
Click here to read this story in English
ଗତ କିଛି ଦିନ ତଳେ ରେଜଲ୍ଟ ବାହାରିଲା । ଗତ ୩ ବର୍ଷର ପରିଶ୍ରମ ର ଫଳ ମିଳିଲା କିନ୍ତୁ ଘର ଲୋକ ଅପେକ୍ଷା ଶଶୁର ଘର ଲୋକେ ବହୁତ୍ ଦୁଃଖୀ ଅଛନ୍ତି । କାରଣ କିଛି ମାସ ପରେ ମୋର ବାହାଘର ହେବ । ସ୍ବାମୀ ମେଡିକାଲ ପାଖ ଗୋଟିଏ ଫାର୍ମାସିଷ୍ଟ ଦୋକାନ ରେ ରହି କାମ ଶିଖୁଛନ୍ତି। ମାସିକ ବେତନ ହିସାବରେ ୧୨୦୦୦ ଟଙ୍କା ମିଳୁଛି କିନ୍ତୁ ଆଗକୁ ଲକ୍ଷ ଅଛି ଯେ ଗୋଟିଏ ନିଜର ଫାର୍ମାସିଷ୍ଟ ଦୋକନ ଟିଏ କରିବେ ।
କିନ୍ତୁ ସେଦିନ ଯେତେବେଳେ ରେଜଲ୍ଟ ବାହାରିଲା ପ୍ରଥମେ ମୋ ସ୍ୱାମୀ ଙ୍କୁ ଜଣାଇଲି, ସେ ବହୁତ୍ ଖୁସି ହେଲେ ଏବଂ କହିଲେ ଯାହା ହେଉ ତୁମର କଷ୍ଟ କୁ ଭଗବାନ ଫଳ ସ୍ୱରୂପ ତୁମକୁ ଦେଇଛନ୍ତି ଏବଂ ଏହା ମଧ୍ୟ କହିଲେ ଯେ ଏବେ ମୋର ଦୋକାନ କରିବା ଦରକାର ନାହିଁ । ତମେ ତ ଚାକିରି କରିବ । ମୁଁ ଘରେ ରହିବି । ପିଲାମାନଙ୍କୁ ପଢା ପଢ଼ି ଏବଂ ସେବା କରିବି। ଏହା ଥିଲା ସେଦିନ ର କଥା।
ସନ୍ଧ୍ୟା ବେଳେ ଦୋକାନ ରୁ ଛୁଟି ନେଇ ସ୍ବାମୀ ଘର କୁ ଆସିଥିଲେ। ମିଠା ପ୍ୟାକେଟ ଟିଏ ନେଇ। ଦିନ ଟି ଯାକ ସାହି ପଡିଶା ଏବଂ ସାଙ୍ଗ ମାନଙ୍କ ହାତରୁ ମିଠା ଖାଇ ଖାଇ ଯେମିତି ମିଠା ପ୍ରତି ଇଚ୍ଛା ମରି ଯାଇଥିଲା କିନ୍ତୁ ତାଙ୍କ ହାତରୁ ପୁଣି ମୋତେ ଖାଇବାକୁ ପଡ଼ିଲା । ତାଙ୍କ ଖୁସି ଆକାଶ ଛୁଆଁ ଥିଲା । ସେ ଏତେ ଖୁସି ଥିଲେ ଯେ ମୁଁ ବର୍ଣ୍ଣନା କରି ପାରୁନି । ପ୍ରାୟ ୩ ଘଣ୍ଟା ବସି କଥା ହେଲୁ । ଆଉ ସେ ତିନି ଘଣ୍ଟା ଆମ ଜୀବନର ପ୍ରଥମ ଥର ପାଇଁ ହୋଇଥିଲା । କାରଣ ତା ପୂର୍ବରୁ ଯେବେ ସେ କଲ୍ କରନ୍ତି ମୁଁ ସେତେବେଳେ ପଢୁଥାଏ ଏବଂ ସେ କେବଳ ଘର କଥା ଆଉ ସ୍ବାସ୍ଥ୍ୟ କଥା ଆଉ ପଢା ପଢ଼ି କଥା ପଚାରି ଦିଅନ୍ତି ଏବଂ ୨ ମିନିଟ କଥା ହୋଇ ରଖି ଦିଅନ୍ତି । ଦିନ ବେଳେ ସାଙ୍ଗ ମାନେ ଆଉ ରିପୋର୍ଟର ମାନେ ଆସି ବହୁତ୍ ପ୍ରଶ୍ନ କରିଥିଲେ। ସେ କଥା ସବୁ କହିଲି । ସେଦିନ ରାତି ୧୨ ଟା ପର୍ଯ୍ୟନ୍ତ ଫୋନ୍ ରେ କେବଳ ଶୁଭେଛା ଆଉ ଶୁଭକାମନା ହିଁ ଶୁଣିବାକୁ ମିଳୁଥିଲା ।
ସେଦିନ ପର ଠାରୁ ପ୍ରାୟ ୩-୪ ଦିନ ପର୍ଯ୍ୟନ୍ତ ଟିଭି ରିପୋର୍ଟର ମାନେ ଆସି interview ନେଲେ। ୨ ଦିନ ପାଇଁ ମୋତେ Delhi ମଧ୍ୟ ଯିବାକୁ ପଡ଼ିଲା। କାରଣ କିଛି ପାଠ୍ୟକ୍ରମ ସଂସ୍ଥା ମୋତେ ଶୁଭେଛା ଜଣେଇ ଅନ୍ୟ ବିଦ୍ୟାର୍ଥୀ ମାନଙ୍କ ସହିତ ପରିଚିତ କରାଇଲେ । ଏହା ଥିଲା ୬ ଦିନ ତଳର କଥା ।
କାଲି ସକାଳେ କଣ ହେଲା କେଜାଣି ମୋର ଶଶୁର, ସେ ଗାଁ ରେ କୁଜି ନେତା ସ୍ୱରୂପ ନିଜକୁ ପରିଚିତ କରନ୍ତି। ସେ ଫୋନ୍ ଦ୍ଵାରା ଜଣାଇଲେ ଯେ ଆମେ ଆପଣଙ୍କ ପରିବାର ସହ ସମ୍ପର୍କ ରଖିବାକୁ ଚାହୁଁ ନାହୁଁ ଏବଂ ଏହି ବାହାଘର ଅସମ୍ଭବ, କହି ଫୋନ୍ କାଟି ଦେଲେ। ବାପା ଙ୍କୁ ପ୍ରଶ୍ନ କରିବାକୁ ସମୟ ଦେଲେ ନାହିଁ । ବାପା ତାଙ୍କୁ ଫୋନ୍ କରିଲେ ସେ ମଧ୍ୟ ଫୋନ୍ ଉଠେଇଲେ ନାହିଁ । ଏକଥା ଶୁଣି ବାପା ବହୁତ୍ ଚିନ୍ତା କରିଲେ । ସେ ମୋତେ ଆସି ପଚାରିଲେ ତୋର ଆଉ ସେ ପୁଅ ସହିତ କଣ ଝଗଡ଼ା ହୋଇଛି କି ?? ମୁଁ କହିଲି ନାହିଁ ତ ବାପା। ସେମିତି କିଛି ନାହିଁ । ମୁଁ ତ, ଗତ କାଲି ଠାରୁ ତାଙ୍କୁ ଫୋନ୍ କରୁଛି । ସେ ରିଶିଭ କରୁ ନଥିଲେ ଏବଂ ଆଜି ସକାଳେ ମେସେଜ କରିଲି। ସେ ମେସେଜ ରେ ମୋତେ କହିଲେ ଯେ କିଛି ଜରୁରୀ କାମ ଅଛି ମୁଁ ଫ୍ରି ହେଲେ ତମକୁ କଲ୍ କରିବି।
ବାପା ପୁଣି ଚିନ୍ତା ରେ ପଡ଼ିଲେ । ମୁଁ ପୁଣି ମେସେଜ କରିଲି କିନ୍ତୁ କିଛି ଉତ୍ତର ନାହିଁ । ମୁଁ ବାପାଙ୍କୁ କହିଲି । ତମେ ଚିନ୍ତା କର ନାହିଁ ତମେ ରେଷ୍ଟ କର ମୁଁ କିଛି କରୁଛି। ମୁଁ ମୋ ସ୍କୁଟି ବାହାର କରିଲି । ସାନ ଭାଇ ଙ୍କୁ ବସେଇ ତାଙ୍କ ଫାର୍ମାସିଷ୍ଟ ରେ ପହଞ୍ଚିଲି। ସେଠି ଜାଣିବାକୁ ପାଇଲି ଯେ ସେ କାଲି ଠାରୁ ଛୁଟି ରେ ଅଛନ୍ତି । ମୁଁ ପୁଣି ଫୋନ୍ କରିଲି । କିନ୍ତୁ କିଛି ଉତ୍ତର ନାହିଁ ।
ଘରକୁ ଆସି ମୁଁ ମଧ୍ୟ ଚିନ୍ତାରେ ପଡ଼ିଲି । ହଠାତ୍ କଣ ହେଲା ବାହାଘର ଭାଙ୍ଗିବା ର ନିଷ୍ପତି ସୁଣେଇ ଦେଲେ । ଜାଣିବା ପାଇଁ ସନ୍ଧ୍ୟା ବେଳେ ମୋ ସାନ ଭାଇ ଏବଂ ବାପାଙ୍କୁ ତାଙ୍କ ଘରକୁ ପଠେଇଲି। ସେମାନେ ଯାହା କହିଲେ ତାହା ଅବାନ୍ତର ଥିଲା । ସେ କହୁଛନ୍ତି ଯେ ତୁମ ଝିଅ ଯଦି ଚାକିରି କରିବ ତେବେ ଆମକୁ କିଏ ସେବା କରିବ ? ଯଦି ଆପଣଙ୍କ ଝିଅ ଚାକିରି କରିବାକୁ ମନା କରନ୍ତି ତେବେ ଆମେ ଏହି ବାହାଘର ରେ ରାଜି ହେବୁ। ଏତିକି ଶୁଣି ବାପା କହିଲେ । ଏକଥା ଆମେ ଆପଣକୁ ଆଗରୁ କହିଥିଲୁ । ଗତ ଦୁଇ ବର୍ଷ ହେଲା ପ୍ରସ୍ତାବ ଠିକ୍ କରି ରଖିବା ଠିକ୍ ନଥିଲା । ମୋ ଶଶୁର ଉତ୍ତର ଦେଲେ ଯେ ଆମେ କଣ ଜାଣିଥିଲୁ କି ଯେ ଆପଣଙ୍କ ଝିଅ ସତରେ ଚାକିରି ପାଇଯିବ । ସେଠି ମୋ ସ୍ବାମୀ ଚୁପ୍ ହୋଇ ବସିଥିଲେ। ସବୁ ଉତ୍ତର ଶଶୁର ଦେଉଥିଲେ । ଶଶୁର ପୁଣି କହି ଉଠିଲେ । କାଲି ଯଦି ସେ ଚାକିରି କରିବ । ଆମକୁ ସେ ସମ୍ମାନ ଦେବ ନାହିଁ। ଆମ ସେବା ତ କରିବା ଦୂରର କଥା ଆମକୁ ସେ ଘର ର ଚାକର ବୋଲି ଭାବିବ । ଆମ ପୁଅ ର ଇଜ୍ଜତ ରହିବ ନାହିଁ ଏବଂ ସେ କଣ ପାଠ ପଢେଇଛି କେଜାଣି ମୋ ପୁଅ କହୁଛି ମୁଁ ଆଉ ଫାର୍ମାସିଷ୍ଟ ଦୋକାନ କରିବି ନାହିଁ । ଆମେ କଣ ଏତେ ଅସହାୟ ହୋଇଯିବୁ ଯେ ଆମେ ବୋହୂ ଟଙ୍କା ରେ ଆମେ ଉଠ ବସ୍ ହେବୁ।
ନା ନା ଆମେ ଏହି ପ୍ରସ୍ତାବ ରେ ରାଜି ନାହୁଁ। ବାପା କହି ଉଠିଲେ। ସମୁଦୀ ବାବୁ ଆପଣ ଯାହା ଭାବୁଛନ୍ତି ନା, ତାହା ସଂପୂର୍ଣ୍ଣ ଓଲଟା । ମୋ ଝିଅ କୁ ମୁଁ ସେଭଳି ଶିଷ୍ଟାଚାର ଦେଇ ବଡ କରି ଆସିଛି । ସେ ନିଜ ମାନ ମର୍ଯ୍ୟାଦା ଭୁଲିବ ନାହିଁ । ସେ ଆପଣଙ୍କ ସମ୍ମାନ ହାନି ହେବାକୁ ଦେବ ନାହିଁ। ସେ ବର୍ତ୍ତମାନ ଜଣେ ଆଇଏଏସ୍ ଅଫିସର ହେବ। ସେ ଆପଣଙ୍କ ଗୋଡ ଚିପି ଦେବ କିମ୍ବା ଘରେ ରୋଷେଇ କରି ପାରିବ, ସେତେ ସମୟ ତା ପାଖରେ ଥିବ ବୋଲି ଏହା ମୁଁ କହି ପାରିବି ନାହିଁ। ହଁ, ପୁଣି ଥରେ କହି ରଖୁଛି ସେ ଚାକିରି ଛାଡ଼ିବ ନାହିଁ । ସେ ଚାକିରି ତାର କେବଳ ସ୍ବପ୍ନ ନୁହେଁ । ତାର ବାପା ମା ର ସ୍ବପ୍ନ ମଧ୍ୟ ସେ ପୂରଣ କରିଛି। ସେ ସ୍ବପ୍ନ ସାକାର ପାଇଁ ସେ କେତେ ରାତି କେତେ ଦିନ ଅନିଦ୍ରା ରେ ଦିନ କାଟିଛି ତାହା ଆମେ ପ୍ରତ୍ୟକ୍ଷଦର୍ଶୀ। ଆଉ ସେ ସ୍ବପ୍ନ ସାକାର ହେବା ପରେ ଆପଣ କହୁଛନ୍ତି ସେ ଚାକିରି ଛାଡ଼ି ଦେବ ?? ଏହା ଅସମ୍ଭବ। ଶଶୁର କହି ଉଠିଲେ । ସେଥିପାଇଁ ଏହି ସମ୍ପର୍କ ପାଇଁ ଆମେ ରାଜି ନାହୁଁ । ବାପା ଅଳ୍ପ ହସିଲେ। ସମୁଦୀ ମୋର କିଛି ପ୍ରଶ୍ନ ନାହିଁ । ଆପଣ ଚିନ୍ତା କରିବା କଥା ।
ଆପଣ ଯଦି ଅନ୍ୟ ଲୋକଙ୍କ କଥା ଶୁଣି ଯଦି ଆପଣ ଏମିତି ନିଷ୍ପତି ନେଇଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଆପଣଙ୍କ ଭୁଲ । ବାପା ମୋ ସ୍ବାମୀ ସହିତ କଥା ହେବାକୁ ଚେଷ୍ଟା କରିଲେ କିନ୍ତୁ ଶଶୁର ପୁଣି କହି ଉଠିଲେ। ସେ କିଛି କହିବ ନାହିଁ । ଯାହା ଆମେ କହିବୁ ଆମ ପୁଅ ତାହା କରିବ। ମୋର ମଧ୍ୟ ଇଜ୍ଜତ ଅଛି ନା । ଆମେ ସେ ଇଜ୍ଜତ କୁ ହରେଇ ପାରିବୁ ନାହିଁ। ବାପା ଉଠି ଠିଆ ହେଲେ । ପୁଣି ଥରେ କହି ଉଠିଲେ । ଆପଣଙ୍କ ସହିତ ଏହି ଦୁଇ ବର୍ଷ ଭିତରେ ଗୋଟିଏ ନୂଆ ସମ୍ପର୍କ ଗଢି ଉଠିଥିଲା । ମୁଁ ଆପଣକଂ ନିଷ୍ପତି କୁ ଭୁଲ କହୁନି । ଆପଣ ସମୟ ନିଅନ୍ତୁ ଏବଂ ଉଚିତ୍ ନିଷ୍ପତି ନିଅନ୍ତୁ । ଶଶୁର ପୁଣି କହି ଉଠିଲେ ଆମେ ନିଷ୍ପତି ନେଇ ସାରିଛୁ ଆମେ ଏହି ସମ୍ପର୍କ ଭାଙ୍ଗିବାକୁ ଚାହୁଁଛୁ । ବାପା ଏବଂ ସାନ ଭାଇ ସୋଫା ରୁ ଉଠି ହାତ ଯୋଡ଼ି ଘରକୁ ଫେରିଗଲେ ।
ଘରେ ଆସି ସାନ ଭାଇ ମୁହଁରୁ ଏକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି । ବାପା ମୁଣ୍ଡରେ ହାତ ଦେଇ ବସିଥିଲେ । ସେପଟେ ଟିଭି ରେ ନିଉଜ ଚାଲିଥାଏ । ଟିଭି ବନ୍ଦ କରି ବାପାଙ୍କ ମୁଣ୍ଡରୁ ହାତ ବାହାର କରି ତାଙ୍କ କୋଳରେ ମୁଁ ଶୋଇଲି। ବାପା ମୋତେ ଅଳ୍ପ ମିଛ ହସ ଦେଲେ। ବାପା ମୋ ମୁଣ୍ଡରେ ଆଁଉସି ଦେଲେ ଏବଂ ପଚାରିଲେ ସାନ ଭାଇ ସବୁ କହିଲା ?? ମୁଁ ମୁଣ୍ଡ ହଲେଇ ହଁ କରିଲି। ବାପାଙ୍କୁ ଅଳ୍ପ ଦୁଃଖୀ ଦେଖି ମୁଁ ପଚାରିଲି। ବାପା ଆପଣ କାହିଁକି ଚିନ୍ତା କରୁଛନ୍ତି ଯେ । ମୁଁ ଆଇଏଏସ୍ ପାସ୍ କରି କିଛି ଭୁଲ କରିନି ତ। ହଁ ସେମାନେ ଯଦି ମୋତେ ତାଙ୍କ ବୋହୂ ରୂପରେ ଦେଖିବାକୁ ଚାହୁଁ ନାହାନ୍ତି ତେବେ ତାହା ତାଙ୍କ ଇଚ୍ଛା ଆମେ ଅଧିକ ବାଧ୍ୟ କରିବା ଠିକ୍ ନୁହଁ। ହଁ ମୁଁ ମଧ୍ୟ ସବୁ ରିପୋର୍ଟର କୁ ଏବଂ ଟିଭି ଚ୍ୟାନେଲ କୁ କହି ଦେଇଛି ଯେ ମୁଁ ଅତି ଶୀଘ୍ର ବିବାହ କରିବାକୁ ଯାଉଛି ଏଥିରେ ଅସୁବିଧା କଣ। ବାପା କହିଲେ, ଏହି କଥା କୁ ନେଇ ରିପୋର୍ଟର ଙ୍କର୍ ପୁଣି ଘରେ ଲାଇନ୍ ଲାଗିବେ। ମୁଁ କହିଲି, ବାପା କିଛି ହେବନି ଆପଣ ଚିନ୍ତା କରନ୍ତୁ ନାହିଁ ।
ମୁଁ ଟ୍ରେନିଂ କରି ଆସିଲା ପରେ ବିବାହ କରିବି ଏବେ ମଧ୍ୟ କରି ନଥାନ୍ତି । ତା ପୂର୍ବରୁ ଏମିତି ଘଟିଗଲା । ବୋଧେ ଏମିତି ହେବାକୁ ଥିଲା । ମୁଁ ବାପାଙ୍କୁ ଅଳ୍ପ ହସେଇବାକୁ ଚେଷ୍ଟା କରିଲି । ସେପଟେ ମା ଖାଇବା ବାଢ଼ି ଆଣିଲେ । ସମସ୍ତେ ବସି ଖାଇଲୁ ।
ଆଜି ସକାଳେ ମୋ ସ୍ୱାମୀ ( ମାନେ ସେ ପୁଅ) ମୋତେ କଲ୍ କରି ଭୁଲ ମାଗିଲେ । ମୁଁ ବାପାଙ୍କ କଥା ରେ ରାଜି ନାହିଁ କିନ୍ତୁ ମୁଁ ତୁମକୁ ପସନ୍ଦ କରେ ଏବଂ ତୁମକୁ ବିବାହ କରିବାକୁ ରାଜି ଅଛି। କିନ୍ତୁ ବାପାଙ୍କ ଇଜ୍ଜତ ହାନି ହେବ ବୋଲି ମୁଁ କିଛି ସ୍ଥିର କରି ପାରୁନି। ମୁଁ କହିଲି, ଦୁଇ ବର୍ଷ ଭିତରେ ଆମ ଭିତରେ ଗୋଟିଏ ସମ୍ପର୍କ ଟିଏ ଗଢି ଉଠିଥିଲା । ତାହା ପ୍ରେମ ସମ୍ପର୍କ ରେ ପରିଣତ ମଧ୍ୟ ହୋଇ ପାରିଲା ନାହିଁ । ଯଦିଓ ତୁମ ବାପାଙ୍କ ଇଜ୍ଜତ ର କଥା, ତେବେ ତୁମେ ତୁମ ବାପାଙ୍କ ଇଜ୍ଜତ କୁ ହାନି କରି ମୋତେ ବିବାହ କରନ୍ତୁ ନାହିଁ । ଆପଣଙ୍କ ବାପା ଯେଉଁଠି ସ୍ଥିର କରିବେ ସେଠି ବିବାହ କର । ଆପଣ ମଧ୍ୟ ଖୁସିରେ ରହିବେ ଏଵଂ ଆପଣଙ୍କ ପରିବାର ମଧ୍ୟ ଖୁସିରେ ରହିବେ । ଶେଷରେ ମୁଁ କହିଲି ଯେ ଆଜି ପର୍ଯ୍ୟନ୍ତ ମୁଁ କେବଳ ପୁସ୍ତକ କୁ ଭଲ ପାଇ ବସିଥିଲି କିନ୍ତୁ ଆଜି ଠାରୁ ମଣିଷ କୁ ଭଲ ପାଇବାକୁ ପଡ଼ିବ। ବୋଧ ହୁଏ ଏହା ଆମର ଶେଷ କଲ୍ । ଏତିକି କହି ଫୋନ୍ କାଟି ଦେଲି ।
ମୁଁ ଭାବୁଛି ମୋର ଆଇଏଏସ୍ ପାସ କରିବା ଭୁଲ ?? ନା ଆଉ କିଛି କାରଣ ଥିଲା । ଏଠି ଭୁଲ କାହାର ହେଲା ମୋର?? ନା ମୋ ଶଶୁର ଘର ଲୋକ ଙ୍କର??? ବହୁତ୍ ପ୍ରଶ୍ନ ବହୁତ୍ ଉତ୍ତର ??? କିନ୍ତୁ ତଥାପି ମୁଁ ଖୁସି ଅଛି । ଭଗବାନ ଙ୍କୁ ଧନ୍ୟବାଦ ମଧ୍ୟ ଦେଉଛି, ଯେ ଆଜି ଠାରୁ ଗୋଟିଏ ନୂଆ ଜୀବନ ର ପ୍ରାରମ୍ଭ ହେବ । ଆଉ ଏହି ଜୀବନ ରେ ମୁଁ ମୋ ଇଚ୍ଛାରେ ବଞ୍ଚିବି । ଆଉ ଏହା ମଧ୍ୟ ଭଗବାନ ଙ୍କ ର ମଧ୍ୟ ଇଚ୍ଛା ଥିଲା ବୋଧେ । ମୋ ଆଇଏଏସ୍ ଜୀବନୀ କାଳ ଭିତରେ ମୁଁ ଉତ୍ତମ ସେବା ଦେବୀ ବୋଲି ଆଶା ରଖିଛି । ଦେଖା ଯାଉ କଣ ହେଉଛି….
ଏହା ଥିଲା ଗୋଟିଏ ଆଇଏଏସ୍ ଅଧିକାରୀ ର ଛୋଟିଆ କାହାଣୀ ଟିଏ, ଗାଳ୍ପିକ ନୀଳମାଧବ ଭୂୟାଁ ଙ୍କ ତରଫରୁ ।
ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବାକୁ ଅନୁରୋଧ ।
ଶେଷ ପର୍ଯ୍ୟନ୍ତ ପଢ଼ି ଥିବାରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ । ଅନ୍ୟ ମନକୁ ସେୟାର କରିବାକୁ ଭୁଲିବେ ନାହିଁ ।
