First Love (ପ୍ରଥମ ପ୍ରେମ)


First Love (ପ୍ରଥମ ପ୍ରେମ)
First Love (ପ୍ରଥମ ପ୍ରେମ)


ସୁନେଲି ସପନ ଭାଙ୍ଗି ଗଲା ଯେବେ, 
ସରିଗଲା ଜହ୍ନ ରାତି

ସପନର ଦୃଶ୍ୟ ଅଧା ରହିଗଲା
ମନ ହୋଇଗଲା ଦୁଃଖି


ମନ ଦେଇ ମୁଁ ପାଇଥିଲି ଭଲ
ମୁଁ ହିଁ ଜାଣେ ସେ ବେଦନା

ଦୁନିଆ ଆଖିରେ ହସୁଅଛି ସିନା
ଅନ୍ତରେ ବିରହ କାନ୍ଦଣା


ଅଭୁଲା ଅତୀତ ଆଖି ଅନ୍ତରରେ
ଲୁହ ହୋଇ ବହିଯାଏ

ମନର ବେଦନା ନ ବୁଝି ସମାଜ
ପାଗିଳିନୀ ବୋଲି କୁହେ


ଦିନ ବିତିଯିବ ସମୟ ସ୍ରୋତରେ
ଲିଭିଯିବ ସବୁ ଚିହ୍ନ

ସ୍ମୃତି ରହିଯିବ ହୃଦୟ କନ୍ଦରେ
ଥିବ ଯେତେ ଦିନ ଏ ଜୀବନ


ପୁନେଇ ରାତିର ଚକା ଜହ୍ନ ପରି
ହୃଦୟେ ପ୍ରଥମ ପ୍ରେମ

ପ୍ରଥମ ପ୍ରେମ ଯେ ରହିଥିବ
ସଦା ମନରେ ମୋ ଚିର ଦିନ


କିଏ କେବେ କଣ ପ୍ରଥମ ପ୍ରେମକୁ
ହୃଦୟରୁ ପାରେ ଭୁଲି…

ସମୟର କୋଳେ ହଜିଯିବ ସବୁ
ସ୍ମୃତି ରହି ଯିବ ଖାଲି…

ମିନ୍ମୟୀ ବେହେରା ଙ୍କ 
କବିତା ପୃଷ୍ଠାରୁ……
Follow My Pages:- 

Leave a Reply

Your email address will not be published. Required fields are marked *