Tag Archives: #ରିନା ତୃତୀୟ ଭାଗ

ରିନା…୩

ତୃତୀୟ ଭାଗ

ଦ୍ଵିତୀୟ ପୃଷ୍ଠା କୁ ପଢନ୍ତୁ

ରିନା: ବିଜୁଳି ଖର୍ଚ୍ଚ କେତେ ଆସୁଛି ଅଙ୍କଲ ?? ଅଙ୍କଲ: ତମ ଉପରେ ରହିଲା କଥା, ଅଧିକ ହେଲେ ୫୦୦ ନହେଲେ ୨୦୦-୩୦୦ ଭିତରେ ଆସିବ । ରିନା: ଅଳ୍ପ ଦୁଃଖୀ ହୋଇ କହିଲା, ମାନେ ପ୍ରତି ମାସରେ ୧୦୦୦ ଟଙ୍କା, ହଉ ଅଙ୍କଲ !! ରାଜୁ: ତମେ ଚିନ୍ତା କରନି, ରିନା: ତମ ହଜାର ଟଙ୍କାର ବ୍ୟବସ୍ଥା ମଧ୍ୟ ମୋ ପାଖରେ ଅଛି, ତମେ କେବଳ ହଁ କର । ରିନା: ମୁଣ୍ଡ ହଲେଇ କହିଲା, ଠିକ୍ ଅଛି ଅଙ୍କଲ ଏବଂ ଘର ଠିକ୍ ହୋଇଗଲା। ଅଙ୍କଲ: ତମେ ଯେବେ ଚାହିଁବ ସେଦିନ ଆସି ରହି ପାରିବ । ମାତ୍ର ଜଲ୍ଦୀ ଆସିବ । କାରଣ ମୋ ଝିଅ ର ସ୍କୁଲ ଆରମ୍ଭ ହୋଇଗଲାଣି । ରିନା: ହଁ ଅଙ୍କଲ ଶୀଘ୍ର ଆସିବି । ଏତିକି କଥା ସରିବା ପରେ ସମସ୍ତେ ଘରୁ ବାହାରି ଗଲେ।

ରାଜୁ: ଏବେ ଚାଲ ତୁମର ପାର୍ଟ ଟାଇମ୍ ଜବ୍ ବିଷୟରେ ଦେଖିବା। ରିନା: ସବୁ ଆଜି ହିଁ କରିବା । ରାଜୁ: ହଁ ନହେଲେ ଲେଟ୍ ହୋଇଯିବ । ରିନା: ହଉ ଚାଲ । ତାପରେ ସେମାନେ ପହଞ୍ଚିଲେ ରାଜୁ ର ବାପାଙ୍କ ଫ୍ୟାକ୍ଟ୍ରି ରେ। ସେଠି ସେମାନେ ରାଜୁ ର ବାପାଙ୍କୁ ଦେଖା କରିଲେ । ରିନା, ଜାଣି ନଥାଏ କି ଏଇ କମ୍ପାନୀ ରାଜୁ ର ବାପାଙ୍କ ବୋଲି । ସେ କହୁଥାଏ ଏଠି କଣ କାମ କରିବି ରାଜୁ ?? ରାଜୁ : ତମେ ଚୁପ୍ ରହିବ, ତମକୁ ଯେତିକି ପଚାରିବେ ତମେ ସେତିକି ଉତ୍ତର ଦେବ। ରିନା : କିଏ ପଚାରିବ ?? ରାଜୁ : ଏହି ଫ୍ୟାକ୍ଟ୍ରି ର ମାଲିକ। ରିନା : ହଉ ଠିକ୍ ଅଛି । ଦୁହେଁ ଚାମ୍ବର ଭିତରକୁ ଗଲେ। ସେଠି କୋର୍ଟ ବୁଟ୍ ପିନ୍ଧି ରାଜୁର ବାପା ବସିଥିଲେ । ରାଜୁର ବାପା ଏବଂ ରାଜୁ ଦେଖିବାକୁ ଅଳ୍ପ ଏକା ଭଳି। ରିନା, ହାତ ଯୋଡ଼ି ନମସ୍କାର କରିଲା । ରାଜୁ ଙ୍କ ବାପା ( ବିଶ୍ବଭୂଷଣ ବାବୁ) ସଭିୟେଁ ବିଶୁ ବାବୁ ବୋଲି ଡାକନ୍ତି।
ବିଶୁ ବାବୁ : ରିନା ନାୟକ, ଦଶମ ରେ ଜିଲ୍ଲା ସ୍ତରୀୟ ଟପ୍ପର । ପ୍ରଥମ ବର୍ଷ କଲେଜ୍ ରେ ମଧ୍ୟ ଟପ୍ପର। ରିନା ଚୁପ୍ ଥାଏ । ବିଶୁ ବାବୁ : ରାଜୁ ତୁମକୁ କଣ କିଛି କହିଛି କି ?? କୋଉ ଚାକିରି କରିବ ତମେ ? ରିନା : ନା ସାର୍, ରାଜୁ କିଛି କହି ନାହାନ୍ତି । କେବଳ ଏତିକି କହିଛନ୍ତି, ପଢା ସହିତ ପାର୍ଟ୍ ଟାଇମ୍ ଜବ୍ କରିବ ବୋଲି ।

ବିଶୁ ବାବୁ : ଠିକ୍ ଅଛି ତମର କଲେଜ୍ ୩ ଟା ରେ ସରୁଥିବ ତମେ ଫ୍ୟାକ୍ଟ୍ରି କୁ ୫ ଟାରେ ଆସି ପାରିବ ତ ?? ଏବଂ ୫ଟା ରୁ ୮ ଟା ପର୍ଯ୍ୟନ୍ତ ତୁମର ଚାକିରି । ରିନା : ହଁ ସାର୍, ଆସି ପାରିବି କିନ୍ତୁ ସାଇକେଲ ରେ ଏହି ସ୍ଥାନରୁ କେତେ ସମୟ ଲାଗିବ ମୁଁ ଜାଣିନି ତଥାପି ମୁଁ ଆସିଯିବି। ବିଶୁ ବାବୁ : କମ୍ପାନୀ ତୁମକୁ ସ୍କୁଟି ଦେବ ? ତମେ ସାଇକେଲ ରେ ଆସିବା ଦରକାର ପଡ଼ିବ ନାହିଁ। ରିନା : ମୋତେ ସ୍କୁଟି ଆସେନି ସାର୍ । ବିଶୁ ବାବୁ : ଠିକ୍ ଅଛି ତୁମେ ୨ -୩ ଦିନ ସମୟ ନିଅ ଏବଂ ଶିଖି ଯାଅ । ରିନା : ମୁଣ୍ଡ ହଲେଇ ହଁ କରିଲା । ବିଶୁ ବାବୁ : ଏବେ ତୁମେ ଯାଇ ପାର। ରିନା ଆଶ୍ଚର୍ଯ୍ୟ ର ସହିତ ଚାହିଁ ରହିଥାଏ ଏବଂ ଦୁହେଁ ଚୁପ୍ ଚାପ୍ ବାହାରକୁ ବାହାରି ଗଲେ । ରିନା : ସାର୍, ତ ଟଙ୍କା ବିଷୟରେ କିଛି କହିଲେ ନାହିଁ ? ରାଜୁ : ତମେ ପଚାରିବା କଥା ନା ? ରିନା : ମୁଁ ପଚାରିବା ଠିକ୍ ନୁହଁ ? ସେଥିପାଇଁ ପଚାରିଲି ନାହିଁ ।

ରାଜୁ : ତମକୁ କେତେ ଟଙ୍କା ଦରକାର ? ରିନା : କେମିତି କହିବି ? ମୁଁ ଜାଣିନି । ରାଜୁ : ତଥାପି କେତେ ଟଙ୍କା ହେଲେ ତୁମକୁ ଠିକ୍ ଲାଗିବ ? ରିନା : ୧୦୦୦-୨୦୦୦ ହେଲେ ମୋ ଘର ଚଳି ଯାଆନ୍ତା। ରାଜୁ : କେବଳ ୧୦୦୦-୨୦୦୦ ହେଲେ ଚଳି ଯିବ ?? ତମେ ଜାଣିଛ ବଜାର ରେ ଆଳୁ କିଲୋ ୫୦ ଟଙ୍କା ଆଉ ତମେ କହୁଚ ୧୦୦୦ ଟଙ୍କା ହେଲେ ହୋଇଯିବ ?? ରିନା : ଆଉ କେତେ ? ରାଜୁ : ମିନୀମମ୍ ୩୦୦୦-୪୦୦୦ ହେବା ଦରକାର ତାହା ପୁଣି ତମକୁ ସ୍କୁଟି ଦେବେ ସେଥିରେ ତ ପେଟ୍ରୋଲ ପକେଇବ । ରିନା : ଏତେ ଟଙ୍କା ପୁଣି ପାର୍ଟ୍ ଟାଇମ୍ ଚାକିରି ପାଇଁ ମୋତେ କିଏ ଦେବ । ରାଜୁ : ଚାଲ ମୁଁ କଥା ହେବି ?? ରିନା : ନା ନା ମୋତେ ଡର ଲାଗୁଛି । ସେ ବହୁତ୍ ଅନୁଶାସନ ଲୋକ ଭଳି ଲାଗୁଛନ୍ତି। ରାଜୁ : ( ହସି ହସି) । ଏତିକି ବେଳେ ଭିତରୁ କଲିଙ୍ଗ ବେଲ୍ ବାଜି ଉଠିଲା । ଚାମ୍ବର ବାହାରୁ ଜଣେ ଲୋକ ଭିତରକୁ ଗଲା ଏବଂ ସଙ୍ଗେ ସଙ୍ଗେ ଫେରି ଆସି କହିଲା, ତମ ଦୁହିଁଙ୍କୁ ସାର୍ ପୁଣି ଥରେ ଡାକୁଛନ୍ତି ?

ରିନା ଏବଂ ରାଜୁ ଭିତରକୁ ଗଲେ । ରିନା : ସାର୍, ଆପଣ ଆମକୁ ଡାକିଲେ ?? ବିଶୁ ବାବୁ : ହଁ ତମକୁ ତ ଟଙ୍କା ବିଷୟରେ କହିଲି ନାହିଁ, ସେଥିପାଇଁ ପୁଣି ଥରେ ଡାକିଲି । ରିନା ମୁଖରେ ଅଳ୍ପ ଖୁସି ଝଲକି ଉଠିଲା । ବିଶୁବାବୁ : ରିନା ତମେ ସହରରେ କେବେ ରହିବାକୁ ଆସିବ ? ରିନା ରାଜୁ କୁ ଥରେ ଚାହିଁ ପୁଣି କହିଲା ସାର୍ ଦୁଇ ତିନି ଦିନ ଭିତରେ ଆସିଯିବି। ବିଶୁ ବାବୁ : ନା ନା, ତମେ ଆଜି ରାତିକ ସମୟ ନିଅ। କାଲି ସକାଳେ ତମେ ଆସି ଯାଅ ଏବଂ କାଲି ତୁମେ ରୁମ୍ ସେଟ୍ କର । ତା ପର ଦିନ ସନ୍ଧ୍ୟାରେ ତମେ କମ୍ପାନୀ ରେ କାମ ଆରମ୍ଭ କରିବ କିଛି ଅସୁବିଧା ହେଲେ ରାଜୁ ତୁମକୁ ସାହାଯ୍ୟ କରିବ ଯେମିତି କିଛି ଘରୋଇ ସାମଗ୍ରୀ ନେବା ଆଣିବା ଇତ୍ୟାଦି । ତୁମ ସ୍କୁଟି ତମକୁ କାଲି ତୁମ ରୁମ୍ ପାଖରେ ମିଳିଯିବ।

ସେଠି ତୁମ ଘର ମାଲିକ ଝିଅ ଶ୍ରୀୟା କୁ କହିବ ସେ ତୁମକୁ ଖାଲି ସମୟ ଦେଖି ସ୍କୁଟି ଶିଖାଇ ଦେବ ! ରିନା ମୁଣ୍ଡ ହଲେଇ ଭାବୁଥାଏ । ସାର୍ ଙ୍କୁ ଏତେ ସବୁ କଥା କିଏ କହିଛି ଏବଂ କେମିତି ଜାଣନ୍ତି ?? ବିଶୁ ବାବୁ : ତମକୁ ମୁଁ ୩୫୦୦ ଟଙ୍କା ଦେବୀ ଏବଂ ପେଟ୍ରୋଲ ଖର୍ଚ୍ଚ ଯେତିକି ହେବ ସେତିକି ବିଲ୍ ମୋତେ ଆଣି ଦେବ ମୁଁ ସେ ଟଙ୍କା ମଧ୍ୟ କମ୍ପାନୀ ଦେଇ ଦେବ । ରିନା ମନେ ମନେ ବହୁତ୍ ଖୁସି ଅନୁଭବ କରୁଥାଏ। ବିଶୁ ବାବୁ : କଣ, ଏତିକି ଟଙ୍କା ଚଳିବ ନା ଆଉ ଅଧିକ ଦରକାର ?? ହଁ ଯଦି ତୁମେ ଭଲ କାମ କରି ଦେଖେଇଲ ତେବେ ୬ ମାସ ପରେ ତୁମର ଇନକ୍ରୀମେଣ୍ଟ କରା ଯିବ। ରିନା ଖୁସିରେ ପାଗଳ ସେ ମନେ ମନେ ରାଜୁ ଏବଂ ବିଶୁ ବାବୁ ଙ୍କୁ ଧନ୍ୟବାଦ ଜଣାଉ ଥାଏ। ବିଶୁ ବାବୁ : କଣ ଏତିକି ଚଳିବ ନା ଆଉ ଅଧିକ ଦରକାର ? ରିନା : ନାହିଁ ସାର୍, ଏତିକି ଠିକ୍ ଅଛି।

ବିଶୁ ବାବୁ : ମୁଖ୍ୟ କଥା, ତୁମର କାମ କଣ !! ସେ କଥା କହିବା ଭୁଲି ଯାଇଛି ?? ତୁମେ ମୋର ଆସିଷ୍ଟାଣ୍ଟ ରହିବ । ଏହି ଫ୍ୟାକ୍ଟ୍ରି ର ସବୁ ହିସାବ ତମେ ବୁଝିବ । ତମେ ସନ୍ଧ୍ୟାବେଳେ ଆସିଲେ ତୁମକୁ ଦୀନରେ ହୋଇଥିବା ସବୁ କାମ ର ହିସାବ କିତାବ ରତ୍ନାକର ବାବୁ ତୁମକୁ କହିବେ । ତୁମେ ସବୁ ହିସାବ ଏହି କମ୍ପ୍ୟୁଟର ରେ ଯୋଡ଼ି ହିସାବ ସାଇତା ରଖିବ ଏବଂ ପ୍ରତିଦିନ ର ଷ୍ଟକ୍ କୁ ହିସାବ କରି ମୋତେ ସଂଧ୍ୟାରେ ଜଣେଇବ। (ରିନା ପୁଣି ଚିନ୍ତାରେ ପଡ଼ିଲା !! କମ୍ପ୍ୟୁଟର ତ ମୋତେ ଆସେନି) ବିଶୁ ବାବୁ : ତୁମକୁ କମ୍ପ୍ୟୁଟର ଆସେନି, ମୁଁ ଜାଣେ ହେଲେ ତମକୁ ରତ୍ନାକର ବାବୁ ସବୁ ଶିଖେଇ ଦେବେ। ରିନା : ହଁ ସାର୍ ତେବେ ଠିକ୍ ଅଛି !! ବିଶୁ ବାବୁ: ଆଉ ସବୁଠୁ ବଡ କଥା ? ତମେ ମୋତେ ସାର୍ ବୋଲି ଡାକିବ ନାହିଁ, ମୋତେ ଅଙ୍କଲ ବୋଲି ଡାକିବ । କାରଣ ରାଜୁ କହିଛି ଯେ ତୁମର କେହି ଅଙ୍କଲ ନାହାନ୍ତି । ରିନା : ଠିକ୍ ଅଛି ସାର୍। ବିଶୁ ବାବୁ : ପୁଣି ସାର୍ । ରିନା : ଓକେ, ଠିକ୍ ଅଛି ଅଙ୍କଲ। ତାପରେ ସମସ୍ତେ ଅଳ୍ପ ହସିଲେ। ବିଶୁ ବାବୁ : ଠିକ୍ ଅଛି ଏବେ ତୁମେ କଲେଜ୍ ଯାଅ ।

ଦୁହେଁ ବାହାରି ଗଲେ। ରିନା : ତମେ ମୋ ବିଷୟରେ ଅଙ୍କଲ କୁ ସବୁ କଥା କହିଛ କି ? ରାଜୁ : ହଁ, ନହେଲେ କଣ ଏତେ ଶୀଘ୍ର କଣ ଚାକିରି ମିଳି ଯାଆନ୍ତା କି ? ରୀନା : ଆଛା ସେ ଭଡ଼ା ଘର ବାଲା ଅଙ୍କଲ କହିଲେ କି ତମକୁ ସେ ପୁଅ କରିଛନ୍ତି, ମାନେ ମୁଁ କିଛି ବୁଝି ପାରିଲିନି। ରାଜୁ : ସେକଥା ପରେ କଥା ହେବା, ଏବେ ଚାଲ ଯିବା। ଦୁହେଁ କଥା ହୋଇ ବାଇକ୍ ରେ ବାହାରିଲେ କଲେଜ୍ ପୂର୍ବରୁ ପଡୁ ଥିବା ଗୋଟିଏ ଆମ୍ବ ଗଛ ପାଖରେ ପହଞ୍ଚିଲେ । କାରଣ ଝିପି ଝିପି ବର୍ଷା ଆରମ୍ଭ ହୋଇ ଯାଇଥିଲା । ରାଜୁ ଅପେକ୍ଷା ରିନା ର ମୁଣ୍ଡ ଏବଂ ଡ୍ରେସ୍ ଅଳ୍ପ ଓଦା ହୋଇ ଯାଇଥିଲା। ରିନା : ଶୀଘ୍ର ରଖ ମୁଁ ଓଦା ହୋଇ ଗଲିଣୀ ସେପଟେ କଲେଜ୍ ରେ ୩ ପିରିୟଡ଼ ଚାଲି ଗଲାଣି । ଏବେ ଆଉ ଦୁଇଟି ପିରିଆଡ୍ ଅଛି । ରାଜୁ : ଆରେ, ସବୁବେଳେ ଖାଲି ପାଠ ପାଠ, ପ୍ରଥମେ ଏ ବର୍ଷା ବନ୍ଦ ହେଉ ତାପରେ ଚିନ୍ତା କରିବା । ଆଉ ବେଳେବେଳେ ଏ ମଜୁନୁ ପାଇଁ ମଧ୍ୟ ସମୟ ବାହାର କର । ରିନା : ତମେ ମୋ ମଜୁନୁ ନୁହଁ, “ୟୁ ଆର୍ ଦ ବେଷ୍ଟ୍ ଫ୍ରେଣ୍ଡ୍ ଅଫ ମାଇଁ ଲାଇଫ୍ “। ରାଜୁ : ଖାଲି ବେଷ୍ଟ ଫ୍ରେଣ୍ଡ୍ ନା ଆଉ କିଛି ?? (ଅଳ୍ପ ଦୁଃଖରେ) ରିନା ରାଜୁ ର ଚୁଟି କୁ ଧରି କହିଲା, ଆଜିକାଲି ବେଶୀ ହେଲଣି ତମେ !! ରାଜୁ : ଓଃ ମୋତେ କଷ୍ଟ ହେଉଛି, ଛାଡ ମୋ ଚୁଟି କୁ !! ରିନା : ଏବେ ବର୍ଷା ବନ୍ଦ ହେବାକୁ ଲାଗି ଲାଣି ଏବେ ଚାଲ କଲେଜ୍ ଯିବା। ରାଜୁ : ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେବ ପ୍ଲିଜ୍ ? ରିନା : ଫାଲତୁ ପ୍ରଶ୍ନ ର ମୁଁ ଉତ୍ତର ଦେବୀ ନାହିଁ । ରାଜୁ : ତୁମ ପାଇଁ ବୋଧେ ଫାଲତୁ ହୋଇ ପାରେ କିନ୍ତୁ ମୋ ପାଇଁ ଏହା ବହୁତ୍ ମୂଲ୍ୟବାନ ପ୍ରଶ୍ନ ଟିଏ। ତମେ ସତରେ ମୋତେ ଏବଂ ମୋ ଭଲ ପାଇବା କୁ ଅନୁଭବ କରି ପାରିନ ? ରିନା : ନା, ମୋତେ ତମେ ସବୁବେଳେ ଗୋଟିଏ ଭଲ ସାଙ୍ଗ ଭଳି ଦେଖାଯାଉଛ। ରାଜୁ : ସତ କୁହ ! ରିନା : ହଁ ସତ କହୁଚି । କିନ୍ତୁ ଆଜି ତୁମେ ମୋ ଭଲ ପାଇବାକୁ ବୁଝି ପାରୁନ ଆଉ ଯେବେ ବୁଝିବ ସେତେବେଳ କୁ ମୁଁ ଥିବି କି ନଥିବି ଜାଣିନି । ରିନା : ଚୁପ୍ କର କହି ରାଜୁ ର ପାଟି କୁ ଚୁପ୍ କରିବାକୁ କହିଲା ଏବଂ ଦୁହେଁ କିଛି ମୁହୁର୍ତ୍ତ ପାଇଁ ବହୁତ ନିକଟ ତର ହୋଇଗଲେ କିନ୍ତୁ ସଙ୍ଗେ ସଙ୍ଗେ ରିନା ରାଜୁ ଠାରୁ ଦୂରେଇ ଯାଇ ଠିଆ ହେଲା।

କ୍ରମଶଃ….

ଚତୁର୍ଥ ପୃଷ୍ଠା କୁ ପଢନ୍ତୁ