ଇଜ୍ଜତ ଯାଉ ଚୁଲି କି !!!

Read in English

ଯେଉଁଠି ପଇସା ର ମୂଲ୍ୟ ଅଧିକ ସେଠୀ ଇଜ୍ଜତ କୁ କିଏ ପଚାରେ ??

ଗୋଟିଏ ଛୋଟ କାହାଣୀ ତୁମ ସହିତ ସେୟାର କରୁଛି ଯାହା ଘଟଣା ଟି ଏବେ ଏବେ ଘଟିଛି।

ସବୁ ଏଠି ପଇସା ପଛରେ ଦୌଡ଼ିଲେ । ଇଜ୍ଜତ ଯାଉ ଚୁଲି କି ।

ଏହି କିଛି ଦିନ ତଳର କଥା ସ୍ବାମୀ ସ୍ତ୍ରୀ ମିଶି ସ୍ବପ୍ନ ଦେଖିଲେ ଯେ ଆମେ କରୋଡ ପତି ହେବା। ଠିକ୍ ପଥରେ କାରୋଡ ପତି ହେବା ଟା ଅସମ୍ଭବ ତେବେ ଖରାପ ପଥ ବାଛିବା ଏବଂ ବଡ ଲୋକ ହେବା।

ସ୍ତ୍ରୀ ଦେଖିବାକୁ ବହୁତ୍ ସୁନ୍ଦର ଥାଏ ସେଥିପାଇଁ ସ୍ବାମୀ ଙ୍କ ପୂର୍ଣ୍ଣ ସହମତିରେ ସେମାନେ ବାଛି ନେଲେ ଏମିତି ଏକ ରାସ୍ତା ଯାହା ବିଭିନ୍ନ ମଣିଷ ମାନଙ୍କ ସଂସ୍ପର୍ଶରେ ଆସି ନିଜକୁ ସ୍ବର୍ଗ ସୁଖ ର ଅନୁଭବ କରେଇବା ମାନେ ଦେହ ବେପାର ତାହା ପୁଣି ନିଜ ଘରେ ଏବଂ ସ୍ବାମୀ ଙ୍କ ଉପସ୍ଥିତିରେ ।

ସତରେ ଶୁଣିବା ପରେ ଯେମିତି ଆଶ୍ଚର୍ୟ୍ଯ ଲାଗୁଛି ଏବଂ ଏହା ନିରାଟ ସତ୍ୟ ମଧ୍ୟ ।
ସତରେ ମଣିଷ ଏତେ ତଳକୁ ଖସି ପାରେ ? ଭାବନ୍ତୁ ଥରେ ଏମିତି ଲୋକ ମଧ୍ୟ ଦୁନିଆରେ ଅଛନ୍ତି ?

ଖାଲି ସେତିକି ନୁହେଁ କିଛି ଅନ୍ୟ ମହିଳା ମାନଙ୍କୁ ମଧ୍ୟ ଏଠି ସ୍ବର୍ଗ ସୁଖ ର ଆନନ୍ଦ ଦେବା ସହିତ ରୋଜଗାର ର ପନ୍ଥା ଦିଆ ଯାଉଥିଲା ।
ଏହି ଘଟଣା ପ୍ରାୟ ୫-୬ ବର୍ଷ ରୁ ଚାଲି ଆସୁଛି ।  ଅନଲାଇନ ଚାର୍ଟିଂ ମାଧ୍ୟମରେ ବଡ ବଡ ନେତା, ପୁଲିସ ଏବଂ ସରକାରୀ ଓ ପ୍ରାଇଭେଟ୍ କମ୍ପାନୀର ଅଫିସର୍ ମାନଙ୍କୁ ମୋହିତ କରି ନିଜ ବେଡ୍ ରୁମ୍ ପର୍ଯ୍ୟନ୍ତ ଟାଣି ଆଣୁଥିଲେ ଏବଂ ସେଠୀ ସ୍ବର୍ଗ ସୁଖ ର ଆନନ୍ଦ ସହିତ ଏପଟେ ସ୍ବାମୀ ସେମାନଙ୍କ ଖରାପ କାର୍ଯ୍ୟ କଳାପ କୁ ରେକର୍ଡ କରି ରଖିଥାନ୍ତି। 

କାମ ସରିବା ପରେ ସେମାନଙ୍କୁ ଏହି ରେକର୍ଡ ହୋଇଥିବା ଭିଡିଓ ମାଧ୍ୟମରେ ବ୍ଲାକ ମେଲ୍ କରି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଡିମାଣ୍ଡ କରା ଯାଉଥିଲା ଏବଂ ଏଭଳି ସ୍ଥିତି କୁ ଲୁଚେଇ ରଖିବା ପାଇଁ କେହି ପଇସା କୁ ନ ଡରି ଟଙ୍କା ଦେବାକୁ ବାଧ୍ୟ ହେଉଥିଲେ କିନ୍ତୁ ଚୋର ଘର ସବୁଦିନ ଅନ୍ଧାର ତ ରହିବ ନାହିଁ ତେଣୁ ୫-୬ ବର୍ଷ ପରେ ଜଣେ ବ୍ୟକ୍ତି ଏମିତି ଅନଲାଇନ ମାଧ୍ୟମରେ ବଶୀଭୂତ ହୋଇ ଏମିତି କାର୍ଯ୍ୟ କଳାପ କରି ବସିଲେ ଏବଂ ସମସ୍ତଙ୍କ ଭଳି ତାଙ୍କୁ ମଧ୍ୟ ବ୍ଲାକ ମେଲ୍ ର ଶିକାର ହେବାକୁ ପଡ଼ିଲା।  ସେ କିଛି ଟଙ୍କା ତ ଦେଇଥିଲେ କିନ୍ତୁ ଟଙ୍କା ଅଧିକ ରୁ ଅଧିକ ଡିମାଣ୍ଡ ହେବା ପରେ ସେ ପୋଲିସ୍ ପାଖରେ ସବୁ ସତ କଥା କହି ଏହି ବିଷୟ କୁ ତଦନ୍ତ କରିବାକୁ ଅନୁରୋଧ କରିଲେ । ପୋଲିସ ତଦନ୍ତ ରେ ଜଣା ପଡ଼ିଲା ଯେ ଏହା କେବଳ ଜଣଙ୍କ ସହିତ ନୁହଁ ପ୍ରାୟତଃ ଲୋକ ସହିତ ଏହି ଘଟଣା ଘଟିଛି । ତେବେ ଏମିତି ମଧ୍ୟ ଲୋକ ଅଛନ୍ତି ଦୁନିଆରେ ଯେଉଁଠି ସ୍ବାମୀ ସ୍ତ୍ରୀ ର ପବିତ୍ର ସମ୍ପର୍କ କୁ ମଧ୍ୟ ଟଙ୍କା ଆଗରେ ନଷ୍ଟ କରୁଛନ୍ତି। 
ଏଠି ଇଜ୍ଜତ ଅଧିକ ଗୁରୁତ୍ବ ପୂର୍ଣ୍ଣ ନୁହେଁ ଏଠି ଟଙ୍କା ଅତି ଗୁରୁତ୍ବ ପୂର୍ଣ୍ଣ ଅଟେ।  ବର୍ତମାନ ସ୍ଥିତିରେ ଖରାପ କାର୍ଯ୍ୟ ଯୋଗୁ ଅର୍ଜିତ ଧନ ବେକାର ଗଲା ଏବଂ ଜଣେ ଫେରାର ଆଉ ଜଣେ ଜେଲ ରେ ପୁଣି ବାକି ସହକର୍ମୀ ମାନଙ୍କ ଦେଖା ନାହିଁ । ତେବେ ଏହି କାହାଣୀ ଟି ଗୋଟିଏ ଭଲ ମେସେଜ ଦେଉଛି ଯେ ଏଠି ଖରାପ ସଂସ୍କାର ଏବଂ ଖରାପ ପଥ କୁ ଲୋକେ ଶୀଘ୍ର ଆପଣେଇ ନେବାକୁ ଇଛା ରଖୁଛନ୍ତି ।

ଏଠି ସ୍ପଷ୍ଟ ଯେ କଳି ଯୁଗ ରେ ଇଜ୍ଜତ ବଦଳରେ ଟଙ୍କା କୁ ଅଧିକ ଗୁରୁତ୍ବ ଦିଆଯାଉଛି।

ସଚେତନ ହେବା ନିହାତି ଦରକାର ।

ଏହି ଘଟଣା ଲୋକାଲ ଖବର କାଗଜ ରୁ ନିଆଯାଇଛି। ଏହି ଆର୍ଟିକଲ କୁ ସଚେତନ ମୂଳକ ବାର୍ତ୍ତା ରୂପରେ ଗ୍ରହଣ କରିବାକୁ ଅନୁରୋଧ ।

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading