ମିନି (ଏକ ସର୍ତ୍ତ ସମ୍ପର୍କ )…Last


ମିନି (ଏକ ସର୍ତ୍ତ ସମ୍ପର୍କ )...Last
ମିନି (ଏକ ସର୍ତ୍ତ ସମ୍ପର୍କ )…Last


ମୁଁ ମୋ ଭୁଲ ର ଅନୁତାପ କରି ସାରିଛି ମୋତେ ଶିଶିର ଗୋଟିଏ ସୁଯୋଗ ଦେଇଛନ୍ତି ତାଙ୍କ ଘର ର ବୋହୂ ହୋଇ ପ୍ରମାଣ କରିବି ।
ଯୋଉ ପର୍ଯ୍ୟନ୍ତ ଶିଶିର ମୋତେ ଗ୍ରହଣ କରିବେ ନାହିଁ ସେ ପର୍ଯ୍ୟନ୍ତ ଏ ଘରକୁ କେବେ ଫେରିବି ନାହିଁ ।


ମୁଁ ମୋ କର୍ତ୍ତବ୍ୟ କରିବି । ଯଦି ସେ ମୋତେ ଗ୍ରହଣ କରିବେ ନାହିଁ ତେବେ ସେଠୀ ତାଙ୍କ ଘରେ ଦାସୀ ହୋଇ ରହିବି ସିନା ଏଠି ମୁହଁ ଦେଖାଇବି ନାହିଁ ।


ଏତିକି ଶୁଣି ବାପା, ମା ଙ୍କ ମୁହଁରେ ହସ ଫେରି ଆସିଲା । ବାପା କହିଲେ ମୁଁ ମଧ୍ୟ ତୋତେ ତୋ ଶାଶୂ ଘରେ ଛାଡ଼ିବାକୁ ଅନୁମତି ଦେ ।


ମିନି ଦଉଡ଼ି ଆସିଲା ବାପା ପାଖକୁ, ବାପା କୁଣ୍ଢେଇ ନେଲେ ମିନି କୁ , ମା ମଧ୍ୟ ମିନି କୁ କୁଣ୍ଢେଇ ନେଲେ। ଦୁହେଁ ଆଶୀର୍ବାଦ ଦେଇ ଶାଶୂ ଘରକୁ ଯିବାକୁ ଦେଲେ ।  ବାପା ମିନି କୁ ନେଇ ଶିଶିର ଘରେ ପହଞ୍ଚିଲେ ।


ସେ ଦିନ ଭାଇ ଡ଼ିଉଟି ରେ ଥିଲେ । ମିନି କଥା ଶୁଣି ସେ ମଧ୍ୟ ବହୁତ୍ ଖୁସି ହେଲେ ।


ବାପା ମିନି କୁ ନେଇ ଶିଶିର ଘରେ ପହଞ୍ଚିଲା ପରେ ମିନି ର ବାପା ଲଜ୍ଜ୍ୟା ରେ ମୁଣ୍ଡ ନଇଁ ପଡୁଥାଏ।  ଶିଶିର ର ବାପା ମିନି ର ବାପା କୁ କୁଣ୍ଢେଇ ପକେଇଲେ।  ମିନି ର ବାପା କହିଲେ । ମୋ ଝିଅ ର ଭୁଲ ପାଇଁ  ମୁଁ ଭୁଲ ମାଗୁଛି ।


ପ୍ଲିଜ୍ ନିଜ ଝିଅ ଭାବି ତା ଭୁଲ କୁ କ୍ଷମା କରିଦିଅ।  ଶିଶିର ର ବାପା କହିଲେ । ସେ ଘଟଣା ବିଷୟରେ ଆମ ଘର ଲୋକେ କେବେଠୁ ଭୁଲି ସାରିଲେଣି।  ଆପଣ ଚିନ୍ତା କରନ୍ତୁନି । ମିନି ଏହି ଘରେ ଆଗରୁ ଝିଅ ହୋଇ ଥିଲା ଏବଂ ଏବେ ମଧ୍ୟ ଝିଅ ହୋଇ ରହିବ ।


ମିନି ର ବାପା ନମସ୍କାର କହି ସେଠୁ ବିଦାୟ ନେଲେ ।


ମିନି ର ଦିନ ଆରମ୍ଭ ହେଲା ଏବଂ ସବୁ କାମ ସରିବା ପରେ ସେ ଶୋଇବାକୁ ଯାଉଥିଲା । ରିନା ମଧ୍ୟ ମିନି କୁ ସବୁ କାମରେ ସାହାଯ୍ୟ କରୁଥାଏ ।


ଶିଶିର ପ୍ରତ୍ୟେକ ଦିନ କଲ୍ କରି କଥା ହେଉଥାଏ।  ଏମିତି ଦିନ ଗଡି ଚାଲିଥାଏ । ମିନି ଘର ର ବୋହୂ ନୁହଁ ଝିଅ ରୂପରେ ତାକୁ ଭଲ ପାଇବା ମିଳିବାକୁ ଲାଗିଲା ।


ବେଳେବେଳେ ଶାଶୂ ଏବଂ ରିନା କାମ କରନ୍ତି ମିନି କୁ କୁହନ୍ତି ତୁ ରେଷ୍ଟ୍ କରେ ଆମେ କରିଦେବୁ କିନ୍ତୁ ମିନି ସବୁ କାମ କରୁଥାଏ ।


ମିନି ର ଏତେ ଭଲ ପରିବର୍ତ୍ତନ ଦେଖି ଘରେ ସମସ୍ତେ ଖୁସି ଥିଲେ ।


ମିନି ଆସିବାର ୧୫ ଦିନ ପରେ ହଠାତ୍ ଶିଶିର ଆସି ଘରେ ପହଞ୍ଚିଲା । ଶିଶିର ଆସିବା ଖବର ଘର ଲୋକେ ଜାଣିଥିଲେ କିନ୍ତୁ ମିନି କୁ କହି ନଥିଲେ ।


ଶିଶିର କୁ ଦେଖି ମିନି ଆଶ୍ଚର୍ଯ୍ୟ ହୋଇଗଲା ଏବଂ ଶିଶିର ଆସିବାର ଦେଖି ସେ ଖୁସିରେ କାନ୍ଦି ପକେଇଲା ।


ଶିଶିର ଘର ଲୋକ ସହିତ କିଛି ସମୟ କଥା ହେବା ପରେ ମିନି ପାଖକୁ ଗଲା । ମିନି କିଛି କହିବା ପୂର୍ବରୁ ଶିଶିର ର ଗୋଡ଼ ତଳେ ପଡ଼ିଗଲା ଏବଂ କାନ୍ଦି କାନ୍ଦି କହିଲା ପ୍ଲିଜ ମୋତେ କ୍ଷମା କରିଦିଅ । 


ମିନି ଗୋଡ଼ ତଳେ ପଡ଼ିବା ଦେଖି ଶିଶିର ତାକୁ ଉଠେଇ ଆଣି କୁଣ୍ଡେଇ ପକାଇଲା । ତାକୁ କୁଂଢ଼େଇ କହିଲା ତମେ ଯୋଉ ଦିନ ନିଜ ଭୁଲ ବୁଝି ପାରିଲ ତମକୁ ସେଦିନ ମୁଁ କ୍ଷମା କରି ସାରିଥିଲି ।


ଆଉ ଦେଢ଼ ମାସ ବାକି ଅଛି ତାପରେ ମୋ ସର୍ତ୍ତ ପୂରଣ ହେବା । ମିନି କହିଲା ଦେଢ଼ ମାସ ନୁହଁ ସାରା ଜୀବନ ମୁଁ ତୁମ ସର୍ତ୍ତ ମାନିବାକୁ ରାଜି ଅଛି ।


ଶିଶିର ପୁଣି ଥରେ ମିନି କୁ କୁଣ୍ଢେଇ କହିଲା । ତମେ ବଦଳି ଯାଇଛ ସେଥିପାଇଁ ମୁଁ ବହୁତ୍ ଖୁସି । ଦୁହେଁ ନିଜ ବେଡ ରୁମ୍ କୁ ଗଲେ । ସେଠି ଦୁହେଁ ବସି କଥା ହେଲେ ।


ଶିଶିର ଆମେରିକା ରୁ ମିନି ପାଇଁ ଗୋଟିଏ ନେକ୍ ଲେସ ଆଣିଥିଲା। ତାକୁ ସେ ଗିଫ୍ଟ କରିଲା । ସେ ଗିଫ୍ଟ ଦେଖି ମିନି ବହୁତ୍ ଖୁସି ହେଲା ।


ମିନି ପୁରା ବଦଳି ଯାଇଥିଲା । ଶିଶିର ଗୋଟିଏ ମାସ ଛୁଟି ପରେ ମିନି କୁ ନିଜ ସହିତ ଆମେରିକା ନେଇ ଗଲା । ସେଠି ସେ ରହି ବୁଲାବୁଲି କରିଲେ । ମିନି ସବୁବେଳେ ରୋଷେଇ କରେ ଏବଂ ଶିଶିର ର ମଧ୍ୟ ସେବା କରେ । ବେଳେବେଳେ ଦୁହେଁ ରୋଷେଇ କରନ୍ତି ।


କିଛି ମାସ ପରେ ମିନି ପୁଣି ଖୁସି ଖବର ଦେଲା ଏବଂ ଦଶ ମାସ ପରେ, ମିନି ଗୋଟିଏ ସୁନ୍ଦର ପରି କୁ ଜନ୍ମ ଦେଲା ।


କିଛି ମାସ ପରେ ସେମାନେ ସମସ୍ତେ ଗାଁ କୁ ଆସିଲେ । ଶିଶିର ର ବାପା କହିଲେ ବୋହୂ କିଛି ଦିନ ଘରେ ରହିଥିଲେ କେମିତି ହୁଅନ୍ତା।


ମିନି ମଧ୍ୟ କହିଲା ହଁ ବାପା ମୁଁ ଏବେ ଗୋଟିଏ ବର୍ଷ ଗାଁ ରେ ରହିବି ସେ ଯାଆନ୍ତୁ ।


ଏହି କାହାଣୀ ଲେଖୁ ଲେଖୁ ରୋଜି ର ଆଖିରୁ ଖୁସିରେ ଲୁହ ବାହାରି ଯାଉଥାଏ । ମିନି ଏତେ ଚଣ୍ଡୀ ଝିଅ। ତା ମନ ବଦଳି ଯିବ ବୋଲି କେହି ବିଶ୍ୱାସ କରି ନଥିଲେ ଏବଂ ସେ ବଦଳି ଗଲା ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ । ତାର ଏତେ ପରିବର୍ତ୍ତନ ଦେଖି ଆମେ ସବୁ ସାଙ୍ଗ ମଧ୍ୟ ବହୁତ୍ ଖୁସି ଅଛୁ ।


ଏବେ କିଛି ଦିନ ତଳେ ଆମେ ସମସ୍ତେ ମିଶି ପାର୍ଟି କରିଥିଲୁ । ସେ ପାର୍ଟି ରେ ମିନି ସବୁ ରୋଷେଇ କରିଥିଲା । ସେଦିନ ମିନି ତା ଝିଅ କୁ ନେଇ ଆସିଥିଲା । ମିନି ର ଝିଅ ମଧ୍ୟ ବହୁତ୍ ସୁନ୍ଦର୍ ସେ ଦେଖିବାକୁ ଠିକ୍ ମିନି ଭଳି।  ନାମ ତାର ଇଶ୍ମିତା ।


କାହାଣୀ ଶେଷରେ ଗୋଟିଏ କଥା କହିବାକୁ ଚାହେଁ । ଯେଉଁ ସ୍ଥାନରେ ଆମେ ରହିବା ତା ସହିତ ଆମେ ଖାପ ଖୁଆଇ ଚଳିବା ଉଚିତ୍ ନହେଲେ ଆମେ ବହୁତ୍ ବଡ ସମସ୍ୟା ର ସମ୍ମୁଖୀନ ହେବା।


ଆଜିକାଲି କିଛି ବୋହୂ ଏମିତି ଭୁଲ କରି ବସନ୍ତି କିନ୍ତୁ କିଛି ସ୍ବାମୀ ସେମାନଙ୍କୁ କ୍ଷମା କରନ୍ତି ତ ଆଉ କେତେ ଜାଗାରେ ସମ୍ପର୍କ ଭାଙ୍ଗିବାକୁ ସମୟ ଲାଗେନି । 


ସମ୍ପର୍କ ଯୋଡିବା ବହୁତ୍ କଷ୍ଟ କିନ୍ତୁ ସମ୍ପର୍କ ଭାଙ୍ଗିବା ବହୁତ୍ ସହଜ । ସମ୍ପର୍କ କୁ ଯୋଡ଼ି ରଖିବାକୁ ଚେଷ୍ଟା କରନ୍ତୁ ।


ଏହି କାହାଣୀ ରେ ବୋହୂ ର ଉଦାହରଣ ଦିଆଯାଇଛି କିନ୍ତୁ କେତେକ କ୍ଷେତ୍ରରେ ଶାଶୂ ଶଶୁର ମାନେ ବୋହୂ ପ୍ରତି ମଧ୍ଯ ଖରାପ ବ୍ୟବହାର କରନ୍ତି ।


ସେମାନଙ୍କୁ ମଧ୍ୟ ସଚେତ ହେବା ଦରକାର । ବେଶୀ କିଛି କହିବି ନାହିଁ । ସବୁ ଭୁଲ କୁ ଯଦି କ୍ଷମା କରାଯାଏ ତେବେ ସମ୍ପର୍କ ରେ କେବେ ବିଚ୍ଛେଦ ଘଟିବ ନାହିଁ ।


ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଏହି କାହାଣୀ ଟି ପଢ଼ିଥିବାରୁ ଆପଣଙ୍କୁ ଧନ୍ୟବାଦ ।


କାହାଣୀ ଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ ।


ନୀଳମାଧବ ଭୂୟାଁ

ଙ୍କ କଲମରୁ


Click here from beginning

Click here for Story page



If you like this Story so share to your friends, Thanking You.

One thought on “ମିନି (ଏକ ସର୍ତ୍ତ ସମ୍ପର୍କ )…Last”

Put your Valuable feedback