ଦଶ ମାସ ଗର୍ଭରେ ଧରି ଜନମ ଦେଇଛୁ
ସେନେହ ଦେଇଛୁ
ଦୁନିଆର ଆଲୋକ ଦେଖେଇଛୁ
ପୁଣି ନିସ୍ୱାର୍ଥପର ଭାବେ
ଆମକୁ ଛୋଟ ରୁ ବଡ କରିଛୁ
ତୁ ପରା ହଉଛୁ ମୋ ବୋଉ ।
ସାରାଦିନ କାମ କରି
ସାରା ରାତି ଆମରି କଥା ଭାବି
ପୁଣି ଆମର କିଛି ହୋଇଗଲେ
ତୋର ଛାତି କତରି ଯାଏ
ତୁ ପରା ହଉଛୁ ମୋ ବୋଉ ।
ଆମ ଭବିଷ୍ୟତ ଚିନ୍ତା କରି
ଠାକୁର ଙ୍କ ପାଖେ ଶୁଭ ମନାସି
ଓଷା ବ୍ରତ କରି
ଆମର ମଙ୍ଗଳ କାମନା କରୁ
ତୁ ପରା ହଉଛୁ ମୋ ବୋଉ ।
ଦୁନିଆ ଲୋକଙ୍କ ଠାରୁ
ଅବା ସବୁ ବାଧା ବିଘ୍ନ ରୁ
ଆମକୁ ସୁରକ୍ଷା ଦଉ
ଧଯ୍ୟ ଶକ୍ତି ସାହସ ଦଉ
ତୁ ପରା ହଉଛୁ ମୋ ବୋଉ ।
ଦିପର ସଳିତା ପରି
ନିଜେ ଜଳି ଆମକୁ ଆଲୋକିତ କରେଇ
ସବୁ ସମୟରେ ଆମରି ପାଖରେ ରହି
ଭଲ ଭାଟ ଦେଖାଉ
ତୁ ପରା ହଉଛୁ ମୋ ବୋଉ ।
ମୋ ବୋଉ ପରି ନିଜର
ଆଉ କେହି ହୋଇ ପାରିବେ ନାହିଁ
ସ୍ଵର୍ଗ ଠାରୁ ମହାନ୍ ସିଏ
ପୃଥିବୀ ଠାରୁ ବଡ
ତୋ ସେନେହ ସାଗର ଠାରୁ ଗଭିର
ତୋ ପାଖେ ସମସ୍ତେ ନିଜର ।
ତୁ ପରା ହଉଛୁ ମୋ ବୋଉ ।(୨)
ମିନ୍ମୟୀ ବେହେରା (ଲେଖିକା)
If the contents are helpful to share them with your friends, Thanking You.