ଲୋଭ ମଣିଷ ର ପ୍ରଥମ ଶତ୍ରୁ । ଯିଏ ବୁଝି ପାରିଛି ସେ ହିଁ ସତର୍କ ରହୁଛି । ବର୍ତମାନ ମଣିଷ 2023 ରେ ପହଞ୍ଚି ସାରିଲାଣି କିନ୍ତୁ ଲୋଭ ଏମିତି ଏକ ଅନୁଭବ ଟିଏ ଯାହା ମଣିଷ କେବେ ହରେଇ ପାରିବ ନାହିଁ ।
ମୋର ଏହି ମେସେଜ ସମସ୍ତଙ୍କ ପାଇଁ ।
ଆପଣଙ୍କ ପାଖକୁ ବହୁତ୍ ସାଙ୍ଗ କିମ୍ବା ଗ୍ରୁପ୍ ଦ୍ଵାରା ଲିଙ୍କ୍ ଆସେ ସେଥିରେ ଲେଖା ଥାଏ କି । ତେବେ ଗୋଟିଏ ଲିଙ୍କ୍ ର ଉଦାହରଣ ଆପଣଙ୍କୁ ଦେଉଛି ।
Jio କମ୍ପାନୀ ର 9 ବର୍ଷ ପୂରିବା ଉପଲକ୍ଷେ ଜିଓ ସମସ୍ତ ଗ୍ରାହକ ଙ୍କୁ 50 GB free Data ପ୍ରଦାନ କରୁଛି ।
ଠିକ୍ ଏହି ଭଳି ମେସେଜ ଟିଏ ଥାଏ ଏବଂ ତାର ତଳେ ଗୋଟିଏ ଲିଙ୍କ୍ ଥାଏ http://www.xyzahatjio.com ଏମିତି ଲିଙ୍କ୍ ଟିଏ ରହେ ।
ଏବେ ଆପଣଙ୍କୁ ସତର୍କ ହେବା ଦରକାର । ଆପଣ ଙ୍କ ଲୋଭ ଏଠି ଆରମ୍ଭ ହୁଏ ଏବଂ ଆପଣ ସଙ୍ଗେ ସଙ୍ଗେ ସେହି ଲିଙ୍କ୍ କୁ କ୍ଲିକ୍ କରି ଦିଅନ୍ତି ।
ତାପରେ ଆରମ୍ଭ ହୁଏ ପ୍ରକୃତ ଖେଳ !!!
ଆପଣଙ୍କୁ ଗୋଟିଏ ମେସେଜ ଦେଖା ଯାଏ ଯେ ଆପଣ ୧୦ ଟି ଗ୍ରୁପ୍ ରେ ଏହି ଲିଙ୍କ୍ କୁ ସେୟାର କରନ୍ତୁ ଏବଂ ଆପଣ ୧୨ ଘଣ୍ଟା ପରେ 50GB ଡାଟା ଆପଣଙ୍କ ମୋବାଇଲ ନମ୍ବର ରେ ପାଇ ଯିବେ।
ହେଲେ ଆପଣ ନିଜ ଲୋଭ କୁ କଣ୍ଟ୍ରୋଲ ନ କରି ଆଖି ବନ୍ଦ କରି 10 ଟି ଗ୍ରୁପ୍ ଆଉ 50 ଜଣ ଲୋକ କୁ ସେୟାର କରି ଦେଲେ କିନ୍ତୁ କିଛି ଲାଭ ନାହିଁ । 12 ଘଣ୍ଟା ରୁ 20 ଘଣ୍ଟା ମଧ୍ୟ ବିତିଗଲାଣି । କିଛି ଡାଟା ଆସୁନି । ଆପଣ ପୁଣି ସେ ଲିଙ୍କ୍ କୁ କ୍ଲିକ୍ କରନ୍ତି । ସେଠି ମେସେଜ ଆସେ । ଆପଣ ଆପଣଙ୍କ ଟର୍ନ ପୁରା କରି ସାରିଲେଣି। ସେଠି ବେଳେବେଳେ ପୁଣି ସେୟାର କରିବାକୁ କୁହେ ।
ହେଲେ ଏଠି ଗୋଟିଏ କଥା ଆପଣ ବିଲକୁଲ ଧ୍ୟାନ ଦେଇ ନାହାନ୍ତି । ଯେ ପ୍ରକୃତ ରେ କଣ ହେଲା ? ଏବଂ ଶେଷରେ ଆପଣ ନ ମିଳିବା ପରେ କାନ, ମୁଣ୍ଡ ଆଉଁସି ଚୁପ୍ ଚାପ୍ ରହିଗଲେ ।
କିନ୍ତୁ ଏଠି ଆପଣ ଭୁଲ କରି ସାରିଲେଣି । ପ୍ରଥମ ତଃ ଆପଣ ଚେକ୍ କରି ନାହାନ୍ତି ଯେ । ଆପଣ ଯୋଉ ଲିଙ୍କ୍ ଦେଖିଲେ ସେଠି jio ର original ସାଇଟ୍ ନଥିଲା, ଭୁଲ ସାଇଟ୍ ଥିଲା ।
ଦ୍ବିତୀୟ ରେ ଲିଙ୍କ୍ କୁ ଯେତେ ଲୋକଙ୍କୁ ସେୟାର କରିଲେ । ଆପଣଙ୍କ ଭଳି ଡାଟା ଲୋଭ ରେ ସେମାନେ ମଧ୍ୟ ବହୁତ୍ ଲୋକଙ୍କୁ ସେୟାର କରି ସାରିଥିବେ।
ପ୍ରକୃତ କାହାଣୀ କହୁଛି । Gift କି Data କି ଟଙ୍କା କିଛି ମିଳୁ ନାହିଁ ।
ଆଉ କିଛି ଦିନ ପରେ , ଆପଣଙ୍କୁ credit card ନିଅନ୍ତୁ, ଲୋନ୍ ନିଅନ୍ତୁ , ଏମିତି ବହୁତ୍ କିଛି ଅଫର୍ ଆପଣଙ୍କ ମୋବାଇଲ ନମ୍ୱର୍ ରେ ଆସେ। ଏହି ସବୁ ର କାରଣ ସେ ସବୁ ଲିଙ୍କ୍ ରେ କ୍ଲିକ୍ କରିଥିବା ଯୋଗୁ ହେଉଛି ।
କୌଣସି କମ୍ପାନୀ ଆପଣଙ୍କୁ ଲିଙ୍କ୍ ସେୟାର କରି ଟଙ୍କା କିମ୍ବା ଉପହାର ଦିଏ ନାହିଁ । ଏମିତି କି ମୁଁ ନିଜେ ଜଣେ ବ୍ଲଗର । ମୁଁ ମଧ୍ୟ କେବେ ମଧ୍ୟ ଲିଙ୍କ୍ ସେୟାର କରିଲେ ଟଙ୍କା ଟିଏ ଦେଇ ପାରିବି ନାହିଁ । କାରଣ, ଆଜି କାଲି ଦୁନିଆରେ Open Network ରୁ ଟଙ୍କା କମେଇବା ବହୁତ୍ କଷ୍ଟ ହେଲାଣି। ତେଣୁ କୌଣସି ଲିଙ୍କ୍ ଦ୍ଵାରା ଆପଣଙ୍କୁ ଟଙ୍କା ଟିଏ ଫାଇଦା ହେବ ନାହିଁ। ମୁଁ ଶତ ପ୍ରତିଶତ ଗାରେଣ୍ଟୀ ଦେବୀ। ଆଉ ଆପଣଙ୍କୁ ଅନୁରୋଧ କରୁଛି ଯେ ଏଭଳି ବେକାର ଲିଙ୍କ୍ କୁ କାହାକୁ ମଧ୍ୟ ସେୟାର କରନ୍ତୁ ନାହିଁ । କାରଣ, ଏହି ଲିଙ୍କ୍ ମାଧ୍ୟମରେ ତୁମେ ଯେତେ ଲୋକଙ୍କୁ ସେୟାର କରିବ ସେ ଲିଙ୍କ୍ owner ତୁମର ଏବଂ ତୁମର ସବୁ ସାଙ୍ଗ ଏବଂ ଗ୍ରୁପ୍ ରେ ଥିବା ଯେତୋଟି ସଦସ୍ୟ ଏହି ଲିଙ୍କ୍ ରେ କ୍ଲିକ୍ କରିବେ ସେ ସେମାନଙ୍କ ମୋବାଇଲ୍ ନମ୍ବର୍ କୁ ସେଭ୍ କରି ରଖେ ।
ତେବେ ସତର୍କ ରୁହନ୍ତୁ
ମୁଁ ଏହି ମେସେଜ ଟିକୁ କାହିଁକି ଲେଖିଛି କାରଣ, ଏମିତି Cyber ଠକାମୀ ଏବଂ ଅନ୍ୟ Cyber ସମ୍ବନ୍ଧୀୟ ସଚେତନ ମୂଳକ କାର୍ଯ୍ୟକ୍ରମ ଭଳି ବହୁତ୍ ସେମିନାର ରେ ଯୋଗ ଦେଇଛି ଏବଂ ମୁଁ ଏହି ବିଷୟ ପ୍ରତି ବହୁତ୍ ଭଲ ଭାବେ ପରିଚିତ । ମୋ ମୋ କଥାକୁ ଆପଣ ବିଶ୍ବାସ କରି ପାରିବେ ।