ମିନି (ଏକ ସର୍ତ୍ତ ସମ୍ପର୍କ )…3

ମିନି (ଏକ ସର୍ତ୍ତ ସମ୍ପର୍କ )...3
ମିନି (ଏକ ସର୍ତ୍ତ ସମ୍ପର୍କ )…3

Click here Part-2

ଠିକ୍ ୧୫ ଦିନ ପରେ ଶିଶିର ଘରକୁ ଆସିଲା ଏବଂ ମିନି କୁ ବୁଝେଇ ଘରକୁ ଆଣିଲା । ୧୦ ଦିନ ପରେ ସେ ମିନି କୁ ମୁମ୍ବାଇ ନେଇ ଆସିଲା ।ମୁମ୍ବାଇ ରେ ମଧ୍ୟ ମିନି ର ନାଟକ ଆରମ୍ଭ ହୋଇଗଲା । କେବେ ସମୟରେ ଉଠିବାର ନାହିଁ । ଲେଟ୍ ହେଲେ ବାହାରୁ ହୋଟେଲ ରୁ ଖାଇବା ଆସେ । ପ୍ରାୟ ସମୟ ବାହାରେ ଖିଆ ହୁଏ।

ଦେଖୁ ଦେଖୁ ଗୋଟିଏ ବର୍ଷ ବିତିଗଲା। ବର୍ଷେ ପରେ ଶିଶିର ଗାଁ କୁ ଯିବାକୁ କହିଲା କିନ୍ତୁ ମିନି ଯିବାପାଇଁ ମନା କରିଲା । ଶିଶିର ପୁଣି ବୁଝେଇବା ପରେ ସେ ଘରକୁ ଆସିଲା ।
ଏଥର ଶିଶିର ମିନି କୁ ଘରେ ଛାଡ଼ି ଯିବାର ଯୋଜନା ଥିଲା କାରଣ ସେ କମ୍ପାନୀ ସେ ଛାଡ଼ି ଅନ୍ୟ ଏକ କମ୍ପାନୀ ରେ ଚାକିରି କରିବାକୁ ଚାହୁଁଥିଲା ।
ସେମିତି ହିଁ ହେଲା । ଏଥର ମଧ୍ୟ ମିନି ୧୦ ଦିନ ପରେ ପୁଣି ମହାଭାରତ ଆରମ୍ଭ କରିଲା।
ଶିଶିର କହିଲା ମିନି କୁ ତା ମା ଘରକୁ ପଠେଇ ଦିଅ ।
ମିନି ନିଜ ଘରେ ରହିଲା ପରେ ଶିଶିର କୁ କେତେବେଳେ କଲ୍ କରେ ତ କେବେ କରେ ନାହିଁ ।ଏପଟେ ଶିଶିର ଅନ୍ୟ କମ୍ପାନୀ ରେ ଚାକିରି କରିଲା କିନ୍ତୁ କିଛି ଦିନ ପରେ କମ୍ପାନୀ ର ଲସ୍ ଯୋଗୁ ଶିଶିର ସହିତ ୧୦ ଜଣ ନୂଆ କ୍ଲାଇଣ୍ଟ କୁ କମ୍ପାନୀ ବାହାର କରି ଦେଲା।
ଶିଶିର ଚାକିରି ହରେଇ ଘରକୁ ଆସିଲା । ଘରେ ଆସିବା ପରେ ମିନି କୁ ଶିଶିର ପୁଣି ଅନୁରୋଧ କରି ଆଣିଲା । କିନ୍ତୁ ବର୍ତ୍ତମାନ କିଛି ଉପାୟ ନଥିଲା ।
ମିନି ଶିଶିର ସହିତ ରହିଲା କିନ୍ତୁ କିଛି ଦିନ ପରେ ଝଗଡା ଆରମ୍ଭ ହେଲା । କାରଣ କିଛି ନାହିଁ , ମିନି ର ସେ ବେକାର ସର୍ତ୍ତ କି ମୁଁ କାହାର ସେବା କରିବାକୁ ଏଠି ଆସିନି ଯାହାର ଖାଇବାର ଇଚ୍ଛା ଅଛି ଖାଅ ନହେଲେ ଭୋକରେ ରୁହ ।
ଏମିତି ପ୍ରତିଦିନ ର ଝଗଡ଼ା ଝାଣ୍ଟି ଦେଖି ଶିଶିର ର ମଧ୍ୟ ବହୁତ୍ ମୁଡ୍ ଅଫ ରହୁଥାଏ। ଏପଟେ ଚାକିରି ନାହିଁ ଏବଂ ସେପଟେ ମିନି ର ଏମିତି କଥା ବାର୍ତ୍ତା ଶୁଣି ସେ ପାଗଳ ହୋଇ ଯାଏ ବେଳେବେଳେ।
ଏମିତି ପ୍ରାୟ ୭ ମାସ ଚାଲିଲା ପରେ ଦିନେ ମିନି ଶିଶିର କୁ କହିଲା ମୁଁ ଏହି ଘରେ ରହିବି ନାହିଁ ତମକୁ ଯଦି ମୋ ସହିତ ସମ୍ପର୍କ ରଖିବାକୁ ଇଚ୍ଛା ତେବେ ମୋ ଘରେ ଆସି ରୁହ ।
ଶିଶିର ମଧ୍ୟ ବହୁତ୍ ସହିଲାଣି ସେ ରୋକ୍ ଠୋକ୍ ମନା କରିଦେଲା। ନା ମୁଁ ତମ ଘରେ ଘର ଜୋଇଁ ହୋଇ ରହିବାର ନାହିଁ କି ତମ କିଚି କୀଚି ଶୁଣିବାର ନାହିଁ ।
ମିନି ନିଜ ଜିଦ୍ ରେ ଅଟଳ, ସେ କହିଲା ତେବେ ମୋତେ ଛାଡ଼ ପତ୍ର ଦେଇ ଦିଅ । ଶିଶିର ପ୍ରଥମେ ବୁଝେଇଲା କିନ୍ତୁ ମିନି ବୁଝିବାର ନାହିଁ ।
ଶିଶିର ମିନି ର ବାପା ଏବଂ ଭାଇ ଙ୍କୁ ଘରକୁ ଡ଼ାକି ଆଣି ମିନି କୁ ବୁଝାଇଲେ କିନ୍ତୁ ମିନି ବୁଝିବାକୁ ନାରାଜ ।
ଶେଷରେ ମିନି ର ଭାଇ ମଧ୍ୟ ଶିଶିର କୁ ହାତ ଯୋଡ଼ି କହିଲା ମୋ ଭଉଣୀ ର ଏମିତି ଖରାପ ବ୍ୟବହାର ପାଇଁ ଆମେ ଦୁଃଖିତ । ଆମେ ମିନି କୁ ଆମ ଘରକୁ ନେଇ ଯାଉଛୁ ।
ଏପଟେ ଶିଶିର ର ବାପା ମଧ୍ୟ ମିନି କୁ ବୁଝାଇଲେ କିନ୍ତୁ ସେ କାହା କଥା ଶୁଣିଲା ନାହିଁ । ଶେଷରେ କଥା ର ନିଷ୍କର୍ଷ ବାହାରିଲା ଯେ ଛାଡ଼ପତ୍ର ହେବ କିନ୍ତୁ ଛଅ ମାସ ପରେ ଛାଡ଼ପତ୍ର ହେବ ବୋଲି ଓକିଲ କହିଲେ ।
ମିନି ନିଜ ଘରକୁ ଚାଲିଗଲା । ମିନି ନିଜ ଘରକୁ ଗଲା ପରେ ଶିଶିର ସହିତ କଥା ବାର୍ତ୍ତା ବନ୍ଦ କରି ଦେଲା କିନ୍ତୁ ଶିଶିର ର ଭଉଣୀ ରିନା ସବୁ ଖବର ରଖିଥାଏ କାରଣ ମିନି ର ବେଷ୍ଟ୍ ଫ୍ରେଣ୍ଡ୍ ରୋଜି, ରିନା ର ମଧ୍ୟ ସାଙ୍ଗ ।
ରୋଜି ଗୋଟିଏ ବର୍ଷ ସିନିୟର୍ । କଲେଜ୍ ର ନାଚ ଗୀତ ହୋଇଥିଲା ସେ ସମୟରେ ରିନା ଏବଂ ରୋଜି ଗ୍ରୁପ୍ ଡାନ୍ସ କରିଥିଲେ।
ରୋଜି ସହିତ ରିନା କଥା ହୁଅନ୍ତି ବୋଲି ମିନି ଜାଣିନି କିନ୍ତୁ ସେ ଦୁହେଁ କଲେଜ୍ ରୁ ସାଙ୍ଗ ବୋଲି ମିନି ଜାଣିଛି ।
ଠିକ୍ ଦୁଇ ମାସ ପରେ ମିନି ଦିନେ ବାନ୍ତି ସହିତ ମୁଣ୍ଡ ବୁଲେଇ ପଡ଼ିଗଲା । ଘର ଲୋକ ମେଡିକାଲ୍ ନେଇ ଗଲେ ।
ସେଠି ଜଣା ପଡ଼ିଲା ଯେ ମିନି ଗର୍ଭବତୀ । ଏକଥା ମିନି ଜାଣିଲା ପରେ, ସେ ସମସ୍ତଙ୍କୁ ରାଣ ଦେଇ କହିଲା ଯେ ଶିଶିର ଘର ଲୋକ ତଥା ଶିଶିର କୁ ଏ ବିଷୟରେ ନ କହିବାକୁ , ଏବଂ ଯଦି କହିବ ତେବେ ସେ ଆତ୍ମ ହତ୍ୟା କରିବ ବୋଲି କହିଲା ।
ମିନି କହିଲା ସେ ଏ ଛୁଆ କୁ ରଖିବ ନାହିଁ । ମିନି ର ଘର ଲୋକେ ମିନି କୁ ବୁଝାଇଲେ । ଘର ଲୋକେ କହିଲେ ଏମିତି କରିବା ପାପ। ଏବଂ ଛାଡ଼ପତ୍ର ଏବେ ପର୍ଯ୍ୟନ୍ତ ହୋଇନି ନା। ତୁ ଶିଶିର କୁ ଯାଇ ଭୁଲ ମାଗି ନେ । ସବୁ ସମାଧାନ ହୋଇଯିବ ।
ମିନି କହିଲା ମୋତେ କାହାକୁ ଭୁଲ ମାଗିବାର ନାହିଁ କି ମୁଁ ଏହି ଛୁଆ କୁ ରଖିବି ନାହିଁ । ଘର ଲୋକେ ମିନି କୁ ବୁଝେଇ ଘରକୁ ଆଣିଲେ ।
ଘରକୁ ଆସିବା ପରେ ମିନି ରୋଜି କୁ ଏହି କଥା କହିଲା । ରୋଜି ଦ୍ଵାରା ଶିଶିର ର ଘର ଲୋକ ପାଖକୁ ଖବର ପହଞ୍ଚି ଗଲା।
ଶିଶିର ମିନି ଘରକୁ ଗଲା କିନ୍ତୁ ସେଠୀ ମିନି ଶିଶିର ସହିତ କଥା ହେବାକୁ ମନା କରିଦେଲା ଏବଂ ସେ ତା ସହିତ ସମ୍ପର୍କ ରଖିବାକୁ ସ୍ପଷ୍ଟ ମନା କରିଦେଲା।
ସେତେବେଳେ ଶିଶିର କହିଲା କି ଆଜି ପର୍ଯ୍ୟନ୍ତ ଯାହା ହୋଇଛି ସବୁ ଭୁଲି ଯାଅ, ଆସ ଆମ ଘରକୁ ଯିବା କିନ୍ତୁ ମିନି ନିଜ ଜିଦ ରେ ଅଟଳ ସେ ଶିଶିର କୁ ଘରୁ ବାହାର କରିଦେଲା ।
ଚାରି ଦିନ ପରେ ମିନି ଘରେ କାହାକୁ ନ କହି ସାଧାରଣ ନର୍ସିଂ ହୋମ୍ ରେ କିଛି ଅଧିକ ଟଙ୍କା ଦେଇ ଛୁଆ ନଷ୍ଟ କରିଦେଲା।
ସେଠୀ ଆଡମିଟ୍ ହେବା ପରେ ସେ ନିଜ ଘର ଲୋକ ଙ୍କୁ କହିଲା । ଘର ଲୋକେ ବହୁତ୍ ଦୁଃଖୀ ହେଲେ ।
ଏହି କଥା ଶିଶିର ଶୁଣି ଦଉଡ଼ି ଆସିଲା ମିନି ପାଖକୁ କିନ୍ତୁ ସେତେବେଳେ ମଧ୍ୟ ମିନି ନିଜ ଭୁଲ କୁ ମାନିଲା ନାହିଁ ଏବଂ ଶିଶିର କୁ ଦେଖା କରିବାକୁ ମନା କରିଲା ଏବଂ ଗାଳି ଗୁଲଜ ଦେଇ ସେଠୁ ବାହାରି ଯିବାକୁ କହିଲା ।
ଶିଶିର ବହୁତ୍ ସ୍ଵପ୍ନ ଦେଖିଥିଲା, ସେ ମିନି କୁ ପୁଣି ଥରେ ଗ୍ରହଣ କରିବ ବୋଲି ମନ କରି ଥିଲା କିନ୍ତୁ ମିନି ଏହି ଚାରି ଦିନ ଭିତରେ ସବୁ ଛାରଖାର କରିଦେଲା।
ଶିଶିର ଆଶାହିନ ହୋଇ ଘରକୁ ଫେରିଲା। ମନରେ ବହୁତ୍ ରାଗ ଥିଲେ ମଧ୍ୟ ସେ ମିନି କୁ କିଛି କହିଲା ନାହିଁ ।
ଏହି ଘଟଣା ଯୋଗୁ ଦୁଇ ପରିବାର ବହୁତ୍ ଦୁଃଖୀ ହେଲେ । ମିନି ର ପରିବାର ମିନି ଉପରେ ବହୁତ୍ ରାଗିଲେ କିନ୍ତୁ ମିନି କୁ କିଛି ଫରକ୍ ପଡୁ ନଥାଏ। ଏପଟେ ଶିଶିର ପରିବାର ମଧ୍ୟ ବହୁତ୍ ଦୁଃଖୀ ହେଲେ ।
ଏହି ଘଟଣା ପର ଠାରୁ ଶିଶିର ମଧ୍ୟ ମିନି ପ୍ରତି ଥିବା ଭଲ ପାଇବା କମ୍ ହେବାରେ ଲାଗିଲା। ସେ ମିନି ବିଷୟରେ ଚିନ୍ତା ନ କରି ନିଜ ଚାକିରି ଖୋଜିବାରେ ଲାଗି ପଡ଼ିଲା।

ଆଗକୁ ପଢ଼ିବେ: (ମିନି ବେଡ୍ ରୁମ୍ ରେ ପଡ଼ି ପଡ଼ି ଯେମିତି ମାନସିକ ରୋଗୀ ରେ ପରିଣତ ହେବାକୁ ଲାଗୁଥିଲା)

If you like this Story so share to your friends, Thanking You.

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading