ନକଲ (Copy)

ନକଲ (Copy)
ନକଲ (Copy)
 
ରାଜା ଏବଂ ରାନୁ ଦୁହେଁ ଭଲ ସାଙ୍ଗ । ସକାଳ ଟିଉସନ୍ ରୁ ଆରମ୍ଭ କରି ସଂଧ୍ୟା ଖେଳ କୁଦ ପର୍ଯ୍ୟନ୍ତ ସବୁ ସମୟରେ ସେ ରାନୁ ପାଖରେ ଥାଏ ।
 
ରାଜା ବହୁତ୍ ସରଳ ସେ ମାଛି କୁ ମ’ କହେନି କିନ୍ତୁ ରାନୁ ର ନାମ ସବୁ ଜାଗାରେ ଥାଏ । ସ୍କୁଲ୍ ଗଣ୍ଡଗୋଳ ହେଉ କିମ୍ବା ପାଠ ପଢା ରେ ହେଉ । ରାଜା, ରାନୁ ଭଳି ପାଠ ପଢ଼େ କିନ୍ତୁ ତାର ମନେ ରହେ ନାହିଁ। ପ୍ରତି ଥର ପରୀକ୍ଷା ରେ ରାନୁ ଯେତେ ମାର୍କ ରଖେ ରାଜା ତା ଠାରୁ କମ୍ ମାର୍କ ରଖେ।
 
ରାଜା ର ମା ଜଣେ ଶିକ୍ଷୟତ୍ରୀ ସେ ଅନ୍ୟ ସ୍କୁଲ୍ ରେ ପାଠ ପଢାନ୍ତି । ରାଜା ମଧ୍ୟ ଘରେ ପାଠ ପଢ଼େ କିନ୍ତୁ ତାର ବେଶି ମନ ନ ରହିବା ଫଳରେ ତାଙ୍କ ମା ସବୁବେଳେ ତାଙ୍କୁ ଗାଳି ଦିଅନ୍ତି ଏବଂ ସେ ଦୁଃଖୀ ହୋଇ ରାନୁ କୁ ଆସି କୁହେ । ରାନୁ ତାକୁ କହେ ତୁ ଚିନ୍ତା କର ନାହିଁ ଏଥର ପରୀକ୍ଷା ରେ ମୁଁ ତତେ ସାହାଯ୍ୟ କରିବି । ରାଜା କହିଲା ନା ନା କାହା ଠାରୁ ଦେଖି ଲେଖିବା ମହା ପାପ । ମୁଁ ନିଜେ ଚେଷ୍ଟା କରିବି ।
 
ରାଜା ଏଥର ମନ ଦେଇ ପଢିଲା । ବାର୍ଷିକ ପରୀକ୍ଷା ପାଖେଇ ଆସିଲା। ଏଥର ରାନୁ ବାହାନା କରି ରାଜା ପାଖରେ ବସିଲା କିନ୍ତୁ ଶିକ୍ଷକ ରାନୁ ଏବଂ ରାଜା ର ବନ୍ଧୁତା ବିଷୟରେ ଜାଣିଥିଲେ ସେଥିପାଇଁ ସେ ଦୁଇ ଜଣଙ୍କୁ ପରୀକ୍ଷା ହଲ୍ ରେ ଅଲଗା ବସେଇଲେ। ପରୀକ୍ଷା ଆରମ୍ଭ ହେଲା । ପରୀକ୍ଷା ସମୟ ଦୁଇ ଘଣ୍ଟା ଥିଲା ସେ ଦୁଇ ଘଣ୍ଟା ଭିତରେ ରାନୁ ରାଜା କୁ ବାରମ୍ବାର ଦେଖୁଥାଏ । ପ୍ରାୟ ଗୋଟିଏ ଘଣ୍ଟା ପରେ ଶିକ୍ଷକ ବାହାରକୁ ଯାଇଥିଲେ ରାନୁ ର ଲେଖା ସରିଥିଲା ସେ ରାଜା କୁ ନିଜ ପେପର ଶିକ୍ଷକ ଆସିବା ପୂର୍ବରୁ ଦେଇ ଆସିଲା କିନ୍ତୁ ରାଜା ମନା କରିଲା ।
 
ରାଜା, ରାନୁ ର ପେପର କୁ ଦେଖିଲା ନାହିଁ । ତାକୁ ଯାହା ଆସୁଥିଲା ତାହା ଲେଖି ଚାଲିଲା। ରାନୁ ବାରମ୍ବାର ଆଖି ଠାର ଦେଉଥାଏ । ପେପର ଦେଖି ଲେଖିବାକୁ କିନ୍ତୁ ରାଜା ତା କଥା ନ ଶୁଣି ସେ ନିଜେ ପଢିଥିବା ପାଠ ଲେଖି ଚାଲିଲା । ରାନୁ ଆଖି ଠାର ଦେଇ ଦେଇ ଥକି ଗଲା ମଧ୍ୟ ରାଜା ତାର ପେପର କୁ ତିଳେ ମାତ୍ର ଦେଖିଲା ନାହିଁ।
 
ପରୀକ୍ଷା ସମୟ ସରିଗଲା । ସମସ୍ତେ ପେପର ଦେଇ ଚାଲିଗଲେ ଶେଷରେ ଏହି ଦୁଇ ଜଣ ରହିଲେ । ରାନୁ ଏବଂ ରାଜା ଏକା ସାଙ୍ଗରେ ପେପର ଜମା କରିବାକୁ ଗଲେ । ରାଜା , ରାନୁ ର ପେପର କୁ ତା ହାତରେ ଚୁପ୍ କରି ଦେଇ ଦେଲା । ଦୁହେଁ ପେପର ଜମା କରି ବାହାରକୁ ଆସିଲେ।
 
ରାନୁ ରାଜା ଉପରେ ବହୁତ୍ ରାଗିଲା । ରାନୁ କହିଲା ତୋତେ ମୁଁ ସାହାଯ୍ୟ କରିଲି କିନ୍ତୁ ତୁ ମୋର ଟିକେ କଥା ମଧ୍ୟ ଶୁଣିଲୁ ନାହିଁ ଏବଂ ମୋର ପେପର କୁ ଦେଖିଲୁ ନାହିଁ । ରାଜା ରାନୁ ର କାନ୍ଧରେ ହାତ ରଖି କହିଲା । ତୁ ମୋତେ ଦେଇଥିଲୁ ନକଲ କରିବାକୁ କିନ୍ତୁ ମୋ ମନ ମୋତେ ନକଲ କରିବାକୁ ମନା କରିଲା ଏବଂ ମୁଁ ନକଲ କରିଲି ନାହିଁ । ଯାହା ଆସିଲା ତାହା ଲେଖିଛି ଯଦି ଅବା କମ୍ ମାର୍କ ଆସିଲା ସେଥିରେ ଅସୁବିଧା କଣ । ତୋର ଠାରୁ କିଛି ମାର୍କ ତଳେ ରହିବି କିନ୍ତୁ ଆମ ସାଙ୍ଗ ତ ସେମିତି ରହିବ ନା । କାଲି ଯେତେବେଳେ ମୋତେ ଅନୁଭବ ହେବ ଯେ ମୁଁ ନକଲ କରି ପାସ୍ କରିଛି ସେ ସମୟରେ ମୁଁ ନିଜକୁ ବହୁତ୍ ଦୋଷୀ ମାନିବି ।  ସେଥିପାଇଁ ମୁଁ ନକଲ କରିଲି ନାହିଁ ।  
 
ଏହି ଦୁଇ ଜଣଙ୍କ ସବୁ କଥା ଶିକ୍ଷକ ମହାଶୟ ଶୁଣୁଥିଲେ । ଶିକ୍ଷକ ମହାଶୟ ରାଜା ଏବଂ ରାନୁ ଦୁହିଁଙ୍କୁ ଅଫିସ କୁ ଡାକିଲେ । ସେଠି ରାନୁ କୁ ନକଲ କରିବା ପାଇଁ ରାଜା କୁ ବାଧ୍ୟ କରିଥିବା ଯୋଗୁ ଶିକ୍ଷକ ରାନୁ କୁ ଦଣ୍ଡ ଦେବା ପାଇଁ ସ୍ଥିର କରିଲେ । 
 
ରାଜା ଶିକ୍ଷକ ମହାଶୟ ଙ୍କୁ କ୍ଷମା ମାଗିଲା । ରାଜା, ଶିକ୍ଷକ ମହାଶୟ ଙ୍କୁ ଗୁହାରି କଲା ଯେ । ମହାଶୟ ସେ ମୋତେ ବନ୍ଧୁତା ରୂପରେ ସାହାଯ୍ୟ କରିଲା କିନ୍ତୁ ମୁଁ ସେ ସାହାଯ୍ୟ ଗ୍ରହଣ କରି ନାହିଁ  ଏବଂ ତାର କରିଥିବା ଭୁଲ ଯୋଗୁ ମୁଁ ଆପଣଙ୍କୁ କ୍ଷମା ମାଗୁଛି ଏବଂ ଯଦି ପାରୁଛନ୍ତି ତେବେ ମୋତେ ଆପଣ ଦଣ୍ଡ ଦେଇ ପାରନ୍ତି । 
 
ଶିକ୍ଷକ ମହାଶୟ ହସିଲେ । କହିଲେ ମୁଁ ତୁମର ବୁଦ୍ଧି ପରୀକ୍ଷା କରୁଥିଲି । ରାନୁ ଯେତେବେଳେ ପ୍ରଥମେ ପେପର ତୁମକୁ ଦେଲା ମୁଁ ସେ ସମୟରୁ ସେ ବିଷୟରେ ଜାଣିଥିଲି।  କିନ୍ତୁ ତୁମର ଭଲ ଗୁଣ ଯୋଗୁ ତୁମକୁ ମୁଁ ନଜର ରଖିଥିଲି ଏବଂ ପରେ ରାନୁ ର ଭୁଲ କୁ ନିଜ ଉପରେ ନେଇଛ ତାହା ଶୁଣି ମୁଁ ବହୁତ୍ ଖୁସି । ଏ ଲକ୍ଷଣ ଗୁଣି ଲୋକଙ୍କ ପାଖରେ ଥାଏ । ଶିକ୍ଷକ ମହାଶୟ କହିଲେ । ରାଜା ତମେ ଦିନେ ଉଚ୍ଚ ପଦ ରେ ଚାକିରି କରିବ.. କହି ସେ ଦୁଇ ଜଣଙ୍କୁ ବିଦାୟ ଦେଲେ । 
 
 
 
 
 
 
 
ପରୀକ୍ଷା ପରେ ଛୁଟି ଦିନ ଆସିଲା । ଛୁଟି ଦିନରେ ଦୁହେଁ ସାଥୀ ହୋଇ ଖେଳ ବୁଲା କରିଲେ । ଛୁଟି ପରେ ସ୍କୁଲ୍ ଖୋଲା ଗଲା । ଜଣା ପଡ଼ିଲା ଯେ ଗତ ପରୀକ୍ଷାରେ ରାଜା ରାନୁ ଠାରୁ ଅଧିକ ମାର୍କ ରଖି ପାସ୍ କରିଛି ଏବଂ ସେ ସ୍କୁଲ୍ ରେ ପ୍ରଥମ ସ୍ଥାନ ଅଧିକାର କରିଛି । ରାନୁ ମଧ୍ୟ ରାଜା ଠାରୁ 5 ମାର୍କ କମ୍ ରଖି ପାସ୍ କରିଛି।  ରାଜା ର ଏମିତି ସଫଳତା ଦେଖି ରାନୁ ଈର୍ଷା ନ କରି ସେ ବହୁତ୍ ଖୁସି ହେଲା ରାଜା ର ମା ମଧ୍ୟ ବହୁତ୍ ଖୁସି ହେଲେ । ରାଜା ଏବଂ ରାନୁ ର ବନ୍ଧୁତା ସେମିତି ଚାଲିଥିଲା ଏବଂ ଦୁହେଁ ଭଲ ପାଠ ପଢି ଚାଲିଲେ । 
 
ସେ ଦିନ ଠାରୁ ରାଜା କିମ୍ୱା ରାନୁ କେବେ କେଉଁ ପରୀକ୍ଷାରେ ନକଲ କରି ନାହାନ୍ତି । ସବୁବେଳେ ଭଲ ପାଠ ପଢି ଆସିଛନ୍ତି । 
 
ବର୍ତ୍ତମାନ ଦୁଇ ଜଣ ବଡ ହୋଇ ଯାଇଛନ୍ତି । ରାନୁ ପୋଲିସ ଅଫିସର ଏବଂ ରାଜା ଜଣେ ଭଲ ଡାକ୍ତର । 
 
ତାଙ୍କ ବନ୍ଧୁତା ଏବଂ ପାଠ ପଢ଼ା ଯୋଗୁ ସଫଳତା କେମିତି ହାସଲ କରିଲେ । ସେ ବିଷୟରେ ତାଙ୍କ ସ୍କୁଲ୍ ସେ ଦୁଇ ଜଣଙ୍କ କାହାଣୀ ଛୋଟ ପିଲା ମାନଙ୍କୁ ଗଳ୍ପ ମାଧ୍ୟମରେ କୁହା ଯାଇଥାଏ । 
 
ସେ ଦୁଇଜଣ କହି ଥିଲେ ଯେ ” ନକଲ”  ମଣିଷ କୁ ଦୁର୍ବଳ କରିଦିଏ । ଯାହା ଆମେ ପାଠ ପଢ଼ା ରେ ଅର୍ଜନ କରିଛନ୍ତି ତାହା ଆମେ କ୍ଷଣକ ମଧ୍ୟରେ ଭୁଲି ଯାଉ । ସେଥିପାଇଁ ପରୀକ୍ଷା ସମୟରେ ଆମେ ଯଦି ଦୁର୍ବଳ ମନେ କରିବା ତେବେ ଆମେ ଆମ ଭବିଷ୍ୟତ ରେ ମଧ୍ୟ ବହୁତ୍ ଦୁର୍ବଳ ହୋଇଯିବା । ସେଥିପାଇଁ ଦୃଢ଼ ସାହାସ ଏବଂ ଉଚ୍ଚା ମନବୃତି ଦ୍ଵାରା ମଣିଷ ଶୀଘ୍ର ସଫଳ ହାସଲ କରେ । 
 
 
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ….
 

2 thoughts on “ନକଲ (Copy)”

Leave a Reply

Your email address will not be published. Required fields are marked *