ମୁଁ ଜାଣେନା By. Manoj


muun jaanena


ଅଜଣା ଏ ପୃଥିବୀ

କେତେବେଳେ ଧୀର ନଈ ର ରୂପ ସାଜେ ତ

କେବେ ଝଡ ବତାସ!!!!


କେତେବେଳେ ଅଗ୍ନିର ସ୍ୱାହା ତ

ଆଉ କେବେ ବସନ୍ତ ମଳୟ ପବନ…


ସତରେ ଏ ମଣିଷ ନିଜକୁ ଦୁରେଇ ରଖି ପାରେ ?

ଏ ନବଦିଗନ୍ତ ପୃଥବୀ ର ଅଙ୍କା ବଙ୍କା ରାସ୍ତା ପାଖରୁ

ସହ୍ୟ କରିପାରେ ଏ ଦୁଃଖ ଆଉ କଷ୍ଟକୁ ????


କେବେ ସେ ନିଜକୁ ବଳିୟାନ ରୂପରେ

ପ୍ରଦର୍ଶିତ କରେ ତ ଆଉ କେବେ

ତତଲା ଖରା ର ବାଟୋଇ….


ମୁଁ ଜାଣେନା ସତରେ ଏ ମଣିଷ କେଉଁ

ଅର୍ଘ୍ୟରେ ଗଢ଼ା

ସତରେ ସେ ନିଜେ ଜଳି

ସଫଳ ର ଜ୍ୱଳନ୍ତ ଉଦାହରଣ ସାଜି ଯାଏ ….


ଥକେ ନାହିଁ ପୃଥିବୀ ର

ଏ କଣ୍ଟାମୟ ରାସ୍ତାରେ

ଚାଲିଥାଏ ଜଣେ ଅନ୍ତହୀନ ରାସ୍ତାର

ଅଜଣା ପଥିକ ହୋଇ …


ମୁଁ ଜାଣେନା

ଏ କଷ୍ଟ ଆଉ ଦୁଃଖ ର ଅନ୍ତ ହେବ କି ନାହିଁ

କିନ୍ତୁ ଏହା ସତ୍ୟ ଯେ

ମଣିଷ କେବେ ହାରିବା ଶିଖିନି

ନା କେବେ ହାରିବ ….


ସତରେ ଏକ ଆଶ୍ଚର୍ଯ୍ୟ ମୟ ଚିହ୍ନ ସାଜି

ସେ ଆଗେଇ ଚାଲେ ଭବିଷ୍ୟତ ଆଡକୁ

କେବଳ ଗୋଟିଏ ପ୍ରଶ୍ନ ନେଇ

ମୁଁ ଜାଣେନା…..

କଣ ହେବ ?????

କଣ ପାଇବି ?????

କଣ ହରେଇଛି ?????

କଣ ରଖିଛି ?????

ଏବଂ କଣ ମିଳିବ ?????

କିଛି

ମୁଁ ଜାଣେନା…….


ମନୋଜ କୁମାର ବେହେରାଙ୍କ
ଲେଖନୀରୁ….


Thanking You, for giving your important time on this web page. By Bhuyans Blog

Categories:

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading