Childhood Moments 2 ( ହଜି ଯାଇଛି ମୋ ପିଲା ଦିନ)

ହଜି ଯାଇଛି ମୋ ପିଲା ଦିନ
ହଜି ଯାଇଛି ମୋ ପିଲା ଦିନ


ହଜି ଯାଇଛି ମୋ ବାଟି ଖେଳ,
ଧାନ ଗଦା ଲୁଚ କାଳୀ ଖେଳ,
ପୋଖରି ବୁଡ଼ା ଖେଳ,
ତୋଟା ମାଳେ ଆମ୍ବ ଚଟଣୀ,
ଆଉ ହଜି ଯାଇଛି ମୋ ନଡିଆ ସଢେଇ ରେ
ରନ୍ଧା ହୋଇଥିବା ରୋଷେଇ ।

ହଜି ଯାଇଛି ମୋ ବୁମର୍ ଟାଟୁ
ପଥର ଖେଳ,
ବାଡି ଡିଆଁ,
ବାଉଁଶ ଦୋଳି,
ଆଉ ହଜି ଯାଇଛି ମୋ ସ୍କୁଲ୍ ର ଟୁ ଟେନ୍ ଛୁଟି।

ହଜି ଯାଇଛି ମାମୁଁ ଘର ମୁଢ଼ି ମିକ୍ଚର
ସେ ତାଳ ପିଠା,
ସେ ଆପାଚି ଭଜା,
ସେ ରାଗ ଚଣା ତରକାରୀ,
ଆଉ ହଜି ଯାଇଛି ମୋ ଅମୂଲ ଚୋରି ।

ହଜି ଯାଇଛି ମୋ ଆଈ ଗପ
ମୋ ବୋଉ ମାଡ,
ବାପାଙ୍କ ରାଗ ଆଖି,
ଭଉଣୀ କଳି,
ଆଉ ହଜି ଯାଇଛି ମୋ ଭାଇ ସହିତ ଗୋଟିଏ ଥାଳିରେ ଭାତ।

ହଜି ଯାଇଛି ମୋ ପାହାଡ ଚଢା
ମୋ ପଇଡ଼ ଚୋରା,
ନଦୀ ପହଁରା,
ମୋ ସାଇକେଲ ମାଡ,
ଆଉ ହଜି ଯାଇଛି ସେ ଜରି ବ୍ୟାଗ୍ ର ପଟା ମୁଣା ।

ମନେ ପଡେ ମୋ ଗାଁ ଦାଣ୍ଡ
ଯେଉଁଠି କେତେ ଯେ ମହୋତ୍ସବ,
ଚୋର ପୁଲିସ ଖେଳ,
ସଂଧ୍ୟା ରେ ହରିବୋଲ
ଭୁଜା ଉଖୁଡା ।
କାରଣ ହଜି ଯାଇଛି ମୋ ପିଲା ଦିନ ।
 
ଆଜି ମୋ ପ୍ରାଥମିକ ସ୍କୁଲ୍ ର ପୁରୁଣା ଛବି
ବାରମ୍ବାର ମନେ ପଡେ,
ସେ ସାର୍ ଙ୍କ ମାଡ,
ସେ ଚଉକି ବସା,
ଭାରି ମନେ ପଡେ
କାରଣ ହଜି ଯାଇଛି ମୋ ପିଲା ଦିନ।

ଆଜି ଭାରି ମନେ ପଡେ
ଯେବେ ଦେଖେ ମୋ ପିଲା ଦିନ ର ସାଙ୍ଗ କୁ
ଚାଲିଯିବାକୁ ଭାରି ଇଛା
ସେ ସମୟ କୁ
କିନ୍ତୁ ଦୁହେଁ ଭାବି ଭାବି ଦୁଃଖୀ ହୋଇଯାଉ
କାରଣ ହଜି ଯାଇଛି ଆମ ପିଲା ଦିନ।

ଏକ ସ୍ୱପ୍ନର ରାଇଜ,
ଯେଉଁଠି କେବଳ ପ୍ରେମ,
ଭଲ ପାଇବା ର ସ୍ରୋତ ଥିଲା।

କଣ ଥିଲା ସେ ସମୟ ???
ଯାହା ଆଜି ପର୍ଯ୍ୟନ୍ତ ଭୁଲି ହେଉନି
ତାହା ଥିଲା ମୋ ପିଲା ଦିନ…

ଯାହା ଆଜି ହଜି ଯାଇଛି
ଅଜଣା ରାଇଜରେ
ନା କେହି ଚୋରି କରି ନେଇଛି
ତାକୁ ଆଜି ଖୋଜି ବୁଲୁଛି ???

କାରଣ ହଜି ଯାଇଛି ମୋ ପିଲା ଦିନ….
😒😒😦😒😦😒😒😒




ନୀଳମାଧବ ଭୂୟାଁ (ଗାଳ୍ପିକ)

14 Responses

  1. ଦିନ ଥିଲା ହସୁଥିଲେ ନାଚି ଗାଇ ବୁଲିଥିଲେ,ପୂଜା ପର୍ବ ସବୁ ଯେତେ ମଉଜରେ କାଟୁଥିଲେ।ଚାଲିଗଲା ଦିନସବୁ ବ୍ୟସ୍ତତାରେ ବୁଡ଼ିଗଲେ,ଗାଁ ଭାଇ ସମ୍ପର୍କକୁ ଗାର ଟାଣି ଭୁଲିଗଲେ।ଅତୀତକୁ ଠେଲିଦେଇ ଆଧୁନିକ ହେଇଗଲେ,ମୋବାଇଲରେ ବୁଡିଯାଇ ଆମେ ସବୁ ହଜିଗଲେ।

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading