Tag Archives: #ମଡର୍ନ ଯୁଗର ବୋହୂ

ମଡର୍ଣ୍ଣ ଯୁଗର ବୋହୂ

ମଡର୍ଣ୍ଣ ଯୁଗର ବୋହୂ ..
ଆମେ ମଡର୍ଣ୍ଣ ଯୁଗର ବୋହୂ
ପାଟ ଶାଢୀ ଜମା ଭଲ ଲାଗେ ନାହିଁ
ସାଲୱାର ପିନ୍ଧି ରହୁ
ମଡର୍ଣ୍ଣ ଯୁଗର ବୋହୂ..
ଆମେ ମଡର୍ଣ୍ଣ ଯୁଗର ବୋହୂ…(2)

ଜନମରୁ କଳା ଭରି ଅଛି
ବୋଲି ଜାଣିତ ନଥିଲୁ କେହି
ଫେସବୁକ ଆଉ ଇନ୍ଷ୍ଟାଗ୍ରାମ୍
ପାରୁନାହୁଁ ଜମା ରହି
ଦୁନିଆ ଢଙ୍ଗରେ ବନାଇ ଭିଡିଓ
ଲାଇକ୍ କମେଣ୍ଟ୍ ପାଉ
ମଡର୍ଣ୍ଣ ଯୁଗର ବୋହୂ ..
ଆମେ ମଡର୍ଣ୍ଣ ଯୁଗର ବୋହୂ,..(2)

ସୋସିଆଲ୍ ମିଡିଆରୁ ଫୁର୍ସତ୍ ନାହିଁ
ଦିନ ରାତି ଯାଏ ପାହି
ପୁରାଣ ପୋଥିକୁ ପଢିବା ପାଇଁ କି
ସମୟ ପାଖରେ ନାହିଁ
ସକାଳ ତୁଳସୀ ପୂଜା କେ କରୁଛି
ସେଥିରୁ ଦୂରେଇ ଥାଉ


ମଡର୍ଣ୍ଣ ଯୁଗର ବୋହୂ ..
ଆମେ ମଡର୍ଣ୍ଣ ଯୁଗର ବୋହୁ…(2)

ନରେନ୍ଦ୍ର କୁମାର ସ୍ୱାଇଁଙ୍କ ଦ୍ୱାରା ଲିଖିତ…
ଗୋଳାବନ୍ଧ, ଗଞ୍ଜାମ .