Tag Archives: #ବଦନାମ ଗଳି

ବଦନାମ୍ ଗଳି

ବଦନାମ୍ ଗଳିର ରାଣୀ ମହୁମାଛି
ଦେଖିବାକୁ ଅପସରା,
ଆମ ରୂପ ଦେଖି ପାଗଳ ଗ୍ରାହକ
ଦିଅନ୍ତି କେତେ ଇସାରା …ll

ଘର ପରିସ୍ଥିତି ସୁଧାରିବା ପାଇଁ
ଆସିଥିଲୁ ଏ ସହର,
ଯେଉଁଠି ବି ଗଲୁ ଦେଲେ ନିର୍ଯାତନା
କିଏ ବା ଏଠି କାହାର …ll

ବେଶ୍ୟା ବୃତ୍ତିଟିକୁ ଆପଣେଇ ନେଲୁ
ଉପାୟ ପାଇଲୁ ନାହିଁ,
ବେଶ୍ୟା ନାମେ ଆମେ ପରିଚିତ ହେଲୁ
ରହିଲୁ କୋଠିରେ ସ୍ଥାୟୀ …ll

ଯୁବକରୁ ବୁଢା ଆସନ୍ତି ଅନେକ
ସହରର ବଡଲୋକ ,
ଦେହ ସୁଖ ପାଇଁ ସୁଅ ଛୁଟେ ନିତି
ମେଣ୍ଟାଇବା ପାଇଁ ଭୋକ…ll

ଆମ ସେବା ପାଇ ଆଜି ଦୁନିଆରେ
କମ୍ ହୁଏ ବଳତ୍କାର ,
ନଥିଲେ ତ ଆମେ କେତେ ଯେ ବଢନ୍ତା
ପୁରୁଷଙ୍କ ଅତ୍ୟାଚାର …ll

ତଥାପି ସମାଜ କଳୁଷିତ ଭାବେ
ଦିଅନ୍ତି ନାହିଁ ଇଜତ ,
ବେଶ୍ୟାବୃତ୍ତି ଆମ ପେଶା ଅଟେ ବୋଲି
ହାରିଛୁ ମାନ ମହତ…ll

ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ…