ଆହା କି ସୁନ୍ଦର ମଣିଷ ଜୀବନ
ସଭିଙ୍କୁ କରିବା ମିଶାଣ ।
ଦେବା ନାଇଁ କାହା ମନରେ କଷଣ
ହୋଇବା କାହିଁକି ଫେଡାଣ ।।
ଗୁଣନ କରି ଆମେ ଲିଭାଇ ଦେବା ଯେ
ହିଂସା ଛଳ କପଟ ନିଆଁ ।
ସତ୍ କରମେ କରୀକି ଯିବା ହେ
ବିଳମ୍ବ କରିବା କିଆଁ ।।
ହରଣ କରିବ କିଏ ଯେ ଆମର
ମନ କୁ କରିବ ଚୋରି ।
ତାହାରି ହାତରେ ରହିଛି ପରା ଏ
ସଂସାରର ପ୍ରେମ ଡୋରି ।।
ସମୟ ଆମକୁ ଶିଖାଇ ଦିଏ ଯେ
ଜୀବନର ଅଙ୍କ ହରଣ ।
ମାତା ପିତା ଗୁରୁ ସାକ୍ଷାତ ଇଶ୍ବର
ଚାଲ ପୂଜୀବା ତାଙ୍କ ଚରଣ ।।
ଭଲ କାମ ପାଇଁ ଆସିଛୁ ଆମେ ଯେ
ଦେବା ଟି ଉଚିତ୍ ଦର ।
କାଳ ଚକ୍ରରେ ଛନ୍ଦୀ ହୋଇ ଆମେ
କିଆଁ ହେବା ଯେ ଯମ ର ଦ୍ଵାର । ।
ମିଳିବ ନାହି ଏହି ସୁନ୍ଦର ସଂସାର
ଉଜାଡି ଯିବ ଏ ବାଲି ଘର।
ମିଶାଣ ଫେଡାଣ ଗୁଣନ ହରଣ
କଲେ ଜଣା ପଡେ ଏଠି
କିଏ ଆପଣାର ଆଉ କିଏ ପର ।।
ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା।
If the contents are helpful to share them with your friends, Thanking You.
Like this:
Like Loading...
 |
heylife2 |
ହେ ଜୀବନ….
ଏତେ ବି ତୁମେ ଯନ୍ତ୍ରଣା ଦିଅନା
ଯେମିତି କି ମୁ , ଛିନ୍ନ ଭିନ୍ନ ହୋଇ ରହିଯିବି ।
ଏତେ ବି ତୁମେ ଦୁଃଖ ଦିଅନା
ଯେମିତି କି ମୁ , ଖୁସିରେ ରହିବା ଭୁଲିଯିବି।
ଏତେ ବି ତୁମେ ଲୁହ ଦିଅନା
ଯେମିତି କି ମୁ , ହସିବା ଭୁଲିଯିବି।
ଏତେ ବି ତୁମେ ପରିକ୍ଷା ନିଅନା
ଯେମିତି କି ମୁ , ହାରିବା ଜିଇଁବା ଭୁଲି ଯିବି।
ହେ ଜୀବନ….ଏତେ ବି ମୋତେ କଷ୍ଟ ଦିଅନା…….
ରବୀନ୍ଦ୍ର ଙ୍କ କଲମରୁ…
Thanking You, By Bhuyans Blog
Like this:
Like Loading...
 |
Hey Life |
ହେ ଜୀବନ….
ଜଣା ତ ଅଛି ତୋତେ
ଶେଷ ଲକ୍ଷ୍ୟ ମୋର ମଶାଣି ରେ
ତଥାପି ଚାଲିଛୁ ତୁ ଦ୍ରୁତ ବେଗରେ
ଟିକେ ଧିରେ ତ ଚାଲ୍ …..
କାହିଁକି ନା…..
ବାକି ଅଛି ମୋର…
କିଛି କର୍ତ୍ତବ୍ୟକୁ ନିଭେଇବାର
ବାକି ଅଛି ମୋର…
କାହା ସ୍ୱପ୍ନ କୁ ପୁରା କରିବାର
ବାକି ଅଛି ମୋର…
କାହା ଋଣ ସବୁ ସୁଝିବାର
ବାକି ଅଛି ମୋର…
କାହା ଓଠେ ଟିକେ ହସ ଫୁଟେଇବାର
ଆଉ ବାକି ଅଛି ମୋର…
ସଭିଙ୍କ ହୃଦୟ ରେ ଟିକେ ଜାଗା ନେବାର
ହେ ଜୀବନ ଟିକେ ଧିରେ ତ ଚାଲ୍….
ରବୀନ୍ଦ୍ର ଙ୍କ କଲମରୁ…..
Like this:
Like Loading...
New World with Story, Poem, Article & Experience.