ମୋ ଦେଶର ଗାଥା
ମୁକ୍ତ ଆକାଶ ରେ ଉଡେ ଫର ଫର
ଶାନ୍ତିର ପ୍ରତୀକ ନେଇ,,
କହି ଚାଲେ ଚାଲ
ଦେଖାଇ ଦେବା ହେ
ଭାରତ ବାସୀ ଟେ ହୋଇ…
ଶୁଣ ଶୁଣ ଜନେ
କର ହେ ମଣ୍ଡିତ
ଦେଶର ଗୌରବ କଥା,,
ସୂର୍ଯ୍ୟ ଉଇଁଲାଣି
ନବ ଦିବସର
ବାଣ୍ଟିବା ଦେଶର ଗାଥା…
ମହା ପୁରୁଷ ଯେ
ଶିଖାଇ ଦେଲେ ହେ
ହାରିବନି କେବେ ତୁମେ,,
ବଞ୍ଚାଇ ରଖିବୁ
ଦେଶର ସମ୍ମାନ
କରି ଅଛୁ ପଣ ଆମେ…
ତିନି ରଙ୍ଗର ଯେ
ସମଷ୍ଟି ସେ ଧ୍ଵଜ
ରଙ୍ଗର ମହତ୍ତ୍ଵ ଦେଇ,,
ଉଠ ହେ ଏ ମାଟିର
ପୁତ୍ର ଯେ ମୋହର
ଶାନ୍ତିର ବାରତା ନେଇ…
ନାରଙ୍ଗୀ ରଙ୍ଗ ଟି
ଦେଖାଏ ବାଟ ଯେ
ତ୍ୟାଗ ବଳିଦାନ ବାର୍ତ୍ତା,,
ହାରି ନାହଁ ତୁମେ
ଦେଶର ବୀର ହେ
ହାସଲ କର ହେ ସର୍ତ୍ତା…
ଧଳା ରଙ୍ଗ ଟି ଯେ
ଦେଖାଏ ଆମକୁ
ସତ୍ୟ ଅହିଂସାର ରାସ୍ତା,,
କହିଚାଲେ ସଦା
ଲୋପ କର ବୀର
ନିନ୍ଦା ଅତ୍ୟାଚାର ବ୍ୟଥା…
ଉନ୍ନତି ପଥରେ ଆଗେଇ
ଚାଲ ହେ ସବୁଜ ରଙ୍ଗକୁ ନେଇ,,
ଗାଉଥିବୁ ଗାଥା ଏ ଦେଶ ମାଟିର
ନିଃସ୍ୱାର୍ଥ ପର ଟେ ହୋଇ…
ଜୟ ହିନ୍ଦ୍
ଜୟ ଭାରତ
ରୁବି ନାହାକ (ଲେଖିକା)
If the contents are helpful to share them with your friends, Thanking You.