![]() |
ଶ୍ରୁତି ର ଭାଗ୍ୟରେଖା…6 |
ମୁଁ ଆଉ କଲ୍ ନ କରି ଚୁପ୍ ଚାପ୍ ଶୋଇଗଲି । କିଛି ଦିନ ପରେ ପୁଣି ଆରମ୍ଭ ହେଲା କଲେଜ୍ ଯାତ୍ରା ।
ଜଗା କଲେଜ୍ ଆସିଲା କିନ୍ତୁ ମୋ ସହିତ କଥା ବାର୍ତ୍ତା କମ୍ କରିଦେଲା। ମୁଁ ବାରମ୍ବାର ପଚାରେ କିନ୍ତୁ ସେ ଭାଉ ଖାଏ । ଆଶିଷ କୁ ପଚାରିଲି କଣ ହେଇଛି ରେ ତାର ?
ଆଶିଷ କହିଲା ସେ ତୋତେ ଭଲ ପାଉଥିଲା, ତୋତେ ଭୁଲିବା ପାଇଁ ସେ ବହୁତ୍ ଚେଷ୍ଟା କରୁଛି କିନ୍ତୁ ଭୁଲି ପାରୁନି ।
୧୦ ଦିନ ପୂର୍ବରୁ ମୁଁ ତା ଘରକୁ ଯାଇଥିଲି , ତା ରୁମ୍ ରେ କେବଳ ତୋରି ନାଁ, ସବୁ ଆଡ଼େ କାନ୍ଥ, ଖଟ, ବହି, ଖାତା ସବୁଠାରେ କେବଳ ତୋରି ନାଁ। ସେ ତୋ ବିଷୟରେ କଥା ହେବାକୁ ଚାହୁଁନି ।
ତାର କଥା ଶୁଣିଲେ ତୁ ଆଶ୍ଚର୍ଯ୍ୟ ହେବୁ ସେ ତୋ ନାଁ ର ଟାଟୁ କରିଛି । ସେ ଟାଟୁ ପାଇଁ ତାଙ୍କ ଘରେ ବହୁତ୍ ଝଗଡା କିନ୍ତୁ ସେ କାହା କଥା ଶୁଣେନି ।
ତାଙ୍କ ଘରେ ଜାଣି ସାରିଲେଣି ଯେ ତୁ ବ୍ରାହ୍ମଣ ବୋଲି । ତାଙ୍କ ଘରେ ବହୁତ୍ ବୁଝାଇଲେ ଯେ ଆମ ଜାତି ର କୋଉ ଝିଅ କୁ ଭଲ ପାଆ ତାକୁ ତୋ ସହିତ ବାହା ଘର କରେଇ ଦେବୀ କିନ୍ତୁ ସେ ଶୁଣିବାକୁ ନାରାଜ ।
ଏହି ଛୁଟି ଭିତରେ ତାଙ୍କ ଘରେ ପ୍ରତ୍ୟେକ ଦିନ ଝଗଡା କଳି କଜିଆ କିନ୍ତୁ ତୁ ତାର ଭଲ ପାଇବା କୁ ତୁ ବୁଝି ପାରୁନୁ ।
ଏତେ ନିଷ୍ଠୁର କାହିଁକି ହେଉଛୁ କହିଲୁ ତାକୁ ଦେଖୁଛୁ ନା, ସେ ପ୍ରତ୍ୟେକ ଦିନ ସକାଳୁ ମୋ ସହିତ ଦୌଡ଼ିବାକୁ ଯାଏ ଭଲ ଖାଇବା ପସନ୍ଦ କରେ କିନ୍ତୁ ସେ ସବୁ କିଛି ଭୂଲି ଯାଇଛି କେବଳ ତୋ ନାଁ ଟିକୁ ଚାହିଁ ରହିଥାଏ ।
ମୋତେ ଲାଗୁଛି ସେ ପାଗଳ ହୋଇଯିବ । ଏତିକି ଶୁଣି ମୋତେ ବହୁତ୍ ଦୁଃଖ ଲାଗିଲା । ଦଉଡ଼ି ଗଲି କ୍ଲାସ୍ ରୁମ୍ କୁ । ଜଗା ମୁଣ୍ଡ ପୋତି ବସିଥାଏ ।
ପାଖକୁ ଗଲି ତା ମୁଣ୍ଡ କୁ ଛୁଇଁ ଉଠେଇଲି , ଦେଖିଲି ଧାର ଧାର ଲୁହ ବହି ଚାଲିଛି । ମୋତେ ଦେଖି ସଙ୍ଗେ ସଙ୍ଗେ ଲୁହ ପୋଛି କହିଲା କହ କଣ ହେଲା ? ମୁଁ ପଚାରିଲି କାହିଁକି କାନ୍ଦୁଛୁ ?
ଜଗା କହିଲା , ନାହିଁ ତ ମୁଁ କାହିଁକି କାନ୍ଦିବି । ମୁଁ କହିଲି , ମୁଁ ଏତେ ମୂର୍ଖ ନୁହଁ ଯେ ମୁଁ ଜାଣି ପାରିବି ନାହିଁ । ମୁଁ ତା ପାଖରେ ବସିଲି କିନ୍ତୁ ସେ ଅଳ୍ପ ଦୂରେଇ ଗଲା।
ମୁଁ କହିଲି କଣ ହେଲା ଦୂରେଇ ଯାଉଛୁ। ମୁଁ କହିଲି ଦେଖ ଜଗା ତୋ ବିଷୟରେ ମୋତେ ଆଶିଷ ସବୁ କହିଛି ।
କଣ ପାଇଁ ଏମିତି ହେଉଛୁ କହିଲୁ। ମଉସା ମାଉସୀ ଙ୍କ ସହ କାହିଁକି କଥା ହେଉନୁ । କଣ ତୋର ଅବସ୍ଥା କରିଲୁଣି । ମୁଁ ଚାହେଁ ତୁ ଫିଟ୍ ରହ ଖିଆ ପିଆ ଠିକ୍ କର । ତୁ ଯଦି ଏମିତି ହେବୁ ତେବେ କଣ ସବୁ ସମାଧାନ ହେଇଯିବ କି ।
ଶୁଣ ଜଗା ମୁଁ ମଧ୍ୟ ତୋତେ ଭଲ ପାଏ କିନ୍ତୁ ମୁଁ ସେହି ଭଲ ପାଇବା କୁ ବନ୍ଧୁତା ଭିତରେ ରଖିବାକୁ ଚାହେଁ। କାରଣ ମୋ ଭାଇ ବହୁତ୍ ରାଗି ସେ ଆମ ସଂପର୍କ କୁ ସ୍ବାମୀ ସ୍ତ୍ରୀ ର ଦର୍ଜା ଦେବେ ନାହିଁ ।
ଆମେ ବିନା କାରଣ ରେ ଭଲ ପାଇଁ ଆମେ ଦୁହେଁ ଦୁହିଁଙ୍କୁ କଷ୍ଟ କାହିଁକି ଦେବା। ତୁ ତମ ଜାତିର ଆଉ କୁ ଝିଅ କୁ ପସନ୍ଦ କର ଏବଂ ମୋତେ ସାଙ୍ଗ ନଜର ରେ ଦେଖେ ମୁଁ ତୋତେ ଅନୁରୋଧ କରୁଛି ରେ, ଆଜିକାଲି ଏମିତି ସବୁ ହେଉଛି ।
ଆମେ ଭଲ ପାଇବା ଜଣକୁ ଏବଂ ବିବାହ କରିବା ଆଉ ଜଣଙ୍କୁ କାରଣ ଆମେ ଆମ ବାପା ମା ଙ୍କ ଖୁସି ଦେଖୁ ଏବଂ ଆମ ପରିବାର ର ସମ୍ମାନ ଦେଖୁ।
ସେଥିପାଇଁ ଏଗୁଡ଼ିକ ସବୁ ହୁଏ । ଜଗା କିଛି ନ କହି ଚୁପ୍ ରହିଲା । ଟିକି ଆସି ମୋ ପାଖେ ବସିଲା । ମୋତେ ଟିକି ବୁଝେଇଲା ତୁ ଜଗା କୁ କାହିଁକି ଭଲ ପାଇ ପାରିବୁନି କହ ।
ମୁଁ ଟିକି କୁ କହିଲି ତାହା ସମ୍ଭବ ନୁହେଁ । ଟିକି କାହିଁକି କହ। ମୁଁ ଟିକି କୁ କହିଲି ତୋତେ ପରେ କହିବି କିନ୍ତୁ ଟିକି ବାଧ୍ୟ କରି କହିଲା ପରେ ମୁଁ ଟିକି କୁ କହିଲି ମୁଁ କହିବି କିନ୍ତୁ କମନ୍ ରୁମ୍ କୁ ଚାଲ ସେଠୀ କହିବି ।
ମୁଁ ଜଗା କୁ କହିଲି କି ତୁ ମୋ କଥା କୁ ବୁଝ ଏବଂ ଭଲ କରି ନିଷ୍ପତି ନେ । ମୁଁ ଆସୁଛି ତୋ ସହିତ ପରେ କଥା ହେବି ।
ଏତିକି କହି ଆମେ ଚାଲିଲୁ କମନ ରୁମ୍ କୁ । କମନ୍ ରୁମ୍ ରେ ଟିକି ମୋତେ ପଚାରିଲା କହ କଣ ହୋଇଛି । ମୁଁ କହିଲି ମୁଁ ଯେତେବେଳେ ଷଷ୍ଠ କ୍ଲାସ୍ ରେ ପଢ଼ୁଥିଲି ସେ ସମୟରେ ମୋ ଜେଜେ ବାପା ଙ୍କ ସାଙ୍ଗ ସେ ଜଣେ ବଡ ଜ୍ୟୋତିଷ ସେ ଥରେ ଆମ ଘରକୁ ଆସିଥିଲେ ।
ମୁଁ ତାଙ୍କୁ ବହୁତ୍ ଭଲ ପାଉଥିଲି । ସେ ମଧ୍ୟ ମୋତେ ବହୁତ୍ ଭଲ ପାଉଥିଲେ । ସେ ମୋ ନାମ ଦେଇଥିଲେ ” ଶ୍ରୁତିମୟୀ ଆଚାର୍ଯ୍ୟ ” ।
ଦିନେ ସେ ମୋ ହାତ ଦେଖି ବହୁତ୍ ଆଶ୍ଚର୍ଯ୍ୟ ହେଲେ ଏବଂ ମୋତେ କହିଲେ ଝିଅ ତୋତେ ଯେତେବେଳେ ୧୭-୧୯ ବର୍ଷ ହେବ ସେ ସମୟରେ ନିଜ କୁ ସଂଯତ ରକ୍ଷା କରିବୁ ।
କାହାକୁ ମନ ଦେଇ ବସିବୁ ନାହିଁ, ତୋତେ କିଏ ଭଲ ପାଇଲେ କିଛି ହେବନି, ମାତ୍ର ତୁ ଯେବେ ତାକୁ ଭଲ ପାଇବୁ ତା ଉପରେ ବିପଦ ମାଡ଼ି ଆସିବ ।
ତାର ବହୁତ୍ ଅନର୍ଥ ହେବ। ସେ ଭୁଲ କରିବୁ ନାହିଁ । ଘରେ ଯୋଉଠି କହିବେ ସେଠୀ ଚୁପ୍ ଚାପ୍ ବିବାହ କରିନେବୁ । ମୁଁ ତାଙ୍କ କଥା ରେ ହଁ ଭରିଲି ଏବଂ ସେ ସମୟ ମୋର ଚାଲିଛି ।
ମୁଁ ଜାଣି ଶୁଣି ତାକୁ ଭଲ ପାଉନି କି ତାକୁ ମନ ଦେଉନି , ମୁଁ ଚାହୁଁନି ଜଗା ର ଜୀବନ ନଷ୍ଟ ହେଉ । ଟିକି ଏତିକି ଶୁଣି ହୋ ହୋ କରି ହସିଲା ।
ତୁ ପାଗଳ ନା କଣ । ଜ୍ୟୋତିଷ କଥା କୁ ମୁଁ ବିଶ୍ୱାସ କରେ ନାହିଁ । ମୁଁ କହିଲି ନା ଲୋ ସେ ଯାହା କୁହନ୍ତି ଆଜି ପର୍ଯ୍ୟନ୍ତ ତାହା ହୋଇ ଆସିଛି ।
ମୋ ଭାଗ୍ୟ ରେଖା ସହ ମୋ ପରିବାର ରେ ମଧ୍ୟ ବହୁତ୍ ପରିବର୍ତ୍ତନ ହୋଇଛି । ମୁଁ ଜନ୍ମ ହେବା ପୂର୍ବରୁ ଆମ ଘର ର ସ୍ଥିତି ବହୁତ୍ ଖରାପ୍ ଥିଲା । ବାବା ଙ୍କ ଦେହ ଭଲ ରହୁ ନଥାଏ ।
ସେ ବାପା ଆସି ବାବା ଙ୍କୁ କହିଲେ ତୋ ଘରେ ଯେବେ ଝିଅ ଟିଏ ହେବ ତୋ ଜୀବନ ପରିବର୍ତ୍ତନ ହେବ । ତୋର ରୋଗ ବୈରାଗ ସବୁ ଉଭେଇ ଯିବ ଏବଂ କହିଥିଲେ ତୋ ପୁଅ ବହୁତ୍ ଖରାପ୍ ହେବ କିନ୍ତୁ ତୋ ଝିଅ କୁ ୧୪ ବର୍ଷ ଯେବେ ହେବ ସେ ଗୋଟିଏ ବଡ କାମ ରେ ଲାଗିବ ଏବଂ ତମ ଘର ର ଆର୍ଥିକ ପରିସ୍ଥିତି ସୁଧାରି ନେବ ।
ଏମିତି ବହୁତ୍ କିଛି । ଟିକି କହିଲା ତୋ ଗପ ତୋ ପାଖେ ରଖ । ତୁ ଜଗା ପ୍ରତି ଅନାଦର କରେ ନାହିଁ । ମୁଁ କହିଲି ନା ଲୋ ତୁ ବୁଝିବା ପାଇଁ ଚେଷ୍ଟା କର ।
ତା ପରେ ଆଉ ଗୋଟିଏ କ୍ଲାସ୍ ପାଇଁ ସମୟ ହୋଇଗଲା ଆମେ ବାହାରି ଗଲୁ । କ୍ଲାସ୍ ରେ ଜଗା ଏବଂ ଆଶିଷ ନଥିଲେ ସେମାନେ ଘରକୁ ଫେରି ଯାଇଥିଲେ ।
ଆଗକୁ ପଢ଼ିବେ: ରାତି ୧୦ଟା ପାଖାପାଖି ସେ ମୋ ମୋବାଇଲ ରେ କିଛି ଦେଖୁଥିଲା ହଠାତ୍ ଜଗା ର ଫୋନ୍ ଆସିଲା