ରାଜକନ୍ୟା ର ଗୁପ୍ତକଥା

Princess, ରାଜକନ୍ୟା ର ଗୁପ୍ତ କଥା, ଗୁପ୍ତ କଥା, ପୁଜା ସ୍ୱାଇଁ
ରାଜକନ୍ୟା ର ଗୁପ୍ତ କଥା
ଜୟନ ଗଡ ନାମକ ଗୋଟିଏ ରାଜ୍ୟ ଥିଲା । ସେଠୀ ଜଣେ ମହାନ ରାଜା ରାଜତ୍ଵ କରୁଥିଲେ । ରାଜା ପ୍ରତାପ‌ ମଣି ନାମରେ ବିଖ୍ୟାତ ଥିଲେ । ସେ ବହୁତ ରାଜ୍ୟକୁ ଜୟ କରି ନିଜ ଅଧିନରେ ରଖି ବହୁତ ଧନ ସଂପତ୍ତି ର ଅଧୀନ ଥିଲେ।
ତାଙ୍କର ପତ୍ନୀଙ୍କ ନାମ ସୁମତି ଏବଂ ଗୋଟିଏ ସୁନ୍ଦର ଶିଶୁ କନ୍ୟା ଥିଲା। ତାହାର ନାମ ସୁମିତ୍ରା। ସୁମିତ୍ରା ଦେଖିବାକୁ ବହୁତ ସୁନ୍ଦରୀ । ସତେ ଯେମିତି ସେ ଗୋଟେ ସ୍ବର୍ଗ ର ପରୀ । ହେଲେ କଣ ହେବ ରାଜା ନିଜ ଝିଅ କୁ କିଛି କାରଣ ବଶତଃ ଗୋଟିଏ ରାକ୍ଷସ କୁ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେଥିପାଇଁ ସୁମତି ସବୁ ସମୟରେ ଝିଅ ପାଇଁ ଚିନ୍ତାରେ ରହୁଥାନ୍ତି।
ଦିନେ ରାଜା ରାଣୀ ସୁମତି କୁ ବୁଝାଇ କହିଲେ କି ତୁମେ ସବୁଦିନେ ଏମିତି ଚିନ୍ତା ରେ ରହିଲେ ସବୁ ସମସ୍ୟା ର ସମାଧାନ ହୋଇ ପାରିବ ନାହିଁ । ତୁମେ ନିଜକୁ ଯନ୍ତ୍ରଣା ଦିଅ ନାହିଁ । ମୋତେ ଘୃଣା ଅନୁଭବ ହେଉଛି। ମୁଁ ନିଜେ ରାଜା ହେବା ସତ୍ତ୍ୱେ ମଧ୍ୟ ନିଜ ଝିଅର ଜୀବନ ଗୋଟିଏ ରାକ୍ଷସ ହାତରେ ଦେବା ପାଇଁ କଥା ଦେଇଛି । ସୁମତି କାନ୍ଦି କାନ୍ଦି କୁହନ୍ତି ମହାରାଜ, ଆମେ କ’ଣ ଆମ ଝିଅ ର ଜୀବନ କୁ ଏମିତି ଜଳାଞ୍ଜଳି ଦେଇ ଦେବା ? ଆମ ଜୀବନ ପାଇଁ ଆମେ ତା ଜୀବନକୁ ବାଜି ଲଗେଇ ଦେଇ ଛନ୍ତି। ଆମେ ଏବେ କ’ଣ ଅବା କରି ପାରିବା ? ସବୁ କିଛି ସେ ରାକ୍ଷସ ହାତରେ ଅଛି । ଆମେ ଏବେ ନିରୁପାୟ ।
ଠିକ୍ ସେତିକିବେଳେ ସୁମିତ୍ରା ଆସି ପହଞ୍ଚିଲା। ବାପା ମା କ’ଣ ହେଲା ଆପଣଙ୍କ ର ?? ତୁମେ କ’ଣ ପାଇଁ କାନ୍ଦୁଛ ? ସୁମିତ୍ରା ଏହି ସବୁ କଥା କିଛି ଜାଣି ନଥିଲା କାରଣ ସେତେବେଳେ ସୁମିତ୍ରା କୁ ମାତ୍ର ଆଠ ବର୍ଷ ହୋଇଥିଲା। ସେଥି ପାଇଁ ରାଜା ଓ ରାଣୀ ସୁମିତ୍ରା କୁ କିଛି କହି ନଥିଲେ। ଏମିତି ଦେଖୁ ଦେଖୁ ବହୁ ଦିନ ବିତି ଗଲା । ପୁଣି ଥରେ ରାଣୀ ସୁମତି ରାଜା କୁ କହିଲେ, ମହାରାଜା ସେ ରାକ୍ଷସ ଆମ ଝିଅ କୁ ଏଥର ସେ ଆଉ ଛାଡ଼ିବ ନାହିଁ କାରଣ ସେ ସୁମିତ୍ରା କୁ ବିବାହ କରିବାକୁ କହିଛି। ତାର କହିବା ଅନୁସାରେ ତାକୁ ୧୫ବର୍ଷ ହେବା ପରେ ସେ ସୁମିତ୍ରା କୁ ନେଇ ଚାଲି ଯିବ । ଏବଂ ୧୫ ବର୍ଷହେବା ପାଇଁ ଅଳ୍ପ କିଛି ଦିନ ବାକି ଅଛି । ସେଦିନ ସିନା ସୁମିତ୍ରା ର ସୁନ୍ଦରତା ଦେଖି ତାକୁ ଛାଡି ଦେଇ କଥା ଦେଇ ଚାଲିଗଲା ।
ସେଦିନ ଆମେ ସେ ରାକ୍ଷସ କଥାକୁ ମାନି ସୁମିତ୍ରା କୁ ୧୫ ବର୍ଷ ପରେ ଦାନ କରିବା ପାଇଁ କାହିଁକି କଥା ଦେଲେ ? ରାଜା ରାଣୀ ବହୁତ ଚିନ୍ତାରେ ପଡିଲେ । ନିଜ ଝିଅ କୁ କିପରି ଏହି ବିଷୟରେ ଜଣାଇବେ ଚିନ୍ତାରେ ପଡିଲେ । ରାଜା କହିଲେ କାଲି ସୁମିତ୍ରା କୁ ସବୁ ସତ କହି ଦେବା। ରାଣୀ କହିଲେ ନାଁ ନାଁ ସେ ଏକଥା ଶୁଣି ସହି ପାରିବ ନାହିଁ । ରାଜା କହିଲେ ଆଉ କେତେ ଦିନ ଲୁଚାଇ ରଖିଥିବା ଏହି କଥା କୁ ? କାଲି ଆମେ ଆମର ଇଷ୍ଟ ଦେବତା ଙ୍କ ପାଖରେ ସବୁ ସତ କହି ଦେବା । ସକାଳୁ ଉଠି ରାଣୀ ସୁମତି, ସୁମିତ୍ରା କୁ ମନ୍ଦିର ଯିବାକୁ କହିଲେ ଏବଂ ତିନି ଜଣ ମିଶି ମନ୍ଦିର କୁ‌ ଗଲେ । ସେଠୀ ପହଞ୍ଚି ରାଣୀ ଓ ରାଜା ନିଜ ଝିଅ କୁ କୋଳେଇ ନେଇ ବହୁତ କାନ୍ଦିଲେ ସୁମିତ୍ରା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା। କ’ଣ ହେଲା ବାପା ଆପଣ କ’ଣ ପାଇଁ ଏମିତି କାନ୍ଦୁଛନ୍ତି । ରାଣୀ କହିଲେ ମା’ ରେ ଆମର ବହୁତ ବଡ ଭୁଲ୍ ହୋଇ ଯାଇଛି । ଆମ ଦୁଇ ଜଣକୁ କ୍ଷମା କରିଦେବୁ। ସୁମିତ୍ରା ପଚାରେ କ’ଣ କ୍ଷମା ?? କଣ ଭୁଲ୍ କରିଛ ତମେ??
ରାଣୀ ସୁମତି କୁହନ୍ତି ଯେ ଆମେ ନିଜ ଜୀବନ ଏବଂ ପ୍ରଜା ଙ୍କ ଜିବନ ବଦଳରେ ତୋ ଜୀବନ ଗୋଟିଏ ରାକ୍ଷସ ହାତରେ ଟେକି ଦେଇଛୁ। ସେତେବେଳେ ଆମ ରାଜ୍ୟ କୁ ଗୋଟିଏ ରାକ୍ଷସ ନିଜ ଅଧିକାର କରି ନେଇ ଥିଲା ଏବଂ ଆମ ରାଜ୍ୟ ର ସବୁ ଲୋକଙ୍କୁ ମାରିବା ଆରମ୍ଭ କରିଦେଲା। ପ୍ରତି ଦିନ ସେ ୧୦ରୁ ଅଧିକ ଲୋକଙ୍କ ଜୀବନ ନେଉଥିଲା। ଏହା ଦେଖି ତୋ ବାପା ନିଜ ପ୍ରଜାଙ୍କ ଜୀବନ ବଞ୍ଚାଇବାକୁ ସେ ରାକ୍ଷସ ସହିତ ଯୁଦ୍ଧ କରିଲେ କିନ୍ତୁ ତୋ ବାପା ଙ୍କୁ ସେ ପରସ୍ତ୍ରକରି ମାରିବାକୁ ଚେଷ୍ଟା କରିବା ସମୟରେ ମୁଁ ଯାଇ ପହଞ୍ଚିଲି । ତୁ ସେ ସମୟରେ ୮ ବର୍ଷର ଥିଲୁ । ତୋତେ ଦେଖି ସେ ରାକ୍ଷସ କହିଲା ଯେ ଏ ରାଜ କନ୍ୟା କୁ ମୋତେ ଖାଇବାକୁ ଦେଲେ ମୁଁ ଏଇ ରାଜ୍ୟ ଛାଡି ଚାଲିଯିବ। ସେତେବେଳେ ମୋତେ ଆଉ କିଛି ବୁଦ୍ଧି ବାଟ ଦେଖାଯାଉ ନଥିଲା ଏବଂ ସେ ରାକ୍ଷସ କହୁଥିବା କଥା ରେ ମୁଁ ହଁ କରିଦେଲି। ହେଲେ ରାକ୍ଷସ ତୋ ସୁନ୍ଦରତା ଦେଖି ନିଜ ମନ ବଦଳେଇ ତୋତେ ଆମକୁ ଫେରାଇ ଦେଇ କହିଲା। ମୁଁ ଏଇ ରାଜକନ୍ୟା କୁ ନିଜ ରାକ୍ଷସ ପୁର ର ରାଣୀ କରିବି। ତେଣୁ ଏହି ରାଜକନ୍ୟା କୁ ମୁଁ ବିବାହ କରିବି। ଯେବେ ଏ ରାଜ କନ୍ୟା ୧୫ ବର୍ଷର ହୋଇଯିବ। ମୁଁ ଆସି ଏହି ସୁନ୍ଦରୀ ରାଜକନ୍ୟା କୁ ମୋ ସହିତ ନେଇ ଚାଲିଯିବି।
ବର୍ତମାନ ସେ ସମୟ ଆସି ଯାଇଛି । ଆଉ କିଛି ଦିନ ପରେ ତୋତେ ୧୫ ବର୍ଷ ହୋଇ ଯିବ ଆଉ ସେ ତୋତେ ନିଜ ସାଥିରେ ନେଇ ଯିବ। ଏହି ସବୁ କଥା ଶୁଣି ସୁମିତ୍ରା ଦୁଃଖୀ ହୋଇ ବହୁତ୍ କାନ୍ଦିଲା ଏବଂ ମନ ଦୁଃଖରେ ସେ ରାକ୍ଷସ ପାଖକୁ ଯିବା ପାଇଁ ମଧ୍ୟ ରାଜି ହୋଇଗଲା । ସୁମିତ୍ରା କହିଲା ମୋ ପାଇଁ ଯଦି ଆମ ପୁରା ରାଜ୍ୟ ଖୁସି ରେ ରହିବ । ତେବେ ମୁଁ ସେ ରାକ୍ଷସ ପାଖକୁ ଯିବା ପାଇଁ ପ୍ରସ୍ତୁତ ଅଛି । ତୁମେ ଦୁଃଖ କର ନାହିଁ।
ରାଜା ରାଜ ଦରବାରରେ ଦୁଃଖରେ ବସିଥିବା ଦେଖି ମହା ମନ୍ତ୍ରୀ ପଚାରିଲେ । ରାଜା କହିଲେ ସେ ରାକ୍ଷସ ର ଫେରି ଆସିବାର ସମୟ ହୋଇ ଗଲାଣି ଏବଂ ଏ ରାଜ୍ୟର ରାଜକନ୍ୟା କୁ ସେ ନେଇ ଚାଲିଯିବ। ଏହା ଶୁଣିବା ପରେ ମହା ମନ୍ତ୍ରି ରାଜା କୁ କହିଲେ ଯେ, ମହାରାଜା ମୁଁ କିଛି ଉପାୟ ଚିନ୍ତା କରିଛି । ଯଦି ଆପଣ ଅନୁମତି ଦିଅନ୍ତି ତେବେ ସେ ଉପାୟ କୁ ମୁଁ କାର୍ଯ୍ୟରେ ପରିଣତ କରିବି। ମନ୍ତ୍ରୀଙ୍କ କଥା ଶୁଣି ରାଜା ଅନୁମତି ଦେଇ କହିଲେ । ଠିକ୍ ଅଛି ମହା ମନ୍ତ୍ରୀ ଆପଣଙ୍କ ପାଖରେ ଯାହା ଉପାୟ ଅଛି ତାହା ଅବଲମ୍ବନ କରନ୍ତୁ କିନ୍ତୁ ମୋ ଝିଅ ବଞ୍ଚିବା ଦରକାର । ମହା ମନ୍ତ୍ରୀ କହିଲେ ଯେ, ମହାରାଜା ଆମେ ଗୋଟିଏ ଏମିତି ବୀର କୁ ଡାକି ଆଣିବା ଯିଏ ଆମ ରାଜକନ୍ୟା ର ରକ୍ଷା କରିବ ।
ରାଜା ପଚାରିଲେ, ଏମିତିକା ସାହାସୀ ବୀର କେଉଁଠାରୁ ପାଇବା । ମନ୍ତ୍ରୀ କହିଲେ ଆପଣ ଚିନ୍ତା କରନ୍ତୁ ନାହିଁ । ସେମିତିକା ବୀର ମୋ ନଜର ରେ ଜଣେ ଅଛି। ମନ୍ତ୍ରୀ ନିଜ ଘରକୁ ଫେରିଲେ ଏବଂ ନିଜ ପୁଅ କୁ ସବୁ କଥା କହିଲେ । ତାଙ୍କ ପୁଅ ସଞୀବ, ସେ ବଡ ସାହାସୀ। ସବୁ କାର୍ଯ୍ୟ ରେ ପାରଙ୍ଗମ ତା ସହିତ ସେ ଗୋଟିଏ ଯୋଦ୍ଧା । ମହାମନ୍ତ୍ରି ନିଜ ସାହସୀ ପୂତ୍ର କୁ ସେ ରାକ୍ଷସ ପାଖକୁ ପଠାଇ ବାକୁ ଉପାୟ କରିଲେ।
ଠିକ୍ ୧୫ ବର୍ଷ ପୁରିଲା ପରେ ରାକ୍ଷସ ଯେମିତି କହିଥିଲା ସେମିତି ସେ ଆସି ପହଁଚିଲା। ସେ ସୁମିତ୍ରା କୁ ଦେଖି ବହୁତ ଖୁସି ହୋଇଗଲା । ସୁମିତ୍ରା ର ହାତକୁ ଧରିବା ସମୟରେ ସଞ୍ଜୀବ ନୀଜ ବାହୁ ବଳରେ ଅସ୍ତ୍ର ପ୍ରହାର କରି ରାକ୍ଷସ ର ହାତକୁ କାଟି ଦେଲା । ରାକ୍ଷସ ନିଜର ବିରାଟ ରୂପ ଧାରଣ କରିବାକୁ ଯାଉଥିଲା । ସଂଜୀବ ରାକ୍ଷସ ର ଅନ୍ୟ ହାତକୁ ମଧ୍ୟ କାଟିଦେଲା । ସଂଜିବ ର ପରାକ୍ରମ ଏବଂ ସାହାସ ଦେଖି ରାକ୍ଷସ ନିଜ ଜୀବନ ବଞ୍ଚାଇ ରାକ୍ଷସ ପୂର କୁ ପଳାୟନ କରୁଥିବା ସମୟରେ ସଞ୍ଜୀବ ଅନ୍ୟ ଏକ ଅସ୍ତ୍ର ପ୍ରହାରରେ ତାହାର ମସ୍ତକ ଦେହରୁ ଅଲଗା କରି ଦେଲା।
ରାକ୍ଷସ ର ମୃତ୍ୟୁ ପରେ ରାଜା ସହିତ ରାଜ୍ୟ ର ପ୍ରଜା ମାନେ ମଧ୍ୟ ବହୁତ ଖୁସି ହେଲେ। ରାଜା ସଞ୍ଜୀବ ର ସାହାସିକତା ଦେଖି ରାଜ କନ୍ୟା କୁ ସଞ୍ଜୀବ ସହିତ ବିବାହ କରାଇଲେ । କିଛି ଦିନ ପରେ ରାଜା ନିଜ ରାଜ୍ୟ ଭାର ସଞ୍ଜୀବ ହାତରେ ଦେଇ ରାଜା ରୂପରେ ଘୋଷଣା କରିଲେ ।
ସୁମିତ୍ରା ଏବଂ ସଞ୍ଜୀବ ଙ୍କ ରାଜ କାର୍ଯ୍ୟରେ ରାଜ୍ୟ ର ସମସ୍ତ ପ୍ରଜା ଖୁସି ରେ ଜୀବନ ଯାପନ କରୁଥିଲେ ।
 
ପୂଜା ସ୍ୱାଇଁ (ଶିଶୁ ଗାଳ୍ପିକା)
If the contents are helpful to share them with your friends, Thanking You.

Facebook Comments

4 thoughts on “ରାଜକନ୍ୟା ର ଗୁପ୍ତକଥା”

Put your Valuable feedback