 |
A Best Friend ଉତ୍ତମ ବନ୍ଧୁ |
ଲେଖିବାକୁ ଆଜି କଲମ ଧରିଛି
କେତେ ଧାଡି ଲେଖା ପାଈଁ,
କିନ୍ତୁ ମନ ମୋର ହୁଏ ବିଚଳିତ
ଜାଣେ ନାହିଁ କଣ ପାଇଁ ।
କି ଅବା ଲେଖିବି ତୁମ ପାଈଁ ବନ୍ଧୁ
ସର୍ବ ଗୁଣବାନ ତୁମେ,
ନାମ ଯେ ତୁମର ରୌନକ କୁମାର
ବଡ଼ ବୁଦ୍ଧିମାନ ସତେ ।
ଜ୍ଞାନୀ ବୋଲି ତୁମେ ଉଚ୍ଚ ଭାବନାରେ
ବିତାଅ ଜୀବନ ପଥ,
ବିପଦୁ ଉଦ୍ଧାରି ଭ୍ରମୁ କର ପାରି
କିଣ ସମସ୍ତଙ୍କ ମନ ।
ଉଚ୍ଚ ନୀଚ୍ଚ ଭେଦ ଜାଣ ନାହିଁ ତୁମେ
ସଭିଙ୍କୁ କରି ନିଜର
ବିପଦ ବେଳରେ ସଦା ସାଥେ ଥାଅ
ଭାବ ନାହିଁ କେବେ ପର ।
କଥାରୁ ତୁମର ଝରେ ମହୁ ଧାର
ହସରୁ ମୁକୁତା ଝରେ,
ବନ୍ଧୁର ନାଆରେ ନାଉରି ସାଜିଲେ
ଖୁସିର ଲହରୀ ଫେରେ ।
ତୁମ ସାଥେ ବନ୍ଧୁ ସମ୍ପର୍କ ଥାଉ ଯେ
ଦୁଃଖ ଛୁଇଁବନି ପାସ,
ବନ୍ଧୁର ଦୁଃଖରେ ଦୁଃଖି ହୋଇ ତୁମେ
ବନ୍ଧୁର ହସରେ ହସ ।
ମିନ୍ମୟୀ ବେହେରା ଙ୍କ
କବିତା ପୃଷ୍ଠାରୁ……
Like this:
Like Loading...
 |
Coronavirus disease (COVID-19) Prevention |
କୋରୋନା (COVID-19)
ସାରା ଦୁନିଆକୁ କବଳରେ ନେଇ
କୋରୋନାହସୁଛି ଆଜି,
କେତେ ଯେ ଜୀବନ ନେଇ ସାରିଲାଣି
ମହାମାରୀଟିଏ ସାଜି ।
ଧ୍ୱଂସ ଲୀଳାକୁ ତାର ହେୟ କରନାହିଁ
ସଜାଗ, ସଚେତନ ରୁହ,
ସତର୍କତା ହିଁ ସୁରକ୍ଷା କେବଳ
ନିଜେ ବୁଝ ଆଉ ବୁଝାଅ ।
ହାତ ନ ମିଳାଅ ବନ୍ଧୁସହ ତୁମେ
ନମସ୍କାର କର ଦୂରରୁ ।
ନିହାତି ଆବଶ୍ୟକ ଭିତରକୁ ଗଲେ
ମୁଁହ ଓ ନାକକୁ ଦିଅ ଘୋଡ଼ାଇ
ବଜାରର Mask ନଥିଲେ ନଥାଉ
ରୁମାଲଟେ ଦିଅ ଲଗାଇ ।
ବାର ବାର ହାତ ସାବୁନରେ ଧୁଅ
ଆବଶ୍ୟକ ନାହିଁ ସାନିଟାଇଜର,
ଅକାରଣେ ଏଠି ସେଠି ଛୁଅଁନା
ଲଗାଅ ନା ହାତ ଆଖି ନାକରେ ।
ପିନ୍ଧା ଲୁଗା ରୁମାଲ ସଫା କରି ନିତି
ଶୁଖାଅ ତାକୁ ଖରାରେ,
ନିଜେ ବି କିଛି ସମୟ ଖରାରେ ବିତାଅ
ଭୁତାଣୁ ରହିବେ ଦୂରରେ ।
ବାହାରୁ ଘରକୁ ଆସ ତୁମେ ଯେବେ
ହାତ ଘୋଡ଼ ଧୋଇବା ନଭୁଲ କେବେ,
ପରିଷ୍କାର ପରିଛନ ରହିଲେ ଯାଇ
କୋରୋନା କୁ ତଡି ପାରିବ ତେବେ ।
ସମସ୍ତ ଦେଶବାସୀଙ୍କୁ ଅନୁରୋଧ ସଚେତନ ରୁହନ୍ତୁ କୋରୋନାକୁ ଦୂର କରନ୍ତୁ ।
କୁମାର ଙ୍କ Diary ରୁ……..
Like this:
Like Loading...
New World with Story, Poem, Article & Experience.