Tag Archives: heartfelt

ଅତୀତ…



କେହି ନ ବୁଝିଲେ ବି
ତୁମେ ବୁଝିଥିଲ
ରାତ୍ରିର ଏକାନ୍ତ ନିରବତା ଭିତରେ
ମାନସ ପଟରେ ଆସୁଥିବା
ଅତୀତର ପ୍ରତ୍ୟେକ କ୍ଷଣ ସବୁ
ବାସ୍ତବ ସତ୍ୟ
ନିଶ୍ୱାସର ଉଷ୍ଣତା
ତତଲା ଲୁହରେ ମାପିବାକୁ ପଡ଼େ
ମେଘମାଳା ଭିତରେ ଉଇଁଥିବା
ରୂପସୀ ଜହ୍ନ ବି ପରିହାସ କରେ
ଅତୀତକୁ
ଅତି ନିକଟତର
ଅତୀତକୁ ।


ମନୋଜ କୁମାର ବେହେରାଙ୍କ ଦ୍ଵାରା ଲିଖିତ
ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ।