ପାଗଳ…(ତୃତୀୟ)

ସେଦିନ ଦିନ ବେଳା ମଧୁ ଘରେ ଏମିତି ମହାଭାରତ ଶାନ୍ତ ହେଲା କିନ୍ତୁ କିରଣ ଘରେ କଳା ବାଦଲ ଖେଳିଗଲା। ଠିକ୍ ଦିନ ୩ ଟା ରେ ୪ ଜଣ ଲୋକ କିରଣ ଘରେ ପହଞ୍ଚିଲେ । ସେଠୀ କହିଲେ, ମଧୁ ସୁସାଇଡ କରିବା ପାଇଁ ଚେଷ୍ଟା କରିଛି ଏବଂ ବର୍ତ୍ତମାନ ସେ ମେଡିକାଲ ରେ ଅଛି ତୁମକୁ ଖୋଜୁଛି । କିରଣ ଏତିକି କଥା ଶୁଣି ସେ ବେଶି କିଛି ପ୍ରଶ୍ନ ନ କରି ଗାଡି ରେ ବସି ଗଲା। ଗାଡି ରେ ବସିବା ର ୨ ମିନିଟ୍ ପରେ ପରେ ତାକୁ କଣ ଗୋଟେ ସୁଙ୍ଘେଇ ଦେଲେ ଯେ ସେ ବେହୋସ୍ ହୋଇଗଲା। ତା ପର ଠାରୁ କିରଣ ର ଆଉ ଦେଖା ନାହିଁ ।

.

.

.

.

ତା ପର ଦିନ ମଧୁ କଲେଜ୍ ରେ ଆସି କିରଣ କୁ ଖୋଜି ବାକୁ ଲାଗିଲା କିନ୍ତୁ ତାର ଖବର ପାଇଲା ନାହିଁ । ସେ ପୁଣି ଫେରି ଗଲା ଘରକୁ, ସେ ଭାବିଲା ଯେ କିଛି ଗୋଟିଏ ପ୍ରୋବେଲମ୍ ହୋଇଥିବା ସେଥିପାଇଁ ସେ ଆସି ନଥିବ । ତା ପର ଦିନ ମଧୁ ପୁଣି ଥରେ କଲେଜ୍ ରେ ଖୋଜିଲା କିନ୍ତୁ କିରଣ ର ଖବର ନାହିଁ । ସେ ଘରକୁ ଆସି କିରଣ ପାଖକୁ ଯିବା ପାଇଁ କାର୍ ନେଇ ବାହାରିଲା। କିରଣ ଘରେ ପହଞ୍ଚିଲା ପରେ ମାଉସୀ ଏବଂ ମଉସା ଠାରୁ ସେ ଶୁଣିବାକୁ ପାଇଲା ଯେ ଗତ ଦୁଇ ଦିନ ରୁ କିରଣ ଘରେ ନାହିଁ । ସେଦିନ କିଛି ଲୋକ ଆସି କହିଲେ ଯେ ତମେ ମେଡ଼ିକାଲ ରେ ଅଛ ଏବଂ ତାକୁ ନେଇ ଚାଲିଗଲେ । ମୁଁ ସଂଧ୍ୟା ପର୍ୟ୍ୟନ୍ତ ଅପେକ୍ଷା କରିଲି ଶେଷରେ ପୋଲିସ ଷ୍ଟେସନ ଗଲି ସେଠୀ ମୋ ରିପୋର୍ଟ କେହି ଲେଖିଲେ ନାହିଁ ଓଲଟା ଗଳା ଧକ୍କା ଦେଇ ମୋତେ ଫେରେଇ ଦେଲେ। ଝିଅ, ତୁମକୁ ଆମର ଅନୁରୋଧ, ଆମ କିରଣ କୁ ଫେରେଇ ଆଣ?

ମଧୁ ପୋଲିସ ଷ୍ଟେସନ ଗଲା । ସେଠୀ ସେ ଶୁଣିବାକୁ ପାଇଲା ଯେ ସେ ଏଠି ଆସିଥିଲେ କିନ୍ତୁ ରିପୋର୍ଟ ଲେଖି ବାକୁ ମନା କରିଦେଲେ ସେଥିପାଇଁ ଆମେ ତଦନ୍ତ ଆରମ୍ଭ କରି ନାହୁଁ। ମଧୁ ପୋଲିସ କୁ ପୁଣିଥରେ ପଚାରିଲା , ସତ କୁହନ୍ତୁ । ସେ ଦୁଇ ଦିନ ଆସି ଫେରି ଯାଇଛନ୍ତି ଆପଣ ରିପୋର୍ଟ ନ ଲେଖିବାର କାରଣ କଣ ?? ବହୁତ୍ ବାଧ୍ୟ ପରେ , ପୋଲିସ ବାବୁ କହିଲେ , ଆପଣଙ୍କ ବାପା ମନା କରିଛନ୍ତି । ମଧୁ ସଙ୍ଗେ ସଙ୍ଗେ ଘରକୁ ଆସି ବାପା ପାଖରେ ପହଞ୍ଚିଲା । ବାପା କହିଲେ , ହଁ ମୁଁ ମନା କରିଛି। ସେ କାହା ସହିତ ଯାଇଥିବ । ରିପୋର୍ଟ ରେ ତୋ ନାଁ ସହିତ ରିପୋର୍ଟ ଫାଇଲ୍ କରିବା ପାଇଁ କହିବାରୁ ମୁଁ ମନା କରିଥିଲି ।

ମଧୁ ବାପା ଆଗରେ ହାତ ଯୋଡ଼ି କହିଲା , ବାପା ତମେ ସବୁ ଜାଣିଛ ? କିରଣ କାହିଁ, କୁଆଡେ ଗଲା? ତାକୁ ଖୋଜି ଆଣିଦିଅ। ତାକୁ ତମେ ମୋ ସହିତ ବିବାହ ଦେବାକୁ ହଁ କରିଥିଲ । ତାକୁ ଖୋଜି ଆଣି ଦିଅ ।

ବାପା ପ୍ଲିଜ୍ । ବାପା ମନା କରି କହିଲେ ମୁଁ ଜାଣିନି ତାକୁ , ସେ କୁଆଡେ ଯାଇଛି । ସେ ଯଦି ଫେରି ଆସିବ ତେବେ ତୋ ସହିତ ତାର ବିବାହ କରିଦେବି। ମଧୁ, ପ୍ଲିଜ୍ ବାପା ତାର ସହିତ କିଛି ଅଘଟଣ ହୋଇନି ନା? ପ୍ଲିଜ୍ ବାପା କୁହ ?

କୁହ ବାପା, ସତ କୁହ??

ଯଦି ସେ ଫେରି ନ ଆସିଲା ତେବେ ମୁଁ ସତରେ ଆତ୍ମହତ୍ୟା କରିଦେବି ।

ବାପା ପ୍ଲିଜ୍, ପ୍ଲିଜ୍ ବାପା,

(ମଧୁ ବାପାଙ୍କ ଗୋଡ କୁ ଧରି କାନ୍ଦି ବାକୁ ଲାଗିଲା ।)

ଝିଅ ର ଅବସ୍ଥା ଖରାପ ଦେଖି । ବାପା ଙ୍କ ମନ ବଦଳିବାକୁ ଲାଗିଲା । ବାପା କହିଲେ ସେ ଆଉ ଏ ଦୁନିଆରେ ନାହିଁ । ମଧୁ ଏତିକି ଶୁଣି ତାର ଚେତା ବୁଡିଗଲା । ସଙ୍ଗେ ସଙ୍ଗେ ତାକୁ ପାଣି ଛିଟା ଦେଇ ଉଠେଇଲେ। ମଧୁ, ବାପା ତମେ ମୋତେ ତା ପାଖକୁ ନେଇ ଚାଲ ପ୍ଲିଜ୍ । ବାପା କହିଲେ ମୁଁ ଜାଣିନି ସେ କୋଉଠି ଅଛି ? ମଧୁ, ବାପା ପ୍ଲିଜ୍ ତମେ କଣ ପାଇଁ ଏମିତି କରିଲ ? ତମ ଝିଅ ର ଜୀବନରେ କଳା ଦାଗ କାହିଁକି ବୋଳି ଦେଲ ? ଏହି ଘଟଣା ପାଇଁ ମୁଁ ତୁମକୁ କେବେ କ୍ଷମା କରିବି ନାହିଁ ଆଉ ତୁମକୁ ବାପା ର ସମ୍ମାନ କେବେ ମଧ୍ୟ ଦେବୀ ନାହିଁ ।

ପ୍ଲିଜ୍ ବାପା, ମୋତେ କିରଣ ପାଖକୁ ନେଇ ଚାଲ ।

ଠିକ୍ ଏତିକିବେଳେ ଲ୍ୟାଣ୍ଡ ଫୋନ୍ ବାଜି ଉଠିଲା । ସେପଟୁ କେହି ଜଣେ କହୁଥାଏ ଏବଂ ମଧୁ କୁ ସ୍ପଷ୍ଟ ଶୁଣାଯାଉଥିଲା । ସେପଟୁ କେହି କହିବାକୁ ଲାଗିଲା । ଆଜ୍ଞା ସେଦିନ ସେ ଟୋକାକୁ ପିଟି ନଦୀ ରେ ଫୋପାଡି ଦିଆ ଯାଇଥିଲା ନା ସେ ଆଜି ମିଳିଯାଇଛି ଆଉ ସେ ବଞ୍ଚିଛି। ଏଠି ୧୦ କିମି ଦୂର ନଦୀ ପାଖ ଗୋଟିଏ ଗାଁ ରେ ପୋଲିସ ପଚରା ଉଚରା ପରେ ଜଣା ପଡ଼ିଛି । ମଧୁ, ବାପାଙ୍କୁ କହିଲା , ବାପା ପ୍ଲିଜ୍ ବାପା , ମୋତେ ତା ପାଖକୁ ନେଇ ଚାଲ । ଝିଅ ର ଅନୁରୋଧ ରେ ବାପା ଝିଅ କୁ ନେଇ ସେଠୀ ପହଞ୍ଚିଲେ । ସେ ଗାଁ ଲୋକ କିରଣ କୁ ନେଇ ଆସିଲେ ।

ମଧୁ ଓହ୍ଲାଇବା ପରେ ସଙ୍ଗେ ସଙ୍ଗେ ଯାଇ କିରଣ କୁ ଜାବୁଡି ଧରିଲା। କିନ୍ତୁ କିରଣ ଚୁପ୍ ଚାପ୍ ପଥର ଭଳି ଠିଆ ହୋଇ ଥାଏ । ପ୍ରାୟ କିଛି ସେକେଣ୍ଡ ପରେ କିରଣ କହିଲା । ତମେ କିଏ ? ମୋତେ କାହିଁକି ଏମିତି ଜାବୁଡି ଧରିଛ ? ମଧୁ, ମୁଁ ମଧୁ ତୁମର ମଧୁ, ତମେ ଚିହ୍ନି ପାରୁନ?? ମଧୁ ବହୁତ୍ ବୁଝେଇବା ପାଇଁ ଚେଷ୍ଟା କରିଲା କିନ୍ତୁ କିରଣ ନା ମଧୁ କୁ ଚିହ୍ନି ପାରୁଛି ନା ଆଉ କାହାକୁ ? ମଧୁ , ଦଉଡ଼ି ଆସିଲା ବାପା ପାଖକୁ। ବାପା ତାର କଣ ହୋଇଛି ? ସେ ଚିହ୍ନି ପାରୁନି କାହିଁକି ? ବାପା ଚୁପ୍ ଥିଲେ।

ଚତୁର୍ଥ ଭାଗ କୁ ପଢ଼ିବା ପାଇଁ ଏଠି କ୍ଲିକ୍ କରନ୍ତୁ ।

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…..

If the contents are helpful to share them with your friends, Thanking You.

Categories:

Tagged:

3 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading