ଅପେକ୍ଷାର ତୃଷ୍ଣା (By. Nilamadhab)

 
ଅପେକ୍ଷାର ତୃଷ୍ଣା




କେହି ଜଣେ ଖବର
ଦେଇଛି ଆଜି,
ମନରେ ଆଶା ଜନ୍ମ ନେଇଛି 
କାହିଁ କେଜାଣି କେତେ
ଦିନୁ ଅପେକ୍ଷାର ଅନ୍ତ 
ହେବାର ସ୍ବପ୍ନ ଆଜି ସାକାର ହେବ…

ସଂଧ୍ୟା ଘୋଟି ଆସିଲାଣି
ଆଉ କିଛି ଘଣ୍ଟା ର
ଅବଶେଷ ରେ
ସେ ପହଞ୍ଚି ଯିବେ ମୋ
ମନ ଅଗଣାରେ…

କିନ୍ତୁ ଅପେକ୍ଷା ର ତୃଷ୍ଣା
ବହୁ କଷ୍ଟ ଦେଲାଣି
ସଂଧ୍ୟା ଠାରୁ କୌଣସି ଠାରେ
ମନ ଲାଗୁନି
କେବେ ସେ ତୃଷ୍ଣା ପୁରା ହେବ
ତାହା ମଧ୍ୟ ମୋତେ ଅଜଣା…

ମାଁ ଙ୍କ ହାତ ତିଆରି
ପିଠା ଆଉ ଭଉଣୀର କେକ୍ 
ଯେମିତି ତାଙ୍କୁ ନୂଆ ସ୍ଵାଦ 
ଦେବାକୁ ଅପେକ୍ଷାରତ…

ବାପାଙ୍କ ମୋବାଇଲ୍ ଦେଖଣା 
ଆଉ ସାନ ଭାଇ ଙ୍କ ତୁହା କୁ ତୁହା 
ପ୍ରଶ୍ନ ରେ ମୋର ତୃଷ୍ଣା
କୁ ଗଭୀର କରି ଦେଉଥିଲା…

ମନ ଭିତରେ କେତେ ଯେ
ସ୍ବପ୍ନ କୁ ସାଇତି ରଖି ସୋଫା ର 
ତକିଆ କୁ ବାରମ୍ବାର 
ଚିମୁଟି ବାରେ ଲାଗିଛି ମୁଁ
ରାତି ଯେତେ ବଢୁଛି
ତୃଷ୍ଣା ସେତେ ଅଧିକ ହୋଇ ଯାଉଛି…

କିଛି କ୍ଷଣ ପରେ ବାପାଙ୍କ ଫୋନ୍
ବାଜି ଉଠିଲା
ଦଉଡ଼ି ଗଲି କବାଟ କଣ କୁ
ବାପାଙ୍କ ଉତ୍ତର ଶୁଣି
ମୋ ହ୍ରୁଦୟ ସ୍ପନ୍ଦନ 
ବଢ଼ିବାକୁ ଲାଗିଲା…

ପନ୍ଦର ମିନିଟ୍ ର
ସମୟ ମୋତେ
ପନ୍ଦର ଘଣ୍ଟା ଭଳି ଅନୁଭବ ହେଲା,
ଶେଷରେ ସେ ଆସି ପହଞ୍ଚିଲେ
ମନର ତୃଷ୍ଣା ମେଣ୍ଟିବାର
ଆଭାସ ହେଉଥିଲା…

ଖୁସିରେ କେତେ ଯେ ଲୁହ ବହିଗଲା
ତାଙ୍କୁ ଦେଖି ପଦସ୍ପର୍ଶ ପାଇଁ
ନତ ମସ୍ତକ ହେଲି
ସେ ଉଠେଇ ମୋତେ ତାଙ୍କ
ହସଭରା ଚେହେରା ରେ
ମୋ ସବୁ ତୃଷ୍ଣା କୁ ମେଣ୍ଟାଇ ଦେଲେ…

ମୋ ଅପେକ୍ଷାର ତୃଷ୍ଣା
କୁ ସାକାର କରି ମୋତେ 
ଆଲିଙ୍ଗନ ରେ ସବୁ ଖୁସି କୁ
ପୁନଃ ଜାଗ୍ରତ କରିଦେଲେ…

ସତରେ ଏ ଅପେକ୍ଷା ର ତୃଷ୍ଣା 
କେତେ ଯେ ସ୍ଵାଦ ଯୁକ୍ତ 
ଆଜି ପ୍ରଥମ ଥର 
ମୋ ଜୀବନରେ ରଙ୍ଗ 
ବୋଳି ଦେଇଗଲା…





ନୀଳମାଧବ ଭୂୟାଁ ଙ୍କ 
କବିତା ସଂକଳନରୁ…





If the contents are helpful to share them with your friends, Thanking You.

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading