Tag Archives: daughter in law

ନୁଆ ବୋହୁ

ନୁଆ ବୋହୁ
ନୁଆ ବୋହୁ

ଅଧା ଖୁଞ୍ଚା ଲୁଗା ଖସି ଯାଉଛି
ଶାଶୁ ତିକ୍ଷଣେ ନଜରେ ବସି ରହିଛି
ରୋଟି ଗୋଲ୍ ହେବା ବଦଳେ
ସବୁ ଭୁଲ ଭାଲ୍ ହେଉଛି
କାହିଁକି ନା ତାଙ୍କ କାର୍ଯ୍ୟ ବଦଳି ହେବାକୁ ଯାଉଛି।

ନଣନ୍ଦ ହାତ ମିଶେଇ ଦେଉଛି
ବୋହୂ କୁ ନୂଆ ସାଙ୍ଗ ମିଳିଛି
ଦୁଃଖ ସୁଖ ପାଇଁ ସମୟ ନାହିଁ
କିନ୍ତୁ ସେ ଭାବି ଖୁସି ଯେ ହେଉଛି
ଭାଉଜ ରୂପରେ ଭଉଣୀ ଟେ ମିଳିଛି। 

ଶଶୁର ଙ୍କ ପ୍ରଶଂସା କହିଲେ ନସରେ
ଭୁଲ ଥାଇ ମଧ୍ୟ ସବୁ କ୍ଷମା ମିଳିଯାଏ
ସେବା ରେ ତାଙ୍କର ଅଣଦେଖା ହୁଏନା
ସବୁ ସମସ୍ୟା ର ସମାଧାନ ବୋହୂ ପାଖରେ
ସେଥିପାଇଁ ତାଙ୍କୁ ନୂଆ ସଲାହକାର ଟେ ମିଳିଛି ।

ଦିଅର କଥା କଥାରେ ଯୁଦ୍ଧ ର ଆହ୍ବାନ ଦେଉଛି
କିନ୍ତୁ ସବୁ ଜିନିଷ ହାତ ପାହାନ୍ତରେ
ଦିଆଯାଏ ବୋଲି
କେବେ ଗୃହ ଯୁଦ୍ଧ ଆରମ୍ଭ ହୋଇନି
କାରଣ ତାଙ୍କୁ ରାଣୀ ଲକ୍ଷ୍ମୀବାଇ ଟେ ମିଳିଛି ।

ସ୍ବାମୀ ସକାଳୁ ଗଲେ ସଂଧ୍ୟା ରେ ଫେରନ୍ତି
ଘର ର କିଛି ଭୁଲ ହେଲେ
ସବୁ ଦୋଷ ସ୍ବାମୀ ମୁଣ୍ଡକୁ ଦିଅନ୍ତି
କାରଣ ସୁନ୍ଦରୀ ସ୍ତ୍ରୀ ର ସବୁକଥା
ଆଜି ପର୍ଯ୍ୟନ୍ତ ସ୍ବାମୀ ମାନି ଆସିଛନ୍ତି।

ଛୁଟି ଦିନେ ସ୍ବାମୀ ଖୋଜେ ଘରଣୀ
ସେଦିନ ହିଁ ଶୀଘ୍ର କାମ ସରେନି
ସ୍ବାମୀ କୁ ସମୟ ନ ଦେଲେ
ତାଙ୍କର ବିପି ହାଇ ରୁ ଲୋ ହୁଏନି
ସ୍ବାମୀ କୁ ସ୍ତ୍ରୀ ର ଭଲ ପାଇବା ମଧ୍ୟ ସମୟରେ ମିଳେନି ।

ନିଜେ ଜଳି ଜ୍ୱଳନ୍ତ ଉଦାହରଣ ସାଜିଛି
ମାତ୍ର ମୁଁ ମୋର କର୍ତ୍ତବ୍ୟ ନିଭେଇ ଚାଲିଛି
ସମସ୍ତଙ୍କ ଦୁଃଖ ସୁଖ ଠିକ୍ ରେ ବୁଝୁଛି
ସବୁ ଅଳୀ ଅର୍ଦଳି ଅନୁଭବ କରି ପାରୁଛି
କାରଣ ଏ ଘରେ ମୁଁ ନୂଆ ବୋହୂ ହୋଇ ଆସିଛି ।
ଏ ଘରେ ମୁଁ ନୂଆ ବୋହୂ ହୋଇ ଆସିଛି ।

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…



ଉପରୋକ୍ତ ବିଷୟ ଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ


ଧନ୍ୟବାଦ ।

iii. Odia