ମିନି (ଏକ ସର୍ତ୍ତ ସମ୍ପର୍କ )…4

ମିନି (ଏକ ସର୍ତ୍ତ ସମ୍ପର୍କ )...4
ମିନି (ଏକ ସର୍ତ୍ତ ସମ୍ପର୍କ )…4

Click here Part-3

ଏହି ଘଟଣା ର ଠିକ୍ ୨୩ ଦିନ ପରେ ଆମେରିକା ରେ ଗୋଟିଏ ଚାକିରି ପାଇଁ ଶିଶିର କୁ ମେଲ୍ ଆସିଲା । ଭଲ ପ୍ୟାକେଜ ଥିଲା। ଏବଂ ତାର ୭ଦିନ ପରେ ସେ ଆମେରିକା ର ସେ କମ୍ପାନୀ ରେ ରିପୋର୍ଟ କରିଲା ।

ମିନି ସବୁବେଳେ ଚାହୁଁଥାଏ ମୁଁ ଆଜାଦ୍ ପକ୍ଷୀ ହୋଇ ଖୋଲା ଆକାଶରେ ଉଡ଼ିବା ପାଇଁ । ସେ ପାରିବାରିକ ଜୀବନରୁ ମୁକ୍ତି ପାଇଗଲା ସତ କିନ୍ତୁ ସେ ପ୍ରତ୍ୟେକ ସମୟରେ ଚିନ୍ତାରେ ରହୁଥିଲା ।
ଭାଇ, ବାପା ଓ ମାଆ କେହି ମିନି କୁ କିଛି କହୁ ନଥିଲେ ସେ ସମୟ ହେଲେ ଖାଇବାକୁ ଆସେ ତା ପରେ ବାକି ସମୟ ତା ନିଜ ବେଡ୍ ରୁମ୍ ରେ ପଡ଼ି ରହେ ।
ଧିରେ ଧିରେ ମିନି ର ସାଙ୍ଗ ମାନେ ମଧ୍ୟ କଥା ହେବା ବନ୍ଦ କରିଦେଲେ ।
ମିନି ଏମିତି କାମ କରିବା ଯୋଗୁ ତାର ସାଙ୍ଗ ମାନେ ମଧ୍ୟ ତାର ସେ ଭୁଲ ପାଇଁ ତାକୁ ଦୋଷ ଦେଉଥିଲେ। ମିନି ର ଭଲ ସାଙ୍ଗ ରୋଜି ଯିଏ ପ୍ରତିଦିନ କଥା ହେଉଥିଲା ସେ ମଧ୍ୟ କଥା ବାର୍ତ୍ତା ବନ୍ଦ କରିଦେଲା ।
ନା ପାର୍ଟି ନା ସାଙ୍ଗ ନା ମଜା ମସ୍ତି ସବୁ ଯେମିତି ମିନି ଜୀବନରୁ ଧିରେ ଧିରେ ଲୋପ ପାଇବାକୁ ଲାଗିଲା ।
ମିନି ବେଡ୍ ରୁମ୍ ରେ ପଡ଼ି ପଡ଼ି ଯେମିତି ମାନସିକ ରୋଗୀ ରେ ପରିଣତ ହେବାକୁ ଲାଗୁଥିଲା ।
ଦେଖୁ ଦେଖୁ କେତେ ମାସ ଗଡି ଗଲା, ଯେତେ ମାସ ଗଡି ଯାଉଥାଏ ମିନି କୁ ଅନୁତାପ ହେବା ଆରମ୍ଭ ହେଉଥାଏ। ସେ ଭାବିଲା ସେ ଯାହା ଯାହା କରିଛି ସବୁ ଭୁଲ କରିଛି ।
ତାକୁ ନିଜ ସ୍ବାମୀ ର ଭଲ ଗୁଣ ବହୁତ୍ ମନେ ପଡ଼ିଲା। ସେ କରିଥିବା ଗର୍ଭପାତ ର ତାକୁ ଖରାପ ଅନୁଭବ ହେଲା ।
ତାର ଶାଶୂ ଶଶୁର ଙ୍କ ଭଲ ଗୁଣ ମନେ ପଡୁଥିଲେ ସତ ସେ ତାଙ୍କୁ ପସନ୍ଦ କରିପାରୁ ନଥିଲା। ତାର ନଣନ୍ଦ ରିନା ତାକୁ ସାହାଯ୍ୟ କରିଥିବା କଥା ମନେ ପଡୁଥାଏ ।
ଏମିତି ଦେଖୁ ଦେଖୁ ୪ମାସ ବିତିଗଲା। ଛାଡ ପତ୍ର ଦେବା ପାଇଁ ଓକିଲ ଫୋନ୍ କରି ଜଣାଇଲା ପରେ ମିନି ର ମନକୁ ବହୁତ୍ ଦୁଃଖ ହେଲା ।
ସେ ଅନୁତାପ କରିଲା କି ପ୍ରକୃତରେ ଛାଡ଼ପତ୍ର ଦେବା ପରେ ସେ ତ ପୁରା ପାଗେଳି ହୋଇଯିବ । ସେ ଆଉ ଓକିଲ ର ଫୋନ୍ କୁ ଉଠେଇଲା ନାହିଁ ।
ଏପଟେ ତାର ସାଙ୍ଗ ମାନଙ୍କୁ କଲ୍ କରିଲେ , ମିନି ର କଲ୍ ଦେଖି କେହି କଥା ହେବାକୁ ଚାହୁଁ ନଥିଲେ କିନ୍ତୁ ରୋଜି ବେଳେବେଳେ ଇଛା ନଥାଇ ମଧ୍ୟ କଥା ହେଉଥାଏ ।
ଦିନେ ଦିନେ ସେ ବେଡ ରୁମ ରେ ଶୋଇ ରହେ , ଖାଇବାକୁ ଡାକିଲେ ମଧ୍ୟ ଆସେନି । ସେ ବନ୍ଦ କୋଠରୀ ଭିତରେ ନିଜକୁ ନିଜେ କଷ୍ଟ ଦେବାକୁ ଲାଗିଲା।
କେତେବେଳେ ଭୋ ଭୋ ହୋଇ କାନ୍ଦେ ତ ଏବଂ କେବେ ହସି ହସି କାନ୍ଦି ପକାଏ ।
କେତେବେଳେ ଘର ଲୋକ ସହିତ କଥା ହୁଏ ତ ଆଉ କେବେ ନିଜେ ନିଜ ସହିତ କଥା ହୁଏ ।
ମିନି ର ମା ଏ ସବୁ ଦେଖି ବହୁତ୍ ଦୁଃଖ ଅନୁଭବ କରି ତାକୁ ବେଳେବେଳେ ଉଠେଇ ଆଣି ତାଙ୍କ ହାତରେ ଖୁଆଇ ଦେଉଥିଲେ।
ଦେଖୁ ଦେଖୁ ଆଉ ୬ମାସ ବିତିଗଲା । ସେ ଘଟଣା ପର ଠାରୁ ଶିଶିର ମିନି ସହିତ କେବେ କଥା ହୋଇନି । ନା ଶିଶିର କଲ୍ କରିଛି ନା ମିନି ଶିଶିର କୁ କଲ୍ କରିଛି।
ପ୍ରାୟ ବର୍ଷେ ପୁରିଗଲା ମିନି ଏବଂ ଶିଶିର ର ଏମିତି ବିଚ୍ଛେଦ ସମ୍ପର୍କ କୁ ।
ଦିନେ ମିନି କୁ ଶିଶିର କଥା ବହୁତ୍ ମନେ ପଡ଼ିଲା। ସେ ସେଦିନ ବାରମ୍ବାର ଶିଶିର ନମ୍ବର୍ କୁ କଲ୍ କରି କାଟି ଦେଉଥାଏ। ତାର ସାହାସ ହେଉ ନଥାଏ କିନ୍ତୁ ପ୍ରାୟ ୧୫ ଥର କଲ୍ କରି କାଟିବା ପରେ ଶେଷରେ ସେ କଲ୍ କରିବା ପରେ ଜାଣିବାକୁ ପାଇଲା ଯେ ସେ ନମ୍ୱର୍ ବନ୍ଦ ଅଛି । ସେତେବେଳେ ରାତି ୧୦ ଟା ହେଲାଣି।
ଆଉ କେତେଥର କଲ୍ କରିଲା ବନ୍ଦ ହେବା ଜାଣି ସେ ରୋଜି କୁ ଫୋନ୍ କରି ତା ମନ କଥା କହିଲା ।
ମିନି ରୋଜି କୁ ସବୁ କଥା କହିଲା। ସେ ବହୁତ୍ ଡିପ୍ରେଶ୍ ଅଛି ବୋଲି କହିଲା ଏବଂ ଶିଶିର କଥା ପଚାରିଲା କିନ୍ତୁ ରୋଜି କହିଲା ମୁଁ ଜାଣିନି। ସେ ରୋଜି କୁ ବାଧ୍ୟ କରି କହିଲା ତୁ ରିନା କୁ ଫୋନ୍ କରି ଶିଶିର ର ନମ୍ୱର୍ ମାଗେ ବୋଲି କହିଲା ।
ଶିଶିର ଆମେରିକା ରେ ଚାକିରି ପାଇବା କଥା ମିନି ଜାଣି ନଥାଏ। ମିନି ଯେତେବେଳେ ଜାଣିଲା ଯେ ସେ ଆମେରିକା ରେ ରହୁଛି ମିନି ସେକଥା ଶୁଣି ବହୁତ୍ ଖୁସି ହେଲା କିନ୍ତୁ ସେ ଖୁସି କାହା ସହିତ ସେୟାର କରିବ । ସେ ରୋଜି କୁ କହିଲା ତୁ କେମିତି ହେଲେ ମଧ୍ୟ ଶିଶିର ର ନମ୍ୱର୍ ମାଗି ଆଣେ ।
ରୋଜି କହିଲା ମୁଁ ରିନା କୁ କଲ୍ କରି ମାଗିବି , ସେ ଦେଲେ ମୁଁ ତୋତେ ମେସେଜ କରିଦେବି। ସେଦିନ ସେ ପ୍ରତ୍ୟେକ ୧୦ ମିନିଟ୍ ରେ ରୋଜି କୁ ଫୋନ୍ କରି ମାଗୁଥାଏ ।
ଏପଟେ ରୋଜି ରିନା କୁ ବାରମ୍ବାର କଲ୍ କରୁଥିଲା । ରିନା ର ମୋବାଇଲ୍ ସାଇଲେଣ୍ଟ ଯୋଗୁ ସେ ରାତି ୧୨ ଟା ପରେ ରୋଜି କୁ କଲ୍ କରିଲା । ।
ରୋଜି ରିନା କୁ ମିନି ବିଷୟରେ ସବୁ କଥା କହିଲା । ରିନା ପ୍ରଥମେ ନମ୍ୱର୍ ଦେବାକୁ ଇଚ୍ଛା କରୁ ନଥିଲା କିନ୍ତୁ ରୋଜି କହିଲା ମିନି ତାର ଭୁଲ ବୁଝି ପାରିଛି ସେ ଥରେ ମାତ୍ର କଥା ହେବାକୁ ଚାହୁଁଛି ।
ରିନା ରୋଜି କୁ କହିଲା ପ୍ରଥମେ ମୁଁ ଭାଇ କୁ ପଚାରେ ତା ପରେ ତୋତେ ନମ୍ୱର୍ ଦେବୀ । ସେ ସମୟରେ ରିନା ତା ଭାଇକୁ କଲ୍ କରି ପଚାରିଲା ସେତେବେଳେ ଶିଶିର ଅଫିସ ରେ ଥିଲା । ସେ ରିନା ଠୁ ମିନି ର ସବୁ କଥା ଶୁଣି କହିଲା, ଠିକ୍ ଅଛି ନମ୍ୱର୍ ଦେ ।
ତାପରେ ରିନା ରୋଜି କୁ ଏବଂ ରୋଜି ମିନି କୁ ନମ୍ୱର୍ ଦେଲା । ମିନି ର ସାହାସ ହେଉ ନଥାଏ କିନ୍ତୁ ସାହାସ କରି ରାତି ୨ଟା ରେ ସେ ଶିଶିର କୁ କଲ୍ କରିଲା । ଶିଶିର ମିନି ର ନମ୍ବର ଜାଣି ପ୍ରଥମେ ଉଠେଇଲା ନାହିଁ କିନ୍ତୁ ପରେ ସେ ଉଠେଇଲା।
ଫୋନ୍ ଉଠେଇବା ପରେ ମିନି କଣ କହିବ କିଛି ଭାବି ପାରୁ ନଥାଏ । ଶିଶିର ପଚାରିଲା କଣ କହିବାକୁ ଚାହୁଁଛ କୁହ । ମିନି ଶିଶିର କୁ କେବେ ସମ୍ମାନ ଦିଏ ନାହିଁ କିନ୍ତୁ ସେ ଦିନ ସେ ଶିଶିର କୁ ନମସ୍କାର ଜଣାଇଲା ଏବଂ ପଚାରିଲା କେମିତି ଅଛ । ଶିଶିର ଖୁସିରେ କଥା ନ ହୋଇ ଯେମିତି ସାଧାରଣ ଭାବେ କଥା ହେଲା କିଛି ନ କହି ଚୁପ୍ ରହିଲା ।

****************************

ଆଗକୁ ପଢ଼ିବେ: (ଶିଶିର କହିଲା ଯାହା କହିବାର ଅଛି ଶୀଘ୍ର କୁହ ମୁଁ ଅଫିସ ରେ ଅଛି)

Click here for part 5

Advertisements

If you like this Story so share to your friends, Thanking You.

3 thoughts on “ମିନି (ଏକ ସର୍ତ୍ତ ସମ୍ପର୍କ )…4”

Leave a Reply

Your email address will not be published. Required fields are marked *