Sarapancha Bhai ( ସରପଞ୍ଚ ଭାଇ )

Sarapancha_bhai_by_manoj_kumar_behera
Sarapancha Bhai ( ସରପଞ୍ଚ ଭାଇ )
ଭାଇ ଆସିବେ ଆମ ଗାଁ କୁ
ଆମ ଗରିବ ବସ୍ତିକୁ …
ବୋଧେ…… ହୁଏ ସିଏ
ଆମ ପାଇଁ ଭଗବାନ !
ଦାନପାଣି ମୁଠାଏ ଯୋଗାଡ଼ କରିଦେବେ ।
ତା ପରି କେତେ
ଅନାମ……ଦାମ……ପଞ୍ଚୁ ….
ପଞ୍ଚାୟତ ଜିତି ଚଳୁ କଲେ
ପାଞ୍ଚଖଣ୍ଡ ଗାଁ ର…..
ସାତଟି ନଳକୂପ ଦୁଇଟି ପୋଖରୀ;
ଠୁଳ କରିଦେଲେ ନାତି ପଣନାତି ଯାଏ
ଅଟେଇ ଘରଠାରୁ ଇଶାଣ ଘର ଯାଏ
ଆଗ ପରି ସେମିତି ସେମାନେ ଆସିବାପୁର୍ବରୁ
ଗାଁ ରାସ୍ତା ସଫା କରା ସରିଗଲାଣି ।
ଗାଁରେ ସବୁଠି ହୁରିପଡୁଛି
ଭାଇ ଆସିବେ…. ନିଶ୍ଚୟ ଚିନ୍ତା ହଟିବ….
ବାକିଥିବା ଅଭାବକୁ ପୂରଣ କରିବେ
କିନ୍ତୁ କାହିଁ ବିଶ୍ଵାସ ହୁଏନି…..
ଏମିତିକା କେତେ ପଞ୍ଚାୟତ ଜିତିଲେଣି
କେତେ ବିଶ୍ୱାସ ସରିଛି
କେତେ ନିଶ୍ୱାସ ପଡିଛି
ଏଥର ଦେଖିବା ଭାଇ ….
ଆମ ପାଈଁ କଣ କରୁଛନ୍ତି
ଅଭିଯୋଗ ପୂର୍ଣ୍ଣ କରୁଛନ୍ତି ନା……
ମଶାଣି ତିଆରି କରୁଛନ୍ତି ।
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……

Categories:

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading