
ପ୍ରିୟା ମୋର ହଜିଗଲୁ ସବୁଦିନ ପାଇଁ
ଦେଖାହେବ ପୁଣି କେବେ ଜମା ଜାଣି ନାହିଁ…
କେତେ ପ୍ରତିଶୃତି ତୁ ଦେଇଥିଲୁ ମିଛରେ
ସତ ଭାବି ସିନ୍ଦୂର ମୁଁ ଦେଇଥିଲି ମଥାରେ…
ସେ ସିନ୍ଦୂର ପୋଛି ଦେଲୁ ଭୁଲି ଆମ ପ୍ରେମକୁ
ଭାଙ୍ଗି ଦେଇ ହୃଦୟ ମୋ ଚାଲିଗଲୁ ଦୂରକୁ…
ତୁ ସିନା ଚାଲିଗଲୁ ତୋ ପରି ରାଇଜେ
ପରି ରାଇଜକୁ ଯାଇ ରହିଲୁ ତୁ ମଉଜେ…
ତୋତେ ଖୋଜି ଖୋଜି ଆଜି ପାଗଳ ମୁଁ ହୋଇଛି
ଶରୀର ରେ ପ୍ରାଣ ସିନା ସବୁଦିନ ମରୁଛି…
ମୁଁ ବି ତ ମଣିଷଟେ ବଞ୍ଚିବାକୁ ଚାହୁଁଛି
ତୋତେ ଭଲ ପାଇ କଣ ଏତେ ଭୁଲ କରିଛି…
ଭୁଲି ପାରୁନାହିଁ ସେହି ଅତୀତ ମୋ ମନରେ
ତୋ କଥା ଭାବି ନିତି କାନ୍ଦୁଛି ମୁଁ ରାତିରେ…
ପୁଣି ଥରେ ଫେରି ଆସେ ପ୍ରିୟା ମୋ ପାଖକୁ
ତୋତେ ଦେଖି ଭୁଲିଯିବି ମୋର ସବୁ ଦୁଃଖକୁ…
ନରେନ୍ଦ୍ର କୁମାର ସ୍ୱାଇଁ ଙ୍କ ଦ୍ଵାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ।

first love ku kahibi kebebi bhuli paribani au aji kalika love na bahut khatarnak haegalani
Hmm..au sehi atita Prem dekha jau nahi.
Atita et sundar na mu taku apanei paruchi na tahaku durei paruchi.
Kintu etik bujhi sarichi atita mor biti jaithiba swapna.
Bartaman heuchi mor bhabista 😍🥰
So ama bahbista am hata re 😍😍
SURA MAUSA MOTIVATION SPEECH MADICHALOOOO OOO.🥰😍
DALEMAA OUUURAITA PAAPADA
KHAI PAIEE MAZARE SOIPADA😴😴
Atita ra sei unki maruthiba sabutharu chinha chehera ti chira Sthai hoi rahi jae.samaya Chaka jete agaku gale madhya bhuli hueni..thanks bhanaja ta cmt pain🥰🥰🥰
Always welcome.
emit amo pani sundar kabita lekhi thibaru.🥰😍