Tag Archives: # Mita

ଜୀବନ ମିତ

ଚାଲୁଥିଲି ଏକା ଅଜଣା ପଥରେ
ଧରି ନେଲ ମୋର ହାତ,
ହାତ ଧରି ମୋତେ କରିଲ ନିଜର
ସାଜିଲ ଜୀବନ ମିତ ।।
ସିନ୍ଥିରେ ମୋ ଦେଲ ଟୋପାଏ ସିନ୍ଦୂର
ମଥାରେ ଦେଲ ଓଢଣୀ ,
ସାତ ଜନ୍ମ ପାଇଁ କରିଲ ନିଜର
ସଜାଇଲ ପାଟରାଣୀ ।।
ରାଗ ରୁଷା ମୋର କେତେକ ସହିଛ
ନଧରିଛ କେଉଁ ଦୋଷ ,
ରୁଷି ଥିଲେ ତୁମେ ମନାଇଛ କେତେ
କରିବାକୁ ମନ ତୋଷ ।।
ଯାହା ବି କରିଛି କାମନା ମୋ ମନେ
କରିଛ ସବୁ ପୁରଣ,
ପ୍ରାଣ ଥିବା ଯାଏଁ ସାଥେ ଥିବ ସଦା
ରହିଲା ତୁମକୁ ରାଣ ।।


ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ ,ଗଞ୍ଜାମ..

ଅନ୍ୟ କବିତା ଗୁଡ଼ିକ ପଢ଼ନ୍ତୁ ।

Rating: 4 out of 5.