ବୁଦ୍ଧି ହୀନ ଲୋକ ମାନଙ୍କ ପାଇଁ ପଦେ…

ଆପଣମାନେ ଗୀତରେ ଶୁଣିଥିବେ “ଲକ୍ଷେ ଶିବ ପୂଜି ପାଇଥିଲି ପୁଅ ,କିନ୍ତୁ ପୁଅ ଚାହିଁଲା ନାହିଁ ମୋ ମୁହଁ “। ୟା ଅର୍ଥ ଏହା ଯେ ମା ଟି ପୁଅ ଟିଏ ପାଇବା ପାଇଁ କେତେ ଜପ କେତେ ତପ କରିଥିଲା ।

ହେଲେ କେବେ ଆପଣ ମାନେ ଶୁଣିଛନ୍ତି କି ??? ଝିଅ ଟିଏ ପାଇଁ କିଏ କେବେ ଭଗବାନଙ୍କୁ ପାର୍ଥନା କରିଛି? ନାହିଁ !!! ଏହାର କାରଣ ଏହା ଯେ,,, ସମସ୍ତଙ୍କର ମନରେ ସେହି ଗୋଟିଏ ଭାବନା ,ପୁଅ ଟିଏ ଜନ୍ମ ହେଲେ କୁଳ ଉଧାର କରିବ ଆଉ ଝିଅ ଟିଏ ଜନ୍ମ ହେଲେ ପର ହୋଇ ଚାଲିଯିବ। ସେଥିପାଇଁ ଆଜିର ଦିନରେ ଅଲଟ୍ରାସାଉଣ୍ଡ କରନ୍ତି ଜାଣିବା ପାଇଁ ଯେ ଗର୍ଭରେ ପୁଅ ଅଛି ନା ଝିଅ ଟିଏ। ଆଉ ଯେତେବେଳ ଜାଣିବେ ଯେ ଝିଅ ଟିଏ ଅଛି । ସେତେବେଳେ ନିରୀହ ଭୃଣ ଟିକୁ ଗର୍ଭରେ ହିଁ ମାରି ଦିଅନ୍ତି । ଯଦି ଅବା ବାପା ମାଆଙ୍କ ସମ୍ମତିରେ ଝିଅ ଟିଏ ହୁଏ ତେବେ ତାକୁ ନା ନା ଟାହି ଟାପରାର ଶିକାର ହେବାକୁ ପଡେ। ସମସ୍ତଙ୍କ ଭାବନା ଯେ ଝିଅଟି ବଡ ହେଲେ ଦିନେ ଶାଶୁଘରକୁ ଯିବ ସେଥିପାଇଁ ଝିଅକୁ ଅଧିକା ପଢାଇବା ପାଇଁ ମଧ୍ୟ ଚାହାନ୍ତି ନାହିଁ । ଝିଅଟି ଜୀବନକୁ ସୁନ୍ଦର ରୂପରେ ଗଢି ତୋଳିବା ପାଇଁ କେତେ ଅସୁମାରୀ ସପ୍ନ ଦେଖିଥାଏ। ହେଲେ ତାର ସପ୍ନ କୁ ସମାଜର କଠୋର ନିୟମ ରେ ଚାପି ଦିଆଯାଏ।

ଛୋଟ ବେଳରୁ ତାର ସ୍ବାଧିନ ରୂପରେ ଉଡ଼ିବା ପାଇଁ। ଡେଣା ଦୁଇଟି କୁ କାଟି ଦିଆଯାଏ। ଯେତେବେଳ ସେ ଯୌବନର ପ୍ରଥମ ସୋପାନରେ ପଦାର୍ପଣ କରେ ,ପାଷାଣ ରୂପକ ପୁରୁଷ ମାନଙ୍କର ଆଖିରେ ଆସି…. ନିଜକୁ ଅସୁରକ୍ଷିତ ମନେ କରେ । ସେମାନଙ୍କର ଲୋଲୁପ ଦୃଷ୍ଟିର ଫଳ ସ୍ବରୂପ ଆଜି ବଳତ୍କାର ର ଶିକାର ହୋଇ କେତେ ଯେ ନିର୍ଭୟା ଭଳି ଝିଅ ମାନେ ବଳି ପଡ଼ୁଛନ୍ତି ତାହାର ହିସାବ ନାହିଁ । ଦେଶ ସାରା ଗଣ ଧର୍ଷଣର, ନାରୀ ନିର୍ଯାତନାର କାହାଣୀ ଅନବରତ ଚାଲିଛି ।ଧର୍ଷଣକାରି ମାନଙ୍କୁ ଫାଶି ଦିଆଯାଉଛି ସତ ତଥାପି କାମନାର ନିଶାରେ ମତୁଆଲ ହୋଇ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ କରି ଚାଲିଛନ୍ତି। ଝିଅଟି ଯଦି ନିଜ ଗୋଡରେ ଠିଆ ହେବା ପାଇଁ ଘରୁ ପାଦ ବାହାର କରେ ତେବେ ତାକୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ନୂଆ ଜାଗା ନୂଆ ସହରକୁ ଆସି ସେଠି ପ୍ରତିଟି ଦିନ ସଂଘର୍ଷର ସହ ଜୀବନଯାପନ କରିବାକୁ ପଡେ । ହେଲେ ସେଠି ମଧ୍ୟ ସେ ସୁରକ୍ଷିତ ମନେ କରେ ନାହିଁ । ସେ ହିଁ ଜାଣିଥାଏ ତା ସଂଘର୍ଷର କାହାଣୀ । ବିବାହ ପରେ ଶାଶୁ ଘରେ ନିଜକୁ ଖାପ ଖୁଆଇବା ତା ପାଇଁ କଷ୍ଟକର ହୋଇଥାଏ।

ନିଜ ବାପା ଘରେ ବିତାଇ ଥିବା ସୌଖୀନ ଜୀବନଯାପନକୁ ତ୍ଯାଗ କରି ଶଶୁର ର ସମସ୍ତ ଚାଲି ଚଳଣ ସହ ନିଜକୁ ଅଭ୍ୟସ୍ତ କରାଇଥାଏ। ଯଦି ଅବା କୌଣସି ପ୍ରକାର ତୃଟି ହୋଇଯାଏ ତେବେ ନାନା କଟୁବାଣୀ ଶୁଣିବାକୁ ପଡିଥାଏ। ପର ମୁହୂର୍ତ୍ତରେ ଜନନୀ ସାଜି ବହୁ ଯନ୍ତ୍ରଣା ସହ୍ୟ କରି ସନ୍ତାନ କୁ ଛୋଟରୁ ବଡ କରିଥାଏ । ଯଦି ସେହି ସନ୍ତାନ ତାର ପରିଣତ ବୟସରେ ହତାଦର କରିଦିଏ । ତେବେ ତାର ଶେଷ ଜୀବନ ବି ଦାରୁଣ ଜୀବନ ପାଲଟିଯାଏ । ତେଣୁ ନାରୀ ସମାଜକୁ ସମ୍ମାନ ଦେଇ ସେମାନଙ୍କର ପ୍ରତିଟି ବିକାଶ ମୂଳକ ପଦକ୍ଷେପରେ ସହଯୋଗ କରିବା ଆବଶ୍ୟକ। ନଚେତ୍ ଦିନ ଆସିବ ଯେମିତି ମାତା ସୀତାଙ୍କ ଅଶ୍ରୁ ଜଳରେ ଲଙ୍କା ଧ୍ବଂସ ହୋଇଯାଇଥିଲା ଠିକ୍ ସେମିତି ଏହି କଳି ଯୁଗ ପାପର ଭାରରେ ଖୁବ୍ ଶୀଘ୍ର ସବୁ କିଛି ବିନାଶ ହୋଇଯିବ ।

6 thoughts on “ବୁଦ୍ଧି ହୀନ ଲୋକ ମାନଙ୍କ ପାଇଁ ପଦେ…”

  1. Jhia pua amiti bheda bhaba jamaru karntu nahi samastanku saman najara re dekhiba uchit

    1. Bahuta janma pare manisha janma paich
      Bapa maa nka stan bhagawan nka stan
      tanka peta Khali kari amo peta bhari khaibaku deichanty.💗
      🙏Dhanya se bapa Danya se maa🙏
      Jhia ghara ra Laxmi Jia te pari bar re janma Nel gare khusi ra lahari chuti asee..
      I am very proud mu be gote jhiar bapa🥰

      Nariku asanman kariba loka Mane jani
      Rakha tume be jane nari tharu hin janma neicha.
      See amo maa aau bhauni jee kiee amo akhira luha keb dekhile sahi paranti nahi.

Leave a Reply

Your email address will not be published. Required fields are marked *