Tag Archives: school

ଆମ ବିଦ୍ୟାଳୟ

 
School



ଆମ ବିଦ୍ୟାଳୟ 

ବିଦ୍ୟା ମନ୍ଦିର ରେ 
ବୀଣା ପାଣି ମାତା ଙ୍କ ର ବାସ ।

ବହି ଖାତା କଲମ 
ସିଲଟ ଖଡିରେ 
ହୁଏ ପାଠ ଚାଷ ।

ସ୍ବଛ ରଖିବା ଆମେ ସୁନ୍ଦର ରଖିବା 
ଆମ ବିଦ୍ୟାଳୟ
ସବୁଜ ରଖିବା ଆମେ 
ସୁନୀଳ ରଖିବା ଆମ ବିଦ୍ୟାଳୟ ।

ପାଠ ପଢି ପୁରା ହେବ ଆମ ସପନ
ପାଠ ଆମ ଜୀବନ ର ପ୍ରତ୍ୟକ୍ଷ ଦର୍ପଣ ।

ଯିବା ଆମେ ବିଦ୍ୟାଳୟ ଲୋ ମିତଣି..
ଯିବା ଆମେ ବିଦ୍ୟାଳୟ ଲୋ ମିତଣି..

ଦୁନିଆ ହାଟ ରେ ଦରକାର ପାଠ
ପେଟ ପାଇ ପରା ଦୁନିଆ ର ନାଟ ।

ପାଠ ପଢି ବାକୁ ଆମେ କରି ବାନି ଭୟ
 ପାଠ ପଢି ଆମେ ହେବା ବିଶ୍ବ ବୀଜୟ ।

ଯିବା ଆମେ ବିଦ୍ୟାଳୟ ଲୋ ମିତଣି..
ଯିବା ଆମେ ବିଦ୍ୟାଳୟ ଲୋ ମିତଣି..

ବିଦ୍ୟାଳୟ ଗୋଟେ କାରଖାନା ଟି
ଯେଉଁଠି ତିଆରି ଭଲ ମଣିଷ ଏଠି ।

ଝିଅ କୁ ପାଠ ପଢାଅ 
ଦେଶକୁ ଅଗ୍ରଗତି କରାଅ । 

ବିଦ୍ୟାଳୟ ଆମ କୁ ଦିଏ ବିଦ୍ୟା ଉପହାର
ବିଦ୍ୟା ହି ଏହି ସଂସାର ରେ ଅସଲ ସାର ।

ଯିବା ଆମେ ବିଦ୍ୟାଳୟ ଲୋ ବଉଳ..
ଯିବା ଆମେ ବିଦ୍ୟାଳୟ ଲୋ ବଉଳ..


ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା





If the contents are helpful to share them with your friends, Thanking You.