Tag Archives: ଛଳନା ଓଡ଼ିଆ କବିତା

ଛଳନା…

ଛଳନା
ଛଳନା…(ଓଡ଼ିଆ କବିତା)



ଛଳନା…
ଦୁଇ ଟୋପା ଲୁହର ଉଷ୍ମତା
ବହୁବାର ମାପିଥାଏ,
କଥାର ମଧୁରତାରେ ତ
ଆପଣା ପଣର ମଲାଟ ହୋଇ
ଏକାନ୍ତ ଜୀବନର
ମରିଚିକାର ରାସ୍ତା ଦେଖାଇ ।

ଛଳନା…
ଦୁଇ ପାହାଡର ଛାତି ଚିରି
ବହି ଯାଉଥିବା ନଈର ବନ୍ୟା
ଦୂରେଇ ଦିଏ……
ସରଳ ହୃଦୟର ବିଶ୍ୱାସ କୁ ।

ଛଳନା…
ଛଳନା ପ୍ରବଞ୍ଚନାର ଏକଧାରା
ଏକାନ୍ତ ନୀରବତାରେ ;
ନିଜକୁ ଖୋଜିବାର ମାର୍ଗଦର୍ଶକ
ଏକା ଏକା ବଂଚିବାରେ…।


ମନୋଜ କୁମାର ବେହେରାଙ୍କ ଦ୍ଵାରା ଲିଖିତ…
ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।