Category Archives: hrusikesh kushulia

ଗାଈ ବାଛୁରୀ


ଛୁଆ କୁ ଛାଡ଼ି ଦେଇ
ମାଆ କୁ କାହିଁକି ନେଲ,
ଏତେ ବଡ ଅନ୍ୟାୟ
କାହିଁକି କଲ ପ୍ରଭୁ କାହିଁକି କଲ ।।

ଖଣ୍ଡ ବିଖଣ୍ଡିତ କରି ମାଂସ ଖାଉଛନ୍ତି
କୁକୁର, ବିଲେଇ, କୂଆ,
ମାଛି ଉଡୁଛନ୍ତି ବୁଣୁ ବୁଣୁ ହୋଇ ଧୁଆଁ ।।

ମୃତ୍ୟୁ ମାଆର କ୍ଷୀର ପିଉଛି ବାଛୁରୀ
କିପରି ଖାଇବ ଘାସ,
ମାଆ ହିଁ ଥିଲା ସବୁ କିଛି ଆଉ ସାହା ଭରଷା ।।

କରିଦେଲ ସର୍ବନାସ
ବାଛୁରୀର ମାଆ ମାଆ ଡାକଶୁଣି
ଗାଈ ଆସୁଥିଲା ଧାଇଁ ଧାଇଁ ନୀତି
ଆଜି ଯେତେ ଡାକିଲେ ସୁଦ୍ଧା
ମାଆ କାହିଁକି ଉଠୁନାହିଁ,
ମାଆ କାହିଁକି ଉଠୁନାହିଁ।।

ଛୁଆର ରକ୍ଷା ପାଇଁ ମାଆ
ନିଜ ଜୀବନ କୁ ଲଗାଉ ଥିଲା ବାଜି,
ରାହା ଧରି ଅନାଥ ବାଛୁରୀ କାନ୍ଦୁଅଛି ଆଜି ।।

ମାଲିକ ସେବାଯତ୍ନ ନେଲା ନାହିଁ ତାର,
କ୍ଷୀରରେ ନିର ମିଶାଇ ପିଉଥିଲା ବାରମ୍ବାର,
ଗାଇ କୁ ଦେଖୁଥିଲେ କହୁଥିଲା ଗୋମାତା,
ଗାଈ ଥିଲା ତାର ରୋଜଗାରର ପନ୍ଥା ।।

Hrusikesh Kushulia
Muniguda, Rayagada.

ମନ ଖୋଜେ ଭଲ ଜୀବନ ସାଥି

*ମନ ଖୋଜେ ଭଲ ଜୀବନ ସାଥି*


ବିଶାଳ ଜନ ସମୁଦ୍ର କୁ ଦେଖି
ନୀତି ମନେ ମନେ ଭାବେ
କିଏ ହେବ ମୋ ଜୀବନ ସାଥି…

ତା ଅପେକ୍ଷା ରେ ବିତିଯାଉଛି କେତେ ବର୍ଷ ମାସ ଋତୁ
କେତେ ଯେ ଦିନ ରାତି…

ଯାହାକୁ ଦେଖିଲେ ମୁଁ ସେ ଲାଗୁଛି ମୋତେ ଭଲ…
କାହାକୁ କହିବି ହଁ, କାହାକୁ କହିବି ନା,
ମନ ବିଚାର ପତି ଗାଁ ଲୋକ ଓକିଲ ଯେ ଏ କି ମୋ କର୍ମ ର ଫଳ…

ବଜାର ର ଟୋପେ ସିନ୍ଦୂର ମାତ୍ର ଅଳ୍ପ ମୂଲ୍ୟ ଏଠି ତାର…
ଯେବେ ସେ ସିନ୍ଦୂର କାହା ମଥାରେ ଲାଗେ ହୁଏ ବହୁ ମୂଲ୍ୟ ତାର…

ମନରେ ଉଠେ ଯେ ଅନେକ ପ୍ରଶ୍ନ କିଛି କାହାକୁ କହି ହୁଏନା…
ତଥାପି ଯଦି ଚୁପ୍ ଥିଲେ କିଏ ଚୁପ୍ ରହିବାକୁ ଦିଏନା…

କିଏ କାହାକୁ ମନେ ଭଲ ପାଉଛ କିଏ କାହାକୁ ମନ ଦେଇଛି,
ଏରେଞ୍ଜ ମେରେଜ୍ କରିବା ଏ ଦୁନିଆରେ ବହୁତ୍ କଷ୍ଟ…
କାହିଁକି ନା ଅସାମାଜିକ ହୋଇ ଲୋକ ହୋଇଗଲେଣି ଏଠି ନଷ୍ଟ…

ମନରେ ରହେ ଅନେକ ଆଶା ଆଖି ଦେଖେ ଅନେକ ସ୍ବପ୍ନ…
ବାରମ୍ବାର ଦେଖେ ନୀତି କାନ୍ଥ ର ଦର୍ପଣ…

ନୂଆ ପୋଷାକ ପିନ୍ଧେ ନୂଆ ଷ୍ଟାଇଲ ରେ…
ନୂଆ କଥା କହେ ମୁଁ ଦେଖେ ମୋବାଇଲରେ…

ଝିଅ ଦେଖିବା କୁ ଯାଇ କେଉଁଠି ପାଏ ସମ୍ମାନ ତ କେଉଁଠି ପାଏ ଅପମାନ…
ଉପର ବାଲା ତ ଯୋଡ଼ି ବନାଇବ କରିବି କାହିଁ ଯେ ଅଭିମାନ…

Hrusikesh Kushulia
Muniguda,Rayagada

ଅନ୍ୟ କବିତା ଗୁଡ଼ିକ ପଢ଼ିବା ପାଇଁ କ୍ଲିକ୍ କରନ୍ତୁ