ପାଗଳ…(ପ୍ରଥମ)

ଏ ଷଣ୍ଢ ! ଆଜିଠୁ ତୋର ମୋର ସାଙ୍ଗ। ଯାହା ଖାଇବା ଦୁହେଁ ମିଶି ଖାଇବା । ଷଣ୍ଢ ର ବେକକୁ ହାତ ମାରିଲା ପରେ, ଷଣ୍ଢ ମୁଣ୍ଡ ହଲେଇ ଦେଲା । ପାଗଳ ପୁରା ଖୁସି, କାରଣ ତାକୁ ଆଜି ଗୋଟିଏ ନୁଆ ସାଙ୍ଗ ମିଳିଯାଇଛି । ହାତରେ ଥିବା ଦୁଇଟି କଦଳୀ ରୁ ଗୋଟିଏ କଦଳୀ ଷଣ୍ଢ ଖାଇଲା ପରେ ଆଉ ଗୋଟିଏ ପାଗଳ ଖାଇଲା। ଟିକେ ପୂର୍ବରୁ ପାଗଳ ଆଉ ଷଣ୍ଢ ର ଯେମିତି ବିସ୍ମୟ ସଂଯୋଗ ଦେଖି କେତେ ଜଣ ଲୋକ ଟାହି ଟାପରା କରି କହି ଉଠିଲେ ।

ହଇରେ ପାଗଳ ? ଆଜି ପୁଣି ନୂଆ ସାଙ୍ଗ ? କାଲି କୁକୁର ସହିତ ସାଙ୍ଗ ହୋଇଥିଲୁ ପରା । ଶୁଣ ପାଗଳ ସେ ଯେତବେଳେ ମାରିବ ନା ?? ତୋର ସାଙ୍ଗ ହେବା ଭୂତ ଟା ଛାଡି ଯିବ । ପାଗଳ ମୁଣ୍ଡ କୁ ନୁଖାରି ଅଳ୍ପ କୁଣ୍ଡେଇ କହିଲା ଯେ। ମୋର କଣ କେହି ସାଙ୍ଗ ହେବେନି? ଲୋକ ଜଣକ ଉତ୍ତର ଦେଲେ । ତୋର କେହି ସାଙ୍ଗ ନାହାନ୍ତି । ଏଠି ସମସ୍ତେ ପର । ସମସ୍ତେ ସ୍ବାର୍ଥ ପର। ତୋତେ ତ ନିଜର କରିବା ଲୋକ ପର କରିଦେଲା ପୁଣି ତୋର ସାଙ୍ଗ କିଏ ହେବ? ଏତିକି କଥା ପରେ ପାଗଳ ର ଆଖି ଛଳ ଛଳ ହୋଇଗଲା । ସେ ରଡ଼ି କରି କାନ୍ଦି ଉଠିଲା । ଯେମିତି ତାକୁ ଭୀଷଣ ଆଘାତ ଲାଗିଛି। ଲୋକ ଙ୍କ ଗହଳି କମିଗଲା । ପାଗଳ ନିଜର ଗନ୍ଧିଆ ବ୍ୟାଗ୍ କୁ ଧରି ପାଖ ବିଶ୍ରାମ ଗାର ରେ ଗୋଟିଏ କୋଣେ ନିସ୍ତେଜ୍ ହୋଇ ଶୋଇ ଗଲା ।

ପୁରା କାହାଣୀ କୁ ଜାଣିବା ପାଇଁ ଆମେ ୪ ବର୍ଷ ପଛକୁ ଯିବାକୁ ପଡ଼ିବ ।

ତେବେ ଏ ପାଗଳ କିଏ ?

କାହିଁକି ତାର ଏ ଦୁର୍ଦ୍ଦଶା ?

କଣ ପାଇଁ ସେ ପାଗଳ ହେଲା ?

ତାର ରହସ୍ୟ କଣ।?

କାହିଁକି ଆଜି ସେ ବିଭିନ୍ନ ନାମରେ ନାମିତ ? ପ୍ରେମ ପାଗଳ, ଅର୍ଦ୍ଧ ପାଗଳ, ତ କେହି ଜାଣି ପାଗଳ ର ନାମ ଦେଇଥିଲେ । ବଜାର ରେ ଅଧା ଚିରା ଡ୍ରେସ୍ ପିନ୍ଧି ବୁଲୁଥିବା ବ୍ୟକ୍ତି ଜଣକ ପ୍ରକୃତରେ କିଏ ?

ସେ ହେଉଛନ୍ତି କିରଣ ଦାସ। ପିଲା ଦିନୁ ମା ଛାଡ଼ି ଚାଲି ଯାଇଥିଲା । ବାପା ଙ୍କ ଲାଳନ ପାଳନର ଅଭାବ ମଧ୍ୟ ହୋଇ ଗଲା। ସେ ଯେତେବେଳେ ୧୨ ବର୍ଷର ହୋଇଥାଏ । ଲୋକେ କୁହନ୍ତି ତା ବାପା ଆତ୍ମହତ୍ୟା କରିଛି ବୋଲି ତ ଆଉ କିଏ କୁହନ୍ତି ତାକୁ କୋଉଠି କିଏ ମାରି ପୋତି ଦେଇ ଛନ୍ତି । କାରଣ ବହୁତ୍ ଲୋକଙ୍କ ଠାରୁ ଧାର ଉଦ୍ଧାର କରି ସେ ଯେମିତି ରୁଣୀ ହୋଇ ଯାଇଥିଲା।

୧୨ ବର୍ଷ ରୁ ସେ ତାର ମାଉସୀ ପାଖରେ ରହି ପାଠ ପଢି ଆସୁ ଥାଏ । ପାଠ ପଢାରେ ଏକ ନମ୍ବର । କ୍ରମଶଃ ସେ ସ୍କୁଲ୍ ରେ ଫାର୍ଷ୍ଟ କ୍ଲାସ ରେ ପାସ୍ କରି କଲେଜ୍ ରେ ପହଞ୍ଚି ମଧ୍ୟ ସେଠୀ ସେ ପ୍ରଥମେ ନମ୍ୱର୍ ରେ ରହି ଆସୁଥିଲା।

ମଧୁ ମଲ୍ଲିକା ଆଚାର୍ଯ୍ୟ, ନାମରୁ ସ୍ପଷ୍ଟ ଯେ ସୁନ୍ଦର ତରୁଣୀ ଟିଏ । ଆଉ ଠିକ୍ ସେହି ଭଳି। ବହୁତ୍ ଶାନ୍ତ ଆଉ ସରଳ କେବଳ ନାମ ମାତ୍ର ଟିଏ । କଲେଜ୍ ରେ ଅଣ୍ଡିରା ଚଣ୍ଡୀ ର ଉପାଧି ମଧ୍ୟ ପାଇ ଯାଇଥିଲା । ତାକୁ କେହି ଦେଖିଲେ, କିମ୍ବା କମେଣ୍ଟ୍ କରିଲେ। ସେ ଗୋଟିଏ ଫୋନ୍ କଲ୍ କରେ ଏବଂ ତାର ବାପା କେତେ ଲୋକଙ୍କୁ ପଠେଇ ତାକୁ ମାଡ ମାରିବା ପରେ ସବୁ ଶାନ୍ତି ହୁଏ । କିନ୍ତୁ କିଏ ଜାଣି ଥିଲା ମଧୁ କିରଣ କୁ ତାର ଲାଇଫ ପାର୍ଟନର ଭାବେ ବାଛି ସାରିଲାଣି।

କଲେଜ୍ ଇଲେକ୍ସନ ପରେ ମଧୁ ସଭାପତି ପଦରେ ମଧ୍ୟ ଚୟନ ହୋଇଗଲା, ଚୟନ କେମିତି ହୋଇନଥାନ୍ତା କୁହ ? ବାପା ଙ୍କ ରାଜନୀତି ର କମାଲ ଏ ସବୁ । ସେଦିନ ଶପଥ ପାଠ ପରେ ସେ ସିଧା ପହଞ୍ଚିଲା କମନ୍ ରୁମ୍ ରେ ବସିଥିବା କିରଣ ପାଖରେ । କିରଣ ପଚାରିଲା କଣ ହେଲା ମାଡମ୍। ମଧୁ ଉତ୍ତର ଦେଲା । ଆଜି ଠାରୁ, ତମେ ମୋତେ ମଧୁ ବୋଲି ଡାକିବ ! ନହେଲେ ଡାର୍ଲିଂ ବୋଲି ଡାକିବ!

କିରଣ ସହିତ ବାକି ସାଙ୍ଗ ମାନେ ମଧ୍ୟ ଛାନିଆ ହୋଇଗଲେ। କିରଣ ଦୂରେଇ ଯାଇ ବସିଲା। କିନ୍ତୁ ମଧୁ ର ଭୟ କଣ? ସେ ସିଧା ଯାଇ ବସିଲା କିରଣ ର ଗୋଡ ଉପରେ। କିରଣ , ଆରେ ଏ ସବୁ କଣ ବ୍ୟବହାର? ମୋର ସବୁ ସାଙ୍ଗ ଏଠି ଅଛନ୍ତି । ସେମାନେ କଣ ଭାବିବେ ? ମଧୁ, କିଏ କଣ ଭାବିବ? ମୁଁ ତୋତେ ଭଲ ପାଏ ଆଉ ମୁଁ ଏହି କଲେଜ୍ ର ସଭାପତି, ତଥା ତୋତେ ଭୟ କାହିଁକି ?

କିରଣ କିଛି ନ କହି ସେଠୁ ସେ ଉଠି ଚାଲିଗଲା । ସାଇକେଲ ଷ୍ଟାଣ୍ଡ ରୁ ସାଇକେଲ ବାହାର କରି ଯିବାକୁ ବାହାରିଲା । ମଧୁ ଦଉଡ଼ି ଆସି କିରଣ ର ସାଇକେଲ କୁ ଲକ୍ କରି ତାର ଚାବି ନେଇ ଚାଲିଗଲା ଏବଂ କହିଲା ମୋର ୧୦ ମିନିଟ୍ ର କାମ ଅଛି । ମୁଁ ପ୍ରିନ୍ସିପଲ୍ ରୁମ୍ ରୁ ଆସୁଛି । ତୁ ଏଠି ମୋତେ ଅପେକ୍ଷା କରେ। ମୁଁ ଆସିଲେ ଦୁହେଁ ମିଶି କରି ଯିବା । କିରଣ ନିରୁପାୟ । ସେ ଅପେକ୍ଷା କରି ରହିଲା। ୫ ମିନିଟ ଭିତରେ ମଧୁ ଆସି ପହଁଚିଲା। କହିଲା ଆଜି ତୋର ସାଇକେଲ ପଛରେ ମୁଁ ବସିକରି ଯିବି । କିରଣ, ଆରେ ତମେ ଆଜି ଶପଥ ପାଠ ନେଇ ସଭାପତି ହେଲ । ବାକି ପିଲା ମାନେ ମୋତେ କଣ କହିବେ । ତମେ ତମ ସାଇକେଲ ରେ ଆସ। ମଧୁ କହିଲା , କିଏ କଣ କହିବ, ମୋର କିଛି ଫରକ୍ ପଡ଼ିବ ନାହିଁ।

ମୁଁ ତୋ ସହିତ ତୋ ସାଇକେଲ ରେ ଯିବି ମାନେ ଯିବି। କିରଣ କହିଲା , ହଉ ଚାଲ। କିରଣ ମନରେ, ଭାବୁଥାଏ ଏ ଚଣ୍ଡୀ ଠାରୁ କେମିତି ମୁକ୍ତି ପାଇବି। ପ୍ରାୟ ୧ କିମି ପର୍ଯ୍ୟନ୍ତ ଚୁପ୍ ଚାପ୍ ଚାଲିଥାଏ। ତାପରେ ମଧୁ କହିଲା। ସାଇକେଲ ରଖ । କିରଣ ପଚାରିଲା, କଣ ହେଲା ? ମଧୁ କହିଲା । ମୁଁ ତୋତେ ଭଲ ପାଏ । ଆଉ ତୋତେ ମୋ ଲାଇଫ୍ ପାର୍ଟନର କରିବାକୁ ଚାହୁଁଛି । କିରଣ, ମୋର ମାତ୍ର ପସନ୍ଦ ନାହିଁ । ମଧୁ କହିଲା, କଣ ପସନ୍ଦ ନାହିଁ । ମୁଁ, ନା ମୋ ଦେହ, ନା ମୋ ରଙ୍ଗ, ନା ମୋ ଡ୍ରେସ୍ କଣ ପସନ୍ଦ ନାହିଁ କହ ?? କିରଣ, ତମେ ବୁଝିବ ନାହିଁ। ମଧୁ, ସିଧା ସିଧା କହ, କଣ ପସନ୍ଦ ନାହିଁ ଆଉ କଣ ଅସୁବିଧା କହ?

If the contents are helpful to share them with your friends, Thanking You.

Categories:

Tagged:

3 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading