Tag Archives: #ବିସର୍ଜନ

ଶେଷ ବିସର୍ଜନ (୧)



ରାହୁଲ ମୋବାଇଲ୍ ଖୋଲି ଫେସବୁକ୍ ରେ ଫୋଟ ଦେଖୁଥିଲା । ହଠାତ୍ ସୁଧିର ଆସି ପଚାରିଲା ଆରେ ରାହୁଲ ଏହି ମାସରେ ଗଣେଶ ପୂଜା କେବେ ପଡୁଛି। ଗଣେଶ ପୂଜା ଶୁଣି ରାହୁଲ କିଛି ସମୟ ଚୁପ୍ ରହିଗଲା । ଆଉ ତା ଆଖିରୁ ଦୁଇ ଧାର ଲୁହ ବାହାରିଗଲା । ସୁଧିର ତାର ରୁମମେଟ୍ ବେଙ୍ଗଲୁରୁ ର ଯଶବନ୍ତ ପୁର ରେ ଆଜ କୁ 2 ବର୍ଷ ହେଲା ରହୁଛନ୍ତି । ହେଲେ ଆଜି ଯାଏ ରାହୁଲ କୁ ଏମିତି କେବେ ଦେଖିନଥିଲା । ରାହୁଲ ଆଖିର ଲୁହ ଦେଖି ସୁଧିର ଛାନିଆ ହୋଇଗଲା ଏବଂ ପଚାରିଲା ରାହୁଲ୍ କଣ ହୋଇଛି ତୋର ? ହଠାତ୍ ଗଣେଶ ପୂଜା କଥା ଶୁଣି ଆଖିରୁ ଲୁହ ବାହାରି ଗଲା ଯେ ? ରାହୁଲ ତା ପାଖରେ ଥିବା ଗାମୁଛା ରେ ଲୁହ ପୋଛିଲା । ଆରମ୍ଭ କଲା ଅତୀତ ରେ ଘଟିଥିବା ସେହି ଲୋମ ହର୍ଷଣକାରୀ କାହାଣୀ ଟିକୁ।

ମୁଁ ଆଉ ରାଘବ ଦୁହେଁ ଏମିତି ସାଙ୍ଗ ଥିଲୁ ଯିଏ ବି ଆମ ବନ୍ଧୁତା ଦେଖୁଥିଲା, ସେ କହୁଥିଲା ବନ୍ଧୁ ହେବ ତ ରାହୁଲ ଆଉ ରାଘବ ପରି। ଗୋଟିଏ ଥାଳି ରେ ଖାଇବା ଠାରୁ ଆରମ୍ଭ କରି ଗୋଟିଏ ଶେଯରେ ଶୋଉଥିଲୁ। କିଏ କାହାକୁ ଛାଡ଼ି ମୁହୂର୍ତ୍ତକ ବି ରହି ପାରୁନଥିଲୁ । କିନ୍ତୁ ରାଘବର ର ଗୋଟିଏ ବଦଭ୍ୟାସ ଥିଲା । ସେ କମ୍ ବୟସରୁ ହିଁ ମଦ୍ୟପାନ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ସେବନ କରୁଥିଲା। ଯେତେବେଳେ ମୋ ସାମ୍ନା କୁ ଆସୁଥିଲା, ଅତ୍ୟନ୍ତ ଭଦ୍ର ଭଳି ବ୍ୟବହାର କରୁଥିଲା । ଯେମିତି ମୁଁ କିଛି ଜାଣିପାରିବି ନାହିଁ। ହେଲେ ମୁଁ ସବୁକିଛି ଜାଣି ଚୁପ୍ ରହୁଥିଲି । ମୁଁ ଭାବୁଥିଲି ରାଘବ ଆଜି ନହେଲେ କାଲି ସୁଧୁରି ଯିବ। ବେଳେ ବେଳେ ରାଘବ ବି ଭାବୁଥିଲା ଯେ ସେ ତାର ସବୁ ଖରାପ ଅଭ୍ୟାସ ଛାଡ଼ି ଦେବ, ହେଲେ ଛାଡି ପାରୁ ନଥିଲା । ମୁଁ ଯେବେ କିଛି ପ୍ରଶ୍ନ କରେ ସେ କଥା ଏପଟେ ସେପଟ କରି ଭୁଲେଇ ଦେଉଥିଲା । କହୁଥିଲା ମୁଁ ଏତେ ଶୀଘ୍ର ମରିବି ନାହିଁ ରେ, ଆଉ ଯେଉଁ ଦିନ ମୁଁ ମରିବି ତୋ ଆଖି ସାମନା ରେ ହିଁ ମରିବି, ତାର ଏ କଥା ଶୁଣି ମୁଁ ରାଗି ଯାଉଥାଏ।

ଗାଁ ରେ ଯେବେ ଗଣେଶ ପୂଜା ହୁଏ ଆମେ ଦୁହେଁ ନିଶ୍ଚୟ ଥାଉ। ଗଣେଶ ମୂର୍ତ୍ତି ଠାରୁ ଆରମ୍ଭ କରି ମେଢ଼ ସାଜସଜ୍ଜା ସବୁଥିରେ ଏକ ନମ୍ବର । ହେଲେ ଆମମାନଙ୍କ ଖୁସି ଆର ସାହିର ମଣ୍ଟୁ ଆଉ ତା ସାଙ୍ଗମାନେ ଦେଖି ସହି ପାରୁନଥିଲେ । ସବୁବେଳେ ଆମମାନଙ୍କ ସହ ପ୍ରତିଯୋଗିତା । ଗାଁ ଲୋକ ଆଉ ସାହି ଲୋକମାନେ ମୁଁ ଆଉ ରାଘବ କରିଥିବା ମେଢ଼ କୁ ଅଧିକ ଚାନ୍ଦା ଦିଅନ୍ତି ବୋଲି ସେମାନଙ୍କର ଭାରି ରାଗ । ଏତିକି କହି ରାହୁଲ ସୁଧିର କୁ ପାଣି ଗ୍ଲାସ ଟିଏ ମାଗିଲା । ପାଣି ପିଇ ସାରିବା ପରେ 5 ବର୍ଷ ପୂର୍ବ ରୁ ଘଟିଥିବା ଘଟଣା କୁ ଗୋଟି ଗୋଟି କରି କହିଲା ।

ସେହି ବର୍ଷ ଅଗଷ୍ଟ ମାସ 25 ତାରିଖରେ ଗଣେଶ ବାବା ବିଜେ ହୋଇଥିଲେ । ପୂଜା ର ମାସେ ଆଗରୁ ଆମ ଭିତରେ ବହୁତ୍ ଏକ୍ସାଇଟେଡ ଥାଏ । କେମିତି ବାଉଁଶ ଆଣିବୁ ? ଚାନ୍ଦା ଆଦାୟ କରିବୁ? ଇତ୍ୟାଦି ମୁଁ ଆଉ ସାଙ୍ଗମାନେ ମିଶି କଥାହେଲୁ। ନିଷ୍ପତ୍ତି ହେଲା ଯେ ଆର ସହି ବାଙ୍କନିଧି ଜେନାଙ୍କ ବାଉଁଶ କୁମ୍ଭ ରୁ ବାଉଁଶ ଅଣାଯିବ। ବାଙ୍କନିଧି ଙ୍କ ସହ କଥା ହେବା ପରେ ଜଣାପଡ଼ିଲା ଯେ ତାଙ୍କ ପୁତୁରା ସିମାଞ୍ଚଳ ଅଲଗା ପୂଜା ମେଢ଼ ପିଲାମାନଙ୍କ ସହ ମିଶିଛି । ସେଠୁ ଆଣିଲେ ଝଗଡ଼ା ହେବ ବୋଲି ମନା କରିଦେଲି। ହେଲେ ରାଘବର ଏକା ଜିଦ୍ ତାଙ୍କ କୁମ୍ଭ ରୁ ହିଁ ବାଉଁଶ ଆଣିବ ବହୁତ୍ ବୁଝେଇ ବା ପରେ ବି ସେ ଜମା ବୁଝିଲା ନାହିଁ । ସେତେବେଳେ ମୁଁ ମଧ୍ୟ ରାଜି ହୋଇଗଲି ସେ ବାଉଁଶ କୁମ୍ଭ ରୁ ଆଣିବା ପାଇଁ।

ସମସ୍ତେ ବାହାରିଲୁ ବାଉଁଶ ଆଣିବା ପାଇଁ । ବାଁଉଶ କୁମ୍ଭ ରୁ ଦଶଟି ଲମ୍ବା ଲମ୍ବା ବାଉଁଶ ବାହାରିଲା । ହେଲେ ଏ ସବୁ ମଣ୍ଟୁ ଦୂରରୁ ଦେଖି ସିମାଞ୍ଚଳ କୁ ଯାଇ କହିଲା ” ଆରେ ସିମାଞ୍ଚଳ ତୁ ପରା ଆମକୁ ବାଉଁଶ ହାଣିବାକୁ ମନା କରୁଥିଲୁ । ହେଲେ ସେମାନେ ତୋ ଦାଦାଙ୍କୁ କହି କେମିତି ବାଉଁଶ ନେବାକୁ ବସିଲେଣି ଯା ଦେଖିବୁ ” ଏତିକି କଥା ଶୁଣି ସିମାଞ୍ଚଳ ଧାଇଁ ଆସିଲା ଆମ ପାଖକୁ । କହିଲା କଣ ରେ ତୁମ ମାନଙ୍କ ସାହାସ ତ କିଛି କମ୍ ନୁହଁ। କୋଉ ସାହାସରେ ଆମ ବାଉଁଶ ନେଉଛ । ମୁଁ କହିଲି ” ଆରେ ସିମାଞ୍ଚଳ ଆମେ ତ ତୋ ଦାଦାଙ୍କୁ ପଚାରି ନେଉଛୁ ! କଣ ଆମେ ଚୋରି କରି ନେଇ ଯାଉଛୁ କି ?” ସିମାଞ୍ଚଳ କହିଲା ତମେ ସମସ୍ତେ ଗୋଟିଏ ଗୋଟିଏ ଚୋର ସେଥିପାଇଁ ଆମ ବାଉଁଶ ଚୋରି କରି ନେଇ ଯାଉଛ । ଏତିକି କହିବା ମାତ୍ରେ ରାଘବ ସିମାଞ୍ଚଳର ଗାଲକୁ ଗୋଟିଏ ଶକ୍ତ ଜାବୁଡା ଦେଲା। ସିମାଞ୍ଚଳ ରାଗିଯାଇ ରାଘବକୁ ମଧ୍ୟ ଦୁଇଟି ବିଧା ମାରିଲା । ମୁଁ ଆଉ ସହି ପାରଲି ନାହିଁ ମୁଁ ମଧ୍ୟ ସିମାଞ୍ଚଳ ର ଚୁଟିକୁ ଧରି ପିଠିରେ ଦେଲି ଗୋଟେ ନିର୍ଧୁମ ପ୍ରହାର । ମଣ୍ଟୁ ତା ସାଙ୍ଗ ମାନଙ୍କୁ ନେଇ ଧାଇଁ ଆସିଲା । ଆଉ ଆରମ୍ଭ ହେଲା ଦୁଇ ଗୋଷ୍ଠୀ ଭିତରେ ମହା ସମର । ଦୁଇ ଗୋଷ୍ଠୀର ପାଟି ତୁଣ୍ଡ ଶୁଣି ଗାଁ ଲୋକମାନେ ଧାଇଁ ଆସିଲେ । ଆଉ ଝଗଡାକୁ ଆୟତ କଲେ । ଝଗଡ଼ା ରେ ଉଭୟ ଗୋଷ୍ଠୀର ପିଲା ଖଣ୍ଡିଆ ଖାବରା ହୋଇଥିଲେ । ଗାଁ ଲୋକମାନେ ବହୁତ ଗାଳି ଦେଇ ବୁଝାଇ କହିଲେ ଆଗକୁ ଯେମିତି ଏମିତି ଝଗଡା ନ ହୁଏ !! ନହେଲେ ତୁମ ମାନଙ୍କୁ ଥାନାରେ ଦିଆଯିବ ।

ଦ୍ଵିତୀୟ ପୃଷ୍ଠା କୁ କ୍ଲିକ୍ କରି ପଢ଼ନ୍ତୁ

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ……

ଗୋଳାବନ୍ଧ, ଗଞ୍ଜାମ ।



କାହାଣୀ ଟି କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ । ରହିଲି ସାଙ୍ଗ ମାନେ।