Tag Archives: #manoj_kumar_poem_shabda_tamama

ଶବ୍ଦ ତମାମ

ଶବ୍ଦ ତମାମ



ଦିନ ତମାମ ତୁମ ଭାବନା ଦିନେ
ମନର ଆବେଗ କୁ ବିଚଳିତ କରୁଥିଲା
ଅଶାନ୍ତ ଉଦାଶର ଯୋଗେ ନିରବତା ;
ଆଜି କିନ୍ତୁ ବ୍ୟସ୍ତ ରହିବାର ବାହାନା
ବାଧ୍ୟ କରିଦିଏ
ଏକଲା ପଣଠୁ ଦୂରେଇ ରହିବାକୁ
ଅନେକ ଚେଷ୍ଟା
ପ୍ରତ୍ୟେକଟି ଭାବନାରୁ ମୁକ୍ତ ହେବାକୁ
ବାକ୍ୟର ଶବ୍ଦକୁ
ଅଲଗା କରିବାର ଯୋଉ ପ୍ରଚେଷ୍ଟା
ଦେହରେ ନିଆଁ ଲାଗିଯାଏ,
କିଛି ଅଲଗା ଅଲଗା ଲାଗୁଥିବା
ଶବ୍ଦଟିଏ ବି କହିବାକୁ
ଅସୁସ୍ଥ ଲାଗେ,
କେହି ଜଣେ ଶୁଭ ମନାସୁ ଥିବା
ଶତ ପ୍ରସଂଶାରୁ
ଶବ୍ଦ କୋଷ ଭିତରୁ
ପଦୁ ଟିଏ ।।।

ମନୋଜ କୁମାର ବେହେରା (ଲେଖକ)
ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।