Tag Archives: Kids Writer

ସେବା ହିଁ ଧର୍ମ (ଓଡ଼ିଆ ଗଳ୍ପ)

ସେବା ହିଁ ଧର୍ମ

 

 
 

ମୁକୁନ୍ଦପୁର ନାମରେ ଗୋଟିଏ ସୁନ୍ଦର ଗ୍ରାମ ଥିଲା । ମୁକୁନ୍ଦପୁର ନାମ ଶୁଣିବାକୁ ଯେତିକି ସୁନ୍ଦର ତାଠାରୁ ଅଧିକ ସୁନ୍ଦର ସେହି ଗ୍ରାମର ସୌନ୍ଦର୍ଯ୍ୟ ଏବଂ ପ୍ରକୃତି ଭରା ପରିବେଶ । ଏହି ମୁକୁନ୍ଦପୁର ପାହାଡ ତଳେ ଛୋଟ କୁଡିଆ ରେ କୃଷ୍ଣ ଓ ତା ବାପା ମା ରହୁଥିଲେ। ସେ ଅତି ଗରିବ ଥିଲେ । କୃଷ୍ଣର ବାପା ଜଣେ କୃଷକ ଥିଲେ ଏବଂ ଜଙ୍ଗଲ କୁ ଯାଇ କାଠ ଆଣି ବ୍ୟବସାୟ କରୁଥିଲେ । ସେହି କାଠ ବିକ୍ରି କରି ଯାହା ଅର୍ଥ ଉପାଜର୍ନ କରୁଥିଲେ ସେହି ଟଙ୍କା ରେ ତାଙ୍କ ପରିବାର ଦୁଃଖ ସୁଖ ରେ ଚଳୁଥିଲେ ।

 

କୃଷ୍ଣର ମା ବି ଶିକ୍ଷିତ ନଥିଲେ । ସେମାନଙ୍କ ଛୋଟ ପରିବାର ଦୁଃଖ ଦାରିଦ୍ର୍ୟ ର ସମୁଦ୍ର ରେ ଡୁବି ରହିଥିଲେ ମଧ୍ୟ ସେମାନେ ଅଳ୍ପ ଅର୍ଜନ ରେ ଖୁସିରେ ଥିଲେ କିନ୍ତୁ କୃଷ୍ଣର ସ୍ବପ୍ନ ଥିଲା ଯେ ସେ ବହୁତ୍ ଭଲ ପାଠ ପଢ଼ିବ । ବଡ ହେଲାପରେ ସ୍ଥଳ ବାହିନୀ ରେ ମୁଖ୍ୟ ସୈନିକ ହେବ । ଆଉ ଦେଶ ସେବା କରିବ କିନ୍ତୁ ତାର ଦାରିଦ୍ର୍ୟ ତାହାର ସ୍ୱପ୍ନରେ ବାଧା ସୃଷ୍ଟି କରୁଥିଲା। ଯେଉଁଠି ତା ପରିବାରରେ ଦିନକୁ ଦୁଇ ମୁଠା ଖାଇବା କଷ୍ଟ ସେଠି ସେ ତା ସ୍ବପ୍ନ କେମିତି ପୁରଣ କରିବ। ତଥାପି କୃଷ୍ଣ ତାର ସ୍ବପ୍ନ ଅବା ତା ଜୀବନର ଲକ୍ଷ୍ୟ  ବିଷୟ ରେ ତା ବାପା ମାଆଙ୍କୁ ଜଣେଇଲା । କୃଷ୍ଣର ଏହି ସ୍ଵପ୍ନ ପୁରଣ କରିବା ପାଇଁ କୃଷ୍ଣ ଅଧିକ ପରିଶ୍ରମ କରୁଥିଲା । ଯାହା ଦ୍ଵାରା ସେ ପାଠ ପଢି ତା ସ୍ଵପ୍ନ ପୂରଣ କରିପାରିବ । 

 

ଏମିତି କିଛି ବର୍ଷ ଗଲା ପରେ ସେମିତି ହିଁ ଦୁଃଖ ସୁଖରେ ପରିବାର ଚଳୁଥିଲା । ଏମିତି ଦେଖୁ ଦେଖୁ କୃଷ୍ଣ ଅଷ୍ଟମ ଶ୍ରେଣୀ ରେ ପହଁଚିଗଲା । କୃଷ୍ଣ ଶ୍ରେଣୀରେ ପ୍ରଥମ ହେଉଥିଲା । ଦିନେ କୃଷ୍ଣର ବାପା ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ । କାଠ ହାଣୁଥିବା ସମୟରେ ଗଛ ର ତଳେ ଗୋଟିଏ ସାପ ଶୋଇଥିଲା । ହଠାତ୍ କୃଷ୍ଣର ବାପାଙ୍କ ପାଦ ତା ଲାଞ୍ଜ ଉପରେ ପଡ଼ିଗଲା ସେହି ସାପ ରାଗରେ କୃଷ୍ଣ ର ଗୋଡ଼କୁ କାମୁଡି ଦେଲା। ସେହି କ୍ଷଣି ତା ବାପା ସେଠୀ ଅଚେତ୍ ହୋଇଗଲେ । ସେହି ରାସ୍ତା ଦେଇ ଜଣେ ଲୋକ ଯାଉଥିଲେ, କୃଷ୍ଣ ବାପା ଙ୍କୁ ଦେଖି ଆସି ତାଙ୍କ ପାଖରେ ପହଞ୍ଚିଲେ। ସେ ଲୋକ ତାଙ୍କୁ ନେଇ ଡାକ୍ତର ଖାନା ରେ ପହଞ୍ଚିଲେ । ଆଉ ତାଙ୍କ ଗାଁ କୁ ଖବର ଦେଲେ । କୃଷ୍ଣ ଓ ତା ମାଆ କିଛି ଟଙ୍କା ନେଇ ସଙ୍ଗେ ସଙ୍ଗେ ସେଠୀ ପହଞ୍ଚିଲେ । ସେତେବେଳକୁ ବାପା ପୁରା ଗୁରୁତ୍ୱର ହୋଇ ଯାଇଥିଲେ । ମାଆ କାନ୍ଦି କାନ୍ଦି ଡାକ୍ତର ବାବୁ ଙ୍କୁ ଅନୁରୋଧ କରି କହିଲେ ମୋ ସ୍ବାମୀ ଙ୍କୁ ବଞ୍ଚାଇ ଦିଅ ଡାକ୍ତର ବାବୁ । ଡାକ୍ତର କିଛି ନ କହି ଚିକିତ୍ସା ଆରମ୍ଭ କଲେ ତଥାପି ବଞ୍ଚାଇ ପାରିଲେ ନାହିଁ । ବାହାରକୁ ଆସି କୃଷ୍ଣର ମାଆଙ୍କୁ ଜଣାଇଲେ ତୁମ ସ୍ବାମୀ ଆଉ ଜୀବିତ ନାହାନ୍ତି । ଏହା ଶୁଣି କୃଷ୍ଣ ର ମା ବହୁତ୍ କାନ୍ଦିଲେ । ଭାଙ୍ଗି ପଡ଼ିଲେ । କୃଷ୍ଣ ବି ବାପାଙ୍କୁ ହରେଇବା ର କଷ୍ଟ ସହ୍ୟ କରିପାରୁ ନଥିଲା । କୃଷ୍ଣ ଓ ତା ମାଆ ଶବ ସତ୍କାର କରି ଘରକୁ ଫେରିଲେ ।

 

କିଛି ଦିନ ଭୋକ ଉପାସରେ ଦିନ କାଟିଲେ । କୃଷ୍ଣ ମଧ୍ୟ ପାଠପଢ଼ା ବନ୍ଦ କରିଦେଇଥିଲା । ମାଆ ଭାବିଲେ ମୋ ପୁଅ ର ସ୍ବପ୍ନ କୁ ମୁଁ ଯେମିତି ବି ହେଉ ପୂରଣ କରିବି । ତାକୁ ମୁଁ ତାର ବାପା ଙ୍କ ଅଭାବ ହେବାକୁ ଦେବିନି । ମାଆ କାମ ଖୋଜିବାକୁ ବାହାରିଲେ, ଆଉ କାମ ମଧ୍ୟ ମିଳିଗଲା । ନିତିଦିନ କାମ କୁ ଯାଉଥିଲେ।  ସେଥିରୁ ଯାହା ମିଳୁଥିଲା ଘର ଖର୍ଚ୍ଚ କରି କୃଷ୍ଣ ର ପାଠ ପଢ଼ାପାଇଁ ରଖିଲେ। କୃଷ୍ଣ ପୁଣି ପାଠପଢ଼ା ଆରମ୍ଭ କରିଲା ।ଦିନ ହଠାତ୍ କୃଷ୍ଣ ର ମାଆ ଙ୍କୁ ବାପା କଥା ମନେ ପଡ଼ିଲା। ସେ ସେହି କଥା ଭାବି ଭାବି କାମ କୁ ଯାଉଥିଲେ ହଠାତ୍ ପଛପଟୁ ଟ୍ରକ୍ ଆସି ଧକା ଦେଇ ଚାଲିଗଲା । ସେଠୀ ସେହି କ୍ଷଣି କୃଷ୍ଣ ର ମାଆ ଙ୍କ ମୃତ୍ୟୁ ଘଟିଲା । ସେଦିନ କୃଷ୍ଣ ର ପରୀକ୍ଷା ଫଳ ବାହାରିଲା ଏବଂ ସେ ଶ୍ରେଣୀରେ ପ୍ରଥମ ସ୍ଥାନ ହୋଇଗଲା । ସେହି ଖୁସି ଖବର କୁ ମାଆ ଙ୍କୁ ଜଣେଇବା ପାଇଁ ଦୌଡ଼ି ଆସିଲା ବେଳେ ସେ ରାସ୍ତା ରେ ଦେଖିଲା ଯେ ଗୋଟିଏ ସ୍ଥାନରେ ଲୋକ ରୁଣ୍ଡ ହୋଇଥାନ୍ତି । ସେ ସେହି ସ୍ଥାନ କୁ ଦଉଡ଼ି ଗଲା ଦେଖିବା ପାଇଁ ସେ ସେହି ଗହଳି ଭିତରକୁ ଯାଇ ଦେଖିବା ବେଳକୁ ତାର ମା ରକ୍ତାକ୍ତ ଅବସ୍ଥା ରେ ପଡିଛନ୍ତି ।

 

ମାଆ ଙ୍କ ରକ୍ତ ଯୁଡୁବୁଡୁ ଶରୀର ପାଖରେ ନିଜ ମୁଣ୍ଡ କୁ ପିଟି ସେ ବହୁତ୍ ଜୋରରେ କାନ୍ଦିବାକୁ ଲାଗିଲା । ସେ ସାହି ପଡିଶା ଙ୍କ ସାହାଯ୍ୟରେ ଶବ ସତ୍କାର କରି ଘରକୁ ଫେରିଲା । ସେ ଭାବିଲା ଆଜି ଠାରୁ ତା ଜୀବନର ଲକ୍ଷ୍ୟ ସ୍ବପ୍ନ ଓ ତାର ସବୁ ଖୁସି ଉପରେ ପୂର୍ଣ୍ଣ ଛେଦ ପଡ଼ିଗଲା। ଜଣେ ଭଦ୍ର ବ୍ୟକ୍ତି କୃଷ୍ଣ ପାଖକୁ ଆସି ପଚାରିଲା କାହିଁକି କାନ୍ଦୁଛୁ ?? କୃଷ୍ଣ ସବୁ କଥା ଜଣାଇଲା ସବୁ ଶୁଣିଲା ପରେ ବ୍ୟକ୍ତି ଜଣଙ୍କ କହିଲେ ତୁମେ ବ୍ୟସ୍ତ ହୁଅନା ପୁଅ । ମୁଁ ତୁମ କୁ ସାହାଯ୍ୟ କରିବି ଆଉ ପାଠ ପଢା ଖର୍ଚ୍ଚ ମଧ୍ୟ ଉଠେଇବି। ଏମିତି କହି କୃଷ୍ଣ କୁ ଆଶ୍ଵାସନା ଦେଲେ । କୃଷ୍ଣ କୁ କିଛି ଟଙ୍କା ଦେଇ କହିଲେ ତୁମେ ପରିଶ୍ରମ କର କେବେ ଭାଙ୍ଗି ପଡ଼ିବ ନାହିଁ ପୁଅ । ଏତିକି କହି ସେ ବ୍ୟକ୍ତି ଜଣଙ୍କ ସେଠୁ ଚାଲିଗଲେ । ସେହି କଥା ଶୁଣି କୃଷ୍ଣ ଶାନ୍ତ ପଡ଼ିଲା ଏବଂ ପୁଣି ଥରେ ସେ ଉଠି ଆସିଲା ନିଜ ଲକ୍ଷ୍ୟ ହାସଲ କରିବା ପାଇଁ । ଧିରେ ଧିରେ ପରିଶ୍ରମ କରି ପାଠ ପଢିଲା ଏବଂ ନିଜ ପାଇଁ ଖର୍ଚ୍ଚ ବାହାର କରିଲା । ଧିରେ ଧିରେ ବଡ ହେବାକୁ ଲାଗିଲା। ଛୋଟ ମୋଟ ବ୍ୟବସାୟ ଟିଏ ଆରମ୍ଭ କରିଲା । ସେଥିରୁ ଯାହା ସଞ୍ଚୟ କରିଲା ସେ ସବୁ କୁ ତାର ପାଠ ପଢ଼ାରେ ଲଗେଇ ଦେଲା । ୬ ବର୍ଷ ର ସଂଘର୍ଷ ପରେ ଭାରତୀୟ ସ୍ଥଳ ସୈନିକ ବାହିନୀ ରେ ସେ ଯୋଗ ଦେଲା । ସମସ୍ତ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ଦେଶ ପାଇଁ ବି ବହୁତ୍ ଭଲ କାମ କରି ଭାରତୀୟ ସରକାର ଙ୍କ ତରଫରୁ ବହୁତ୍ ପଦକ ହାସଲ କଲା। 

 

କିଛି ଦିନ ପରେ ଛୁଟି ନେଇ ଗାଁ କୁ ଆସିଲା । ଆସିବା ସମୟର ସେ ସେହି ଭଦ୍ର ବ୍ୟକ୍ତି ଙ୍କୁ ଦେଖିଲା ଯିଏ ତାକୁ ସାହାଯ୍ୟ କରିଥିଲେ ଏବଂ ଆଗକୁ ବଢ଼ିବା ପାଇଁ ସହାୟତା କରିଥଲେ । କୃଷ୍ଣ ଗାଡିରୁ ଓହ୍ଲାଇ ଯାଇ ସେ ବ୍ୟକ୍ତି ଙ୍କ ପାଦତଳେ ପଡ଼ିଗଲା । କହିଲା ଆପଣ ଯଦି ସେହି ସମୟରେ ସାହାଯ୍ୟ କରିନଥାନ୍ତେ ତେବେ ମୁଁ ଆଜି ଏହି ସ୍ଥାନ ରେ ପହଞ୍ଚି ନଥାନ୍ତି । ସେ ଭଦ୍ର ବ୍ୟକ୍ତି ଜଣଙ୍କ କହିଲେ, ମୁଁ ବି ଜଣେ ଅନାଥ ଏବଂ ମୁଁ ଅନ୍ୟ ଜଣେ ଅନାଥର ଦୁଃଖ କେମିତି ବୁଝିନଥାନ୍ତି। ଆପଣ ମୋ ସହିତ ଚାଲନ୍ତୁ । ଆଜି ଠାରୁ ଆପଣ ମୋ ସହିତ ରହିବ । ଆଜି ଠାରୁ ଆପଣ ମୋ ବାପା । କୃଷ୍ଣ ସେହି ବ୍ୟକ୍ତି ଙ୍କୁ ଘରକୁ ପାଛୋଟି ନେଇଗଲା । ସେହିଦିନ ଠାରୁ କୃଷ୍ଣ କୁ ତାର ବାପା ମିଳି ଯାଇଥିଲେ । ତା ପର ଠାରୁ କୃଷ୍ଣ କେବେ ନିଜକୁ ଅନାଥ ବୋଲି ମନେ କରିନି।  ଆଜି ମଧ୍ୟ କୃଷ୍ଣ ର ବାପା କୃଷ୍ଣ ପାଖରେ ରୁହନ୍ତି ଏବଂ ଖୁସିରେ ତାଙ୍କ ଦିନ ବିତୁଛି । ବେଳେବେଳେ ମଣିଷର ଅଳ୍ପ ସାହାଯ୍ୟ ରେ ଭବିଷ୍ୟତ ତାକୁ ବହୁତ୍ କିଛି ଦେଇ ଦିଏ । ସେବା କରିବାକୁ ପଛାନ୍ତୁ ନାହିଁ।  ସେବା ହିଁ ଧର୍ମ ।

 

ନମସ୍କାର ।

 

ହରିକୃଷ୍ଣ ସାହୁ (ଶିଶୁ ଲେଖକ)

ଅଷ୍ଟମ ଶ୍ରେଣୀ, ବିରଞ୍ଚିପୁର, ଗଞ୍ଜାମ ।

 
 
 
 
 

If the contents are helpful to share them with your friends, Thanking You.