ମିନି (ଏକ ସର୍ତ୍ତ ସମ୍ପର୍କ )…5



ମିନି (ଏକ ସର୍ତ୍ତ ସମ୍ପର୍କ )...5
ମିନି (ଏକ ସର୍ତ୍ତ ସମ୍ପର୍କ )…5


ମନ ଭିତରେ ରାଗ ଥିଲେ ମଧ୍ୟ ଶିଶିର ପ୍ରତ୍ୟେକ ଦିନ ମିନି ବିଷୟରେ ରିନା କୁ ପଚାରେ ଏବଂ ରିନା ରୋଜି ଠୁ ମିନି ର ହାଲଚାଲ ପଚାରି ବୁଝେ । ଶିଶିର ମଧ୍ୟ ଚାହୁଁଥାଏ କି ମିନି ତାର ନିଜ ଭୁଲ ସେ ବୁଝିବା ଦରକାର ଏବଂ ସେ ଯେବେ ନିଜେ ମୋ ପାଖକୁ ଆସିବ ସେଦିନ ସେ ଗ୍ରହଣ କରିବ ବୋଲି ମନରେ ଥାଏ ।


ଏତେ ବଡ ଘଟଣା ପରେ ମଧ୍ୟ ଶିଶିର ର ମିନି ପ୍ରତି ଭଲ ପାଇବା କମ୍ ହୋଇ ନଥିଲା।  କେବଳ ମିନି ନିଜ ଭୁଲ ବୁଝୁ ବୋଲି ଭାବି ସେ କଲ୍ କରୁ ନଥିଲା। 


ଏତିକି ଭାବୁ ଭାବୁ ମିନି ପୁଣି ଥରେ ହେଲୋ ବୋଲି କହିଲା , ଶିଶିର ଫେରି ଆସିଲା କଲ୍ ରେ ଥିବା ମିନି ର କଥା କୁ ଉତ୍ତର ଦେବା ପାଇଁ ।


ଶିଶିର କହିଲା ଯାହା କହିବାର ଅଛି ଶୀଘ୍ର କୁହ ମୁଁ ଅଫିସ ରେ ଅଛି।  ମିନି କଣ କହିବ କିଛି ନ ଭାବି , ହଉ ଠିକ୍ ଅଛି ତୁମେ ଡିଉଟି କର କହି , ରଖି ଦେଲା ।


ଫୋନ୍ କଟ ହେଲା ପରେ ଶିଶିର ମଧ୍ୟ ଖୁସି ଥିଲା କି ମିନି ନିଜ ଭୁଲ ବୁଝି ପାରିଛି।  ସେ ନିଜ ଡିଉଟି ରେ ଲାଗି ପଡ଼ିଲା ।


ପୁଣି ଦୁଇ ଦିନ ପରେ ମିନି ର କଲ୍ ଆସିଲା ସେଦିନ , ଶିଶିର ର ଅଫିସ ଛୁଟି ଥିଲା । ସେ ପୁଣି ଫୋନ୍ ଉଠେଇବା ପରେ ପଚାରିଲା କିନ୍ତୁ ମିନି ର ସାହାସ ହେଉ ନଥାଏ।


କିନ୍ତୁ ଶିଶିର ଯେତେବେଳେ ପଚାରିଲା କେମିତି ଅଛ । ମିନି ର ଆଖିରୁ ଲୁହ ବାହାରି ଗଲା । ନିଜ କାନ୍ଦ କୁ ରୋକି ପାରିଲା ନାହିଁ । ମିନିର କାନ୍ଦ ଶୁଣି ଶିଶିର ମିନି କୁ ନ କାନ୍ଦିବା ପାଇଁ କହିଲା।


  ମିନି କହିଲା , ମୋର ଭୁଲ ପାଇଁ ମୋତେ କ୍ଷମା କରିବନି ଶିଶିର । ଶିଶିର ଉତ୍ତର ଦେଲା। ଭୁଲ ତ ମୋର ଥିଲା ତମକୁ ପ୍ରଶୟ ଦେଇ ଏତେ ଭୁଲ କରିବାକୁ ସୁଯୋଗ ଦେଲି।


ମିନି ପୁଣି ଥରେ କହିଲା , ପ୍ଲିଜ୍ ଶିଶିର ମୋତେ କ୍ଷମା କରିଦିଅ । ତମ ଠୁ ଦୂରେଇ ଯିବାର ବର୍ଷେ ହୋଇଗଲାଣି ।  ମୁଁ ମୋର ଭୁଲ ବୁଝି ପାରିଛି କହି ପୁଣି କାନ୍ଦିବାରେ ଲାଗିଲା ।


ଶିଶିର କହିଲା ବର୍ଷେ ହୋଇଗଲା ପରେ ଏବେ ନିଜ ଭୁଲ୍ ବୁଝି ପାରିଲ । ଆଜି ପର୍ଯ୍ୟନ୍ତ ମୁଁ ଭାବୁଥିଲି ପ୍ରତ୍ୟେକ ଭୁଲ ମୋର ଥିଲା ।


ମିନି କହିଲା ତମେ ଯାହା କହିବ ମୁଁ ଶୁଣିବି ପ୍ଲିଜ୍ ମୋତେ କ୍ଷମା କରିଦିଅ । ଶିଶିର ଆଉ କିଛି ନାହିଁ, ଆମ ଭିତରେ ସେ ସମ୍ପର୍କ ଆଉ ନାହିଁ ଏବଂ ତମେ ମୋ ଛୁଆ କୁ ମାରି ମୋ ଆଗରେ ସବୁ ଦିନ ପାଇଁ ଦୋଷୀ ପାଲଟି ଯାଇଛ ।


ମିନି କାନ୍ଦ କାନ୍ଦ ଅବସ୍ଥାରେ କହିଲା ପ୍ଲିଜ୍ ଶିଶିର ତମେ ମୋତେ ଯାହା ଦଣ୍ଡ ଦେବ ମୁଁ ତାହା ଗ୍ରହଣ କରିବି ପ୍ଲିଜ୍ ଫେରି ଆସ ।


ମୁଁ ମୋର ଭୁଲ ପାଇଁ ଗତ ୬ମାସ ହେଲା ପ୍ରତ୍ୟେକ ଟି ସେକେଣ୍ଡ ସେହି କଥା ଭାବି ଭାବି ନିଜ କୁ କଷ୍ଟ ଦେଇ ଚାଲିଛି । କେତେ ଯେ ଲୁହ ଗଡେଇଛି ତାହା କେବଳ ମୁଁ ହିଁ ଜାଣିଛି । ମୋର କଥା କୁ ବିଶ୍ୱାସ କର । ତମକୁ ଘୃଣା ଚକ୍ଷୁ ରେ ଦେଖି ମୋତେ ତୁମ ସହିତ ଆଖି ମିଶେଇ କଥା ହେବାକୁ ସାହାସ ନାହିଁ । କେବଳ କହି ପାରିବି । ପ୍ଲିଜ୍ ମୋ କଥା କୁ ବିଶ୍ୱାସ କର, ତମର ସବୁ କଥା ସବୁ ସର୍ତ୍ତ ମାନିବି । ମୋତେ ଥରେ କ୍ଷମା କରିଦିଅ ପ୍ଲିଜ୍ ।


ମିନି ର କଥା ଶୁଣି , ଶିଶିର ମଧ୍ୟ ମିନି କୁ ବିଶ୍ୱାସ କରିବାକୁ ଲାଗିଲା ।


ମିନି ର କାନ୍ଦ ବନ୍ଦ ହେଉ ନଥାଏ । ମିନି କହିଲା ମୁଁ ସବୁ କରିବାକୁ ରାଜି ଅଛି ।


ମୁଁ ମୋ ଦେବତା ଭଳି ଶାଶୂ ଶଶୁର ଙ୍କୁ ଅନାଦର କରିଛି ଏବଂ ମୋ ଭଉଣୀ ଭଳି ନଣନ୍ଦ କୁ ଘୃଣା କରିଛି ଏବଂ ତମକୁ ହରେଇ ମଧ୍ୟ ବହୁତ୍ ଦୁଃଖ ପାଇ ସାରିଛି। ପ୍ଲିଜ୍ ଶିଶିର ମୋତେ କ୍ଷମା କରିଦିଅ।


ଶିଶିର କହିଲା ତମକୁ କ୍ଷମା କରିଲେ , କାଲି ପୁଣି ମୋ ଘର କୁ ଆସିବ ସେଠୀ ଆସିଲେ ପୁଣି ତୁମର ମହାଭାରତ ଆରମ୍ଭ କରିବ। 


ମିନି କହିଲା , ମୁଁ କେବେ ଜିଦ୍ କରିବି ନାହିଁ କି ତୁମ ସହିତ ରହିବା ପାଇଁ । ମୁଁ ମୋ ଶାଶୂ ଶଶୁର ଙ୍କୁ ସେବା କରିବାକୁ ଚାହେଁ ।


ପ୍ଲିଜ୍ ଶିଶିର ମୋ କଥା କୁ ବିଶ୍ୱାସ କର ମୁଁ ବହୁତ୍ ଅନୁତାପ କରିଲିଣୀ । ଆଉ ମୋର ଧର୍ଯ୍ୟ ନାହିଁ ।


ଶିଶିର କହିଲା ମୋର କିଛି ସର୍ତ୍ତ ଅଛି ସେ ସର୍ତ୍ତ କୁ ତମକୁ ମାନିବାକୁ ପଡ଼ିବ।  ମିନି କହିଲା ତୁମର ସବୁ ସର୍ତ୍ତ ମୁଁ ମାନିବି । ତମେ ଯାହା କହିବ ତାହା କରିବି ।


ଶିଶିର କହିଲା ତେବେ କାଲି ସକାଳେ ତମେ ବୋହୂ ବେଶରେ ମୋ ଘରକୁ ତମେ ନିଜେ ଆସ କିମ୍ବା କାହା ସହିତ ଆସ ମୁଁ ଜାଣିନି ।


ମିନି ପଚାରିଲା ଘରେ ମୋତେ ଗ୍ରହଣ କରିବେ ତ? ଶିଶିର କହିଲା ସେ କଥା ତମେ ଚିନ୍ତା କର ନାହିଁ ।


ମିନି ପୁଣି ପଚାରିଲା ସାହି ପଡିଶା ଲୋକେ କିଛି ପଚାରିବେ ଯଦି କଣ କହିବି।  ଶିଶିର କହିଲା ସେ କଥା , ତମେ କଣ କହିବ , ନିଜେ ଚିନ୍ତା କର ।


ଆଉ ଶୁଣ ଘରକୁ ଆସି ଠିକ୍ ସମୟରେ ସକାଳୁ ଉଠି ଘର କାମ କରିବ ସମସ୍ତଙ୍କୁ ଖାଇବା ଦେବ , ବାପା, ମା ଙ୍କ ସେବା କରିବ ।


ତମକୁ କେହି ସାହାଯ୍ୟ କରିବେ ନାହିଁ । ମିନି କହିଲା ହଁ ମୁଁ ରାଜି ଅଛି । ଶିଶିର କହିଲା ତମେ ଯାହା ରୋଷେଇ ସିଖିଛ ତାହା ଖୁଆଇବ। କେହି କିଛି କହିବେ ନାହିଁ । 


ମୁଁ ପ୍ରତ୍ୟେକ ଦିନ ତୁମର କାମ ବିଷୟରେ ଘର ଲୋକଙ୍କୁ ପଚାରିବି ।


ଘର ର ସମ୍ମାନ ଦେଲା ଭଳି ସବୁ କାମ କରିବ ଅନାବନା ଡ୍ରେସ ପିନ୍ଧିବ ନାହିଁ । ବୋହୂ ହିସାବରେ ଘରେ ଲୁଗା କିମ୍ବା ଶାଢ଼ୀ ପିନ୍ଧି ରହିବ ।


୨ ମାସ ଆମ ଘରେ ରହିବା ପରେ ମୁଁ ଛୁଟି ଆସିବି। ତା ପରେ ନିଷ୍ପତି ନେବି କି ମୁଁ ତମକୁ ସ୍ତ୍ରୀ ରୂପରେ ଗ୍ରହଣ କରିବି ଅବା ନାହିଁ ।


ମିନି ସବୁ ସର୍ତ୍ତ ମାନିଲା ଏବଂ ତା ପର ଦିନ କାହାକୁ ନ କହି ସକାଳୁ ଉଠି ନିଜ ଶାଶୂ ଘରକୁ  ଯିବା ପାଇଁ ବାହାରିଲା ।


ମିନି ର ବାପା, ମା ମିନି କୁ ଦେଖି ଆଶ୍ଚର୍ଯ୍ୟ । ମିନି ର ବାପା ମିନି କୁ ପଚାରିଲେ, କୁଆଡେ ଯାଉଛୁ । ମିନି କହିଲା ମୁଁ ନିଜେ ଆସିଥିଲି ସେ ଘରୁ ଆଜି ମୁଁ ନିଜେ ହିଁ ଫେରିଯିବି । ବାପା କହିଲେ, ପୁଣି ସେଠୀ ଯାଇ ମହାଭାରତ ଆରମ୍ଭ କରିବୁ ନା କଣ?


ମିନି କହିଲା , ବାପା ମୋତେ କ୍ଷମା କରିବ, ତମକୁ ଅପମାନ ତଥା ଘର ଲୋକଙ୍କୁ ଅପମାନ ଦେଇ ମୁଁ ଅନୁତାପ କରି ସାରିଛି । ଯଦି ପାରୁଛ ତେବେ ମୋତେ କ୍ଷମା କରିବ। 

 ****************************

ଆଗକୁ ପଢ଼ିବେ: (ବାପା ମିନି କୁ ନେଇ ଶିଶିର ଘରେ ପହଞ୍ଚିଲା ପରେ ମିନି ର ବାପା ଲଜ୍ଜ୍ୟା ରେ ମୁଣ୍ଡ ନଇଁ ପଡୁଥାଏ)         

 

Click here Last Part 

Click here for Story page

Join here for more stories


If you like this Story so share to your friends, Thanking You.

Put your Valuable feedback