![]() |
| ମୋ ଲୋପାମୁଦ୍ରା…(3) |
ଦିଦି: ଆଜି Maggi କରେ, ସମସ୍ତେ ଖାଇବା।
ଲୋପାମୁଦ୍ରା: କିନ୍ତୁ ମୋତେ ଅଳ୍ପ ସାହାଯ୍ୟ କରିବ?
ଦିଦି: ତୁ ଚିନ୍ତା କରନି, ଆଜି ସାନୁ କରିବ !
ସାନୁ: ଦିଦି, ମୋତେ ଆସେନି,
ଦିଦି: ଚୁପ୍ କର, ମୋତେ ସୌରଭ ସବୁ କହିଛି, ତମ ରୁମ୍ ରେ ତୁ ହିଁ ରୋଷେଇ କରୁ।
ତାପରେ ମୋ ପାଖରେ ଉତ୍ତର ନଥିଲା ।
ସାନୁ: କିନ୍ତୁ ସାହାଯ୍ୟ କରିବ ତ?
ଲୋପାମୁଦ୍ରା: ହଁ ନିଶ୍ଚୟ,
ସମସ୍ତେ ଚାଲିଲୁ, ରୋଷେଇ ଘରକୁ।
ସେଠୀ ଲୋପାମୁଦ୍ରା ପିଆଜ ଏବଂ ଟମାଟୋ କାଟି ମୋତେ ଦେଇ ଦେଲା
ଏପଟେ ଦିଦି କହିଲେ ତମେ ଦୁଇ ଜଣ କର ମୁଁ ଟିଭି ଦେଖୁଛି । ଦିଦି ଚାଲିଗଲେ ଟିଭି ଦେଖିବାକୁ ।
ସାନୁ: ତମର କଣ ପସନ୍ଦ ??
ଲୋପାମୁଦ୍ରା: ମୁଁ ପସନ୍ଦ କରେ ଯେ ଖାଲି ଘର ଲୋକେ ମାନିବାର ଅଛି?
ସାନୁ: ଆରେ ମୁଁ ପଚାରୁଛି? ଖାଇବା କଣ କଣ ପସନ୍ଦ?
ଏତିକି କଥା ଶୁଣି ଲୋପାମୁଦ୍ରା ଲାଜେଇ ଗଲା ।
ସାନୁ: ମୋତେ ମଧ୍ୟ ତମେ ବହୁତ୍ ଭଲ ଲାଗ ।
ତମେ ତ ତମ ମନ କଥା କହି ସାରିଛ । ଆମ ଘରେ ମଧ୍ୟ ସେମିତି କିଛି ଅସୁବିଧା ନାହିଁ ।
ଏତିକି ବେଳେ ହଠାତ୍ ସୌରଭ ର ଫୋନ୍ ବାଜି ଉଠିଲା ଏବଂ ମୁଁ ଶାଇଲେଣ୍ଟ କରି ଦେଲି।
ଲୋପାମୁଦ୍ରା: ତମ ସାଙ୍ଗ କଲ୍ କରିଛନ୍ତି, କଥା ହୋଇ ଯାଉନ?
ସାନୁ: ଏହି ସମୟରେ ସେ ଜାଣି ଶୁଣି କଲ୍ କରି ମୋତେ ଡିଷ୍ଟର୍ବ କରିବ।
ଫୋନ୍ ରିଙ୍ଗ ସରିଲା ପରେ ଲକ୍ ସ୍କ୍ରିନ ରେ ଲୋପାମୁଦ୍ରା ର ଫୋଟୋ ଦେଖା ଗଲା ।
ଲୋପାମୁଦ୍ରା : (ମୋ ଫୋନ୍ କୁ ହାତରେ ନେଇ) ଏହି ଫୋଟୋ ତମେ କେମିତି ପାଇଲ?
ସାନୁ: ତମ DP ରୁ।
ଲୋପାମୁଦ୍ରା: ଆଚ୍ଛା, ମୋ DP ରୁ ଫୋଟୋ Download କରି ତମ ୱାଲପେପର ରେ ।
ସାନୁ: କଣ ଭଲ ଲାଗୁନି କି?
ଲୋପାମୁଦ୍ରା: ଭଲ ଲାଗୁଛି, ଯେ କିନ୍ତୁ ଏଇଟା ୦୨ ମାସ ପୁରୁଣା ଫୋଟୋ।
ସାନୁ: ମୋତେ ମାତ୍ର ଏହି ଫୋଟୋ ଟା ବହୁତ୍ ଭଲ ଲାଗେ ।
ଏତିକି ବେଳେ Maggi ରେଡ୍ଡୀ।
Maggi ନେଇ ପହଞ୍ଚିଲୁ ଟିଭି ପାଖରେ ।
ଦିଦି: କଣ ଏତେ ସମୟ ଲାଗିଲା?
ଲୋପାମୁଦ୍ରା: ମାତ୍ର ୫ ମିନିଟ୍ ଲାଗିଲା, ଦିଦି..
ଦିଦି: ଟିଭି ରେ କହୁଛି ୨ ମିନିଟ୍ Maggi ହେଉଛି ଏବଂ ତମେ ୫ ମିନିଟ୍ ପର୍ଯ୍ୟନ୍ତ କଣ କରୁଥିଲ?
ସାନୁ: ତମେ ପରେ ଆମର ଖିଚାଇ କରିବ, ପ୍ରଥମେ Maggi ଖାଇ କୁହ କେମିତି ହେଇଛି ।
ଦିଦି: ଆରେ ବାଃ, ଏ ତ ପୁରା ଜବରଦସ୍ତ ହେଇଛି !!
ଲୋପାମୁଦ୍ରା: ହଁ ବଢିଆ ହେଇଛି !!
ସାନୁ: ଥେଙ୍କ୍ ୟୁ!!!
ଦିଦି: ପୁରା, ଭଲ ପାଇବା ଦେଇ କରି Maggi କରା ଯାଇଛି ବୋଧେ ସେଥିପାଇଁ ଟେଷ୍ଟ ହେଇଛି ।
କିଛି ସମୟ କଥା ହେଲୁ ଶେଷରେ ଦିଦି କହିଲେ ସାନୁ ଘରକୁ ଯିବା ??
ସାନୁ: ଆଉ କିଛି ସମୟ ରହିଲେ ହେବନି?
ଦିଦି: ଆରେ ଲୋପାମୁଦ୍ରା ମନେ ମନେ ଭାବୁଛି ଏମାନେ କେତେବେଳେ ଯିବେ ମୁଁ ଆରାମ୍ ରେ ଶୋଇବି ।
ଲୋପାମୁଦ୍ରା: ନା ଦିଦି, ମୁଁ ତ ଭାବିନି, ମୁଁ ତ କହୁଛି, ତମେ ଆଜି ଏଠି ରହିଯାଅ । ମୋତେ ଏକା ଏକା ଲାଗୁଛି।
ଦିଦି: କେବଳ ମୁଁ ରହିବି ନା ସାନୁ ହେଲେ ରହିବ?
ଲୋପାମୁଦ୍ରା: ନା , କେବଳ ତମେ, ତାଙ୍କ ପାଇଁ ସମୟ ଅଛି।
(ସମସ୍ତେ ହସିଲୁ)
ଦିଦି: ଏବେ ଠିକ୍ କଥା କହିଲୁ। ଶୁଣ ଆମେ ଆସୁଛୁ ତୁ ରେଷ୍ଟ କର।
ଲୋପାମୁଦ୍ରା: ଆଉ କିଛି ସମୟ ରୁହ, ପରେ ଯିବ।
ଦିଦି: ତେବେ ତମେ ଦୁହେଁ କଥା ହୁଅ, ମୁଁ ଚାଲିଲି ତୋ ବେଡ୍ ରୁମ୍ କୁ, କାଲି ରାତିରେ ନ ଶୋଇ ବହୁତ୍ ରାତି ପର୍ୟ୍ୟନ୍ତ ୟୁଟ୍ୟୁବ ଦେଖି ମୁଣ୍ଡ ବ୍ୟଥା ହେଉଛି, ମାତ୍ର ଠିକ୍ ଗୋଟିଏ ଘଣ୍ଟା ଶୋଇବି ତାପରେ ଚାଲିଯିବି।
ଦିଦି ଚାଲିଲେ ବେଡ୍ ରୁମ୍ କୁ!!
ମୁଁ ଏବଂ ଲୋପାମୁଦ୍ରା ଚାଲିଲୁ ବାଲକୋନୀ କୁ।
ସେଠୀ ଦୁହେଁ ବସିଲୁ । ବହୁତ୍ ସମୟ କଥା ହେଲୁ। ଧିରେ ଧିରେ ପ୍ରେମ ବଢ଼ିବାରେ ଲାଗିଲା, ଟିକେ ଲାଜ, ତ ଟିକେ କଥା, ପୁଣି ଟିକେ ହସ ତ, ଟିକେ ମଜା।
ଦେଖୁ ଦେଖୁ କେତେବେଳେ ଗୋଟିଏ ଘଣ୍ଟା ସରିଗଲା ଜଣା ପଡିଲାନି । ସେଇ ଘଣ୍ଟାକ ମଧ୍ୟରେ ଆମେ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣି ସାରିଥିଲୁ ।
ଲୋପାମୁଦ୍ରା : ତମେ ଯେମିତି ମୋ DP କୁ ରଖିଛ, ମୁଁ ମଧ୍ୟ ତମର ପ୍ରତ୍ୟେକ DP କୁ ସେଭ୍ କରି ରଖିଛି ।
ସାନୁ: ମୁଁ ଜାଣିଛି, ସେଥିପାଇଁ ତ ତମେ ଯେବେ DP Change କର ମୁଁ ମଧ୍ୟ DP change କରେ।
ଏମିତି କଥା କଥା ରେ ଲୋପାମୁଦ୍ରା ତା ବାଲକୋନୀ ରେ ଲାଗିଥିବା ଗୋଲାପ ଫୁଲ ଗୋଟାଏ ଛିଣ୍ଡେଇ ମୋତେ ଦେଲା ।
ସାନୁ: ଏଇ ଫୁଲ ଟି କୋଉ ଖୁସି ରେ।
ଲୋପାମୁଦ୍ରା: ଏମିତି ଦେଇ ଦେଲି , ଭଲ ଲାଗିଲା, ସେଥିପାଇଁ ଦେଉଛି ।
ଦିଦି ଆସି ପହଞ୍ଚିଲେ ,
ଦିଦି: ଆରେ ବାଃ ଆଜି ପ୍ରପୋଜ ମଧ୍ୟ ସରିଲାଣି ।
ଲୋପାମୁଦ୍ରା: ନା ,ଦିଦି ତା ପାଇଁ ବହୁତ୍ ସମୟ ଅଛି।
ଲୋପାମୁଦ୍ରା ର ବହୁତ୍ କିଛି କଥା ବାକି ରହିଗଲା । ମୋର ମଧ୍ୟ ଇଚ୍ଛା ଥାଏ । ଆଉ କିଛି ସମୟ ତା ସାଙ୍ଗରେ ବୀତେଇବା ପାଇଁ କିନ୍ତୁ ସଂଧ୍ୟା ହେବାକୁ ଆସିଲା ଏବଂ ଦୁହେଁ ଫେରିବାକୁ ବାଧ୍ୟ ହେଲୁ।
ମୁଁ ଘରକୁ ଆସି ଲୋପାମୁଦ୍ରା କୁ Whatsapp ରେ ଥେଙ୍କ୍ ୟୁ ଜଣାଇଲି। ସେ ଉତ୍ତର ରେ ମୋତେ ୱେଲକମ କହି ମିସ୍ ୟୁ କହିଲା । ମୁଁ ରହି ପାରିଲିନି ।ସଙ୍ଗେ ସଙ୍ଗେ କଲ୍ ବେକ କରିଲି।
ସାନୁ: କଣ ହେଲା?
ଲୋପାମୁଦ୍ରା: କିଛି ନାହିଁ, ତମେ ଭାରି ମନେ ପଡୁଛ!!
ସାନୁ: ମୋର ମଧ୍ୟ ସେଇ ଅବସ୍ଥା ।
ଲୋପାମୁଦ୍ରା: କାଲି ତମେ କୁଆଡେ ଯିବ?
ସାନୁ: କୁଆଡେ ନାହିଁ
ଲୋପାମୁଦ୍ରା: କାଲି ପୁଣି ଆସିବ?
ସାନୁ: ମୁଁ ଗଲେ ତମ ଘର ଲୋକ, ମୋତେ ପୁରା କୁକୁଡ଼ା ଝୋଳ ବନେଇ ଦେବେ।
ଲୋପାମୁଦ୍ରା: ନା ନା, ସେମିତି କିଛି ହେବନି, ମାତ୍ର ସତ କଥା ଯେ, ବାପା ମା ଜାଣି ନାହାନ୍ତି ତମକୁ । ଅସୁବିଧା ହେଇପାରେ । ତେବେ କେମିତି ଦେଖା କରିବି ।
ସାନୁ: ଭିଡିଓ କଲ୍ କର, ଦେଖି ଦେବ।
ଲୋପାମୁଦ୍ରା: ଭିଡିଓ କଲ୍ ରେ ନୁହଁ, ମୁଁ ନିଜ ଆଖିରେ ଦେଖିବାକୁ ଚାହୁଁଛି ।
ସାନୁ: ହଉ ତମେ କୁହ?
ଲୋପାମୁଦ୍ରା: ଶୁଣ, କାଲି ସକାଳେ ମୁଁ ଜଣେଇବି, କାଲି ଯଦି ବାପା, ମା ଆସିବେ ତେବେ ଆଉ କିଛି ଭାବିବି, ଆଉ ଯଦି ଲେଟ୍ ହେବ ତେବେ ତମେ ସକାଳୁ ସକାଳୁ ବୁଲି ଆସି ଚାଲିଯିବ।
ସାନୁ: ମୁଁ ତ ଆସିଯିବି, ତମ ପଡିଶା ଘର ଲୋକେ ଆଜି ମୋତେ ଯେମିତି ସନ୍ଦେହ ଆଖିରେ ଦେଖୁଥିଲେ। ମୋତେ ଡର ମାଡ଼ୁଛି।
ଲୋପାମୁଦ୍ରା: ସେମାନଙ୍କ କାମ ସେଇୟା, ଗୋଟିଏ କାମ କର? ଦିଦି ଙ୍କୁ ନେଇ ଆସ?
ସାନୁ: ହା ହା ହା, ପାଗଳ ନା କଣ?? ନା ନା , ତାଙ୍କୁ କହିବା ଠିକ୍ ନୁହେଁ । ସେ ଯେତିକି କରିଛନ୍ତି , ଯଥେଷ୍ଟ ଏବେ ଆମର କାମ ।
ଲୋପାମୁଦ୍ରା: ହଉ ମୁଁ ସକାଳେ କଲ୍ କରି ଜଣେଇବି।
ସକାଳ ହେଉ ହେଉ ଲୋପାମୁଦ୍ରା ର ଫୋନ୍ ଆସିଲା ।
ଲୋପାମୁଦ୍ରା: ଆଜି ବାପା ମା ସକାଳେ ଆସିଯିବେ, ତମେ ମନ୍ଦିର ଆସି ପାରିବ କି??
ସାନୁ: ହଉ ଠିକ୍ ଅଛି? କହି ଫୋନ୍ କଟ୍।
ଲୋପାମୁଦ୍ରା ର ଗାଁ ଆମ ଗାଁ ର ଦୂରତା ମାତ୍ର ୩ କିମି । ତାଙ୍କ ଗାଁ ମନ୍ଦିର ରେ ଠିକ୍ ୧୦ ଟା ରେ ପହଞ୍ଚିଲି , ଲୋପାମୁଦ୍ରା ତାର ଆଉ ଜଣେ ସାଙ୍ଗ ମିନି ସହିତ ଆସିଲା।
ଲୋପାମୁଦ୍ରା : ହାଏ, କେତେବେଳେ ଆସିଲ?
ସାନୁ: ୧୦ ମିନିଟ୍ ପୂର୍ବରୁ।
ମିନି: ହାଏ, ମୁଁ ମିନି!
ମିନି ହାଣ୍ଡସେକ୍ କରିବାକୁ ମୋତେ ହାତ ବଢ଼େଇଲା କିନ୍ତୁ ମୁଁ ଜାଣି ଶୁଣି ହାତ ଯୋଡ଼ି କହିଲି, it’s Okay, ଲୋପାମୁଦ୍ରା ମିନି କୁ ରାଗରେ ଚାହୁଁଥାଏ।
ତାପରେ ତିନି ଜଣ ଯାକ ମନ୍ଦିର ଭିତରକୁ ଗଲୁ ଏବଂ ପୂଜା ଭୋଗ ସରିଲା ପରେ ମନ୍ଦିର ବେଢ଼ାରେ ବସିଲୁ।
ମିନି କେବଳ ମୋତେ ହିଁ ଦେଖୁଥାଏ ,
………………………………………….
Click Here
ଭାଗ-୦୪ ରେ ପଢ଼ିବେ…..
(ପ୍ରଥମ କରି ମୋତେ ଲୋପାମୁଦ୍ରା ନିଜ ହାତରେ ଖୁଆଇ ଦେଲା । ବହୁତ୍ ଖୁସି ହେଲି।)
If you like this story so share to your friends.


5 Responses
Mini bodhe sanu prema re padigala
So beautiful ❤️
[…] Click Here ଭାଗ-୦୩ ରେ ପଢ଼ିବେ….. (ଲୋପାମୁଦ୍ରା ମନେ ମନେ […]
[…] ଭାଗ-୦୩ ମିନି ବାରମ୍ବାର ମୋ ଉପରେ ପଡ଼ି କଥା ହେବାକୁ ଚାହୁଁଥିଲା କିନ୍ତୁ ମୁଁ ଜାଣିଶୁଣି ଲୋପାମୁଦ୍ରା କୁ ଚାହିଁ ରହିଥାଏ । ମୁଁ ଯାହା କହେ ଲୋପାମୁଦ୍ରା ଉତ୍ତର ଦେବା ପୂର୍ବରୁ ‘ମିନି’ କଥା କୁ କାଟି କିଛି ନା କିଛି ପଚାରିବା ଆରମ୍ଭ କରିଦିଏ । ଏମିତି ଚାଲିଲା ଅଧ ଘଣ୍ଟାଏ ତା ପରେ ମୋର ମୂଡ୍ ଅଫ୍ ଏବଂ ଲୋପାମୁଦ୍ରା ର ରାଗ ଆକାଶ ଛୁଆଁ । ସମସ୍ତେ ଫେରିଲୁ। ଘରକୁ ଆସି ଲୋପାମୁଦ୍ରା ମୋତେ ଫୋନ୍ କରି ଜଣାଇଲା ଯେ ସେ ମିନି ଉପରେ ବହୁତ୍ ରାଗିଲା। ସେ କହିଲା ମୁଁ ତାକୁ ସାଙ୍ଗରେ ନେଇଥିଲି ମୋତେ ତମ ସାଙ୍ଗରେ କଥା ହେବାରେ ସାହାଯ୍ୟ କରିବ କିନ୍ତୁ ସେ ତ ଓଲଟା ତମକୁ ଲାଇନ୍ ମାରିବା ଆରମ୍ଭ କରିଦେଲା । ମୋ ଉପରେ ମଧ୍ୟ ରାଗ ର ପ୍ରଭାବ ପଡ଼ିଲା। ତମେ ତାର ପ୍ରତି ପ୍ରଶ୍ନ ର ଉତ୍ତର କାହିଁକି ଦେଉଥିଲ କହି ରାଗିଲା। ମୁଁ ତାକୁ ବୁଝେଇ କହିଲି। ଛାଡ ସେକଥା ମୁଣ୍ଡ ଥଣ୍ଡା କର । ତମେ ଖିଆ ପିଆ କର ସନ୍ଧ୍ୟା ରେ କଥା ହେବା । ସନ୍ଧ୍ୟାରେ ସୌରଭ ର ପ୍ଲାନ୍ ମୁତାବକ ତୃତୀୟ ଦେଖା ସୌରଭ ଘରେ ଆସନ୍ତା କାଲି ହେବ ଏବଂ ସେମିତି ହିଁ ହେଲା । ପର ଦିନ ମୁଁ ପହଞ୍ଚିଲି ସୌରଭ ଘରେ ତାର ଠିକ୍ 5 ମିନିଟ୍ ପରେ ଦିଦି ସହିତ ଲୋପାମୁଦ୍ରା ପହଞ୍ଚିଲା । ସେଦିନ ସେ ଅଳ୍ପ ଫିକା ଗୋଲାପି ରଙ୍ଗର ଶାଢ଼ୀ ରେ ସଜବାଜ ହୋଇ ପହଞ୍ଚି ଥିଲା । ସତ କହେ ସେଦିନ ଲୋପାମୁଦ୍ରା କୁ ଦେଖି ଏମିତି ମନେ ହେଉଥିଲା ଯେ ଆଜି ସିନ୍ଦୂର ପିନ୍ଧେଇ ସ୍ତ୍ରୀ କରି ସିଧା ଘରକୁ ନେଇଯିବି । ଦୁହେଁ ଆସି ପହଞ୍ଚିଲେ ସେତେବେଳେ ମୁଁ ମଉସା ଏବଂ ମାଉସୀ ସହିତ କଥା ହେଉଥିଲି । ସେ ଆସି ମାଉସୀ ଙ୍କୁ ମୁଣ୍ଡିଆ ମାରିଲା । ମଉସା ପାଖେ ମୁଁ ବସିଥିଲି, ମଉସା ଙ୍କ ପାଦ ଛୁଇଁବା ବାହାନାରେ ମୋ ପାଦକୁ ମଧ୍ୟ ଛୁଇଁ ପ୍ରଣାମ କରିଲା । ସେ ମୋର ପାଦ ଛୁଇଁବା ପରେ ସତେ ଯେମିତି ମୁଁ କିଛି ସମୟ ପାଇଁ ତାର ସ୍ବାମୀ ହୋଇଗଲି ଭଳି ମନେ ହେଲା। ଦୁହେଁ ବସିଲୁ, ଦିଦି, କିଛି କାଗଜ ପତ୍ର କରିବା ପାଇଁ ତହସିଲ କାମରେ ବାହାରିଗଲେ । ମଉସା ଏବଂ ମାଉସୀ ମଧ୍ୟ ବାହାରିଗଲେ ସମ୍ପର୍କୀୟ ବାହାଘର ରେ ଯୋଗ ଦେବାକୁ । ଭାଉଜ ଆମକୁ ପାଛୋଟି ନେଲେ ନିଜ ବେଡ୍ ରୁମ୍ କୁ। ସେଠୀ ଜଳଖିଆ ଆସି ପହଞ୍ଚିଲା । ଆମେ କିଛି ସମୟ କଥା ହେବା ପାଇଁ ଭାଉଜ ଆମକୁ ତାଙ୍କ ବେଡ ରୁମ ରେ ବସିବାକୁ କହି ଅନ୍ୟ ରୁମ୍ କୁ ଯିବାକୁ ବାହାରିଲେ କିନ୍ତୁ ଲୋପାମୁଦ୍ରା ଭାଉଜ କୁ କହିଲା ଯେ ଭାଉଜ ତମେ ମଧ୍ୟ ଏଠି ବସ, ସମସ୍ତେ କଥା ହେବା। ଭାଉଜ ଆମ ମନ କଥା ଜାଣି କହିଲେ, ଚିନ୍ତା କରନି , ମୁଁ ମଧ୍ୟ ବସିବି, ତମେ ଅଳ୍ପ କଥା ହୋଇଯାଅ ମୁଁ ବାପା ଙ୍କ କିଛି କପଡା ପ୍ରେସ କରିବାର ଅଛି, ସେଗୁଡ଼ାକ ସାରି ଶୀଘ୍ର ଆସିବି । ଭାଉଜ ବାହାରି ଗଲେ । ସାନୁ : ଆଜି ତମେ ଶାଢ଼ୀ ରେ ଯାହା ଦେଖା ଯାଉଛ ନା, ମୁଁ ତମ ସୌନ୍ଦର୍ଯ୍ୟ କୁ ବର୍ଣ୍ଣନା କରିପାରୁନି । ସତରେ ଆଜି ହିଁ ତମକୁ ବିବାହ କରିବାକୁ ମନ ହେଲାଣି। ଲୋପାମୁଦ୍ରା: ଗାଡି କୁ ବ୍ରେକ ଦିଅ, ବହୁତ୍ ସମୟ ଅଛି। କଣ କହୁଥିଲ ବର୍ଣ୍ଣନା କରି ପାରିବନି , ମୋ ହିରୋ ପାଇଁ ମୁଁ ଏତିକି କରିପାରିବି କି ନାହିଁ କୁହ? ସାନୁ : ଆଚ୍ଛା, ଶାଢ଼ୀ ପିନ୍ଧିବା ପ୍ଲାନ୍ ଟା କିଏ ଦେଲା ଏବଂ ତମେ ଆଜି ଶାଢ଼ୀ ପିନ୍ଧି ଆସିଛ ବୋଲି ଘରେ କିଛି କହିଲେନି । ଲୋପାମୁଦ୍ରା : ନା,ନା, କଣ କହିବେ, ତାର ମଧ୍ୟ ପ୍ଲାନ କରା ହୋଇଛି ନା? ସାନୁ : କଣ??? ଲୋପାମୁଦ୍ରା: ମୋ ସାଙ୍ଗର ବାହାଘର କହି ଆସିଛୁ, ଏବଂ ଏହି ଆଇଡିଆ ଦିଦି ଙ୍କ ର । ସାନୁ : ଦିଦି ଙ୍କ ଆଇଡିଆ ଜବରଦସ୍ତ। ଲୋପାମୁଦ୍ରା : ତମେ ମଧ୍ୟ ଆଜି ଚଙ୍ଗା ଲାଗୁଛ। ସାନୁ : ଚଙ୍ଗା ମାନେ?? ଲୋପାମୁଦ୍ରା: ମାନେ, କଣ!! ସମସ୍ତେ କୁହନ୍ତି, ମୁଁ ମଧ୍ଯ କହିଦେଲି, ଏମିତି ରେ ସୁନ୍ଦର କୁ ଚଙ୍ଗା କୁହନ୍ତି । ସାନୁ : ଓକେ, ତମେ ଆଖି ବନ୍ଦ କର? ଲୋପାମୁଦ୍ରା: ନା, କିଛି ଭୁଲ କାମ କରିବ ନାହିଁ?? ସାନୁ : ଟିକିଏ ଆଗୁଆ ଭାବି ଦେଉଛ? ଚିନ୍ତା କରନି, ସେମିତି କିଛି ନାହିଁ। (ଆଖି ବନ୍ଦ ପରେ ମୁଁ ମୋ ବ୍ୟାଗ୍ ରୁ ଗୋଟିଏ Teddy ଟିଏ ବାହାର କରି ଲୋପାମୁଦ୍ରା ଆଗରେ ରଖି , ଆଖି ଖୋଲିବାକୁ କହିଲି । ଆଖି ଖୋଲି ଦେଖିଲା ପରେ ଲୋପାମୁଦ୍ରା ଖୁସିରେ ପାଗଳ । ଲୋପାମୁଦ୍ରା ଏତେ ଖୁସି ହେଲା ଯେ ତାର ଆଖିରୁ ଖୁସି ରେ ଲୁହ ବାହାରି ଗଲା । ସାନୁ : ତମ ଆଖିରେ ଲୁହ?? ଲୋପାମୁଦ୍ରା : ଏ ତ ଖୁସି ର ଲୁହ । ପ୍ରଥମ ଥର ମୋ ଜୀବନରେ ମୋତେ କେହି ଜଣେ ଗିଫ୍ଟ କରିଲା ଏବଂ ତାହା ମଧ୍ୟ ମୋ ପସନ୍ଦ ର ଜିନିଷ । ସାନୁ : ତମ ଆଖିରେ ଲୁହ ମୁଁ ଦେଖିପାରିବିନି। ଲୋପାମୁଦ୍ରା: ହଉ, ଠିକ୍ ଅଛି, ତମେ ମଧ୍ୟ ଆଖି ବନ୍ଦ କର । ସାନୁ : ନା, ଭୁଲ କାମ ନାହିଁ, ସବୁ ବିବାହ ପରେ । (ଦୁହେଁ ହସିଲୁ) ଲୋପାମୁଦ୍ରା: ଆଖି ବନ୍ଦ କର ପ୍ଲିଜ୍!! (ମୁଁ ଆଖି ବନ୍ଦ କରି ରହିଲି, ଗୋଟିଏ ମିନିଟ୍ ପରେ ସେ ଆଖି ଖୋଲିବାକୁ କହିଲା ) ଲୋପାମୁଦ୍ରା: ଏଇଟା ତମ ପାଇଁ !! ସାନୁ : ବାଃ, ବଢିଆ ହୋଇଛି । (ତାହା ଥିଲା ଗୋଟିଏ ଛୋଟ ଗଣେଶ ମୂର୍ତ୍ତି) ଲୋପାମୁଦ୍ରା: କଣ ଭଲ ଲାଗିଲାନି କି? ସାନୁ : ବହୁତ୍ ଭଲ ଲାଗିଲା, କିନ୍ତୁ ଗୋଟିଏ କଥା ଭାବିବାକୁ ବାଧ୍ୟ ହେଉଛି, ପ୍ରାୟ ପୁଅ ଝିଅ ଗିଫ୍ଟ ରେ ଭଳି ଭଳି କି ଗିଫ୍ଟ ଦିଅନ୍ତି କିନ୍ତୁ ତମ ଗିଫ୍ଟ ଟା ସବୁଠୁ ଅଲଗା । ଲୋପାମୁଦ୍ରା: ଏଇ ଟା ଗିଫ୍ଟ ନୁହଁ , ଏ ହେଉଛନ୍ତି ମୋ ଦେବତା। ଗଣେଶ ଭଗବାନ ଭଳି ତମେ ମଧ୍ୟ ବହୁତ୍ ଶାନ୍ତ ଏବଂ ସରଳ। ସାନୁ : ଥେଙ୍କ୍ ୟୁ, କିନ୍ତୁ ମୁଁ ଶାନ୍ତ ସରଳ ନୁହଁ, ମୁଁ ବହୁତ୍ ଦୁଷ୍ଟ । ଲୋପାମୁଦ୍ରା: ମୁଁ ଜାଣିନି, କି ଜାଣିବାକୁ ଚାହୁଁନି, ତମେ ଏବେ ଯେମିତି ଅଛ , ସେମିତି ମୁଁ ସାରା ଜୀବନ ତମ ଠାରୁ ଆଶା କରିବି। ସାନୁ : ନିଶ୍ଚୟ, ତାହା ହିଁ ହେବ । ଏତିକିବେଳେ ଭାଉଜ ଧିରେ ଧିରେ ପାଦ ଚାପି ରୁମ୍ ଭିତରକୁ ଆସିଲେ। ଭାଉଜ: ମୁଁ ଡିଷ୍ଟର୍ବ କରିନି ନା? ସାନୁ : ନା ନା, ଆସ ଭାଉଜ, ତାପରେ ତିନି ଜଣ ବହୁତ୍ କଥା ହେଲୁ । ସେଦିନ ସୌରଭ ଘରେ ଦିବା ଭୋଜନ ହେଲା । ପ୍ରଥମ କରି ମୋତେ ଲୋପାମୁଦ୍ରା ନିଜ ହାତରେ ଖୁଆଇ ଦେଲା । ବହୁତ୍ ଖୁସି ହେଲି। ବହୁତ୍ ସମୟ କଥା ହେଲୁ । ଘରକୁ ଫେରିଲୁ । ତାପରେ ମୋର ଏବଂ ଲୋପାମୁଦ୍ରା ର ବିବାହ ପ୍ରସ୍ତାବ କଥା ସୌରଭ ବାପା ସାଙ୍ଗରେ କଥା ହେଲା । ଲୋପାମୁଦ୍ରା ବିଷୟରେ କହିଲା କି ସେ ଅପା ର ସାଙ୍ଗ ଏବଂ ତୁମ ଜାତିର। ଏକଥା ଶୁଣି ବାପା ରାଜି, ପିଉସା ଏବଂ ବାପା ମିଶି ଲୋପାମୁଦ୍ରା ଘରକୁ ଗଲେ । ସେଠୀ ଲୋପାମୁଦ୍ରା କୁ ଦେଖି ସମସ୍ତଙ୍କୁ ପସନ୍ଦ ହେଲା ଏବଂ ଲୋପାମୁଦ୍ରା ର ଘର ଲୋକେ ମୋ ଫଟୋ କୁ ଦେଖି ପସନ୍ଦ କରିଲେ। ଦୁଇ ଦିନ ପରେ ଲୋପାମୁଦ୍ରା ର ଘର ଲୋକେ ଆମ ଘରକୁ ବୁଲି ଆସିଲେ । ସେମାନେ ମଧ୍ୟ ପସନ୍ଦ କରି କହିଲେ ଯେ, ଆମେ ଏହି ପ୍ରସ୍ତାବ ରେ ରାଜି ଅଛୁ । ଲୋପାମୁଦ୍ରାର ବାପା ପଚାରିଲେ ବିବାହ ଉତ୍ସବ କେବେ କରିବା?? ମୋ ବାପା କହିଲେ କି ସାନୁ କହୁଛି ବର୍ଷେ ପରେ ବିବାହ କରିବା । ଲୋପାମୁଦ୍ରା ଘରେ ମଧ୍ଯ ମାନିଗଲେ । ମୋ ବାପା କହିଲେ ୫ ମାସ ପରେ ଭଲ ଯୋଗ ଅଛି ସେ ସମୟରେ Engagement କରି ରଖି ଦେବା ତାପରେ ଅନ୍ୟ ଯୋଗ ଦେଖି ବିବାହ ଦିନ ଧର୍ଯ୍ୟ କରିବା । ଲୋପାମୁଦ୍ରା ର ଘରେ ରାଜି ହୋଇଗଲେ। ମୁଁ ଫେରିବାର ଗୋଟିଏ ଦିନ ପୂର୍ବରୁ ମୋତେ ତାଙ୍କ ଘରେ ନିମନ୍ତ୍ରଣ ହେଲା । ମୁଁ ପହଞ୍ଚିଲି, ମୋତେ ଉଚ୍ଚ ଧରଣର ଚର୍ଚ୍ଚା ମିଳିଲା କିନ୍ତୁ ଲୋପାମୁଦ୍ରା ସାଙ୍ଗରେ କଥା ହେବାକୁ ସମୟ ମିଳିଲା ନାହିଁ । ମନ ଦୁଃଖରେ ଫେରି ଆସିଲି । ତା ପର ଦିନ ସନ୍ଧ୍ୟାରେ ମୋତେ ଫେରିବାର ଥିଲା । ମୋତେ ମୋ ସାଙ୍ଗ ଫକୀର ବସ୍ ଷ୍ଟାଣ୍ଡ ରେ ଛାଡ଼ିବାକୁ ଆସିଲା କିନ୍ତୁ ସେହି ବସ୍ ଷ୍ଟାଣ୍ଡ ରେ ଲୋପାମୁଦ୍ରା ମୋତେ ଅପେକ୍ଷା କରିଥାଏ । ସାଙ୍ଗରେ ଥାଏ ସରିତା ଦିଦି । ତାଙ୍କୁ ଦେଖି ବହୁତ୍ ଖୁସି ହେଲି କିନ୍ତୁ ମନରେ ଦୁଃଖ ମଧ୍ୟ ଥାଏ । ଦିଦି କୁ କହିଲି, ଦିଦି ମୁଁ ଲୋପାମୁଦ୍ରା କୁ ନେଇ ଚାଲିଯାଉଛି । ଦିଦି କହିଲେ ସମୟ ଅଛି ଆର ଥରକୁ ଆସିଲେ ନେଇ ଚାଲିଯିବ। ଅଳ୍ପ କଥା ପରେ ମୁଁ ଫେରିଗଲି ମୋ କମ୍ପାନୀ କୁ । ବାଙ୍ଗାଲୋର ରେ ପହଞ୍ଚି ଡିଉଟି ରେ ମନ ଲାଗୁ ନଥାଏ । ଧିରେ ଧିରେ ସମୟ ଗଡି ଚାଲିଲା । ପ୍ରତିଦିନ ଭିଡିଓ କଲ୍, ଚାର୍ଟିଂ ଏବଂ କଲ୍ ଚାଲିଥାଏ …………………………………………. Click Here ଭାଗ-୦୫ : ରେ ପଢ଼ିବେ….. (ଲୋପାମୁଦ୍ରା ର ବାପା ତାଙ୍କ ଭଉଣୀ ଉପରେ ରାଗି ତାଙ୍କୁ ସେ ଘର ସହିତ ସବୁ ସମ୍ପର୍କ କାଟି ଘରୁ ବାହାରି ଯିବାକୁ ଆଦେଶ ଦେଇ ଥିଲେ) If you like this story so share to your friends. […]
[…] ଲୋପାମୁଦ୍ରା…(1) ମୋ ଲୋପାମୁଦ୍ରା…(2) ମୋ ଲୋପାମୁଦ୍ରା…(3) ମୋ ଲୋପାମୁଦ୍ରା…(4) ମୋ ଲୋପାମୁଦ୍ରା…(5) […]