
ଜରାଜୀର୍ଣ୍ଣ ପ୍ରସାଦ ପରି
ସମ୍ପର୍କର ସୌଧ ଭାଙ୍ଗି ଭୁଷୁଡି ପଡୁଛି
ମିଠା ମିଠା ପ୍ରେମର ଛଳନାରେ
ମୂଲ୍ୟହୀନ ପଦିଏ କଥାରେ ;
ପ୍ରାଜୁଯ୍ୟର ପାହାଚରେ ପାଦରଖି
ସମ୍ପର୍କ ଯୋଡ଼ିବାର
ଆହ୍ବାନ କାହିଁକି ?
ଛ ଋତୁ ର ଅନୁଭବ ମୁହୂର୍ତ୍ତକ ଭିତରେ
ନୂତନତାର ସନ୍ଧାନରେ
ବହୁ ଦୂରକୁ ଚାଲି ଯିବାର
ନୂଆ କଳ୍ପନାର
ମାନେ କଣ ପ୍ରେମ ????
ମନୋଜ କୁମାର ବେହେରାଙ୍କ ଦ୍ଵାରା ଲିଖିତ
ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ।
କଳ୍ପନା
