ରଫ୍ ପେପର୍ (Rough Paper )…Last

rough paper, ଓଡ଼ିଆ ଷ୍ଟୋରୀ , ଓଡ଼ିଆ ଗଳ୍ପ, ଓଡ଼ିଆ ଅବିଶ୍ୱାସନୀୟ କାହାଣୀ

ତୃତୀୟ ପୃଷ୍ଠା

Read in English

ସେହି ଶବ୍ଦ ଥିଲା….

” ମା, ମୋର ଦୁଃ-ସାହାସ ପାଇଁ ମୋତେ କ୍ଷମା କରିବ । ସତରେ ଆପଣ ଜଣେ ନାରୀ ନୁହନ୍ତି ଆପଣ ସ୍ଵୟଂ ଜଣେ ଦେବୀ ମା, କିନ୍ତୁ ଆପଣଙ୍କ କୋଳରୁ ଜଣେ ରାକ୍ଷସ ପୁଅ ଜନ୍ମ ନେଇଛି ବୋଲି ମୁଁ କହିଥିବା ରୁ ମୋତେ କ୍ଷମା ଦେବେ । ଆଜି ଯଦି ମୁଁ ମନା କରେ ତେବେ ସେ ଆପଣଙ୍କ ଜୀବନ ନେବେ ବୋଲି ମୋତେ ସନ୍ଧ୍ୟାରେ ଧମକ ଦେଇ ଯାଇଛନ୍ତି । ସେଥିପାଇଁ ମୁଁ ଆଜି ଆପଣଙ୍କ ଘର ଛାଡ଼ି ଯିବାକୁ ବାଧ୍ୟ ହେଉଛି । କାରଣ ଆପଣଙ୍କ ପୁଅ ରାକ୍ଷସ ପାଲଟି ଯାଇଛି। ସେ କେତେ ଥର ମୋ ସହିତ ଖରାପ ସମ୍ପର୍କ ରଖିଛନ୍ତି ତାହା କହି ପାରିବି ନାହିଁ । ଖାଲି ସେତିକି ନୁହେଁ ଚିଲ, ଶାର୍ଗୁଣା ଭଳି ମୋ କଞ୍ଚା ମାଂସ କୁ ନୋଚି ନୋଚି କେତେ ଥର ଯେ ଖାଇଛନ୍ତି ତାହା କହିବା ର ସାହାସ ଆଉ ନାହିଁ। ସେ ପ୍ରତ୍ୟେକ ସମୟରେ ମୋତେ ଜୀବନରେ ମାରିବାର ଧମକ ତଥା ଆପଣକୁ ଜୀବନରେ ମାରିବାର ଧମକ ଦେଇ ମୋ ସହିତ ବଳାତ୍କାର ଉପରେ ବଳାତ୍କାର କରି ଚାଲିଛନ୍ତି । ମୁଁ ଆପଣଙ୍କ ପାଖେ ମୋ ମା ର ଭଲ ପାଇବା ପାଇଥିଲି । ମୋର କେବଳ ଗୋଟିଏ ଭୟ ଯେ କେଉଁ ଦିନ ମୁଁ ଆପଣଙ୍କ ପୁଅ କୁ ମୋ ସହିତ ଖରାପ ସମ୍ପର୍କ ରଖିବାକୁ ମନା କରିବି ତେବେ ସେ ଆପଣଙ୍କ ଜୀବନ ନେଇଯିବ ତାହା ମୁଁ ଚାହେଁ ନାହିଁ । କାରଣ ମୁଁ ମୋ ଜନ୍ମ କରିଲା ମା କୁ ବଞ୍ଚେଇ ପାରିଲି ନାହିଁ କିନ୍ତୁ ଆପଣଙ୍କ ଜୀବନକୁ ମୁଁ ନିଶ୍ଚୟ ବଞ୍ଚେଇବି ବୋଲି ସେହି ଆଶାରେ ମୁଁ ଏହି ଘର ଛାଡ଼ି ଚାଲି ଯାଉଛି । ଆପଣଙ୍କ ପୁଅ ଆଜି ରାତିରେ ମୋ ସହିତ ପୁଣି ଖରାପ ସମ୍ପର୍କ ରଖିବେ କହି, ବାହାରକୁ ମଦ ପିଇବାକୁ ଯାଇଛନ୍ତି କିନ୍ତୁ ଆଉ ନୁହଁ ମା, ବଳାତ୍କାର ର ଯନ୍ତ୍ରଣା ସହ୍ୟ କରିବାରେ ମୁଁ ଅସର୍ମଥ ହୋଇ ଗଲିଣି। ”

ସରିତା ଦେବୀ ସେହି ପେପର୍ ଟିକୁ ଛାତିରେ ଚାପି ହୃଦୟ ଫଟା କ୍ରନ୍ଦନ କରିବାକୁ ଲାଗିଲେ ।

ସରିତା ଦେବୀ ଦୁଃଖରେ ପୁଣି ଥରେ ଭାଙ୍ଗି ପଡିଲେ । ଭାବିବାକୁ ଲାଗିଲେ ଯେ ମୋ ପେଟ ଚିରି ଯାହାକୁ ଜନ୍ମ ଦେଇଥିଲି ସେ ଗୋଟିଏ ରାକ୍ଷସ ଥିଲା । ନିଜକୁ ଘୃଣା ମନେ କରିଲେ କିନ୍ତୁ ସେ ଶକ୍ତ ହୋଇ ପଡିଲେ । ସେ ଭାବିଲେ ମୋ ତହସିଲଦାର ଜୀବନ କାଳ ଭିତରେ ସମସ୍ତଙ୍କୁ ନ୍ୟାୟ ଦେଇଛି ତେବେ ଅମ୍ବିକା କୁ ନ୍ୟାୟ କାହିଁକି ମିଳିବ ନାହିଁ ?? ଅମ୍ବିକା ମଧ୍ୟ ଗୋଟିଏ ସ୍ତ୍ରୀ, ଗୋଟିଏ ଝିଅ, ସେ ମଧ୍ୟ ନ୍ୟାୟ ପାଇବା ଯୋଗ୍ୟ। ସେ ରଫ୍ ପେପର୍ ଟିକୁ ଧରି ବାହାରିଲେ ପୋଲିସ ଷ୍ଟେସନ କୁ । ସେଠୀ ସେ ନିଜ ପୁତ୍ର ନାମରେ ଅଭିଯୋଗ ପତ୍ର ଲେଖି ତାଙ୍କୁ ଯଥା ଶୀଘ୍ର ଗିରଫ କରା ଯାଉ ବୋଲି ଲେଖି ଆସିଲେ ।

ନିଜ ପୁଅ କୁ ଜେଲ ପଠାଇ ଅମ୍ବିକା ର ଆତ୍ମା କୁ ଶାନ୍ତି ଦେଇ ପାରିବା ଆଶାରେ ସେ ଏହି କାର୍ଯ୍ୟ ଟି କରି ଆସିଲେ। ପୋଲିସ ମଧ୍ୟ ନିଜ ତଦନ୍ତ କରିବା ଆରମ୍ଭ କରିଦେଲା କିନ୍ତୁ ସରିତା ଦେବି ନିଜ ପୁଅ କୁ କହି ନଥିଲେ ଯେ ନିଜ ମା ତାଙ୍କ ପୁଅ ବିରୋଧରେ ଅଭିଯୋଗ କରିଛି ବୋଲି। ଠିକ୍ ୨ ଦିନ ପରେ ଆମେରିକା ପୋଲିସ ଦ୍ବାରା ସରିତା ଦେବି ଙ୍କ ପୁଅ କୁ ଗିରଫ କରି ନିଜ ଦେଶକୁ ନେଇ ଆସିଲେ । ନିଜ ଦେଶରେ ପହଞ୍ଚିବା ପରେ ତାକୁ କୋର୍ଟ ଚାଲାଣ କରାଗଲା । ପୋଲିସ ଏହି କେଶ୍ କୁ ପୁଣି ଥରେ ଖୋଲି ତଦନ୍ତ ଆରମ୍ଭ କରିଲା। ସରିତା ଦେବୀ ଙ୍କ ପୁତ୍ର କୁ ଦୋଷୀ ରୂପରେ ପୋଲିସ ତନାଘନା ଏବଂ ପଚରା ଉଚରା ଜାରି ରଖିଲା। କଥା ବାହାର କରିବା ପାଇଁ ପୋଲିସ ଯେତେବେଳେ ଦଣ୍ଡ ଦେବା ଆରମ୍ଭ କରିଲା ସେତେବେଳେ କିଛି ନୂଆ ସୁରାକ ସାମ୍ନାକୁ ଆସିଲା। ସେ ସବୁ ଭୁଲ ମାନିଲା ଏବଂ ସବୁ ସତ କଥା କହିବାକୁ ଲାଗିଲା । ସେ ନିଜ ବୟାନ ରେ କହିଲା ଯେ, ସେ ଆଉ ତାଙ୍କ ସାଙ୍ଗ ମାନେ ମିଶି ତା ପର ଦିନ ରାତିରେ ପୁଣି ଥରେ ନଦୀ କୂଳରେ ଅମ୍ବିକା କୁ ବଳାତ୍କାର କରି ତାକୁ ସେଠୀ ଫୋପାଡି ଦେଇ ଆସିଥିଲେ। ସାଙ୍ଗ ମାନଙ୍କୁ ମଧ୍ୟ ପୋଲିସ୍ ଖୋଜିବାରେ ସଫଳ ହେଲା ଏବଂ ସେ ଚାରିଜଣ କୁ କୋର୍ଟ ଚାଲାଣ କରାଗଲା । ବିଚାରପତି ଉଚିତ୍ ନ୍ୟାୟ ଭାବରେ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡ ର ଦଣ୍ଡ ଦେବା ପାଇଁ ନିଷ୍ପତି ଦେଲେ ।

ଆଜୀବନ କାରାଦଣ୍ଡ ପରେ ସରିତା ଦେବୀ ଙ୍କ ମନରେ ପୁତ୍ର ମୋହ ଅଳ୍ପ ଜାଗି ଉଠିଲା କିନ୍ତୁ ନ୍ୟାୟ ଆଗରେ ସେ ମୋହ କୁ ଖଣ୍ଡନ କରିଥିଲେ । ଦୋଷୀ କୁ ଉଚିତ୍ ଦଣ୍ଡ ଏବଂ ନ୍ୟାୟ ପାଇବା ଯୋଗ୍ୟ ଅମ୍ବିକା କୁ ଉଚିତ୍ ନ୍ୟାୟ ମିଳିଲା ବୋଲି ସେ ନିଜକୁ ଧନ୍ୟ ମନେ କରିଲେ ।

ଆମେ ରଫ୍ ପେପର୍ ର ବ୍ୟବହାର ଯେମିତି ଅନାଦର ରୂପେ ଗ୍ରହଣ କରୁଛେ ଠିକ୍ ସେମିତି ଅମ୍ବିକା ର ଜୀବନ ଏକ ରଫ୍ ପେପର୍ ଭଳି ଦୁନିଆରୁ ଅଳ୍ପ ଦିନରେ ଲୋପ ପାଇଗଲା । ମାତ୍ର ସେ ରଫ୍ ପେପର୍ ଅମ୍ବିକା କୁ ନ୍ୟାୟ ଦେବାର ଶେଷ ପ୍ରମାଣ ଥିଲା । ତା ଜୀବନ ର ପ୍ରକୃତ ମୂଲ୍ୟବୋଧ କେହି ବୁଝି ପାରିଲେ ନାହିଁ କିନ୍ତୁ ସରିତା ଦେବି ନିଜ ଆଦର୍ଶ ରେ ବଞ୍ଚିବା ସହିତ ଅମ୍ବିକା ଭଳି ଗୋଟିଏ ଝିଅ ପାଇଁ ନିଜ ପୁତ୍ର ମୋହ ବଦଳରେ ନ୍ୟାୟ କୁ ପ୍ରାଥମିକତା ଦେଲେ।

ଆଜି ସରିତା ଦେବି ଘରେ ଏକା ଅଛନ୍ତି ସତ କିନ୍ତୁ ଅମ୍ବିକା ର ଆତ୍ମା କୁ ଶାନ୍ତି ଦେଇଛନ୍ତି ବୋଲି ଭାବି ନିଜକୁ ଧନ୍ୟ ମନେ କରୁଛନ୍ତି ।

ସତରେ କାହାଣୀ ଟି ଶେଷ ହୋଇ ଯାଇଛି। ଆଶା କରୁଛି ଏହି କାହାଣୀ ଆପଣଙ୍କ ମନକୁ ନିଶ୍ଚୟ ଛୁଇଁ ଥିବ । ଏବେ ଆପଣ ମତାମତ ରୂପରେ ଜଣେଇବେ । ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା।

ଧନ୍ୟବାଦ ।

ନୀଳମାଧବ ଭୂୟାଁ ଙ୍କ

ଦ୍ଵାରା ଲିଖିତ ଅନନ୍ୟ ଗଳ୍ପ ସାଗରରୁ

ଏକ କାହାଣୀ ଟିଏ….

If the contents helpful so share to your friends, Thanking You.

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading