କଳଙ୍କିନି…2

Part-1


ଏହି ଖବର ପାଇ, ମିନୁ କୁ ଦେଖିବାକୁ ଆସିଥିବା ପୁଅ ଘର ଲୋକେ ଆସି ପହଁଚିଲେ। ମିନୁ ର ବାପା ଙ୍କୁ ଦେଖି ସେମାନେ ମଧ୍ୟ ଦୁଃଖୀ ହେଲେ ଏବଂ କହିଲେ ଆମ ପୁଅ ସହର ର ଭଲ ମେଡିକାଲ ରେ ରହୁଛି । ଆପଣ ସେଠୀ ଚାଲନ୍ତୁ। ସେଠୀ ଆପଣ ଠିକ୍ ହୋଇଯିବେ । ଏତିକି କଥାରେ ମିନୁ ମନରେ ଅଳ୍ପ ଆଶା ଜାଗ୍ରତ ହେଲା। ସେଦିନ ଠିକ୍ କିଛି ସମୟରେ ମିନୁ ର ମାମୁଁ ଆସି ପହଁଚିଲେ । ମାମୁ ଜଣେ ରାଜନୀତି ଲୋକ। ମାମୁ ମଧ୍ୟ ଠିକ୍ ସେମିତି କହିଲେ। ସମସ୍ତେ ସେହି ଆଶା ଦେଇ ଚାଲିଲେ। ଶେଷରେ ମିନୁ ମଧ୍ୟ ରାଜି ହେଲା। ସହର ରେ ଉପଚାର ଆରମ୍ଭ ହେଲା ଏବଂ କିଛି ଦିନ ପରେ ଠିକ୍ ହୋଇଗଲେ । ମାତ୍ର ଡାକ୍ତର ବାବୁ କହିଲେ ଯେ, ଯଦି ବେଶୀ ଚିନ୍ତା ରେ ରହିବେ ତେବେ ପୁଣି ଆପଣଙ୍କ ମୁଣ୍ଡ ବ୍ୟଥା ହୋଇ ପାରେ କାରଣ ଆପଣଙ୍କ ଗୋଟିଏ ଶିରା ରେ କିଛି ବ୍ଲକ ହୋଇଛି।


ପ୍ରାୟ ୬ ଦିନ ର ଚିକିତ୍ସା ପରେ ବାପା ଘରକୁ ଆସିଲେ । ମିନୁ ର ପାଠ ପଢା ସବୁ ଧୀରେ ଧୀରେ ଲୋପ ପାଇବାକୁ ଲାଗିଲା। ଶେଷରେ ବାପା ମଧ୍ୟ ମୁଣ୍ଡରେ ହାତ ରଖି କହିଦେଲେ, ଝିଅ ମୋର ଗୋଟିଏ କଥା ରଖିବୁ । ମିନୁ ହଁ କରି ପଚାରିଲା। ବାପା କହିଲେ ତୁ ସେ ପୁଅ କି ବିବାହ କର । ସେ ବହୁତ୍ ଭଲ। ସେ ବହୁତ୍ ଶିକ୍ଷିତ। ଡାକ୍ତର ପାଇଁ ପାଠ ପଢ଼ିଛନ୍ତି ଏବେ ସେ ଶିଖୁଛନ୍ତି। ଯେତେଦିନ ମୁଁ ରହିଲି , ତୁ ତ ଦେଖିଛୁ ନା, ସେ ସବୁବେଳେ ମୋ ପାଖେ ପାଖେ ରହୁଥିଲା ଆଉ ସବୁଠୁ ବଡ କଥା ହେଲା ମୋ ଶିକ୍ଷକତା ର ଅବସର ପରେ ଯେତେ ଟଙ୍କା ରଖିଥିଲି ସବୁ ସରିବାକୁ ଲାଗିଥିଲା । କିନ୍ତୁ ସେ ପୁଅ ଯୋଗୁ ମୋର ଚିକିତ୍ସା ଖର୍ଚ୍ଚରେ ସେ ବହୁତ୍ ସାହାଯ୍ୟ କରିଛନ୍ତି। ଆପଣଙ୍କୁ ସେ ଫ୍ରି ରେ ଚିକିତ୍ସା ବୋଲି କହିଥିବେ। ମିନୁ ହଁ କରିଲା, ହଁ ଆମକୁ ତ କହିଲେ , ଏ ସବୁ ଚିକିତ୍ସା ଫ୍ରି ରେ ହେଉଛି। ବାପା ହସି କହିଲେ, ସେ ଭଲ ଭାବରେ ଜାଣିଛି ଯେ ତୋର ଏହି ବାହାଘର ପାଇଁ ଇଚ୍ଛା ନାହିଁ ବୋଲି। କାରଣ ସେଦିନ ଦେଖାରେ ତୋର ସେମିତି ପ୍ରଶ୍ନ ରୁ ସେ ଜାଣି ସାରିଥିଲେ। ମୋତେ ମଧ୍ୟ କହିଲେ ଆପଣଙ୍କ ଝିଅ ମୋତେ ପସନ୍ଦ କରୁ ନାହାନ୍ତି କିନ୍ତୁ ଆପଣ ମୋ ବାପା ସମାନ । ଆପଣ ସେମିତି କିଛି ଭାବିବେ ନାହିଁ ଯେ ଏଠି ମୋର କିଛି ସ୍ୱାର୍ଥ ଅଛି । କିନ୍ତୁ ତଥାପି ସେ ମୋତେ ବିନା ସ୍ବାର୍ଥ ରେ ସେବା ଏବଂ ନିଜ ଟଙ୍କା ଖର୍ଚ୍ଚ କରି ମୋତେ ଚିକିତ୍ସା ପାଇଁ ସାହାଯ୍ୟ କରିଛି।


ମିନୁ ର ଇଚ୍ଛା ନଥାଇ ମଧ୍ୟ ବାପାଙ୍କ ପ୍ରମିସ୍ କୁ ରଖି ହଁ ମାରିଲା ଏବଂ ପଢା ପଢ଼ି ସବୁ ଭୁଲି , ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। ଏପଟେ ମିନୁ ମଧ୍ୟ ସେ ପୁଅ କୁ ପସନ୍ଦ କରିବାରେ ଲାଗିଲା। କଥା ବାର୍ତ୍ତା ଆରମ୍ଭ ମଧ୍ୟ ହୋଇଗଲା। ଧିରେ ଧିରେ ଭଲ ପାଇବା ରେ ପରିଣତ ମଧ୍ୟ ହେଲା। ଠିକ୍ ୧୦ ଦିନ ପରେ ନିର୍ବନ୍ଧ ପାଇଁ ତିଥି ଠିକ୍ କରା ଗଲା। ନିବନ୍ଧ ଦିନ ପାଖେଇ ଆସୁଥାଏ। ସବୁ କିଛି ଠିକ୍ ଥିଲା। କିନ୍ତୁ… ସବୁ କିଛି ଓଲଟ ପାଲଟ ହୋଇଗଲା ।


୩ ଦିନ ପରେ ନିର୍ବନ୍ଧ ହେବ। ହଠାତ୍ ମିନୁ ର ଫୋନ୍ କୁ କଲ୍ ଆସିଲା ଯେ। ଆପଣ ରାକେଶ ଙ୍କ ର କଣ ହେବେ । ମୁଁ ବଡ ମେଡିକାଲ ରୁ କହୁଛି। ମିନୁ କହିଲା, ହଁ କୁହନ୍ତୁ। ସେପଟୁ ଉତ୍ତର ଆସିଲା, ଯେ ଆପଣ ଯଥା ଶୀଘ୍ର ମେଡିକାଲ କୁ ଆସନ୍ତୁ। ମିନୁ ମଧ୍ୟ ବିଳମ୍ବ ନ କରି ମେଡିକାଲ ରେ ପହଞ୍ଚିଲା । ମେଡ଼ିକାଲ ର ଗୋଟିଏ ୱାର୍ଡ ସାମ୍ନାରେ ଧଳା ଚାଦର ରେ ଢଙ୍କା ହୋଇଥିବା ଷ୍ଟ୍ରେଚର୍ ଉପରେ ଶୋଇ ରହିଥିଲା ରାକେଶ। ମିନୁ ସହିତ ମା ଆସିଥାନ୍ତି। ରାକେଶ କୁ ଦେଖି ମିନୁ ଯେମିତି ଅଚେତ୍ ହୋଇଗଲା । କିଛି ସମୟ ପରେ ସମସ୍ତେ ସେଠୀ ଆସି ପହଁଚିଲେ। କାରଣ ଜାଣି ବାକୁ ପାଇଲେ ଯେ ମୋବାଇଲ୍ କଥା ହୋଇ ରୋଡ କ୍ରସ କରୁଥିଲେ। ଏବଂ ଗୋଟିଏ କାର ସହିତ ଧକ୍କା ରେ ଏମିତି ଘଟଣା ଘଟିଛି ବୋଲି କୁହନ୍ତି। ପୋଲିସ ମଧ୍ୟ ଆସି ସେଠୀ ପହଁଚିଲା । ଏବଂ କହିଲେ ଯେ ୧୧.୫୪ ସମୟରେ, ମୋବାଇଲ୍ ରେ କଥା ହୋଇ ଆସୁଥିଲେ ଏବଂ ତାପରେ ଏହି ଦୁର୍ଘଟଣା ଘଟିଛି। ମିନୁ ର ମନେ ପଡ଼ିଗଲା ଯେ ୧୧.୪୦ ରୁ ସେ କଥା ହୋଇ ଆସୁଥିଲା ଏବଂ ହଠାତ୍ ୧୧.୫୪ ରେ ରାକେଶ ର ଫୋନ୍ କଟିଗଲା। ମିନୁ ଭାବିଲା ଯେ କିଏ ଆସିଥିବ ସେଥିପାଇଁ ଫୋନ୍ କାଟି ଦେଇଥିବେ। କିନ୍ତୁ ସେ ଜାଣି ନଥିଲା ଯେ ରାକେଶ ର ମୃତ୍ୟୁ ର କାରଣ ସେ ନିଜେ।


ମୋବାଇଲ୍ ତ ନଥିଲା କିନ୍ତୁ ରାସ୍ତା ରେ ଅନ୍ୟ ଜଣେ ଯୁବକ, ଘଟଣା ପରେ ରାକେଶ କୁ ନେଇ ବଡ ମେଡ଼ିକାଲ କୁ ପହଞ୍ଚି ଥିଲା ଏବଂ ପର୍ସ ରେ ମିନୁ ର ନମ୍ବର୍ ଦେଖି କଲ୍ କରି ଜଣେଇ ଥିଲା ।


ରାକେଶ ଆଉ ଏହି ଦୁନିଆରେ ନ ଥିଲା । କିନ୍ତୁ କିଛି ଅବହେଳା ଯୋଗୁ ଗୋଟିଏ ଜୀବନ ଚାଲିଗଲା । ଏଠି ପ୍ରକୃତରେ କାହାର ଭୁଲ ? ମିନୁ ର ନା ରାକେଶ ର? ନା ସମୟ ର? କାହାକୁ ଦୋଷ ଦେଲେ କିଛି ଲାଭ ନାହିଁ କାରଣ ଜୀବନ ଚାଲି ଗଲା ପରେ ସବୁ ଅନ୍ୟ କୁ ଦୋଷ ଦେବାରେ ଲାଗିଛନ୍ତି।

Order Now


ଆଉ ଆଜି ସେମିତି ଘଟିଛି । ରାକେଶ ଘର ଲୋକେ ମିନୁ କୁ ଦୋଷୀ ର ରୂପ ଦେଇ କଳଙ୍କ ସାଜି ଦେଲେ। ମିନୁ ମଧ୍ୟ ନିଜକୁ କଳଙ୍କିନି ର ଆଖ୍ୟା ନେବାକୁ ମଧ୍ୟ ରାଜି ହୋଇଗଲା। ସେ ନିଜେ ମଧ୍ୟ ଜାଣି ନଥିଲା। ମୁଁ ଠିକ୍ କରୁଛି ନା ଭୁଲ ??


ଲାଗୁଥିଲା ଏହି କିଛି ଦିନ ତଳ ର ସମ୍ପର୍କ ଥିଲା। ଆଉ ବଡ ଅଘଟଣ ରୁପ ନେଇ ସବୁ କିଛି ବଦଳେଇ ଦେଲା। ସତରେ ସମୟ କେତେ ନିଷ୍ଠୁର ନା ?


ଆଜି ମିନୁ ପୁଣି ବାହାରିଛି ସହରକୁ ଯିବା ପାଇଁ ?? ପାଠ ପଢ଼ିବାର ଆଶା ନେଇ । ହଁ ଦୁଇଟି କାରଣ ଲୋକେ ସବୁବେଳେ କୁହନ୍ତି ଯେ ଗୋଟିଏ ଭଲ ପୁଅ ଟିକୁ ତ ମାରି ଖାଇଲୁ। ଟାହି ଟାପରା ଶୁଣିବା ଠାରୁ ଭଲ। ପୁଣି ଥରେ ନିଜ କ୍ୟାରିୟର କୁ ଧ୍ୟାନ ଦେବୀ !!


ଆଜି ପୁଣି ପହଞ୍ଚି ଯାଇଛି ସହର ରେ , ସେ ନିଜ ପାଠ ପଢା ଆରମ୍ଭ କରି କିଛି କରିବାର ଆଶାରେ। କଣ ହେବ ମିନୁ ର ସେ ନିଜେ ମଧ୍ୟ ଜାଣିନି !!!


Nilamadhab Bhuyan (Writer)

Order Now

Categories:

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading