Tag Archives: #tanka

ଟଙ୍କା

କିଏ କହେ ମତେ ଟଙ୍କା 
କିଏ କହେ ମତେ ରୁପିୟା
ଆଉ କିଏ କହେ ମତେ ମନି,

କାହା ପକେଟ୍, 
ଘର ସିନ୍ଦୁକ ଅବା ବ୍ୟାଙ୍କ୍ ଖାତା ରେ 
ଯଦି ମୁଁ ନ ଥାଏ ତେବେ ଲୋକେ କହନ୍ତି 
ତାକୁ ପଡିଛି ବୋଲି ଶନି…

ଶାଳବଣି, ନାସିକ, ନୋଇଡା, 
ହାଇଦ୍ରାବାଦ ରେ ଜନମ ମୋହର,
ଭାରତର ପ୍ରତ୍ୟେକ ବ୍ୟାଙ୍କ୍ ରେ ମୋହରି ଘର..

ନୋଟ ସିକ୍କା ରେ ମୋର ରୁପ ରେଖା
ସଭିଏଁ ମୋହର ମୁଲ୍ୟ ବୁଝନ୍ତି ପକ୍କା…

ଆର୍ ବି ଆଈ ମତେ ଜୀବନ ଦାନ ଦିଏ,
ମୋତେ ପାଇ ବା ପାଇ ମଣିଷ କା ଜୀବନ ନିଏ…

ମୁଁ କାଗଜ ହେଲେ ବି 
କୁଡାଦାନୀରେ ନାହି ମୋର ବାସ
ବିଶ୍ବ ର ସମସ୍ତ ଲୋକ ମୋହରି ଦାସ…

ମତେ ଯିଏ ବ୍ୟବହାର ଠିକ କରିବ 
ତାକୁ ମୁଁ ତଳେ ପଡିବାକୁ ଦେବିନି,
କଦାପି ମୁଁ କାହା ସହିତ ମୁତ୍ୟୁ 
ପରେ ଉପର କୁ ଯିବିନି..

ଭୂ ଲୋକ ର ଦେବତା ମୁଁ
କିଏ କରେ ମତେ ପୂଜା,
ମତେ ପକେଟ ରେ ରଖି କିଏ 
ପାଉଛି ବହୁତ ମଜା…

ସମୟ ପରି ଚଞ୍ଚଳ ମୁଁ 
କାହା ଘରେ କାହା ପାଖେ ବେସି ସମୟ ରୁହେନା,
କେମିତି ମୁଁ ଖସି ଯିବି କାହାକୁ କେବେ ମୁଁ କୁହେନା…

ମତେ ପାଇ ବା ପାଇଁ 
ମଣିଷ ନିଜ ଜୀବନ କୁ ଲଗାଉଛି ବାଜି,
ମୁଁ ସବୁ ସମସ୍ୟା ର ସମାଧାନ ର 
ମାଧ୍ୟମ ମଣିଷ ର ଆଜି…

ମୁଁ କାହା ମନରେ ଥିଲେ ଲୋକ ବଡ ଦୁଃଖି,
ମୁଁ କାହା ପାଖରେ ଥିଲେ ଲୋକ ବଡ ସୁଖି…

ମତେ ଦେଖି ଲୋକେ ଦିଅନ୍ତି ସମ୍ମାନ,
ମୋ ପାଇ ଲୋକ କରନ୍ତି ଅଭିମାନ…

ଯିଏ ସଞ୍ଚୟ କରିବ ମତେ 
ସେ ହେବ ନାହିଁ ଜୀବନେ ନିରାଶ,
ତାହାରି ଜୀବନେ ସଦାସର୍ବଦା 
ମୁଁ ବୁଣିବି ଉଜ୍ବଳ ପ୍ରକାଶ…

Hrusikesh Kusulia (Writer)
Muniguda, Rayagada.