Smruti Tume Sradhanjali – 194



ମୋର Love ରେ କୌଣସି ଅଭିଜ୍ଞତା ନାହିଁ ତଥାପି ମୋ ମତରେ ଏହା ହିଁ ଠିକ୍ । ଆଜି ମୁଁ ମୋ ବାୟାଣୀର ସବୁ ଇଚ୍ଛା ପୂରଣ କରିସାରିଛି । ସେ ପ୍ରକୃତରେ ମୋ ପାଖରେ ନାହିଁ କିନ୍ତୁ ସେ ସବୁଦିନ ମୋ ପାଖେ ପାଖେ ଅଛି । ଆଉ ଆଜି ମଧ୍ୟ ତାର ଜନ୍ମ ଦିନ ରେ ସେଇ ଜାଗାରେ ଯାଇ ବସେ। ଆଉ ତା ସହିତ ମୁଁ କଥା ହୁଏ ଆଉ ସେ ମୋ ସହିତ । କୋଉଠି ଜାଣିଛ ? ଯେଉଁଠି ସନ୍ଧ୍ୟା ଆଉ ମୁଁ ପ୍ରଥମେ କଥା ହେଇଥିଲୁ । ସେ ମୋତେ କହିଥିଲା “ମୁଁ ଖୁବ ଶୀଘ୍ର ତମ ପାଖକୁ ଫେରି ଆସିବି” ଆଉ ତାର ଅପେକ୍ଷା ରେ ଆଜି ପର୍ଯ୍ୟନ୍ତ ମୁଁ ସବୁ ଯାଗାରେ ଆଉ ସବୁ ସମୟରେ ସଫଳ ହୋଇ ଆସିଛି । ମୋର ଆଶା ସେ ତା କଥା ରଖିବ ଆଉ ସେ ମୋ ପାଇଁ ନିଶ୍ଚୟ ଫେରିବ ।

I Love You Sandhya….. & Miss You Lot…..

ମୋ କାହାଣୀ ଯାତ୍ରା ର ସଫଳତା ପଛରେ ଦୁଇ ଜଣଙ୍କର ହାତ ରହିଛି । ସେମାନେ ହେଉଛନ୍ତି Mr. & Mrs. Bhuyan ସେମାନଙ୍କୁ ଯେତେ ବି ଧନ୍ୟବାଦ ଜଣେଇଲେ କମ୍ ପଡିବ । ମୁଁ ଭାବୁଥିଲି ଯେ ମୋର ଏହି କାହାଣୀ କୁ ସମସ୍ତଙ୍କ ପାଖରେ କେମିତି ପହଞ୍ଚେଇବି । କିନ୍ତୁ ମୁଁ ଭାବେ ସଫଳ ହେବା ପଛରେ ମୋ ସନ୍ଧ୍ୟା ର ହାତ ଅଛି ଆଉ ସେ ଠିକ୍ ରାସ୍ତା ଦେଖେଇଛି । ମୋର କାହାଣୀ କୁ Mr. & Mrs. Bhuyan ଙ୍କୁ ପସନ୍ଦ ଲାଗିଲା ଆଉ ସେଥିପାଇଁ ସେ Bhuyans Blog ରେ ମୋ କାହାଣି କୁ Publish କରିଲେ। ସେଥିପାଇଁ ମୁଁ ବହୁତ ଖୁସି । ଭଗବାନ ଙ୍କ ପାଖରେ ମୋର ଏତିକି ପ୍ରାଥନା ଯେ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ଏବଂ ସେମାନଙ୍କ ଚଲାପଥ କୁସୁମିତ ହେଉ । ଆଶା କରେ ଏହି କାହାଣୀ ଟି ଆପଣଙ୍କ ମନ କୁ ନିଶ୍ଚୟ ଛୁଇଁଥିବ । ଆଉ ମୋର ବିଶ୍ୱାସ ଯେ ଏହି କାହାଣୀ ପଢ଼ିଲା ପରେ ଆପଣ ଆପଣଙ୍କ ସାଙ୍ଗ ଆଉ ନିଜ ପ୍ରିୟଜନ ପାଖକୁ ନିଶ୍ଚୟ Share କରିବେ ।

କାହାଣି କୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପଢି ନିଜର ମତାମତ ଜଣାନ୍ତୁ ଏବ ଯେଉଁ ବନ୍ଧୁ ମାନେ ମୋର କାହାଣୀ କୁ ପୁରା ପଢ଼ିଛନ୍ତି ସେମାନଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ।

Smruti Tume Sradhanjali (A true Story ) Page-193




କୁମାର ର ହୃଦୟରୁ ପଦେ….


 ପ୍ରଥମେ ଆପଣ ସମସ୍ତଙ୍କୁ ମୋର ନମସ୍କାର,
ମୁଁ ଆପଣ ମାନଙ୍କର କୁମାର….
                 
        ଆଜିର ବ୍ୟସ୍ତ ବହୁଳ ଜିବନରେ ସମସ୍ତେ ବ୍ୟସ୍ତ ରହିଥାନ୍ତି । ଆଜିର Digital ଦୁନିଆରେ ସମସ୍ତେ Music video  ମାନେ You Tube ରେ busy ରହିଥାନ୍ତି । ହେଲେ ଏହି ବ୍ୟସ୍ତ ବହୁଳତା ଭିତରୁ କିଛି ସମୟ ବାହାର କରି ମୋ କାହାଣୀ ପଢିଥିବାରୁ ଆପଣ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ । 

  
 ମୁଁ ଗୋଟେ କଥା କହିବାକୁ ଚାହିଁବି, କାହାଣୀଟିକୁ ଲେଖିବା ପଛରେ କିଛି କାରଣ ଅଛି । ଆପଣମାନେ ଜାଣିଥିବେ ଆଜିକାଲି ଦୁନିଆରେ 90% ପ୍ରତିଶତ ଯୁବ ପିଢ଼ି Love କରୁଛନ୍ତି । ଆଉ ବିଭିନ୍ନ ପ୍ରକାର Love କରିଥାନ୍ତି । ଯେମିତି କି ? ଏହି Love Relation କୁ କେତେ ଜଣ Time Pass ଭାବେ ବ୍ୟବହାର କରନ୍ତି। କିନ୍ତୁ ଏଭଳି ବି କେତେଜଣ ଅଛନ୍ତି ସେମାନେ ହୃଦୟରୁ ଭଲ ପାଇଥାନ୍ତି । ଆଉ ସେମାନେ ହିଁ ପ୍ରେମର ପ୍ରକୃତ ମୂଲ୍ୟ ବୁଝିଥାନ୍ତି । ହେଲେ ସେ ଭିତରେ ମଧ୍ୟ କାହାକୁ ତାଙ୍କ ଭଲପାଇବା ମିଳିଥାଏ ତ ଆଉ କାହାକୁ ମିଳିନଥାଏ, ତଥାପି ଭଲପାଇବା ବଞ୍ଚିଥାଏ । ମୋର କହିବା କଥା ଏହା ଯେ ଯେଉଁମାନେ ହୃଦୟରୁ ଭଲପାଇଥାନ୍ତି ଆଉ ସେମାନଙ୍କ ଭିତରୁ ଯଦି କୌଣସି କାରଣ ବସତଃ ଜଣେ ଜଣଙ୍କ ଠାରୁ ଦୂରେଇ ଯାଉଛନ୍ତି ତାହାଲେ ସେମାନେ ଆତ୍ମହତ୍ୟା କରିବାକୁ  ବି ପଛଉନାହାନ୍ତି । ଏମିତି କି ତାଙ୍କ ଜନ୍ମ କଲା ବାପା ମାଙ୍କ କଥା ବି ଚିନ୍ତା କରୁନାହାନ୍ତି । ସେମାନେ ବୁଝିପାରୁନାହାନ୍ତି ଯେ ସେମାନେ ଠିକ କରୁଛନ୍ତି ନା ଭୁଲ କରୁଛନ୍ତି ?  ମୁଁ ତ କହିବି ସେମାନେ ଭୁଲ କରୁଛନ୍ତି । ଆତ୍ମହତ୍ୟା କରିଦେଲେ ସମସ୍ତଙ୍କୁ ସମସ୍ତଙ୍କ ଭଲ ପାଇବା ମିଳିନଥାଏ । ଏଇଟା ଅସତ୍ୟ ଯେ ” ମୁଁ ଯଦି ତା ପାଇଁ, ମୁଁ ମୋ ଜୀବନ ହାରିଦେବୀ ତେବେ ମୁଁ ତା ପାଖକୁ ଚାଲିଯିବି” ଏଇ କଥା ଟି ସମ୍ପୂର୍ଣ୍ଣ ରୂପେ ଭୁଲ । ଯେଉଁ ମାନେ ଆତ୍ମହତ୍ୟା କରିଥାନ୍ତି ସେମାନେ ହାରିଯାଇଥାନ୍ତି । ଯଦି ସତରେ ପ୍ରେମକୁ ପାଇବାକୁ ଚାହାନ୍ତି ତାହାଲେ ବଞ୍ଚି ରହିବା ଦରକାର; ଯାହା ପାଇଁ ଆତ୍ମହତ୍ୟା କରିବାକୁ ଚାହୁଁଛ ତାର ସବୁ ଆଶାକୁ ପୂରଣ କରି ଦେଖ, ତମ ଭଲପାଇବାକୁ ତମେ ଜିତିପାରିବ । 

         
       ମୋର ବି ଏମିତି ଦିନ ଥିଲା ଯେ ମୁଁ ବି ଆତ୍ମହତ୍ୟା କରିବାକୁ ଚାହିଁଥିଲି ଆଉ ମୁଁ ପାଗଳ ହେଇଯାଇଥିଲି । ସତ କହିବାକୁ ଗଲେ ମୁଁ ଗୋଟେ ପଥର ପାଲଟି ଯାଇଥିଲି । ଆଉ ପ୍ରତି ମୁହୂର୍ତ୍ତରେ ମୂର୍ତ୍ୟୁ କୁ ଆପଣେଇବାକୁ ଚାହୁଁଥିଲି । କିନ୍ତୁ ମୋ ସନ୍ଧ୍ୟା ର ଭଲ ପାଇବା ରେ ଛଳନା ନଥିଲା ପ୍ରକୃତ ଭଲ ପାଇବା ଥିଲା, ଆଉ ଯଦି ମୁଁ ଜୀବନ ହାରି ଦେଇଥାନ୍ତି ତେବେ ମୁଁ ମୂର୍ଖ ଲୋକଙ୍କ ଗଣତି ରେ ଆସିଥାନ୍ତି । ହେଲେ ମୋ ବାୟାଣୀ ର ଭଲପାଇବା ମୋତେ ଆଜି ବଞ୍ଚେଇ ରଖିଛି ମୁଁ କେବେ ବି ଭାବିନଥିଲି ଯେ ମୁଁ ମୋ ଭଲପାଇବାକୁ ପାଇପାରିବି, ମୋ ବାୟାଣୀ ମୋ ପାଖରେ ନାହିଁ ହେଲେ ମୋ ହୃଦୟରେ ଅଛି। ମୋ ବାୟାଣୀର ଆଶାକୁ ମୁଁ ପୂରଣ କରି ମୋ ଭଲପାଇବାକୁ ଜିତିପାରିଛି । ତା ପାଇଁ ଆଜି ମୋ ବାପା-ମାଆଙ୍କ ପାଖରେ ଅଛି । ଯାହା ପାଇଁ ମୁଁ ଏ ଦୁନିଆକୁ ଦେଖିପାରୁଛି । ଆଉ ସେ ମୋତେ ପ୍ରତି ମୁହୂର୍ତ୍ତରେ ଠିକ ଭୁଲ ର ବାଟ ଆଉ ପ୍ରକୃତ ସେବା ଆଉ ଦୁନିଆ ସାଙ୍ଗରେ କେମିତି ଚଳିବା ସେ ଶିଖେଇ ଦେଇ ଯାଇଛି । ସନ୍ଧ୍ୟା ମୋ ପାଖରେ ନାହିଁ କିନ୍ତୁ ତାର ସ୍ମୃତି ତାର ଭଲ ପାଇବା ମୋ ପାଈଁ ଗୋଟିଏ ଅଭୁଲା ଅଧ୍ୟାୟ ହୋଇ ରହିଯାଇଛି ।

To be continued…….
          
                

କୁମାର ଙ୍କ Personal Diary ରୁ……..




Follow my Blog and find Smruti Tume Sradhanjali Part-193



Follow my Pages



Thanks….

Smruti_tume_sradhanjali_in_odia_by_kumars_diary_part_193

First Love (ପ୍ରଥମ ପ୍ରେମ)


First Love (ପ୍ରଥମ ପ୍ରେମ)
First Love (ପ୍ରଥମ ପ୍ରେମ)


ସୁନେଲି ସପନ ଭାଙ୍ଗି ଗଲା ଯେବେ, 
ସରିଗଲା ଜହ୍ନ ରାତି

ସପନର ଦୃଶ୍ୟ ଅଧା ରହିଗଲା
ମନ ହୋଇଗଲା ଦୁଃଖି


ମନ ଦେଇ ମୁଁ ପାଇଥିଲି ଭଲ
ମୁଁ ହିଁ ଜାଣେ ସେ ବେଦନା

ଦୁନିଆ ଆଖିରେ ହସୁଅଛି ସିନା
ଅନ୍ତରେ ବିରହ କାନ୍ଦଣା


ଅଭୁଲା ଅତୀତ ଆଖି ଅନ୍ତରରେ
ଲୁହ ହୋଇ ବହିଯାଏ

ମନର ବେଦନା ନ ବୁଝି ସମାଜ
ପାଗିଳିନୀ ବୋଲି କୁହେ


ଦିନ ବିତିଯିବ ସମୟ ସ୍ରୋତରେ
ଲିଭିଯିବ ସବୁ ଚିହ୍ନ

ସ୍ମୃତି ରହିଯିବ ହୃଦୟ କନ୍ଦରେ
ଥିବ ଯେତେ ଦିନ ଏ ଜୀବନ


ପୁନେଇ ରାତିର ଚକା ଜହ୍ନ ପରି
ହୃଦୟେ ପ୍ରଥମ ପ୍ରେମ

ପ୍ରଥମ ପ୍ରେମ ଯେ ରହିଥିବ
ସଦା ମନରେ ମୋ ଚିର ଦିନ


କିଏ କେବେ କଣ ପ୍ରଥମ ପ୍ରେମକୁ
ହୃଦୟରୁ ପାରେ ଭୁଲି…

ସମୟର କୋଳେ ହଜିଯିବ ସବୁ
ସ୍ମୃତି ରହି ଯିବ ଖାଲି…

ମିନ୍ମୟୀ ବେହେରା ଙ୍କ 
କବିତା ପୃଷ୍ଠାରୁ……
Follow My Pages:-