀତ କୁ ଶୁଣେଇବା ପାଇଁ ପାଞ୍ଚ ବର୍ଷ ପଛକୁ ଯାଇ ଲକି କୁ ନିଜ କାହାଣୀ ବିଷୟରେ କହିବାକୁ ଆରମ୍ଭ କରିଲା କିନ୍ତୁ ତା ସହିତ ଆଉ କିଛି ଘଟିଥିବା ଘଟଣା ମୁଁ କହିବାକୁ ଯାଉଛି । ଚାଲନ୍ତୁ ଜାଣିବା କଣ ହୋଇଥିଲା ।

ରୋଜି ଏବଂ ସୁକାନ୍ତ ଦୁହେଁ ଭଲ ସାଙ୍ଗ । ସେ ଦୁହେଁ ଭଲ ଛାତ୍ର ଛାତ୍ରୀ । ସାଙ୍ଗ ହେଉ ହେଉ ସୁକାନ୍ତ ରୋଜି କୁ ଭଲ ପାଇ ବସିଲା । କାରଣ ରୋଜି ହେଉଛି , ସୁକାନ୍ତ ର ବାପା ଙ୍କ ସାଙ୍ଗ ଙ୍କ ଝିଅ ।

+୩ ସରିବା ପରେ ସୁକାନ୍ତ ରୋଜି ବହୁତ୍ କଥା ହେବାକୁ ଲାଗିଲେ । ଇତି ମଧ୍ୟରେ ରୋଜି ଏବଂ ସୁକାନ୍ତ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବାକୁ ଲାଗିଲେ କିନ୍ତୁ ସମୟର ବିଡମ୍ବନା , ଦିନେ ସୁକାନ୍ତ ରୋଜି ଘରକୁ ଆସିଥିଲା ସେଠୀ ସେ ରୋଜି କୁ ପ୍ରୋପୋଜ୍ କରିଦେଲା ।

ଏହି ସମୟରେ ରୋଜି ନିଜ ଅସଲ ରୂପ ଦେଖାଇଲା । ରୋଜି ଡାଇରେକ୍ଟ କହିଲା। ତୁ ଲିମିଟ୍ କ୍ରସ କରୁଛୁ। ତୁ ସାଙ୍ଗ ହୋଇ ରହିବୁ ଯଦି ରହ ତା ଠୁ ଅଧିକା ମୋ ଠାରୁ କିଛି ଆଶା କରିବୁ ନାହିଁ ।

ଏହି କଥା ପରେ ସୁକାନ୍ତ, ରୋଜି କୁ ବହୁତ୍ ବୁଝେଇଲା। ଦେଖ ରୋଜି ତୋ ବାପା ମୋ ବାପା ଭଲ ସାଙ୍ଗ ଏବଂ ଆମ ପରିବାର ମଧ୍ୟ ଏହି ପ୍ରସ୍ତାବ କୁ ମନା କରିବେ ନାହିଁ ।

ତୁ କାହିଁକି ମନା କରୁଛୁ । ସେତେବେଳେ ରୋଜି ସୁକାନ୍ତ କୁ କହିଲା , ନିଜ ଚେହେରା ଦେଖିଛୁ । ତୁ କୋଉ କୋଣ ରେ ମୋ ସହିତ ଫିଟ୍ ହେବୁନି ।

ବାକି କଥା ହେଲା ମୁଁ ତୋତେ ଲାଇଫ୍ ପାର୍ଟନର କେବେ କରିବାକୁ ଚାହିଁବି ନାହିଁ । ସୁକାନ୍ତ ପଚାରିଲା ? କଣ ଅସୁବିଧା କହ ଏବଂ ମୋ ଠାରେ କଣ କମ୍ ଅଛି ।

ରୋଜି କହିଲା କଣ କମ୍ ଅଛି । ମୁଁ ଗୋଟିଏ କଥା କହୁଛି ଶୁଣ। ମୋର ଯିଏ ଲାଇଫ ପାର୍ଟନର ହେବ ସେ ହାଣ୍ଡସମ, ତଥା ସରକାରୀ ଚାକିରିଆ ହୋଇଥିବା ଦରକାର ।

ସୁକାନ୍ତ କହିଲା ମୁଁ ଚେଷ୍ଟା କରିବି ସରକାରୀ ଚାକିରି ପାଇଁ କିନ୍ତୁ ତୋତେ ଗାରେଣ୍ଟି ଦେଇ ପାରିବିନି । ଆଉ ରହିଲା ହାଣ୍ଡସମ୍ । ତୁ ଯଦି କହିବୁ , ମୁଁ ପ୍ରତିଦିନ ଜିମ୍ ଯିବି ଏବଂ ତୁ ଯେମିତି ଚାହିଁବୁ ସେମିତି ହୋଇ ଦେଖେଇବି।

ରୋଜି ହସି ହସି କହିଲା । ତୋର ପୁଣି ସରକାରୀ ଚାକିରୀ । ହା ହା ହା, ତୁ ହେଉଛୁ ପାଗଳ । ତୋର ପୁଣି ସରକାରୀ ଚାକିରୀ । ସୁକାନ୍ତ ଅଳ୍ପ ମୁଡ୍ ଅଫ ହୋଇ କହିଲା । ଏଥିରେ ହସିବାର କଣ ଅଛି ମୋ ଭାଗ୍ୟରେ ଯଦି ଚାକିରି ଥିବ ତେବେ ନିଶ୍ଚୟ ହେବ ।

ରୋଜି ସୁକାନ୍ତ ର କଥା କୁ କାଟି। ମୁଁ ଲେଖି କି ଦେଉଛି ତୋର କେବେ ଚାକିରି ହେବ ନାହିଁ । ସୁକାନ୍ତ କହିଲା , ବହି ମଲାଟ ଦେଖି ବହି ଭିତରେ ଥିବା କାହାଣୀ କହିବା ଏତେ ସହଜ ନୁହେଁ । ପୁରା ପଢିଲା ପରେ ଜାଣିବୁ ଯେ ବହି ଭିତର କାହାଣୀ କଣ?

ରୋଜି କହିଲା, ତୁ ମୋତେ ଫିଲ୍ମ ଡାଇଲଗ ମାରେନି । ସୁକାନ୍ତ କହିଲା, ଆରେ ଆମ ପାଞ୍ଚ ବର୍ଷ ର ବନ୍ଧୁତା ରେ ତୁ କଣ ମୋତେ ଚିହ୍ନି ପାରିଲୁନି ଏବେ +୩ ପରେ ୨ ବର୍ଷ ହେଲା ଆମେ ଫୋନ୍ ରେ କଥା ହେଉଛୁ। ତୁ ଭଲ କରି ଜାଣିଛୁ ।

ଆଉ କଣ ତୋତେ ମୋ ବିଷୟରେ କହିବି। ରୋଜି କହିଲା , ସେଥିପାଇଁ ତ ତୋତେ କହିଲି ତୋର କେବେ ମଧ୍ୟ ଚାକିରି ହେବ ନାହିଁ ।

ଏମିତି ପ୍ରାୟ ଏକ ଘଣ୍ଟା କଥା ଯୁଦ୍ଧ ପରେ ସୁକାନ୍ତ ରାଗି କହିଲା । ହଉ ତୁ ଯଦି ମୋ ସହିତ ବ୍ରେକ ଅପ୍ କରିବାକୁ ଚାହୁଁଛୁ କର କିନ୍ତୁ ତୋ ଜୀବନରେ ଏମିତି ସମୟ ନ ଆସୁ କି ଆଜିର ଦିନ ପାଇଁ ତୋତେ ଲୁହ ଗଡେଇ ବାକୁ ପଡ଼ିବ ।

ରୋଜି ରାଗରେ ଜବାବ୍ ଦେଇ କହିଲା । ତୋ ପାଇଁ, ପୁଣି ମୁଁ କାନ୍ଦିବି । ଚାଲ ହଟ, ଏଇଟା କେବେ ହେବ ନାହିଁ ।

ସୁକାନ୍ତ ରାଗରେ ଉଠି ଚାଲିଗଲା । ସୁକାନ୍ତ ଏବଂ ରୋଜି ର କଥା ବାର୍ତ୍ତା କେହି ଶୁଣି ନାହାଁନ୍ତି କି ଜାଣି ନାହାନ୍ତି। ସୁକାନ୍ତ ଉଠି ଯିବାର , ରୋଜି ର ମମି ପଚାରିଲେ । କଣ ବାବୁ ଖାଇକି ଯିବ।

ସୁକାନ୍ତ କହିଲା, ନା ମାଉସୀ ଆଜି ଭୋକ ନାହିଁ । ମୁଁ ଆସୁଛି କହି ସେଠୁ ସୁକାନ୍ତ ଫେରିଗଲା ନିଜ ଘରକୁ। ସୁକାନ୍ତ ଏବଂ ରୋଜି ର ସାତ ବର୍ଷର ସମ୍ପର୍କ କ୍ଷଣକ ମଧ୍ୟରେ ଭାଙ୍ଗିଗଲା ।

ଏହି ଘଟଣା ପରେ ସୁକାନ୍ତ କୁ ବହୁତ୍ ଦୁଃଖ ହେଲା । କିନ୍ତୁ ସେ ହାରିଲା ନାହିଁ । ସେ ନିଜ ଜୀବନର ପ୍ରାୟ ସମୟ ନିଜ ଭବିଷ୍ୟତ ଗଢିବାରେ ରେ ଲାଗିପଡିଲା ।

ପ୍ରାୟ ୩ ବର୍ଷର କଡ଼ା ପରିଶ୍ରମ ପରେ । ସେ ବ୍ୟାଙ୍କ୍ ର ଆକାଉଣ୍ଟାଣ୍ଟ ଭାବେ ନିଯୁକ୍ତି ପାଇଲା । ଏହି ୩ ବର୍ଷ କେବଳ ପାଠ ପଢା ଛଡ଼ା କେବେ ମଧ୍ୟ ରୋଜି କଥା ଚିନ୍ତା କରିନି।

କହିବାକୁ ଗଲେ କେବଳ ନିଜ ଜିଦ୍ ରେ ଅଟଳ ହୋଇ ପାଠ ପଢୁଥାଏ । ସୁକାନ୍ତ ଚାକିରି ପାଇବା ପୂର୍ବରୁ ରୋଜି ର ବାହାଘର ଠିକ୍ ହୋଇଗଲା । ତାହା ମଧ୍ୟ ଗୋଟିଏ ଇଞ୍ଜିନୟର ସହିତ ।

ଦେଖନ୍ତୁ ଏମିତି ସମୟ ଆସି ପହଁଚିଲା ରୋଜି ର ବାହାଘର ପୂର୍ବ ଦିନ ସୁକାନ୍ତ ବ୍ୟାଙ୍କ୍ ରେ ଜଏନ କରିଲା। ସୁକାନ୍ତ ର ଘରକୁ ନିମନ୍ତ୍ରଣ ଥିଲା କିନ୍ତୁ ସୁକାନ୍ତ ସେ ବାହାଘର ରେ ଉପସ୍ଥିତ ହେଲା ନାହିଁ ।

ବାହାଘର ସରିବା ପରେ ରୋଜି ନିଜ ସ୍ବାମୀ ସହିତ ହାଇଦ୍ରାବାଦ ଚାଲିଗଲା । ଏପଟେ ସୁକାନ୍ତ ରୋଜି ସବୁ ଖବର ଜାଣୁ ଥାଏ ଏବଂ ସୁକାନ୍ତ ର ପ୍ରତ୍ୟେକ ଖବର ରୋଜି ପାଖରେ ଥିଲା କିନ୍ତୁ ଦୁହେଁ ସେ ଝଗଡା ପର ଠାରୁ କେବେ କଥା ହୋଇ ନଥାନ୍ତି ।

ସୁକାନ୍ତ ନିଜ ଘର ଠାରୁ ୧୦୦ କିମି ଦୂର ଏକ ବ୍ୟାଙ୍କ୍ ରେ ଚାକିରି କରି, ବର୍ଷେ ପରେ ସେ ନିଜ ଘର ଠାରୁ ୧୦ କିମି ଦୂର ଏକ ବ୍ୟାଙ୍କ୍ ରେ ରହି ଚାକିରୀ କରିଲା।

ସେ ସବୁବେଳେ ଘରୁ ଯିବା ଆସିବା କରୁଥାଏ ।
ଏତେ ସମୟ ଗଡିଲା ପରେ ସୁକାନ୍ତ ର ଘର ଲୋକେ ସୁକାନ୍ତ ପାଇଁ ଝିଅ ଖୋଜିବା ଆରମ୍ଭ କରିଦେଲେ ।

ଦୁଇଟି ଜାଗାରେ ଦେଖିବା ପରେ ତୃତୀୟ ଜାଗାରେ ଝିଅ ପସନ୍ଦ ହେଲା। ଝିଅ ଦେଖିବାକୁ ବହୁତ ସୁନ୍ଦର। ବାପା ଅବସର ପ୍ରାପ୍ତ ଶିକ୍ଷକ ଥିଲେ ।

ବାକି କାହାଣୀ ତଳେ ଦିଆ ଯାଇଥିବା Link ରେ ଅଛି :

Childhood Moments 2 ( ହଜି ଯାଇଛି ମୋ ପିଲା ଦିନ)

ହଜି ଯାଇଛି ମୋ ପିଲା ଦିନ
ହଜି ଯାଇଛି ମୋ ପିଲା ଦିନ


ହଜି ଯାଇଛି ମୋ ବାଟି ଖେଳ,
ଧାନ ଗଦା ଲୁଚ କାଳୀ ଖେଳ,
ପୋଖରି ବୁଡ଼ା ଖେଳ,
ତୋଟା ମାଳେ ଆମ୍ବ ଚଟଣୀ,
ଆଉ ହଜି ଯାଇଛି ମୋ ନଡିଆ ସଢେଇ ରେ
ରନ୍ଧା ହୋଇଥିବା ରୋଷେଇ ।

ହଜି ଯାଇଛି ମୋ ବୁମର୍ ଟାଟୁ
ପଥର ଖେଳ,
ବାଡି ଡିଆଁ,
ବାଉଁଶ ଦୋଳି,
ଆଉ ହଜି ଯାଇଛି ମୋ ସ୍କୁଲ୍ ର ଟୁ ଟେନ୍ ଛୁଟି।

ହଜି ଯାଇଛି ମାମୁଁ ଘର ମୁଢ଼ି ମିକ୍ଚର
ସେ ତାଳ ପିଠା,
ସେ ଆପାଚି ଭଜା,
ସେ ରାଗ ଚଣା ତରକାରୀ,
ଆଉ ହଜି ଯାଇଛି ମୋ ଅମୂଲ ଚୋରି ।

ହଜି ଯାଇଛି ମୋ ଆଈ ଗପ
ମୋ ବୋଉ ମାଡ,
ବାପାଙ୍କ ରାଗ ଆଖି,
ଭଉଣୀ କଳି,
ଆଉ ହଜି ଯାଇଛି ମୋ ଭାଇ ସହିତ ଗୋଟିଏ ଥାଳିରେ ଭାତ।

ହଜି ଯାଇଛି ମୋ ପାହାଡ ଚଢା
ମୋ ପଇଡ଼ ଚୋରା,
ନଦୀ ପହଁରା,
ମୋ ସାଇକେଲ ମାଡ,
ଆଉ ହଜି ଯାଇଛି ସେ ଜରି ବ୍ୟାଗ୍ ର ପଟା ମୁଣା ।

ମନେ ପଡେ ମୋ ଗାଁ ଦାଣ୍ଡ
ଯେଉଁଠି କେତେ ଯେ ମହୋତ୍ସବ,
ଚୋର ପୁଲିସ ଖେଳ,
ସଂଧ୍ୟା ରେ ହରିବୋଲ
ଭୁଜା ଉଖୁଡା ।
କାରଣ ହଜି ଯାଇଛି ମୋ ପିଲା ଦିନ ।
 
ଆଜି ମୋ ପ୍ରାଥମିକ ସ୍କୁଲ୍ ର ପୁରୁଣା ଛବି
ବାରମ୍ବାର ମନେ ପଡେ,
ସେ ସାର୍ ଙ୍କ ମାଡ,
ସେ ଚଉକି ବସା,
ଭାରି ମନେ ପଡେ
କାରଣ ହଜି ଯାଇଛି ମୋ ପିଲା ଦିନ।

ଆଜି ଭାରି ମନେ ପଡେ
ଯେବେ ଦେଖେ ମୋ ପିଲା ଦିନ ର ସାଙ୍ଗ କୁ
ଚାଲିଯିବାକୁ ଭାରି ଇଛା
ସେ ସମୟ କୁ
କିନ୍ତୁ ଦୁହେଁ ଭାବି ଭାବି ଦୁଃଖୀ ହୋଇଯାଉ
କାରଣ ହଜି ଯାଇଛି ଆମ ପିଲା ଦିନ।

ଏକ ସ୍ୱପ୍ନର ରାଇଜ,
ଯେଉଁଠି କେବଳ ପ୍ରେମ,
ଭଲ ପାଇବା ର ସ୍ରୋତ ଥିଲା।

କଣ ଥିଲା ସେ ସମୟ ???
ଯାହା ଆଜି ପର୍ଯ୍ୟନ୍ତ ଭୁଲି ହେଉନି
ତାହା ଥିଲା ମୋ ପିଲା ଦିନ…

ଯାହା ଆଜି ହଜି ଯାଇଛି
ଅଜଣା ରାଇଜରେ
ନା କେହି ଚୋରି କରି ନେଇଛି
ତାକୁ ଆଜି ଖୋଜି ବୁଲୁଛି ???

କାରଣ ହଜି ଯାଇଛି ମୋ ପିଲା ଦିନ….
😒😒😦😒😦😒😒😒




ନୀଳମାଧବ ଭୂୟାଁ (ଗାଳ୍ପିକ)