ଭାରି ମନେ ପଡେ ମୋ ପିଲାଦିନ (ପ୍ରଥମ)

ଭାରି ମନେ ପଡେ ସେ କାଗଜ ଡଙ୍ଗା,
ରକେଟ୍ ଉଡା,
ଟାୟାର ଗଡା,
ଆଉ ଭାରି ମନେ ପଡେ ସେ
ଲୁହା ବ୍ୟାଟେରୀ ରୁ ତିଆରି ହୋଇଥିବା ଟିଣ ଗାଡି ।

ଭାରି ମନେ ପଡେ ସେ ସାର୍ ଙ୍କ ଖଡ଼ି ଫିଙ୍ଗା
ଲେଟ୍ ହେଲେ କ୍ଲାସ୍ ବାହାରେ ଠିଆ ହେବା,
ସୁପର୍ ମେନ୍ ର ତାସ୍,
ଟିପ୍ ଟପ୍ ପେନ୍ ର ବନ୍ଧୁକ,
ଆଉ ଭାରି ମନେ ପଡେ ସେ
ରବର ପେନ୍ ର ବେଟ୍ ବଲ୍ ଖେଳ ।

ଭାରି ମନେ ପଡେ ସେ ସିଲଟ ଯୁଦ୍ଧ,
ଖଡ଼ି ଗୁଣ୍ଡ ର ବିଭୂତି,
ପାଣି ପତର,
ନିଜେ କରିଥିବା ତୁଳା ଡଷ୍ଟର,
ଆଉ ଭାରି ମନେ ପଡେ ସେ
ଖଡ଼ି ଖାଇବା ର ସ୍ଵାଦ ।

ଭାରି ମନେ ପଡେ ସେ କଷା ପିଜୁଳି ,
ମିଠା ରାମ ଫଳ,
ଖଜୁରୀ କନ୍ଦା,
ଗୋଇ ବେଣ୍ଟ,
ଆଉ ଭାରି ମନେ ପଡେ ସେ
ଟାୱେଲ ରେ ମାଛ ଧରା ।

ଭାରି ମନେ ପଡେ ସେ କିତି କିତି ଖେଳ,
ଚକା ଭଉଁରୀ,
କଉଡ଼ି ଖେଳ,
ଲୁଡୋ ଖେଳ,
ଆଉ ଭାରି ମନେ ପଡେ ସେ
ବାଘ ଛେଳି ର ଜିତିବା ମଜା।

ଭାରି ମନେ ପଡେ ସେ 
ପିଲ ବାଡି,
ଝୁରା ଖେଳ,
ଅନ୍ଧ ପୁଟୁଳି,
ଆଉ ଭାରି ମନେ ପଡେ ସେ
ଗ୍ରହ୍ମା ଡିଆଁ ଖେଳ ।

ଭାରି ମନେ ପଡେ ସେ ଡବଲ ଗନ୍ଥା ର ଗଦି,
ତକିଆ ଫାଇଟ୍,
ଅଧ ରାତିରେ ଜାଗା ବଦଳି,
କମ୍ବଳ ଭିତରେ ଗୁଣୁ ଗୁଣୁ ଶବ୍ଦ,
ଆଉ ଭାରି ମନେ ପଡେ ସେ
ଘୁଙ୍ଗୁଡ଼ି ବାଲା ର ନାକ ବନ୍ଦ କରିବା ।

ଭାରି ମନେ ପଡେ ସେ ଥଣ୍ଡା ଦିନିଆ ପାଠ ପଢା,
କମ୍ବଳ ଭିତରେ ଢୋଳେଇବା,
ବହି ଓଲଟା ଧରିବା,
ଲେଖିଲା ଭଳି ଅଭିନୟ କରିବା,
ଆଉ ଭାରି ମନେ ପଡେ ସେ 
ବାପା ଙ୍କ ଶକ୍ତ ଚାପୁଡା ର ନିଦ ଭଙ୍ଗା ।

ଭାରି ମନେ ପଡେ ସେ ଥଣ୍ଡା ଦିନିଆ ଅଗାଧୁଆ ବାହାନା,
ନ ଗାଧୋଇ ସ୍କୁଲ୍ ଯିବା,
ମୁଣ୍ଡ ଓଦା କରି ଗାଧୁଆ ର ପ୍ରମାଣ ଦେବା,
କଲର୍ ସଫା କରି ୟୁନିଫର୍ମ ପିନ୍ଧିବା,
ଆଉ ଭାରି ମନେ ପଡେ ସେ
ସାର୍ ଙ୍କ ଥଣ୍ଡା ଦିନିଆ ବେତ ମାଡ …..



ଭାରି ମନେ ପଡେ ମୋ ପିଲା ଦିନ ଦ୍ୱିତୀୟ ଭାଗ




ନୀଳମାଧବ ଭୂୟାଁ ଙ୍କ କବିତା ପୃଷ୍ଠାରୁ…..




If the articles give smile on your face so share to your friends, Thanking You.

9 Responses

  1. Khadi khaibar ra swad ta mo tharu bhalbhe aau kiye janinathiba������

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading