Tag Archives: ଝିଅ

ଝିଅ ଟିଏ ମୁଁ

ଝିଅ ଟିଏ ମୁଁ

ମୋର ମଧ୍ୟ ସମ୍ମାନ ଅଛି ।
ମୁଁ ମଧ୍ୟ ଦୁନିଆରେ ମୁଣ୍ଡ ଉଠେଇ
ବାଟ ଚାଲିବାକୁ ଚାହେଁ ।
କଣ ଭୁଲ ଥିଲା ମୋର ?
ଝିଅ ମାନଙ୍କ ଶରୀର ପ୍ରତି ଯଦି
ଏତେ ଅଭିଳାଷା ରହୁଛି ତେବେ
କିଛି ଟଙ୍କା ଦେଇ ବେଶ୍ୟାଳୟ ଯିବାର
ଇଚ୍ଛା ରଖିବା ଦରକାର ।
ମୁଁ ଛୋଟ ଝିଅ ଟିଏ ।
ଫୁଲ ଫୁଟିବା ଆଗରୁ
ଚିଣ୍ଡେଇ ବାର ପ୍ରୟାସ କରୁଛ ? 
ତୁମକୁ ଲାଜ ଲାଗୁନି ।
ଛି ରେ ମଣିଷ ।
କଣ ଅବା ମୋର ଭୁଲ ଥିଲା !!
କଣ ମନା କରିବା ମୋର ଭୁଲ ଥିଲା ?
ନା ବାରଣ କରିବା ଭୁଲ ଥିଲା ?
ଯଦି ବା ମୁଁ ମନା କରିଥିଲି !!
ମୋ ସହିତ ଧର୍ଷଣ କରିବା
କେତେ ଦୂର ଠିକ୍ ଥିଲା?
କିନ୍ତୁ ସହ୍ୟ କରିବାର ଶକ୍ତି
ମୁଁ ମଧ୍ୟ ହରେଇ ବସିଲି ।
ମୁଁ ଚାହେଁ ନାହିଁ ମୋ ବାପା ମା ଙ୍କ
ଇଜ୍ଜତ ନଷ୍ଟ ହେଉ।
ତେଣୁ ଆତ୍ମହତ୍ୟା ର ପନ୍ଥା ବାଛି ନେଲି। 
କିନ୍ତୁ ମୋ ମୃତ୍ୟୁ ର ନ୍ୟାୟ ହେବ ଏବଂ
ମୁଁ ମୋ ଅଧିକାର ସାବ୍ୟସ୍ତ ପାଇଁ
ପୁଣି ଜନ୍ମ ନେବି ଗୋଟିଏ ମା କୋଳରେ। 
କାରଣ ମୋ ନ୍ୟାୟ ପାଇଁ ମୁଁ
ପୁଣି ଫେରି ଆସିବି
କାରଣ
ଝିଅ ଟିଏ ମୁଁ..
ଝିଅ ଟିଏ ମୁଁ…

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…