କୁମାର ପୂର୍ଣ୍ଣିମା |
କୁମାର ପୂର୍ଣ୍ଣିମା
ପର୍ବ ପର୍ବାଣୀ ଯେବେ ଆସେ ମନୁଷ୍ୟ କୁ ଅଲଗା ଶାନ୍ତି ଅନୁଭବ ହୁଏ । ସେ ମଧ୍ୟରୁ କୁମାର ପୂର୍ଣ୍ଣିମା ଅନ୍ୟତମ । ଏହି ପର୍ବରେ ସମସ୍ତେ ଉତ୍ସବ କୁ ଆନନ୍ଦ ର ସହିତ ପାଳନ କରନ୍ତି ।
ଆଜିର ଚନ୍ଦ୍ର ଦର୍ଶନ ସବୁଠୁ ଅମୃତ ମୟ ଅନୁଭବ ହୁଏ । ଆଜି ର ଚନ୍ଦ୍ର ଦର୍ଶନ ରେ ନୟନ ସମ୍ବନ୍ଧିତ ରୋଗ ଦୂର ହୁଏ ବୋଲି କୁହାଯାଏ ।
ଏହି ପର୍ବକୁ ଓଡ଼ିଶାର ବିଭିନ୍ନ କୋଣରେ ବିଭିନ୍ନ ରୂପରେ ଉତ୍ସବ ମନାନ୍ତି ।
କୁମାର ପୂର୍ଣ୍ଣିମା, କୁଆଁର ପୁନେଇଁ, କୁମାରୀ ଉତ୍ସବ ଏବଂ ଗଜଲକ୍ଷ୍ମୀ ପୂଜା ନାମରେ ପାଳନ କରନ୍ତି।
ଚନ୍ଦ୍ର କୁ ଲିଆ ଏବଂ ଉଖୁଡା ଆଞ୍ଜୁଳା ଟେକି ପୂଜା କରନ୍ତି । ଆଜି ଦିନରେ ତୁଳସୀ ଦେବୀ ସହିତ ଚନ୍ଦ୍ର ଙ୍କୁ ପୂଜା କରାଯାଏ।
ଏହି ପର୍ବକୁ ଧାର୍ମିକ ରୀତି ଅନୁସାରେ ପୂଜିଲେ । ଧନ ଧାନ୍ୟ ହୁଅନ୍ତି ।
ଏହି ତିଥିରେ ମାତା ଗଜ ଲକ୍ଷ୍ମୀ ଙ୍କୁ ପୂଜା କରାଯାଏ ।
ଆଜି ଦିନରେ କୁମାରୀ ମାନେ କାର୍ତ୍ତିକେୟ ଙ୍କୁ ପୂଜିଲେ ଉତ୍ତମ ବର ମିଳେ ।
କୁମାରୀ ମନେ ରାତି ସାରା ଉଜାଗର ରୁହନ୍ତି। ଉଜାଗର ପାଇଁ ସେମାନେ ବିଭିନ୍ନ ଖେଳ ଖେଳନ୍ତି । ଯେମିତି ତାସ ଖେଳ, କଉଡ଼ି ଖେଳ, ଚେସ ଏବଂ ଲୁଡୋ ଖେଳନ୍ତି ।
ଏହି ତଥ୍ଯ ଯଦି ଆପଣଙ୍କୁ ପସନ୍ଦ ଆସିଛି ତେବେ ନିଜ ସାଙ୍ଗ ମାନଙ୍କୁ ସେୟାର କରନ୍ତୁ।
If the contents are helpful to share them with your friends, Thanking You.